Monday, May 25, 2026 03:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୬ ଘଣ୍ଟାର ବିଜେଡ଼ିରୁ ୬ ବର୍ଷର ଦିଲ୍ଲୀଗାଦି

by Our Correspondent
07 Mar, 2018- 07:38 PM
in Latest News, Politics
1 min read
0
୬ ଘଣ୍ଟାର ବିଜେଡ଼ିରୁ ୬ ବର୍ଷର ଦିଲ୍ଲୀଗାଦି
ଭୁବନେଶ୍ୱର: ଦୀର୍ଘ ୧୮ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ଧ୍ୱଜା ଉଡ଼ାଉଥିଲେ । ନବୀନ ସରକାର ଦୁର୍ନୀତି ଓ କୁଶାସନରେ ବୁଡ଼ି ରହିଛନ୍ତି କହି ସାରା ରାଜ୍ୟରେ ଭାଷଣବାଜି କରୁଥିଲେ । ନବୀନଙ୍କ ଶାସନରେ ଅତିଷ୍ଠ ହୋଇ ଓଡ଼ିଶା ଛାଡ଼ିଦେବାକୁ ଚିନ୍ତା କରୁଥିଲେ । ମାତ୍ର ସେହି ବ୍ୟକ୍ତି ହଠାତ୍ ନବୀନଙ୍କ ଆର୍ଶିବାଦ ପାଇବାକୁ ବ୍ୟାକୁଳ ହୋଇଛନ୍ତି । ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଆଜିର ଚର୍ଚ୍ଚିତ ସେହି ବ୍ୟକ୍ତିଜଣଙ୍କ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ଦିନ ୧୧ଟାରେ ନବୀନ ନିବାସ ଆସି ନବୀନଙ୍କ ହାତ ଧରିଲେ । ଅପରାହ୍ନ ୫ଟାରେ ରାଜ୍ୟସଭା ଟିକେଟ୍ ପାଇଲେ । ବିଜେଡ଼ିରେ ମାତ୍ର ୬ ଘଣ୍ଟାର ଯାତ୍ରାରେ ୬ ବର୍ଷ ପାଇଁ ଦିଲ୍ଲୀ ଗାଦି ମାରିନେଲେ ।
ସୌମ୍ୟ ଖାଲି ଏକା ନୁହଁନ୍ତି ଡ. ଅଚ୍ୟୁତ ସାମନ୍ତଙ୍କ କ୍ଷେତ୍ରରେ ବି ସେୟା । ତେବେ ଅଚ୍ୟୁତଙ୍କ କ୍ଷେତ୍ରରେ ବିଜେଡ଼ିକୁ ସେଭଳି ସମାଲୋଚନା ହେଉ ନ ଥିଲା ବେଳେ ସୌମ୍ୟଙ୍କ ପାଇଁ ବିଜେଡ଼ି ଭୀଷଣ ସମାଲୋଚନାର ଶିକାର ହେଉଛି । ଅର୍ଥାତ୍ ଅଚ୍ୟୁତଙ୍କ ଗ୍ରହଣୀୟତା ସୌମ୍ୟଙ୍କ ପାଖରେ ନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ଅଚ୍ୟୁତ ବିଜେଡ଼ି ପାଇଁ ଆସେଟ୍ ହୋଇପାରନ୍ତି, କିନ୍ତୁ ସୌମ୍ୟ ନୁହଁନ୍ତି । ଅଚ୍ୟୁତଙ୍କର ଆଦିବାସୀ ଭୋଟବ୍ୟାଙ୍କ ଉପରେ ଦଖଲ ଅଛି । ଦିଲ୍ଲୀ ଓ ଆର୍ନ୍ତଜାତୀୟସ୍ତରରେ ଭୀଷଣ ନେଟୱାର୍କିଂ ଅଛି । ଏହା ନିଶ୍ଚିତ ଭାବେ ବିଜେଡ଼ିକୁ ସହାୟକ ହେବ । ଅପରପକ୍ଷେ ସୌମ୍ୟ ଜଣେ ବୁଦ୍ଧିଜୀବୀ ଓ ସଂଗଠକ ହୋଇଥିଲେ ବି ତାଙ୍କ ପଛରେ ଲାଗିଥିବା ଦୁର୍ନାମ, ତାଙ୍କର ଅହଂକାର, ଅନିଶ୍ଚିତ ଆଭିମୁଖ୍ୟ ଓ ଉଚ୍ଚାଭିଳାଷୀ ବିଜେଡ଼ିକୁ ମହଙ୍ଗା ପଡ଼ିପାରେ ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ସୌମ୍ୟଙ୍କୁ ଦଳରେ ନେଇ ରାଜ୍ୟସଭା ଟିକେଟ୍ ଦେବା ପଛରେ ବିଜେଡ଼ିର ଲୋଭ ତାଙ୍କ ମିଡ଼ିଆ ହାଉସ୍ । ସୌମ୍ୟଙ୍କ ବଡ଼ ମିଡ଼ିଆକୁ ହାତରେ ରଖିବାର ଗୁଲି ଖାଇଛି ବିଜେଡ଼ି । ବୈଜୟନ୍ତ ପଣ୍ଡାଙ୍କ ମିଡ଼ିଆ ପାୱାରକୁ କାଉଣ୍ଟର କରିବା ହିଁ ଏକମାତ୍ର ଲକ୍ଷ୍ୟ । ତେବେ ବିଜେଡ଼ିର ଲକ୍ଷ୍ୟ ସେ ସାଧିତ ହେବ ତାହାକୁ ଅନେକ ସନ୍ଦେହରେ ଦେଖିଛନ୍ତି । କାରଣ ସୌମ୍ୟଙ୍କୁ ଅତି ନିକଟରୁ ଜାଣିଥିବା ବ୍ୟକ୍ତିମାନେ ତାଙ୍କର ଭୟଙ୍କର ହାମବଡ଼ା ଓ ଅବିଶ୍ୱନୀୟ ଆଚରଣ ସମ୍ପର୍କରେ ଜାଣନ୍ତି । ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ି ଭିଲିଆନ୍ ଭାବୁଥିଲେ ସୌମ୍ୟ ତାଙ୍କର ଜେଜେବାବା ବୋଲି ଅନେକ ଆକ୍ଷେପ କରିଛନ୍ତି ।
ଚର୍ଚ୍ଚା ଅନୁଯାୟୀ, ସୌମ୍ୟଙ୍କୁ ନେଇଥିବା ବିଜେଡ଼ିକୁ ବଡ଼ ଘାଟା ହେବ ତାଙ୍କ ପରିବାରର ଛାପ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୌମ୍ୟ ଖାଲି ଜୋଇଁ ନୁହଁନ୍ତି ବରଂ ପଟ୍ଟନାୟକ ପରିବାରର ତାଙ୍କୁ ଜଣେ ବଡ଼ ଭାଗିଦାର ଭାବେ ଗଣାଯାଏ । ବିଜୁ ବାବୁଙ୍କ ଜନତା ଦଳଠାରୁ ଆରମ୍ଭ କରି ନବୀନ ବାବୁଙ୍କ ବିଜୁ ଜନତା ଦଳର ଲଢ଼େଇ ଏହି ପଟ୍ଟନାୟକ ପରିବାର ସହ । ପଟ୍ଟନାୟକ ପରିବାରର କୁଶାସନ ଓ କଳଙ୍କର ଦ୍ୱାହି ଦେଇ ଲୋକଙ୍କ ଭୋଟ ପାଇଚାଲିଛି ବିଜେଡ଼ି । ସୁତରାଂ ବିଜେଡ଼ି ପାଇଁ ପଟ୍ଟନାୟକ ପରିବାର ସବୁବେଳେ ଖଳନାୟକ ହୋଇରହିଛି । ତେବେ ସେହି ପରିବାରର ଦାୟାଦ କୁହାଯାଉଥିବା ସୌମ୍ୟଙ୍କୁ ବିଜେଡ଼ି କୋଳକୁ ଆଣି ରାଜ୍ୟସଭା ଗାଦିରେ ବସାଇବା ଖୋଦ୍ ଦଳର ଅନେକ ନେତାଙ୍କୁ ଅତିଷ୍ଠ କରିଛି । ‘ଯେଉଁ ବ୍ୟକ୍ତି ବର୍ଷ ବର୍ଷ ଧରି ନବୀନଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ ଏବେ ସେହି ବ୍ୟକ୍ତିଙ୍କୁ ନବୀନ ନିମିଷକ ମଧ୍ୟରେ ରାଜ୍ୟସଭା ଚଉକି ଦେଇ ଆମକୁ ଭକୁଆ ବନେଇଛନ୍ତି’ ବୋଲି ବିଜେଡ଼ିର ଜଣେ ଆଶାୟୀ ରାଜ୍ୟସଭା ପ୍ରାର୍ଥୀ କ୍ଷଭୋକ୍ତି ପ୍ରକାଶ କରିଛନ୍ତି ।
ସେପଟେ ସୌମ୍ୟଙ୍କୁ ବିଜେଡ଼ିକୁ ଆଣିବା ପଛରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଭୂମିକା ଚର୍ଚ୍ଚାକୁ ଆସିଛି । ସୌମ୍ୟଙ୍କ ପାଇଁ ନବୀନଙ୍କୁ ମନେଇବାରେ ସେମାନଙ୍କର ମୁଖ୍ୟ ଭୂମିକା ରହିଥିବା କୁହାଯାଉଛି । ଦୁଇଦିନ କାଳ ସୌମ୍ୟଙ୍କ ସହ ଏହି ଦୁଇନେତାଙ୍କ ନିଭୃତ ଆଲୋଚନା ଓ ମୂଲଚାଲ ଦଳର ଅନ୍ୟନେତାଙ୍କୁ କ୍ଷୁବ୍ଧ କରିଛି । ଏହି ରଣନୀତିକୁ ସେମାନେ ନାପସନ୍ଦ କରି ଦଳ ପାଇଁ ବୋଝ ଆଣିଲେ ବୋଲି ସମାଲୋଚନା କରିଛନ୍ତି । ଆଗକୁ ଏହା ବିଦ୍ରୋହର ରୂପ ନେଇପାରେ ବୋଲି ସେମାନେ ସତର୍କ କରାଇଛନ୍ତି ।
Previous Post

ରାଜ୍ୟସଭା ପ୍ରାର୍ଥୀ ଘୋଷିତ: ପ୍ରଶାନ୍ତ, ସୌମ୍ୟ ଓ ଅଚ୍ୟୁତ

Next Post

ସୌମ୍ୟ ପଟ୍ଟନାୟକଙ୍କ ପୁରୁଣା ଭିଡ଼ିଓ ଭାଇରାଲ୍

Next Post

ସୌମ୍ୟ ପଟ୍ଟନାୟକଙ୍କ ପୁରୁଣା ଭିଡ଼ିଓ ଭାଇରାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA