Monday, May 25, 2026 10:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି

by Our Correspondent
04 Mar, 2018- 08:31 PM
in Latest News, Politics
1 min read
0
ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି
ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ଏଣିକି ଟିଭି କ୍ୟାମେରା ଦେଖିଲେ ଏଣୁତେଣୁ ଗପି ନ ପାରନ୍ତି । ବିଜେଡ଼ି କି ସୁପ୍ରିମୋଙ୍କ କାର୍ଯ୍ୟକଳାପକୁ ଅଙ୍ଗୁଳି ଉଠାଇ ଢ଼ଗ ଛାଡ଼ି ନ ପାରନ୍ତି । ତୁଣ୍ଡରେ ବାଡ଼ବତା ନ ଥିବା ଦାମଙ୍କ ପାଇଁ ଏକ ମହୌଷଧି ଛାଡ଼ିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ସେ ବିଧିବଦ୍ଧ ଭାବେ ଦଳୀୟ ଫୋରମ୍ କୁ ଆଣି ଉଚ୍ଚ ପଦବୀ ଦେଇଛନ୍ତି । ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଆଜି ତାଙ୍କୁ ନିଯୁକ୍ତ କରିଛନ୍ତି । ନିଜର ଉତ୍ତରାଧିକାରୀ ଭାବେ ପୁଅ ସମ୍ବିତଙ୍କୁ ଥଇଥାନ କରିବାକୁ ଦାମ ମନ କରିଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ନିଜର କାର୍ଯ୍ୟକଳାପ ସକାଶେ ପୁଅର ଭବିଷ୍ୟତ ଆଶଙ୍କାରେ ଥିଲା । ମଝିରେ ମଝିରେ ଟିଭି ଆଗରେ ଦାମଙ୍କ ବିଜେଡ଼ି ବିରୋଧୀ କଟୁକ୍ତି ଏହି ଆଶଙ୍କାକୁ ମଜବୁତ କରୁଥିଲା । ମାତ୍ର ସେହି ଆଶଙ୍କା ଦୂର ହୋଇଛି । ଦାମଙ୍କୁ ଖୁସି ରଖି ତାଙ୍କ ତୁଣ୍ଡ ବନ୍ଦ କରିବାକୁ ନବୀନ ଶେଷରେ ଚାଲ୍ ଖେଳିଛନ୍ତି ।
ନିଜର ତୁଣ୍ଡ ପାଇଁ ମନ୍ତ୍ରୀପଦ ହରାଇଥିବା ଦାମଙ୍କର ଏବେ ଦଳରେ ଅସ୍ତିତ୍ୱ ନାହିଁ କହିଲେ ଚଳେ । ମନ୍ତ୍ରୀପଦ ସାଙ୍ଗକୁ ଦଳର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ତାଙ୍କୁ ହଟାଇ ଦିଆଯାଇଛି । ନିଜର ଏଭଳି ଅବସ୍ଥା ପାଇଁ ସେ ଯେତିକି ବିଚଳିତ ନ ଥିଲେ ପୁଅ ସମ୍ବିତଙ୍କ ଭବିଷ୍ୟତ ତାଙ୍କୁ ଅଧିକ ବିଚଳିତ କରୁଥିଲା । ତେବେ ଗତ ଡିସେମ୍ବର ୨୬ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସ ଅବସରରେ ସମ୍ବିତ ଦଳର ମୁଖିଆଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବେଶ୍ କସରତ୍ କରିଥିଲେ । ପାରାଦ୍ୱୀପରୁ ହଜାର ହଜାର କର୍ମୀଙ୍କୁ ସାଙ୍ଗରେ ପୁରୀ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦଳ ବିରୋଧରେ ପାଟି ନ ଖୋଲିବାକୁ ବାପାଙ୍କୁ ସେ ବାରମ୍ବାର ତାଗିଦ୍ ମଧ୍ୟ କରୁଥିଲେ । ହେଲେ ଟଭି କ୍ୟାମେରା ଦେଖିଲେ ବାପାଙ୍କ ତୁଣ୍ଡରେ ବ୍ରେକ୍ ରହୁ ନ ଥିବାରୁ ସମ୍ବିତ ବିରକ୍ତ ହେଉଥିଲେ । ଏହାକୁ ନେଇ ତାଙ୍କ ପରିବାରରେ କୁଆଡ଼େ ଅଶାନ୍ତି ସୃଷ୍ଟି ହୋଇଥିଲା । ବାପାଙ୍କ ସ୍ୱଭାବ ବଦଳାଇବାରେ ବିଫଳ ସମ୍ବିତ ଅଭିମାନରେ କଥାବାର୍ତ୍ତା ବନ୍ଦ କରିଦେଇଥିବା ତାଙ୍କ ବନ୍ଧୁ ମହଲରୁ ଜଣାପଡ଼ିଛି । ତେବେ ସେ ଯାହା ହେଉ, ପୁଅଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ମଲ୍ ପ୍ୟାକେଜ୍ ଦାମଙ୍କ ପାଟି ଚୁପ୍ କରାଇବାରେ ନିଶ୍ଚିତ ସହାୟକ ହେବ ବୋଲି କୁହାଯାଉଛି ।
ନବୀନ ନିବାସ ସୂତ୍ରର ଖବର ଅନୁଯାୟୀ, ସାଧାରଣ ନିର୍ବାଚନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଏବେ ଦଳକୁ ସଜାଡ଼ିବା କାମରେ ନିଜେ ସିରିୟସ୍ ହୋଇଛନ୍ତି । ସେ କେତେବେଳେ କେଉଁ ନିଷ୍ପତ୍ତି ନେଉଛନ୍ତି ତାହାର ସୁରାକ୍ ମିଳୁନାହିଁ । ଦଳ ପାଇଁ ଆସେଟ୍ ଭାବୁଥିବା ନେତାଙ୍କୁ ଉତ୍ସାହିତ କରିବାକୁ ଗୁଡ଼ାଏ ଯୋଜନା ହାତକୁ ନେଇଛନ୍ତି । ବିଜେପୁରରେ ଦଳକୁ ବିରାଟ ବ୍ୟବଧାନରେ ବିଜୟର ଟୀକା ପିନ୍ଧାଇବାର ଶ୍ରେୟ ଯାଉଥିବା ମନ୍ତ୍ରୀ ନିରଂଜନ ପୂଜାରୀ, ସୁଶାନ୍ତ ସିଂ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇ ପୁରସ୍କୃତ କରିଛନ୍ତି । ବିଜୟର ଶ୍ରେୟ ରଖିଥିବା ୪ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଡ. ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଂଜୟ ଦାସବର୍ମାଙ୍କୁ ମଧ୍ୟ ସେ ପୁରସ୍କୃତ କରି ଅଧିକ ଉତ୍ସାହିତ କରିବାକୁ ଯୋଜନା କରିଥିବା କୁହାଯାଉଛି । ଆଗକୁ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ଏହି ୪ ଯୁବନେତାଙ୍କୁ ପୁଣି ମନ୍ତ୍ରୀ ପଦ ଫେରାଇ ପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି ।
Previous Post

ଜୁଏଲ୍ ଙ୍କ ଏଣ୍ଟ୍ରି, ଧର୍ମେନ୍ଦ୍ର ସାଇଡଲାଇନଡ୍ ?

Next Post

ବିଜେଡ଼ି ମିଶ୍ରଣ ପର୍ବ ସସପେନସ୍

Next Post
ବିଜେଡ଼ି ମିଶ୍ରଣ ପର୍ବ ସସପେନସ୍

ବିଜେଡ଼ି ମିଶ୍ରଣ ପର୍ବ ସସପେନସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA