Saturday, May 9, 2026 11:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !

by Our Correspondent
18 Feb, 2018- 05:38 PM
in Latest News, Politics
1 min read
0
ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ସରିବ ୨୨ ତାରିଖରେ । ଅର୍ଥାତ୍ ପ୍ରଚାର ପାଇଁ ହାତରେ ମାତ୍ର ୪ ଦିନ ବାକି । ଆଉ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଛାଡ଼ି କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ଭୁବନେଶ୍ୱର ପଳାଇ ଆସିଛନ୍ତି । ଏଠି ପ୍ରେସ୍ ମିଟ୍ କରି କୁନ୍ଦୁଲି ଘଟଣା ପାଇଁ ଲୁହ ଗଡ଼ାଇଛନ୍ତି । କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶଗରିଆ କୁନ୍ଦୁଲି ମୃତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ମୁଖ୍ୟ ଜାଗାଗୁଡ଼ିକରେ ତାଙ୍କ ସଂଗଠନ ପିକେଟିଂ କରିବ । ପରେ ପରେ କଟକ, ରାଉରକେଲା, ସମ୍ବଲପୁର ଆଦି ଜାଗାରେ ଆନ୍ଦୋଳନ କରିବେ । କଂଗ୍ରେସ ବିଧାୟକଙ୍କ ଏଭଳି ଆଭିମୁଖ୍ୟ ଖୋଦ୍ ଦଳୀୟ କର୍ମୀଙ୍କୁ ସନ୍ଦେହରେ ପକାଇଛି । ଏହା ପଛରେ ଅଲଗା ଖେଳ ଅଛି ବୋଲି ସେମାନଙ୍କ ବିଶ୍ୱାସ ।
ବିଜେପୁର ଉପନିର୍ବାଚନ ପ୍ରଚାରରେ ପାଳି ତୁଲେଇଲା ଭଳି ଦିନେ ଦି ଦିନ ରହି ଗତକାଲି ରାତିରେ ଭୁବନେଶ୍ୱର ଚାଲିଆସିଛନ୍ତି ଶଗରିଆ । ଆଉ ଏଠି ଆସି କୁନ୍ଦୁଲି ରାଜନୀତି କରିଛନ୍ତି ! ପୀଡ଼ିତାଙ୍କୁ ନ୍ୟାୟ ଭିକ୍ଷା କରିବାରେ ସତେ ଏତେ ଆନ୍ତରିକତା ଯେ ସେ ବିଜେପୁରରେ ରହିପାରିଲେ ନାହିଁ । ସୂଚନାଯୋଗ୍ୟ ଯେ କୁନ୍ଦୁଲି ଇସ୍ୟୁରେ ଏଇ ଶଗରିଆଙ୍କୁ ନେଇ କଂଗ୍ରେସ ମହଲରେ ଆଗରୁ ବହୁତ ଚର୍ଚ୍ଚା ହୋଇଛି । କଂଗ୍ରେସ କ୍ରେଡ଼ିଟ୍ ଭାଙ୍ଗି ବିଜେପିକୁ ରାଜନୈତିକ ଫାଇଦା ଦେବା ପାଇଁ ସେ ଅସ୍ତ୍ର ହୋଇଥିବା କୁହାଯାଇଥିଲା । ତେବେ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ମାତ୍ର ୪ ଦିନ ଥିବା ବେଳେ ଭୁବନେଶ୍ୱରରେ ଶଗରିଆଙ୍କ କୁନ୍ଦୁଲି ରାଜନୀତି ଏହି ଚର୍ଚ୍ଚାରେ ନୂଆ ଅଧ୍ୟାୟ ଯୋଡ଼ିଛି । ପ୍ରକାଶଥାଉକି, ବିଜେପୁରରେ ବିଜେପି କୁନ୍ଦୁଲି ଇସ୍ୟୁକୁ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରମୁଖ ପ୍ରଚାର ଅସ୍ତ୍ର କରିଥିବା ବେଳେ ବିଜେଡ଼ି ତାହାର କାଉଣ୍ଟର କରୁଛି । ବିଜେପିର ମୋବାଇଲ୍ ଭଏସ୍ କଲ୍ ପ୍ରଚାର ବିରୋଧରେ ଗତକାଲି ବିଜେଡ଼ି ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା । ତେବେ କ’ଣ ପାଇଁ କେଜାଣି କୁନ୍ଦୁଲି ଇସ୍ୟୁକୁ ଧରି ଶଗରିଆ ହଠାତ ଆଗକୁ ବାହାରିଛନ୍ତି । କାଳବିଳମ୍ବ ନକରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛନ୍ତି ।
ଖାଲି ଶଗରିଆ ନୁହଁନ୍ତି ବିଭିନ୍ନ କାରଣରୁ କଂଗ୍ରେସର ଅଧିକାଂଶ ଉପର ନେତାଙ୍କ ହାବଭାବ କର୍ମୀଙ୍କୁ ସନ୍ଦେହରେ ପକାଇଛି । ଉପନିର୍ବାଚନ ଯୁଦ୍ଧରେ ବିଜେପୁର ଥରହର ହେଉଥିବା ବେଳେ କିଛି କଂଗ୍ରେସ ନେତା ଓ ବିଧାୟକଙ୍କ ଦେଖାଦର୍ଶନ ମିଳୁନାହିଁ । ପାୱାରଫୁଲ୍ ବିଶ୍ୱାଳ ବ୍ରଦର୍ସ(ଚିରଞ୍ଜୀବୀ ଓ ରଞ୍ଜୀବ)ଙ୍କୁ ସେଠାରେ କେହି ଦେଖିନାହାନ୍ତି । ବିଧାୟକ ତାରା ବାହିନୀପତିଙ୍କର ବି ଦେଖା ମିଳୁନି । ଅଞ୍ଚଳରେ ବେଶ୍ ଦବଦବା ରଖିଥିବା ନବ ଦାସଙ୍କୁ ଏହି ସମୟରେ କାଁ ଭାଁ ଦେଖିବାକୁ ମିଳୁଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ପ୍ରଭୃତି ବହୁ ବିଳମ୍ବରେ ପ୍ରଚାରକୁ ଓହ୍ଲାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ରଣକୌଶଳ ଥିବା ଭଳି କାହାରି ଅନୁଭବ ହେଉନି । ପ୍ରଚାରରେ ସାମିଲ ହୋଇଥିବା ହେଭିୱେଟ୍ ମାନେ ଭାଗ ଭାଗ ହୋଇ ପ୍ରଚାର କରିବା ବଦଳରେ ଗୋଟିଏ ଜାଗାରେ ମିଟିଂ କରି ଭାଷଣ ମାରୁଛନ୍ତି । ଗତକାଲି ବିଜେପୁରରେ ଏଭଳି ମିଟିଂ ଚାଲିଥିବା ବେଳେ ଦଳର ଜଣେ ପୁରୁଖା କର୍ମୀ ଯାଛା ତା ଗାଳିମନ୍ଦ କରିଥିଲେ । କଂଗ୍ରେସର ଏ କି ପ୍ରକାର ରଣକୌଶଳ ବୋଲି ପ୍ରଶ୍ନ ପଚାରି ନେତାଙ୍କୁ ଅପଦସ୍ଥ କରିଥିଲେ ।
ସବୁ ପରେ ବି ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସ୍ଥିତି ଖରାପ ନାହିଁ । ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ସହ ସେ କଡ଼ା ଟକ୍କର ଦେଉଛନ୍ତି । ବିଜେଡ଼ି ଓ ବିଜେପି ଭଳି ରାଜ୍ୟ ନେତୃତ୍ୱର ଭରପୂର ସହଯୋଗ ନ ଥିଲେ ମଧ୍ୟ ସେ ନିଜ ଢ଼ଙ୍ଗରେ ପ୍ରଚାର କରି ଭୋଟରଙ୍କ ଦ୍ୱାରା ଆଦୃତ ହେଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ନେତୃତ୍ୱର ଅସହଯୋଗକୁ ଶ୍ରୀ ସାହୁ ଖାତିର୍ ବି କରିନାହାନ୍ତି । ଷ୍ଟାର୍ ପ୍ରଚାରକ ଏବଂ ସୋ ବାଜି ସପକ୍ଷରେ ସେ ନାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ବିଜେପୁରବାସୀଙ୍କ ହୃଦୟରେ ସେ ରହିଛନ୍ତି ଏବଂ ସେଥିପାଇଁ ରଙ୍ଗଢ଼ଙ୍ଗ ପ୍ରଚାରର ଆବଶ୍ୟକ ନାହିଁ ବୋଲି କହିଛନ୍ତି । ବିଜେପୁର ସମସ୍ୟାକୁ ସେ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଥିବା କହିଛନ୍ତି ।
ତେବେ ଯାହା ବି ହେଉ, ବିଜେପୁର ଉପନିର୍ବାଚନର ପ୍ରଚାର ଜମିଥିବା ବେଳେ ଭୁବନେଶ୍ୱରରେ ଶଗରିଆଙ୍କ କୁନ୍ଦୁଲି କାନ୍ଦଣାକୁ ଦଳର କିଛି ବରିଷ୍ଠ ନେତା କଡ଼ା ସମାଲୋଚନା କରିଛନ୍ତି । ଏହା ପଛରେ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ଅଧିକ ରହିଥିବା ସେମାନେ କହିଛନ୍ତି ।
Previous Post

ଭୁବନେଶ୍ୱରରେ ବାଲାଜୀ ଟେଲି ଫିଲ୍ମସ୍‌ର ଆଇସ୍‌ ଇନ୍‌ଷ୍ଟିଚ୍ୟୁଟ୍‌

Next Post

ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ

Next Post
ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ

ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA