Saturday, May 9, 2026 12:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ବାସ୍ତବତା

by Our Correspondent
20 Feb, 2018- 02:35 PM
in Latest News, Politics
1 min read
0
ବିଜେପୁର ବାସ୍ତବତା
ବରଗଡ଼: ବିଜେପୁର ଉପନିର୍ବାଚନ ପ୍ରଚାର ସରିବାକୁ ବସିଥିବା ବେଳେ ଭୋଟରମାନଙ୍କ ମତିଗତିକୁ ନେଇ ବିଜେଡ଼ି, ବିଜେପି ଓ କଂଗ୍ରେସ ଆଶଙ୍କାରେ ପଡ଼ିଛନ୍ତି । ବିଜେଡ଼ି ଓ ବିଜେପିର ହାଇଭୋଲଟେଜ୍ ପ୍ରଚାର ପରେ ବି ଭୋଟରଙ୍କ ମଧ୍ୟରେ ଏଯାଏଁ ଅସମ୍ଭବ ନିରବତା । ସେମାନଙ୍କ ମନରେ ଉତ୍ସାହ ନାହିଁ । ମୋଟାମୋଟି ଦେଖିବାକୁ ଗଲେ, ବିଜେପୁରରେ ଏକ ଉପନିର୍ବାଚନ ମାହୋଲ୍ ଭୋଟରଙ୍କ ଆଡୁ ଅନୁଭବ ହେଉନି । ତେବେ ଉପନିର୍ବାଚନ ପାଇଁ ଦଳୀୟ ମାହୋଲ କିନ୍ତୁ ଜବରଦସ୍ତ ଅଛି । ବିଜେପୁର, ବରପାଲ୍ଲୀ ଓ ଗାଇସିଲଟ୍ ଗାଁରେ ଗାଁରେ ଘୁରୁଛନ୍ତି ନେତା ଓ କର୍ମୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ତାକୁ ଟକ୍କର ଦେଇ କେନ୍ଦ୍ରମନ୍ତ୍ରୀ ସ୍ମତି ଇରାନିଙ୍କ ଗସ୍ତ ବିଜେପୁର ଉପନିର୍ବାଚନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଦେଇଛି ।
ବିଜେପୁରରୁ ସେମାନଙ୍କ ବିଜୟ ସୁନିଶ୍ଚିତ ବୋଲି ତିନିଟି ଯାକ ଦଳ ଦାବି କରୁଛନ୍ତି । ତେବେ ଏହା ନିରାଟ ସତ ଯେ ଏ ପର୍ଯ୍ୟନ୍ତ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ଜନମତର ଆଭାସ ମିଳିପାରୁନି । ବିଜେଡ଼ି ଚିତ୍ରପଟ ଦେଖିଲେ, ପ୍ରଚାର ମୈଦାନରେ ଦଳ ସବୁଠୁ ଆଗରେ ରହିଛି । ବରିଷ୍ଠଙ୍କଠାରୁ କନିଷ୍ଠ ନେତା ସମସ୍ତେ ନିର୍ବାଚନମଣ୍ଡଳୀରେ ଡେରା ପକାଇଛନ୍ତି । ପ୍ରତି ପଞ୍ଚାୟତରେ ଜଣେ ଜଣେ ନେତା ୧୦/୧୫ ଜଣ ଉପନେତା ଓ କର୍ମୀଙ୍କୁ ସାଙ୍ଗରେ ନେଇ ଦୁଆର ଦୁଆର ବୁଲୁଛନ୍ତି । ପ୍ରଚାରକାର୍ଯ୍ୟରେ ଉପକୂଳିଆ ନେତାଙ୍କର ଭୀଷଣ ଦବଦବା ବାରି ହୋଇପଡୁଛି । ତେବେ ବିଜେଡ଼ିର ମାଳ ମାଳ ନେତା ଓ କର୍ମୀଙ୍କ ପ୍ରଚାର ବିଜେପୁରବାସୀଙ୍କୁ ଯେ ପ୍ରଭାବିତ କରୁଛି ତାହା ଜାଣିହେଉନାହିଁ । ଓଲଟି ଉପକୂଳିଆ ନେତାଙ୍କ ପ୍ରାଦୁର୍ଭାବ ସେଠିକା ବାସିନ୍ଦାଙ୍କ ମନରେ ପ୍ରତିକୂଳ ଧାରଣା ସୃଷ୍ଟି କରୁଥିବା କୁହାଯାଉଛି ।  ବିକାଶ ପ୍ରସଙ୍ଗରେ ବିଜେଡ଼ି ନେତା ବିଜେପୁର ଭୋଟରଙ୍କୁ ଭବିଷ୍ୟତ ଦେଖାଉଛନ୍ତି ହେଲେ ବର୍ତ୍ତମାନ ଓ ଅତୀତ କଥା ପଡ଼ିଲେ ମୁହଁ ଜାକି ଦେଉଛନ୍ତି । ଉତ୍କଟ ଜଳ ସମସ୍ୟା ଓ ବୁଣାକାରଙ୍କ ସମସ୍ୟାରେ ଜର୍ଜରିତ ବିଜେପୁରବାସୀଙ୍କ ପାଇଁ ବିଜେଡ଼ି ସରକାର ଆଜି ପର୍ଯ୍ୟନ୍ତ କ’ଣ କରିଛନ୍ତି ପ୍ରଶ୍ନ ସେମାନଙ୍କୁ ଥତମତ କରୁଛି । ତେବେ ଭବିଷ୍ୟତ ପାଇଁ ଆଶ୍ୱାସନା ଓ ପ୍ରତିଶ୍ରୁତିରେ ନେତାମାନେ ଭୋଟରଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ରୀତା ସାହୁଙ୍କ ନିଜସ୍ୱ ବୋଲେ କିଛି ବ୍ରାଣ୍ଡ ନାହିଁ । ଯାହା ଭୋଟ ପାଇବେ କେବଳ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ନାଁରେ ।
ପ୍ରଚାରରେ ବିଜେପି ବିଜେଡ଼ିକୁ ଟକ୍କର ଦେଉଥିଲେ ମଧ୍ୟ ଦଳୀୟ ଏକତାରେ ପ୍ରବଳ ଫାଟ ଦେଖିବାକୁ ମିଳୁଛି । ଦଳର ଅନେକ ନେତା ସେଠି ପ୍ରଚାର ଡେରା ପକାଇଛନ୍ତି । ହେଲେ ସେମାନଙ୍କ ମନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନାହିଁ । ଗତ ପୌର ନିର୍ବାଚନରେ ବିଜେପି ୯୦ ହଜାରରୁ ଅଧିକ ଭୋଟ ପାଇଥିଲା । ହେଲେ ଯେଉଁମାନେ ଏହି ଭୋଟ କରାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବିଜେପିରେ ନାହାନ୍ତି । ନୂଆ ନେତୃତ୍ୱର ହାମବଢ଼ା ନୀତି ସେମାନଙ୍କୁ ଅତିଷ୍ଠ କରିଥିବା କୁହାଯାଉଛି । ଫଳରେ କେତେକ ନିଜକୁ ଦଳରୁ ଦୂରେଇ ରଖିଥିବା ବେଳେ କେତେକ ବିଜେଡ଼ିକୁ ପଳାଇଛନ୍ତି । ଦଳକୁ ନୂଆ ହୋଇ ଆସିଥିବା ଉପକୂଳ ଜିଲ୍ଲାର ୩ ଜଣ ଜୁନିୟର୍ ନେତାଙ୍କ ହାତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ ଥିବାରୁ ଏହା ସ୍ଥାନୀୟ ବରିଷ୍ଠ ନେତା ଓ କର୍ମୀଙ୍କୁ ଖପ୍ପା କରିଛି । ସର୍ବୋପରି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ସ୍ଥାନୀୟ ବିଜେପି ନେତାମାନେ ଗ୍ରହଣ କରିପାରୁନାହାନ୍ତି । ଅଶୋକଙ୍କ ନିଜର ବି ସେଭଳି ପତିଆରା ନାହିଁ । ଓଲଟି ଅଧିକାଂଶ ଭୋଟର ତାଙ୍କ କାର୍ଯ୍ୟଧାରା ଓ ବ୍ୟକ୍ତିତ୍ୱ ଉପରେ ବିମୁଖ ରହିଛନ୍ତି ।
କଂଗ୍ରେସ ପ୍ରଚାରରେ ପଛରେ ପଡ଼ିଥିଲେ ମଧ୍ୟ ପ୍ରଣୟ ସାହୁଙ୍କୁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି । ତାଙ୍କର ବ୍ୟକ୍ତିତ୍ୱ, ପତିଆରା ଓ ସାଂଗଠନିକ ଦକ୍ଷତା ଅନ୍ୟ ଦୁଇ ଦଳର ପ୍ରାର୍ଥୀଙ୍କଠାରୁ ଢ଼େର୍ ଆଗରେ । ତେବେ ଭୋଟ ଦୃଷ୍ଟିରୁ ଏହା କେବଳ ଗାଇସିଲଟ୍ ବ୍ଲକ୍ ରେ ସୀମିତ ରହିଛି । ବିଜେପୁର ଓ ବରପାଲୀରେ ତାଙ୍କ ପ୍ରଭାବ କାମ କରୁନାହିଁ । ସେପଟେ ଗାଇସିଲଟ୍ କୁ ନିଜର ଭୋଟବ୍ୟାଙ୍କ ବୋଲି ଧରିନେଇଥିବା ପ୍ରଣୟ ବିଜେପୁର ଓ ବରପାଲୀକୁ ଅଧିକ ଫୋକସ୍ କରି ନିଜ ଅଞ୍ଚଳକୁ ଉପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏହା ତାଙ୍କ ପାଇଁ ନୂଆ ସମସ୍ୟା ବଢ଼ାଇଲାଣି । ଏହା ପ୍ରଣୟଙ୍କ ପାଇଁ ହୁଏତ ବୁମେରାଂ ହୋଇପାରେ । ସେହିଭଳି ପ୍ରଣୟଙ୍କ ପାଇଁ ରାଜ୍ୟ ନେତୃବର୍ଗଙ୍କ ସେଭଳି ସହଯୋଗ ଦେଖିବାକୁ ମିଳୁନି । ବିଜେପୁର ନିର୍ବାଚନମଣ୍ଡଳୀରେ ଦବଦବା ରଖିଥିବା ବିଧାୟକ ନବ ଦାସଙ୍କ ଭୂମିକାକୁ ନେଇ ଦଳୀୟ କର୍ମୀମାନେ ସନେ୍ଦହ କରୁଛନ୍ତି ।
ଏସବୁକୁ ଦେଖିଲେ ସବୁ ଦଳ ଏବେ ଆଶା ଓ ଆଶଙ୍କାରେ । ହେଲେ ଟଙ୍କା ଦେଇ ନିଜ ସପକ୍ଷରେ ଭୋଟ ହାତେଇବାର ଶେଷ ଉଦ୍ୟମକୁ ବି କେହି ହାତଛଡ଼ା କରୁଥିବା ଜଣାପଡୁନାହିଁ । ଏହି ଉଦ୍ୟମରେ ବିଜେଡ଼ି ଓ ବିଜେପି କଡ଼ା ଟକ୍କରି ଟକ୍କରି ହେଉଥିବା କୁହାଯାଉଛି । ବିଜେପୁରରେ ଟଙ୍କା ଉଡୁଛି ବୋଲି ବି ପ୍ରଚାର ହେଉଛି । ଭୋଟରଙ୍କ ପାଖରେ ନେତାଙ୍କ ରାତି ଅଧିଆ ଅନ୍ଧାର ବିଜେକୁ ନେଇ ବି ଚର୍ଚ୍ଚା ହେଉଛି । ତେବେ ଦୁଇ ଦଳର ନେତାମାନେ ପରଷ୍ପରକୁ ଦୋଷାରୋପ କରୁଥିଲେ ମଧ୍ୟ ଟଙ୍କା ଖେଳରେ ଦୁହେଁ ଉନ୍ନିସ୍-ବିସ୍ ରେ ଥିବା ଚର୍ଚ୍ଚା ହେଉଛି । ତେବେ ଭୋଟର ଦି ଆଡୁ ପଇସା ନେଇ ଠିକ୍ ଲୋକଙ୍କୁ ହିଁ ଭୋଟ ଦେବେ ଯାହା ନିଚ୍ଛକ ବାସ୍ତବତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ।
Previous Post

ଫେସବୁକ୍ ରେ ପ୍ରମାଣ; ଓମପ୍ରକାଶ ବିଜେପୁର ପ୍ରଚାର ମୁଖିଆ

Next Post

କୁତ୍ସିତ ରାଜନୀତି, ତୀବ୍ର ପ୍ରତିକ୍ରିୟା

Next Post
କୁତ୍ସିତ ରାଜନୀତି, ତୀବ୍ର ପ୍ରତିକ୍ରିୟା

କୁତ୍ସିତ ରାଜନୀତି, ତୀବ୍ର ପ୍ରତିକ୍ରିୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA