Saturday, May 9, 2026 01:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁତ୍ସିତ ରାଜନୀତି, ତୀବ୍ର ପ୍ରତିକ୍ରିୟା

by Our Correspondent
21 Feb, 2018- 08:22 AM
in Latest News, Politics
1 min read
0
କୁତ୍ସିତ ରାଜନୀତି, ତୀବ୍ର ପ୍ରତିକ୍ରିୟା
ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫିଙ୍ଗି ଆକ୍ରମଣ ଉଦ୍ୟମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘୃଣିତ କାର୍ଯ୍ୟ ପଛରେ ଯିଏ ବି ଥାଉନାହାନ୍ତି ନା କାହିଁକି ତାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି । ବିଜେପିର ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ବିଜେଡ଼ି ଦାବି କରୁଥିବା ବେଳେ ବିଜେପି ଗାଲୁ ପେଲି ଚାଲିଛି । ସରକାରଙ୍କ ଉପରେ ଜନସାଧାରଣଙ୍କ ଜନଅସନ୍ତୋଷର ଏହା ପ୍ରତିଫଳନ ବୋଲି ଓଲଟା ଆକ୍ଷେପ କରିଛି । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ରାଜେଶ୍ୱରୀ କାମିଲାଙ୍କୁ ଧରି ବିଜେପୁରରେ ନିର୍ବାଚନ ପ୍ରଚାର କରୁଥିବା ବିଜେପିର ସତୀତ୍ୱ ଦାବି ଲୋକ ଜମାରୁ ବିଶ୍ୱାସ କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପଛରେ ବିଜେପି ହିଁ ଖଳନାୟକ ବୋଲି ଲୋକେ ନିଶ୍ଚିତ ହେଲେଣି । ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
କୁମ୍ଭାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକର ନାଁ କାର୍ତ୍ତିକ ମେହେର । ତା ପକେଟରୁ ବିଜେପି ପତାକା ମିଳିଛି । ତା ଘର ପଦ୍ମପୁର ବୋଲି ଜଣାପଡ଼ିଛି । ଲୋକଙ୍କଠାରୁ ନିର୍ଧୂମ ଛେଚା ଖାଇବା ପରେ ପୁଲିସ ନିକଟରେ ନିଜକୁ ନିର୍ଦ୍ଦଳୀୟ ବୋଲି ଦାବି କରୁଛି । ହେଲେ ତା ରଙ୍ଗଢ଼ଙ୍ଗରୁ ସେ ଯେ ଜଣେ ମାନବକର୍ମୀ ତାହା ଜମାରୁ କେହି ବିଶ୍ୱାସ କରିବେନି । ତା କାଣ୍ଡ ପଛରେ ରାଜନୈତିକ ଦଳର ପ୍ରରୋଚନା ସ୍ପଷ୍ଟ ଜଣାପଡୁଛି । ବିଜେପିର ଏହା କୁତ୍ସିତ କାର୍ଯ୍ୟ ବୋଲି ବିଜେଡ଼ି ସିଧାସଳଖ ଅଭିଯୋଗ ଆଣିଛି ।
ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପରେ ବିଜେପୁର ଉପନିର୍ବାଚନ ମାହୋଲ ପୁରା ଗରମ ହୋଇଛି । ବିଜେଡ଼ି କର୍ମାମାନଙ୍କୁ ଏହା ନିରୁତ୍ସାହିତ କରିବା ପରିବର୍ତ୍ତେ ଅଧିକ ଉତ୍ସାହିତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପରେ ବିଜେପି ଗଡ଼ କୁହାଯାଉଥିବା କୁମ୍ଭାରୀ ଗାଁକୁ ମୁଖ୍ୟମନ୍ତ୍ରୀ ଯାଇ ଲୋକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ବିଭୋର ହୋଇପଡ଼ିଥିଲେ । ଆକ୍ରମଣ ଉଦ୍ୟମ ପ୍ରତିବାଦସ୍ୱରୂପ ଗାଁ ଲୋକେ ଅନ୍ନ ତ୍ୟାଗ କରିଥିଲେ । ଖାଲି ସେତିକି ନୁହେଁ, ବିଜେଡ଼ି ଛଡ଼ା ଅନ୍ୟ କେଉଁ ଦଳକୁ ଗାଁରେ ପ୍ରଚାର କରିବାକୁ ଦେବେନି ବୋଲି ଶପଥ ନେଇଥିଲେ । ଏହି ଘଟଣା ସମଗ୍ର ବିଜେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡ଼ି କର୍ମୀଙ୍କୁ ଉତ୍ସାହିତ କରିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଦିନ ପ୍ରଚାର ପାଇଁ ବିଜେଡ଼ି କର୍ମୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି ।
Previous Post

ବିଜେପୁର ବାସ୍ତବତା

Next Post

କାହା ଚାପରେ କିଏ ଚେପା ?

Next Post
କାହା ଚାପରେ କିଏ ଚେପା ?

କାହା ଚାପରେ କିଏ ଚେପା ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA