Saturday, May 9, 2026 10:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌

by Our Correspondent
18 Feb, 2018- 01:42 PM
in News
1 min read
0
ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌
ଭୁବନେଶ୍ୱର: ଜଣାଶୁଣା ଟେଲି ସିରିଏଲ୍‌ ତଥା ଫିଲ୍ମ ନିର୍ମାତା ଏକତା କପୁରଙ୍କ ଦ୍ୱାରା ସ୍ଥାପିତ ବାଲାଜୀ ଟେଲିଫିଲ୍ମସ ଏହାର ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଏକ୍ସଲେନ୍ସ (ଆଇସ୍‌)ର ଏକ ଶାଖା ଭୁବନେଶ୍ୱରରେ ଖୋଲିଛି । ଏହି ପ୍ରତିଷ୍ଠାନରେ ମେଡିଆ ଓ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ ସମ୍ପର୍କିତ ସମସ୍ତ ପାଠ୍ୟକ୍ରମ ଓ ତାଲିମ ପ୍ରଦାନ କରାଯିବ । ନିୟମିତ ଓ ପାର୍ଟଟାଇମରେ ଆଶାୟୀ ଏହି ପାଠ୍ୟକ୍ରମଗୁଡ଼ିକରେ ଭାଗ ନେଇପାରିବେ ବୋଲି ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ମନମୋହନ ପଣ୍ଡା କହିଛନ୍ତି ।
ବିଶ୍ୱସ୍ତରୀୟ ଶିକ୍ଷା ଓ ତାଲିମ୍‌ ପ୍ରଦାନ ଳକ୍ଷ୍ୟରେ ବାଲାଜୀ ଟେଲିଫିଲ୍ମସ୍‌ ୨୦୧୦ରେ ଏହି ପ୍ରତିଷ୍ଠାନ ଆରମ୍ଭ କରିଥିଲେ । ମୁମ୍ବାଇ, ଲକ୍ଷ୍ନୌ, ପୁନେ, ଦିଲ୍ଲୀ, ଚଣ୍ଡୀଗଡ଼, ପାଟଣା, ଜବଲପୁର ସମେତ ଭୁବନେଶ୍ୱରରେ ଏହି କେନ୍ଦ୍ରର ଶାଖା ଖୋଲିଛି । ଯେଉଁଠାରେ ଅଭିନୟ, ମଡେଲିଂ, ସିନେମାଟୋଗ୍ରାଫି, ଡିରେକ୍ସନ, ଏଡିଟିଂ, ପ୍ରଡକ୍ସନ, ସ୍କ୍ରିପ୍ଟ ରାଇଟିଂ, ସାଉଣ୍ଡ ଓ ଭିଏଫ୍‌ଏକ୍ସ ସମ୍ପର୍କିତ ପାଠ୍ୟକ୍ରମ ପ୍ରଦାନ କରାଯିବ । ଏହି ପାଠ୍ୟକ୍ରମରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ସହଯୋଗ କରିବା ମଧ୍ୟ ପ୍ରତିଷ୍ଠାନର ଏକ ଦାୟିତ୍ୱ ଭାବେ ଗ୍ରହଣ କରାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ଲେସ୍‌ମେଣ୍ଟ କେନ୍ଦ୍ର ସାରା ଦେଶରେ କାମ କରୁଛି । ସାରା ଦେଶରେ ବ୍ୟାପ୍ତ ଏହାର ନେଟୱର୍କ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସୁଯୋଗ ବାଛିବାରେ ସହାୟକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆଇସ୍‌ର ପାଠ୍ୟକ୍ରମ ପିଲାଙ୍କୁ ଇଣ୍ଡଷ୍ଟ୍ରୀ ଓ ଖ୍ୟାତନାମା ବିଶେଷଜ୍ଞଙ୍କ ସହ ଆଲୋଚନାର ବାତାବରଣ ସୃଷ୍ଟି କରିଥାଏ । ବାଲାଜୀ ଫିଲ୍ମସ୍‌ ଷ୍ଟୁଡିଓ ଭ୍ରମଣ ସମେତ ଇଣ୍ଡଷ୍ଟ୍ରୀରେ ବ୍ୟବହୃତ ସଦ୍ୟତମ ଟେକ୍ନୋଲୋଜି ବାବଦରେ ଶିକ୍ଷା ଦେଇଥାଏ । ଯେଉଁ ଟ୍ରେନର୍‌ମାନେ ଏଠାରେ ତାଲିମ୍‌ ପ୍ରଦାନ କରନ୍ତି ସେମାନେ ଆଭିଜାତ୍ୟ ସମ୍ପନ୍ନ ଓ ପ୍ରତିଷ୍ଠିତ । ଟ୍ରେନରଙ୍କ ମାଧ୍ୟମରେ ଟ୍ରେନିଂ ସମେତ ଆଇସ୍‌ରେ ଛାତ୍ରଛାତ୍ରୀମାନଙ୍କୁ କଂମ୍ପୁଟର ଓ ୱେବ୍‌ଭିତ୍ତିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ ।
ବିଗତ କିଛିବର୍ଷ ଭିତରେ ଏଠାରୁ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଟେଲିଭିଜନ୍‌ ଓ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯଥେଷ୍ଟ ନାଁ କମାଇଛନ୍ତି । ସେମାନଙ୍କ ଭିତରେ ସାବଧାନ ଇଣ୍ଡିଆ- କ୍ରାଇମ୍‌ ପାଟ୍ରୋଲ୍‌ରେ ଅଭିନୟ କରୁଥିବା ଅମନ ଖୁହ୍ଲାର, ଅନୁପ ଇଙ୍ଗଲ୍‌, ଆରିଫ୍‌ ମିର୍ଜା, ଚାହତ ପାଣ୍ଡେ, ମିସ୍‌ ଗୁଜରାଟ୍‌ ଅମରଦୀପ କୌର, ପିକେ ଫିଲ୍ମର ଚରିତ୍ର ଅଭିନେତା ଜଗବିନ୍ଦର ସିଂ, ଏକଥା ରାଜା ଏକଥା ରାନୀ ସିରିଏଲ୍‌ରେ ମୁଖ୍ୟ ଅଭିନେତା ଜତୀନ ସୂରୀ, ପରଦେଶ୍‌ ମେ’ ମେରା ଦିଲ୍‌ର କାବେରୀ ପ୍ରିୟମ୍‌, ଡୋମିନସ୍‌ ଆଡ୍‌ରେ ଅଭିନେତା ନୀଲେଶ୍‌, ନାଗୀନ-୍‌୨ର ଋତୁପର୍ଣ୍ଣା ପ୍ରମୁଖ ଅନ୍ତର୍ଭୁକ୍ତ । ଅଧିକ ସୂଚନା ପାଇଁ ଦୀପକ କୁମାର ପାଣି, ଫୋନ୍‌:୯୮୫୩୩୨୯୮୫୬ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
Previous Post

ବିଜେପୁର: ଧରାପଡ଼ିଗଲା ବିଜେପି କାରସାଦି

Next Post

ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !

Next Post
ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !

ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA