Saturday, May 9, 2026 08:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର: ଧରାପଡ଼ିଗଲା ବିଜେପି କାରସାଦି

by Our Correspondent
18 Feb, 2018- 01:18 PM
in Latest News, Politics
1 min read
0
ବିଜେପୁର: ଧରାପଡ଼ିଗଲା ବିଜେପି କାରସାଦି
– ୪୦ ଲକ୍ଷ ଆସୁଥିଲା ଛତିଶଗଡ଼ରୁ
– ପଦ୍ମପୁର ଏସଡ଼ିପିଓଙ୍କ ଉପରେ ତାତିଲେ ବିଜେପି ନେତା
– ବିଜେଡ଼ି ଉପରକୁ ଦୋଷ ଠେଲିଲେ
ବରଗଡ଼: ଗତକାଲି ସଂଧ୍ୟାରେ ପଦ୍ମପୁର ଥାନା ମହୁଲପାଲି ଚେକପୋଷ୍ଟଠାରେ ଏକ ଜାଇଲୋ ଗାଡ଼ିରୁ ପୁଲିସ ଜବତ କରିଥିବା ୪୦ ଲକ୍ଷ ଟଙ୍କାର ଗୁମର ସ୍ପଷ୍ଟ ହୋଇଛି । ଏହି ଟଙ୍କା ଛତିଶଗଡ଼ରୁ ଆସିଥିବା ପୁଲିସରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଟଙ୍କା ନେଉଥିବା ସୁନା ବେପାରୀ ଆକାଶ ଅଗ୍ରୱାଲ୍ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମକର୍ତ୍ତା ବୋଲି ଜାଣିବାକୁ ପାଇଛି । ଖାଲି ସେତିକି ନୁହେଁ ଆକାଶଙ୍କ ବାପା ଓମପ୍ରକାଶ ଅଗ୍ରୱାଲ୍ ବିଶ୍ୱ ହିନ୍ଦୁ ପରିଷଦର ଜଣେ କର୍ମକର୍ତ୍ତା ବୋଲି ଜଣାପଡ଼ିଛି । ବିଜେପୁରରେ ବିଜେପିର ନିର୍ବାଚନୀ ଖର୍ଚ୍ଚ ପାଇଁ ଆକାଶ ଏହି ଟଙ୍କା ଛତିଶଗଡ଼ରୁ ଆଣିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।
ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁରସ୍ଥିତ ମିନାକ୍ଷୀ ଜ୍ୱେଲାରୀ ଦୋକାନ ମାଲିକ ଆକାଶ ଅଗ୍ରୱାଲ୍ ବଜରଙ୍ଗ ଦଳର ଜଣେ ସକ୍ରିୟ କର୍ମୀ । ଗତବର୍ଷ ମ୍ଲେଚ୍ଛାମୁଣ୍ଡା ଅଞ୍ଚଳରେ ବଜରଙ୍ଗ ଦଳର ଏକ ରାସ୍ତାରୋକ ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ ।  ଏ ନେଇ ମ୍ଲେଚ୍ଛାମୁଣ୍ଡା ଥାନା କେସ୍ ନଂ ୨୩/୨୦.୨୦.୧୭ ଏବଂ ଆଇପିସି ଧାରା ୧୪୭, ୩୪୧, ୨୯୪, ୨୮୩, ୫୦୬, ୧୪୯ ଏବଂ ୭ କ୍ରିମିନାଲ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ସେହିଭଳି ତାଙ୍କ ବାପା ଓମପ୍ରକାଶ ବିଶ୍ୱହିନ୍ଦୁ ପରିଷଦର ଟାଣୁଆ ନେତା । ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ ପଦ୍ମପୁରରେ ଏକ ଚର୍ଚ୍ଚ ପୋଡ଼ି ମାମଲାରେ ସେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ପଦ୍ମପୁର ଥାନା କେସ୍ ନଂ ୮୦/୨୦୦୮ ଏବଂ ଆଇପିସି ଧାରା ୧୪୭, ୧୪୮, ୧୪୯, ୪୩୫, ୪୩୬, ୪୨୭, ୪୫୨, ୩୩୭, ୩୩୨, ୩୫୩, ୧୫୩(ଏ), ୧୨୦(ବି) ଏବଂ ୭ କ୍ରିମିନାଲ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ଏହି ପୃଷ୍ଠଭୂମିରେ ଅଗ୍ରୱାଲ୍ ପରିବାରର ବିଜେପି ସହ ଯେ ନିବିଡ଼ ସମ୍ପର୍କ ଖାଲି ସ୍ପଷ୍ଟ ହୋଇନାହିଁ ଆକାଶ ମଧ୍ୟ ପୁଲିସ ନିକଟରେ ଏହାକୁ ସ୍ୱୀକାର କରିଛନ୍ତି ।
ଆକାଶ ମାନିଛନ୍ତି ଯେ ଗତ ୧୬ ତାରିଖରେ ସେ ଛତିଶଗଡ଼ ଯାଇ ଏହି ଟଙ୍କା ଆଣିଛନ୍ତି । ବିଜେପୁରରେ ବିଜେପି ଭୋଟ ପାଇଁ ଟଙ୍କା ବାଣ୍ଟିବାକୁ ଏହା ଅଣାଯାଇଥିଲା ବୋଲି ସେ ଜେରା ବେଳେ କହିଛନ୍ତି । ତେବେ ଛତିଶଗଡ଼ର କାହାଠାରୁ ଏହି ଟଙ୍କା ଆଣିଛନ୍ତି ତାହା ସେ ପ୍ରକାଶ କରିନାହାନ୍ତି । ଉଲ୍ଲେଖଯୋଗ୍ୟ, ବିଜେପୁରକୁ ବିଜେପି ପାଇଁ ହାୱାଲା ଟଙ୍କା ଆସିବାର ମାଧ୍ୟମ ଭାବେ ସୁନା ବେପାରୀ, ପେଟ୍ରୋଲ୍ ପମ୍ପ ମାଲିକ ଏବଂ ଗ୍ୟାସ୍ ଏଜେନ୍ସୀ ମାଲିକମାନେ କାର୍ଯ୍ୟ କରୁଥିବା ଗୁଇନ୍ଦା ପୁଲିସ ପାଖରେ ଖବର ଅଛି । ବିଜେପୁର ଉପନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ମଧ୍ୟ ଏହି ସୂଚନା ରହିଛି । ଆକାଶଙ୍କଠାରୁ ୪୦ ଲକ୍ଷ ଜବତ ପରେ ଏହାର ପ୍ରମାଣ ଲାଗିଛି ପୁଲିସ ହାତରେ ।
ସୂଚନା ଥାଉ କି ଗତକାଲି ରାତି ସାଢ଼େ ସାତଟାରେ ମହୁଲପାଲି ଚେକପୋଷ୍ଟରେ ପଦ୍ମପୁରରୁ ମ୍ଲେଚ୍ଛାମୁଣ୍ଡା ଆଡକୁ ଆସୁଥିବା ଏକ ମହିନ୍ଦ୍ରା ଜାଇଲୋ(ଓଡ଼ି ୧୭ଜି ୧୮୫୫) ଗାଡ଼ିଟିକୁ ସନ୍ଦେହଜନକ ଅବସ୍ଥାରେ ପୁଲିସ ଅଟକାଇଥିଲା । ମହୁଲପାଲିର ଗୋବର୍ଦ୍ଧନ ରଣା ଗାଡ଼ିଟିକୁ ଚଳାଉଥିବା ବେଳେ ପାଖ ସାମନା ସିଟ୍ ରେ ଆକାଶ ବସିଥିଲେ । ତନଖି ବେଳେ ଗାଡ଼ି ଭିତରେ ଏକ ଏୟାରବ୍ୟାଗରୁ ୫୦୦ ଓ ୨୦୦୦ ଟଙ୍କିଆ ବଣ୍ଡଲ୍ ସର୍ବମୋଟ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା ।
ବିଜେପୁର ଉପନିର୍ବାଚନ ଖର୍ଚ୍ଚ ପାଇଁ ବିଜେପିର ଟଙ୍କା ଧରାପଡ଼ିବା ପରେ ନେତାମାନେ ରକ୍ତଚାଉଳ ଚୋବାଇଛନ୍ତି । ଭୁବନେଶ୍ୱରରେ ବିଜେପି ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପଦ୍ମପୁର ଏସଡ଼ିପିଓଙ୍କୁ ବହିଷ୍କାର ପାଇଁ ଦାବି କରିଛନ୍ତି । ପଦ୍ମପୁର ଏନଏସି କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ମଧ୍ୟ ସେମାନେ ପଛାଇନାହାନ୍ତି । ୪୦ ଲକ୍ଷ ଟଙ୍କା ଜବତ ପଛରେ ଓଲଟି ବିଜେଡ଼ି ନେତାଙ୍କ ସଂପୃକ୍ତି ଦାବି କରି ସେମାନଙ୍କୁ ଗିରଫ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ଏଭଳି ଅଭିଯୋଗକୁ ଚୋର ମଚାଏ ସୋର୍ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
Previous Post

ଓଡ଼ିଆ ନିଉଜ୍ ପୋର୍ଟାଲ୍ କୁ ଅଣଦେଖା; କାହା ସ୍ୱାର୍ଥରେ ?

Next Post

ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌

Next Post
ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA