Monday, May 25, 2026 09:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୁଏଲ୍ ଙ୍କ ଏଣ୍ଟ୍ରି, ଧର୍ମେନ୍ଦ୍ର ସାଇଡଲାଇନଡ୍ ?

by Our Correspondent
04 Mar, 2018- 02:24 PM
in Latest News, Politics
1 min read
0
ଜୁଏଲ୍ ଙ୍କ ଏଣ୍ଟ୍ରି, ଧର୍ମେନ୍ଦ୍ର ସାଇଡଲାଇନଡ୍ ?
ଭୁୁବନେଶ୍ୱର: ଓଡ଼ିଶାରେ ବିଜେପିର ଅଘୋଷିତ ନେତୃତ୍ୱ ଦାୟିତ୍ୱରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଇଡଲାଇନ କରାଯାଇଥିବା ଚର୍ଚ୍ଚା ଜୋର୍ ହୋଇଛି । ଧର୍ମେନ୍ଦ୍ରଙ୍କ ପତିଆରାର ପରୀକ୍ଷା ଥିଲା ବିଜେପୁର ଉପନିର୍ବାଚନ । ମାତ୍ର ସେଥିରେ ସେ ଫେଲ୍ ମାରିଲେ । ତାଙ୍କ ପତିଆରା କ୍ଷତାକ୍ତ ହେଲା । କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ଉପରେ ଆସ୍ଥା ହରାଇଥିବା ଚର୍ଚ୍ଚା ଚାଲିଥିବା ବେଳେ ଆଜିର ଦୁଇଟି ଘଟଣା ଏହି ଚର୍ଚ୍ଚାରେ ଦାନା ଧରାଇଛି । ଗୋଟିଏ ହେଲା, ତ୍ରିପୁରାରେ ସରକାର ଗଠନ ପାଇଁ ଜୁଏଲ୍ ଓରାମ୍ ଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିବା ଏବଂ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି ଭୁବନେଶ୍ୱର ପାର୍ଟି ଅଫିସରେ ଜୁଏଲ୍ ଓରାମ୍ ଓ କନକ ବର୍ଦ୍ଧନ ସିଂହଦେଓ ପ୍ରେସ୍ ମିଟ୍ କରି ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିବା ।
୨୦୧୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ବୋଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଉଛି । କଳେ ବଳେ ଦଳୀୟ ଚାବୁକ୍ କୁ ସେ ହାତରେ ରଖିଛନ୍ତି । ତାଙ୍କ ବିନା ଏଠି ପତ୍ର ହଲୁନି । ପ୍ରଚାର ଓ ପ୍ରସାରରେ ଧର୍ମେନ୍ଦ୍ର ଓ ତାଙ୍କର ହାତଗଣତି ବାହିନୀଙ୍କୁ ଦେଖିବାକୁ ମିଳୁଛି । ପାର୍ଟି ଅଫିସ୍ ସେମାନଙ୍କ ଦ୍ୱାରା ହିଁ କବଳିତ ରହିଛି । ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ନହେଲେ ତାଙ୍କ ସହଯୋଗୀମାନେ ପ୍ରେସମିଟ୍ କରୁଥିଲେ । ମାତ୍ର ବିଜେପୁର ଫଳ ବାହାରିବା ପରଠୁ ନା ପ୍ରେସ୍ ମିଟ୍ ହଉଛି ନା ଧର୍ମେନ୍ଦ୍ର ବାହିନୀଙ୍କ ଦେଖା ମିଳୁଛି । ୪ ଦିନର ନିରବତା ପରେ ଆଜି ପାର୍ଟି ଅଫିସରେ ଦଳର ପ୍ରେସ୍ ମିଟ୍ ହୋଇଥିଲା ହେଲେ ସେଥିରେ ନଥିଲେ ଧର୍ମେନ୍ଦ୍ର । ତାଙ୍କ ଜାଗା ନେଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବି ଥିଲେ ଜୁଏଲ୍ ଙ୍କ ସାଙ୍ଗରେ । ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର ସଜ୍ଜନ ଶର୍ମା ଓ ସମୀର ମହାନ୍ତିଙ୍କୁ ଜୁଏଲ୍ ପ୍ରେସମିଟ୍ ରେ ନାଁକୁ ମାତ୍ର ବସାଇଥିଲେ । ତ୍ରିପୁରାରେ ମାଣିକ ସରକାରଙ୍କୁ ପରାସ୍ତ କଲୁ, ଓଡ଼ିଶାରେ ନବୀନଙ୍କୁ ପରାସ୍ତ କରିବୁ ବୋଲି ଦମ୍ଭ ଦେଖାଇଥିଲେ ଜୁଏଲ୍ । ମୋଟାମୋଟି ଭାବେ ଉତ୍ତର ପୂର୍ବାଂଚଳରେ ବିଜେପିର ବାଜିମାତ୍ ପରେ ଦିଲ୍ଲୀରେ ଅମିତ୍ ଶାହା ଯେଉଁ ମନ୍ତବ୍ୟ ଦେଇଥିଲେ ଏଠି ଜୁଏଲ୍ ଙ୍କ ପାଟିରେ କୁହାଇଲେ ।
ସେ ଯାହାହେଉ, ଓଡ଼ିଶାରେ ମିସନ୍ ୧୨୦ ପ୍ଲସ୍ ଯୁଦ୍ଧର ସେନାପତି ସାଜିଥିବା ଧର୍ମେନ୍ଦ୍ରଙ୍କର ବିଜେପୁର ଫଳ ପରବର୍ତ୍ତୀ ଅନୁପସ୍ଥିତି ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି । ଏକ ସୂତ୍ରର ସୂଚନା ଅନୁଯାୟୀ, ବିଜେପୁରରେ ଦଳର ଶୋଚନୀୟ ପରାସ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଉପରେ ଦଳୀୟ ନେତୃତ୍ୱ କ୍ଷୁବ୍ଧ ହୋଇଛନ୍ତି । ଅମିତ୍ ଶାହା ତାଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ଓଡ଼ିଶାରେ ଦଳକୁ ନେତୃତ୍ୱ ଦେବାରେ ଧର୍ମେନ୍ଦ୍ର ଯେ ଅକ୍ଷମ ତାହା କେନ୍ଦ୍ରୀୟ ନେତୃତ୍ୱ ବୁଝିଗଲେଣି । ନିର୍ବାଚନ ଜିଣିବା ପାଇଁ ଜରୁରୀ ଥିବା ସଂଗଠନ ଓ ରଣକୌଶଳ ଛାଡ଼ି ଧର୍ମେନ୍ଦ୍ର କେବଳ ଅର୍ଥବଳର ସାହାରା ନେଉଥିବା ସେମାନଙ୍କର ଅନୁଭବ ହୋଇଛି । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ସଂଗଠନ କୌଣସି ଅଗ୍ରଗତି କରିନାହିଁ । ବରଂ ତାଙ୍କର ଉଚ୍ଚାରଣ ଓ ଆଚରଣ ଦଳ ପ୍ରତି ଲୋକଙ୍କର ବିତୃଷ୍ଣା ଭାବ ସୃଷ୍ଟି କରିଛି । ସୁତରାଂ ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ସାଧାରଣ ନିର୍ବାଚନ ସାମନା କରିବାକୁ ନେତୃତ୍ୱ ଆଉ ଚାହୁଁନାହାନ୍ତି । ଅନ୍ୟ ବିକଳ୍ପ ଖୋଜିବା ଯାଏଁ ଜୁଏଲ୍ ଙ୍କୁ ସାମନାରେ ରଖି ଦଳୀୟ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବାକୁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଓଡ଼ିଶାରେ ୧୨୦ ସିଟ୍ ର ସ୍ୱପ୍ନ ଦେଖୁଥିବା ବିଜେପିକୁ ବିଜେପୁର ଫଳ ଶକ୍ତ ଆଘାତ ଦେଇଛି । ୧୨୦ ସିଟ୍ ସରଗର ଚାନ୍ଦ ଭଳି ହୋଇଯାଇଛି । ଗତକାଲି ଦିଲ୍ଲୀରେ ଅମିତ୍ ଶାହା ପରୋକ୍ଷରେ ତାହା ସ୍ୱୀକାର କରିଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ବିଜେପି କ୍ଷମତା ଦଖଲ ନ କଲା ପର୍ଯ୍ୟନ୍ତ ଦଳ ପାଇଁ ସୁବର୍ଣ୍ଣ ଯୁବ ଆସିବନି କହି ତିନିଟି ଯାକ ରାଜ୍ୟରେ କ୍ଷମତା ହାସଲ କରିବା କଷ୍ଟକର ବୋଲି ସୂଚେଇ ଦେଇଛନ୍ତି ।
ତେବେ ଧର୍ମେନ୍ଦ୍ରଙ୍କୁ ବାଦ୍ ଦେଲେ ଅମିତ୍ ଶାହାଙ୍କ ଓଡ଼ିଶା କ୍ଷମତା ଦଖଲ ଦମ୍ଭକୁ କିଏ ସମ୍ଭାଳିବେ ଏବଂ ନବୀନଙ୍କ ବିକଳ୍ପ ଭାବେ କିଏ ଉଭା ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଜୁଏଲ୍ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁ ନେବାକୁ ପସନ୍ଦ କରିନାହାନ୍ତି । ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ସେ କହିଛନ୍ତି ।
Previous Post

ବିଜେପୁର: କଂଗ୍ରେସର ୧୫ ଲକ୍ଷ ଦଳୀୟ ପାଣ୍ଠିରୁ ୪ ଲକ୍ଷ ହଡ଼ପ୍ !

Next Post

ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି

Next Post
ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି

ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA