Monday, May 25, 2026 12:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅଫିସ୍ ଅଫ୍ ପ୍ରଫିଟ୍’ କଥା ଆସିଲା କୁଆଡୁ ?

by Our Correspondent
27 Jan, 2018- 12:02 PM
in Latest News, Politics
1 min read
0
‘ଅଫିସ୍ ଅଫ୍ ପ୍ରଫିଟ୍’ କଥା ଆସିଲା କୁଆଡୁ ?
ଭୁବନେଶ୍ୱର: ଅସଲ କଥାକୁ ଭୁଲେଇ ଭିନ୍ନ ଅର୍ଥ ପ୍ରଚାର କରିବାରେ ମାନ୍ୟବର ସାଂସଦ ବୈଜୟନ୍ତ ପଣ୍ଡା କେତେ ଧୂରନ୍ଧର ଧରାପଡ଼ିଯାଇଛନ୍ତି । ବିଜେଡ଼ି ତାଙ୍କ ବିରୋଧରେ କୌଣସି ଜାଗାରେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗ ଆଣିନାହିଁ । ମାତ୍ର ବୈଜୟନ୍ତ ଓ ତାଙ୍କ ମେସିନ୍ ବାରମ୍ବାର ଏହି କଥା ଉଠାଇ ଆଇନ ପାଠ ଦେଖାଉଛନ୍ତି । ବୈଜୟନ୍ତ ଅତ୍ୟନ୍ତ ଜ୍ଞାନୀ ତାହା କେହି ମନା କରୁନାହାନ୍ତି । ହେଲେ ସେଥିପାଇଁ ଅନ୍ୟମାନଙ୍କୁ ନୀଚ୍ଚ କରିବା ତାଙ୍କଭଳି ଜଣେ ପରିପୃଷ୍ଟ ବ୍ୟକ୍ତିଙ୍କଠାରେ ଶୋଭାପାାଉନି ବୋଲି ଚର୍ଚ୍ଚା ହେଉଛି । ଏହା ତାଙ୍କର ଅସହାୟତା କି ବୋଲି ପ୍ରଶ୍ନ ଉଠିଛି ।
ବିଜେଡ଼ିର ସିଧା ସିଧା ଅଭିଯୋଗ, ଇମ୍ଫାର ଉପାଧ୍ୟକ୍ଷ ବୈଜୟନ୍ତ ୨୦୧୪ ନିର୍ବାଚନୀ ସତ୍ୟପାଠରେ ତାଙ୍କର ଇମ୍ଫା ପଦବୀ ଏବଂ ଦରମା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ନିୟମିତ ଦରମା ବାବଦରେ ସେ କୋଟି କୋଟି ଟଙ୍କା ନେଇଥିଲେ ବି ସତ୍ୟପାଠରେ ଦର୍ଶାଇନାହାନ୍ତି । ମନୋନୟନପତ୍ର ଦାଖଲ ବେଳେ ଫର୍ମ ନଂ ୨୬ର କ୍ରମିକ ୯ରେ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ବା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ବୈଜୟନ୍ତ ଲୁଚାଇଛନ୍ତି । ବିଜେଡ଼ିର ନେତାମାନେ ସିଧାସଳଖ ଏହି କଥା ଉଠାଇ ବୈଜୟନ୍ତଙ୍କ ନୈତିକତାକୁ ପ୍ରଶ୍ନ କରିଛନ୍ତି । ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ ପ୍ରତାରିତ କରିଥିବା କହିଛନ୍ତି ।
ମାତ୍ର ବିଜେଡ଼ି ନେତାଙ୍କ ଏହି ଖୁଲାସାକୁ ବୈଜୟନ୍ତ ଓ ତାଙ୍କ ମେସିନ୍ ‘ଅଫିସ୍ ଅଫ୍ ପ୍ରଫିଟ୍’ ଆଡକୁ ବୁଲାଇଛନ୍ତି । ସାଂସଦ ପଦରେ ଥାଇ ଘରୋଇ ବେପାର କରିବା କି ଚାକିରି କରିବା ଯେ ‘ଅଫିସ୍ ଅଫ୍ ପ୍ରଫିଟ୍’ ଭିତରେ ଆସୁନାହିଁ, ତାହା ରାଜନୀତି ବିଜ୍ଞାନ ପାଠ ପଢ଼ିଥିବା ସମସ୍ତଙ୍କୁ ଜଣା । ମାତ୍ର ବୈଜୟନ୍ତ ଶୂନ୍ୟରୁ ତୋଳି ଏହାକୁ ବାରମ୍ବାର ଦୋହରାଇ ଚାଲିଛନ୍ତି । ଖାଲିଟାରେ ଏହି କଥାକୁ ବିଳିବିଳେଇ ଲୋକଙ୍କ ସମର୍ଥନ ହାସଲର ଉଦ୍ୟମ ନୁହେଁ କି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବୈଜୟନ୍ତ ସିଧା ସିଧା ସ୍ପଷ୍ଟ କରନ୍ତୁ, ସେ ନିଜ ସତ୍ୟପାଠରେ କାହିଁକି ନିଜର ଚାକିରି ଓ ଦରମା ଦର୍ଶାଇନାହାନ୍ତି । ବାସ୍ ସେତିକି କଥା । ପ୍ରସଙ୍ଗକୁ ବୁଲେଇ ବଙ୍କେଇ ବାଇଟ୍ ଦେବା କି ଟୁଇଟ୍ କରିବାର କିଛି ଅର୍ଥ ନାହିଁ ବୋଲି ଜଣେ ଜଣାଶୁଣା ସ୍ତମ୍ଭକାର ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାପଡ଼ାରେ ବୈଜୟନ୍ତ କହିଥିଲେ ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ । ସେ ‘ଅଫିସ୍ ଅଫ ପ୍ରଫିଟ୍’ ରେ ଆସୁନାହାନ୍ତି । ଆଜି ସକାଳୁ ଟୁଇଟ୍ କରି ପୁଣିଥରେ ଜବରଦସ୍ତ ‘ଅଫିସ୍ ଅଫ୍ ପ୍ରଫିଟ୍’ କଥା ଉଠାଇ ଆଇନପାଠ ପଢ଼ାଇଛନ୍ତି । ଗତକାଲି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜିଲ୍ଲା ବିଧାୟକଙ୍କ ଶିକ୍ଷା ଓ ଅଭିଜ୍ଞତାକୁ ଏକପ୍ରକାର ତାତ୍ସଲ୍ୟ କରିଛନ୍ତି । ସେମାନଙ୍କ ଅଭିଯୋଗକୁ ‘ବିଜାରେ’ ଅଭିଯୋଗ ବୋଲି କହିଛନ୍ତି । ଆଉ ଆଧାର ଥିବା ମିଥ୍ୟା ସତ୍ୟପାଠ ଅଭିଯୋଗକୁ ବିନା ଆଧାରରେ ‘ରିଜେକ୍ଟ’ କରିଛନ୍ତି । ଖାଲି ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ଦେଇଥିବା ମନ୍ତବ୍ୟରେ ତାଙ୍କ କମ୍ପାନୀର ବିମାନ/ହେଲିକପ୍ଟର ଚଢ଼ିଥିବା ସ୍ୱର୍ଗତ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଋଣୀ କରିଦେଇଛନ୍ତି!!!
ତେବେ ବିଜେଡ଼ିରୁ ସସପେଣ୍ଡ ବୈଜୟନ୍ତଙ୍କ ତଥାକଥିତ ଧୂଆଁବାଣରେ ଆଶ୍ଚର୍ଯ୍ୟହେବାର ନାହିଁ ବୋଲି କିଛି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି । ବୈଜୟନ୍ତଙ୍କର ଏଭଳି କାର୍ଯ୍ୟକଳାପ ପାଇଁ ସେମାନେ ଓଲଟି ବିଜେଡ଼ି ଓ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି । ବୈଜୟନ୍ତଙ୍କର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ବିଜେଡ଼ି ଏ ପର୍ଯ୍ୟନ୍ତ ଜାଣି ପାରି ନ ଥିଲା କିପରି ? ଯଦି ଜାଣିଥିଲା ଚାପି ରଖିଥିଲା କାହିଁକି ? ସେହିଭଳି ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ପାଇଁ ବୈଜୟନ୍ତଙ୍କ ଲୋଭ ଏବଂ ଦଳୀୟ ନେତୃତ୍ୱର ପ୍ରତ୍ୟାଖ୍ୟାନ ପରେ ଦଳ ବିରୋଧରେ ଷଡ଼ଯନ୍ତ୍ର କରିବା କଥା ବିଜେଡ଼ିର ଏତେ ଡ଼େରିରେ ମନେପଡ଼ିଲା କାହିଁକି ? ବୈଜୟନ୍ତଙ୍କ ବିରୋଧରେ ସେତେବେଳୁ କାର୍ଯ୍ୟନୁଷ୍ଠାନ ହୋଇଥିଲେ ହୁଏତ କଥା ଏତେ ବାଟ ଯାଇ ନ ଥାଆନ୍ତା । ସୁତରାଂ ବୈଜୟନ୍ତଙ୍କୁ ନେଇ ଦଳ ଯେଉଁ ପରିସ୍ଥିତିର ସାମନା କରୁଛି ସେଥିପାଇଁ ବୈଜୟନ୍ତ ନୁହେଁ ବରଂ ବିଜେଡ଼ି ନେତୃତ୍ୱ ଦାୟୀ ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।
Previous Post

ବିିଧାୟକ ମେଳି: ବୈଜୟନ୍ତଙ୍କୁ ଘେରିଲେ, ଇସ୍ତଫା ମାଗିଲେ

Next Post

‘ଦ ଟଲ୍ ମ୍ୟାନ୍’: ଉତ୍ସବର ଏପାଖ ସେପାଖ

Next Post
‘ଦ ଟଲ୍ ମ୍ୟାନ୍’: ଉତ୍ସବର ଏପାଖ ସେପାଖ

‘ଦ ଟଲ୍ ମ୍ୟାନ୍’: ଉତ୍ସବର ଏପାଖ ସେପାଖ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA