Monday, May 25, 2026 11:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉପରେ କଳି, ଭିତରେ କୋଳାକୋଳି

by Our Correspondent
29 Jan, 2018- 08:37 PM
in Latest News, Politics
1 min read
0
ଉପରେ କଳି, ଭିତରେ କୋଳାକୋଳି
ଭୁବନେଶ୍ୱର: ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲ୍ ରେ ଆମମାନଙ୍କ ପାଇଁ ବିରଳ ଦୃଶ୍ୟ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଖୁସି ମନୋଉଛନ୍ତି ବିଜେଡ଼ି ସାଂସଦ ତଥାଗତ ଶତପଥୀ, ଭର୍ତ୍ତୃହରି ମହତାବ, କଳିକେଶ ସିଂହଦେଓ ଓ ପ୍ରତାପ ଦେବ । ଅନ୍ତରଙ୍ଗ ମୁହୁର୍ତ୍ତର ଏହି ଫଟୋକୁ ନିଜ ଟୁଇଟର୍ ରେ ଛାଡ଼ିଛନ୍ତି ଖୋଦ୍ ତଥାଗତ । ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଟୁଇଟରରେ ଏହି ଫଟୋଟିକୁ ଛାଡ଼ି ତଥାଗତ କ’ଣ ବାର୍ତ୍ତା ଦେବାକୁ ଚାହିଁଛନ୍ତି ତାହା ଜଣାପଡ଼ିନାହିଁ । ତେବେ ପରଷ୍ପର ମଧ୍ୟରେ ବନ୍ଧୁତ୍ୱ ରହିଥିବା ପରେ ଗଣମାଧ୍ୟମରେ ସ୍ୱୀକାର କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାରେ ଅସୁବିଧା କ’ଣ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ।
ଓଡ଼ିଶାରେ ବିଜେଡ଼ି ଓ ବିଜେପି ଏବେ ମୁହାଁମୁହିଁ । ନେତାମାନେ ଟିଭିରେ ଛକାଛକି ହେଉଥିବା ବେଳେ ଗାଁରେ କର୍ମୀମାନେ ହାତାହାତି ହେଉଛନ୍ତି । ନବୀନ ପଟ୍ଟନାୟକଙ୍କୁ ଶାସନଗାଦିରୁ ହଟାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ନେତାମାନେ ନିତି ଗାଳି କରୁଛନ୍ତି । ନବୀନଙ୍କ ଚଉଦ ପୁରୁଷ ଉଦ୍ଧାର କରୁଛନ୍ତି । ସେହିଭଳି ବିଜେଡ଼ି ନେତାମାନେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାଡୁନାହାନ୍ତି । ତାଙ୍କୁ ଜଗି ଜଗି ରହିଛନ୍ତି । ସେ କୁଆଡେ ଯାଉଛନ୍ତି, କ’ଣ କରୁଛନ୍ତି, କ’ଣ କହୁଛନ୍ତି ଜାଣିବା ପାଇଁ ରାଡାର ଖଞ୍ଜି ଦେଇଛନ୍ତି । ଉଭୟ ପକ୍ଷର ସପକ୍ଷବାଦୀମାନେ ସୋସିଆଲ୍ ମିଡ଼ିଆରେ ପରଷ୍ପରକୁ ଟ୍ରଲିଂ କରିବାରେ ଲାଗିଛନ୍ତି । ବ୍ୟକ୍ତିଗତସ୍ତରକୁ ଯାଇ ସୋଧାସୋଧି ହେଉଛନ୍ତି । ହେଲେ ଏହି ଫଟୋ ଦେଖିଲା ପରେ ଏହା ଜଣାପଡ଼ୁନି କି ଆମ ଉପର ନେତାମାନେ ଲୋକଙ୍କୁ କିଭଳି ଶୁଧୁ ଭକୁଆ ବନାଉଛନ୍ତି!! ଅର୍ଥାତ୍ ଓଡ଼ିଶାର ସ୍ୱାର୍ଥ ନାଁରେ ଟିଭିରେ ମୁହଁ ଦେଖାଇବା ପାଇଁ କଳି, ନହେଲେ ଭିତରେ କୋଳାକୋଳି । ରାଜ୍ୟକୁ ଲୁଟିବା ପାଇଁ ଏମାନେ ଭିତରେ ଭିତରେ ସଲାସୁତୁରାରେ ଥିବା ବିଭିନ୍ନସ୍ତରରୁ ଟିପ୍ପଣୀ ଆସିଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବ୍ୟକ୍ତିଗତ ବନ୍ଧୁତାରେ କାହାରି ଆପତ୍ତି ନାହିଁ । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ଯେଉଁ ରାଜନୈତିକ ସ୍ଥିତି ସେଥିରେ ବିଜେପିର ନେତୃତ୍ୱ ନେଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ିର ହେଭିୱେଟ୍ ସାଂସଦମାନେ ଏକାଠି ବସି ମଉଜ କରିବା ଏବଂ ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିବା ସାଂଘାତିକ । କର୍ମୀଙ୍କ ମନବଳ ଉପରେ ଏହାର ପ୍ରଭାବ ଦିଲ୍ଲୀରେ ବସି ନେତାମାନେ ଜାଣିପାରିବେ ନାହିଁ । ତଥାଗତ ବିଜେପିକୁ ଚକମା ଦେବାକୁ ଚାହିଁଛନ୍ତି ନା ନିଜ ଦଳୀୟ ନେତୃତ୍ୱକୁ ଅଡୁଆରେ ପକାଇବାକୁ ଚାହିଁଛନ୍ତି ତାହା ତାଙ୍କୁ ଜଣାଥିବ । ହେଲେ ଏହାର କୁପ୍ରଭାବ ଦଳୀୟ ସଂଗଠନ ଓ କର୍ମୀଙ୍କ ଉପରେ ପଡ଼ିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ବିଶ୍ୱାସ । ସାଧାରଣ ଭୋଟରଙ୍କୁୁ ମରଣ ମୁହଁକୁ ଠେଲୁଥିବା ଏହି ନେତାମାନେ ସତରେ ଯାତ୍ରାପାର୍ଟି କଳାକାର ବୋଲି ଅନେକ କଟାକ୍ଷ କରିଛନ୍ତି ।
Previous Post

ମୁୁଙ୍ଗେରିଲାଲ୍ କେ ହସିନ୍ ସପନେ

Next Post

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

Next Post
ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଫେରାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA