Saturday, May 9, 2026 12:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ

by Our Correspondent
19 Feb, 2018- 12:29 PM
in Latest News, Politics
1 min read
0
ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ
ଭୁବନେଶ୍ୱର: ପଦ୍ମପୁର ଥାନା ମହୁଲପାଲି ଚେକପୋଷ୍ଟରେ କାର୍ ରୁ ୪୦ ଲକ୍ଷ ୫୦ ହଜାର ଟଙ୍କା ସହ ଧରାପଡ଼ିଥିବା ଆକାଶ ଅଗ୍ରୱାଲ୍ ଏବଂ ତାଙ୍କ ବାପା(ଗାଡ଼ି ମାଲିକ) ଓମପ୍ରକାଶ ଅଗ୍ରୱାଲ୍ ବିଜେପି ପରିବାରର ନୁହଁନ୍ତି ବୋଲି ଦଳୀୟ ନେତାମାନେ ଚାଲେଂଜ ଦେଇଛନ୍ତି । ଅଗ୍ରୱାଲ୍ ପରିବାରକୁ ସେମାନେ ଜାଣନ୍ତି ନାହିଁ କି ସେମାନଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ହଲପ୍ କରିଛନ୍ତି । ଓଲଟି ବିଜେଡ଼ି ସେହି ଟଙ୍କା ପଠାଉଥିଲା କହି ପୁଲିସକୁ ନିଶାନା କରିଛନ୍ତି । ବିଜେଡ଼ି ଏହାକୁ କାଉଣ୍ଟର କରିବା ପରେ ମାମଲାଟି ରାଜନୈତିକ ଆରୋପ ପ୍ରତ୍ୟାରୋପରେ ସୀମିତ ରହିଯାଇଛି ।
ଏହି ପରିପ୍ରେକ୍ଷୀରେ ‘ମିଡ଼ ଡ଼େ ଓଡ଼ିଶା’ ହାତରେ ଲାଗିଥିବା ଏକ ପ୍ରମାଣ ଆମେ ଏଠାରେ ଉପସ୍ଥାପନ କରୁଛୁ । ତାହା ଏଭଳି.. । ଫେସବୁକ୍ ରେ ନିତେଇ ପାଲ୍ ନାମକ ଜଣେ ବିଜେପି ନେତା ବିଜେପୁର ଉପନିର୍ବାଚନରେ ବିଜେପି ପ୍ରଚାରର ଦୈନିକ କାର୍ଯ୍ୟସୂଚୀ ପୋଷ୍ଟ କରି ଆସୁଛନ୍ତି । ଫେବୃଆରୀ ୧୬ ତାରିଖ କାର୍ଯ୍ୟସୂଚୀରେ ବିଜେପି ୯ଟି ପଞ୍ଚାୟତ ବୁଲିବାର କାର୍ଯ୍ୟସୂଚୀ ଦିଆଯାଇଛି । ପ୍ରଚାରକମାନେ ବରପାଲୀ ପାର୍ଟି ଅଫିସରେ ଇନଚାର୍ଜ ଓମପ୍ରକାଶ ଅଗ୍ରୱାଲ୍ ଏବଂ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଓମପ୍ରକାଶ ଏବଂ ପୃଥ୍ୱୀରାଜ ସେଠାରେ ପ୍ରଚାର ଦାୟିତ୍ୱର ମୁଖ୍ୟ ବୋଲି ଏହା ଦର୍ଶାଉଛି । ବରପାଲୀରୁ ମିଳିଥିବା ସୂଚନା ଅନୁଯାୟୀ ଇଏ ସେହି ଓମପ୍ରକାଶ ଯାହାଙ୍କ ପୁଅ ଆକାଶଙ୍କଠାରୁ ପୁଲିସ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ବିଜେପିର ଜଣେ ତଳିଆ କର୍ମୀ ନିତେଇ ପାଲ୍ ତାଙ୍କ ଫେସବୁକ୍ ରେ ଯେଉଁ ପୋଷ୍ଟ କରିଛନ୍ତି ତାହା ସୋସିଆଲ୍ ମିଡ଼ିଆରେ ଉପଲବ୍ଧ । ଟଙ୍କା ଜବତର ପୂର୍ବଦିନ ଏହା ଫେସବୁକ୍ ରେ ପୋଷ୍ଟ ହୋଇଛି । ତେବେ ଏହା କ’ଣ ମିଛ ? ଓମପ୍ରକାଶ ଯଦି ବିଜେପିର କେହି ନୁହଁନ୍ତି ତେବେ ବିଜେପୁର ପ୍ରଚାରର ତାଙ୍କୁ ମାମଲତକାର କଲା କିଏ ?
ଓମପ୍ରକାଶ ଓ ଆକାଶ ଯଥାକ୍ରମେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ । ବିଜେପି ପରିବାରର ସକ୍ରିୟ ସଦସ୍ୟ । ଖୋଦ୍ ଆକାଶ ପୁଲିସ ନିକଟରେ ଏହା ସ୍ୱୀକାର କରିଥିବା ନିଜେ ବରଗଡ଼ ଏସପି କହିଛନ୍ତି । ବରଗଡ଼ ଓ ପଦ୍ମପୁର ଅଞ୍ଚଳବାସୀ ଏହି ସୁନା ବ୍ୟବସାୟୀ ବାପପୁଅ ବିଜେପି ଲୋକ ବୋଲି ଭଲ ଭାବେ ଜାଣନ୍ତି । ବିଜେପୁର ଉପନିର୍ବାଚନ ପ୍ରଚାରରେ ସେମାନେ ମୁଖିଆ ଦାୟିତ୍ୱ ନିଭାଇଥିବା କର୍ମୀମାନେ ଜାଣିଛନ୍ତି । ଫେସବୁକ୍ ଓ ସୋସିଆଲ୍ ମିଡ଼ିଆ ପୋଷ୍ଟରେ ସେମାନଙ୍କର ବିଜେପି ବ୍ରାଣ୍ଡ ଜଳ ଜଳ ରହିଛି । ଏତେସବୁ ପ୍ରମାଣପତ୍ର ପରେ ବି ବିଜେପି ସେମାନଙ୍କୁ ପରିବାର ସଦସ୍ୟ ବୋଲି ମାନିବାକୁ ରାଜି ହେଉନାହିଁ । ସତ କଥାକୁ ବାରମ୍ବାର ମିଛ ବୋଲି କହି ଲୋକଙ୍କୁ କିଭଳି ଭକୁଆ ବନାଯାଏ ବୋଧହୁଏ ବିଜେପି ସେହି କୌଶଳରେ ଅଟଳ ଅଛି ।
୪୦ ଲକ୍ଷ ଜବତ ଟଙ୍କା ଉପରେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରତିକ୍ରିୟା ଆଜି ସମସ୍ତଙ୍କୁ କୌତୁହଳ(!) କରିଛି । ଏହି ଟଙ୍କାର ମାଲିକାନା ବିଶ୍ୱହିନ୍ଦୁ ପରିଷଦ କି ବଜରଙ୍ଗ ଦଳ ନୁହେଁ ବୋଲି ସେ ସିଧାସଳଖ ଅସ୍ୱୀକାର କରିନାହାନ୍ତି । ଓଲଟି କହିଛନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଆରଏସଏସ୍ ଲୋକ । ବିଜେଡ଼ିର ଅଧିକାଂଶ ନେତାଙ୍କ ବ୍ୟାକ୍ ଗ୍ରାଉଣ୍ଡ ଆରଏସଏସ । ଏଭଳି ଭାବେ ଜବତ ଟଙ୍କା ବିଜେଡ଼ିର ବୋଲି ସେ କହିବାକୁ ଚାହିଁଛନ୍ତି । ବରଗଡ଼ ଏସପିଙ୍କୁ କେନ୍ଦ୍ରମନ୍ତ୍ରୀ ଖୋଲା ଚାେଂଲଜ ଦେଇ ମାମଲାର ତଦନ୍ତ ଇଡିକୁ ଦେବାକୁ ଦାବି କରିଛନ୍ତି ।
ସୂଚନାଥାଉକି, ଗତ ନଭେମ୍ବର ୨୦ ତାରିଖରେ ବିଜେପି ରାଜ୍ୟ ପାର୍ଟି ଅଫିସରେ ସଭାପତି ବସନ୍ତ ପଣ୍ଡାଙ୍କ ଚାମ୍ବରରେ ପିନାକ ମହାନ୍ତି ନାମକ ଯୁବକ ପଶି ସଭାପତିଙ୍କୁ ଡରେଇଥିଲେ ଏବଂ ଖେଳନା ବନ୍ଧୁକ ଲଗାଇଥିଲେ । ପିନାକ ନିଜକୁ ବିଜେପିର କର୍ମକର୍ତ୍ତା ବୋଲି ପରିଚୟ ଦେଇଥିଲେ । ଏହାର ସବୁ ପ୍ରମାଣ ବି ଥିଲା । ମାତ୍ର ବିଜେପି ନେତୃମଣ୍ଡଳୀ ତାହାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ । ପିନାକ କିଏ ସେମାନେ ଜାଣନ୍ତି ନାହିଁ ବୋଲି କହିଥିଲେ । ଏବେ ୪୦ ଲକ୍ଷ ଜବତ ଘଟଣାରେ ବିଜେପି ସମାନ ଷ୍ଟ୍ରାଟେଜି ଆପଣେଇଥିବା ଚର୍ଚ୍ଚା ହେଉଛି ।
Previous Post

ବିଜେପୁର ଗାଧେଇଲା: ଭୁବନେଶ୍ୱରରେ ବିଧାୟକଙ୍କ କୁନ୍ଦୁଲି ପଲିଟିକ୍ସ !

Next Post

ବିଜେପୁର ବାସ୍ତବତା

Next Post
ବିଜେପୁର ବାସ୍ତବତା

ବିଜେପୁର ବାସ୍ତବତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA