Monday, May 25, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟ ପଟ୍ଟନାୟକଙ୍କ ପୁରୁଣା ଭିଡ଼ିଓ ଭାଇରାଲ୍

by Our Correspondent
08 Mar, 2018- 09:55 AM
in Latest News, Politics
1 min read
0
ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଦୁଇଟି ପୁରୁଣା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ସାଂଘାତିକ ଭାବେ ଭାଇରାଲ୍ ହୋଇଛି । ପ୍ରଥମଟି ଜୀ କଳିଙ୍ଗ ଟିଭିକୁ ସେ ଦେଇଥିବା ଏକ ସାକ୍ଷାତକାର ଏବଂ ଭୁବନେଶ୍ୱରରେ ତାଙ୍କ ନେତୃତ୍ୱରେ ଚାଷୀ ଆନ୍ଦୋଳନ ସମୟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର । ଜୀ କଳିଙ୍ଗର ତତ୍କାଳୀନ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ଦେଇଥିବା ସାକ୍ଷାତକାରର କିୟଂଦଶ ଆମେ ଏଠାରେ ଅବିକଳ ଉଲ୍ଲେଖ କରୁଛୁ ।
“ମୁଁ ଯଦି କାଲି ନବୀନବାବୁଙ୍କ ସହିତ ହାତ ମିଳେଇବି, କ’ଣ କହିକି ଲୋକଙ୍କୁ ମୁଁ ହାତ ମିଳେଇବି ? ମୁଁ ତ ନବୀନବାବୁଙ୍କୁ ପ୍ରଭାବିତ କରିପାରିବିନି ଯେ ଓଡ଼ିଶା ପାଇଁ କିଛି ଭଲ କର । ମୁଁ ତାଙ୍କୁ ଓଡ଼ିଆ ଶିଖେଇ ମଧ୍ୟ ପାରିବିନି । ଲୋକେ କିନ୍ତୁ କ’ଣ କହିବେ ? ସୌମ୍ୟବାବୁ.. ତୁମେ ବି ସେଥିରେ ବିକ୍ରି ହେଇଗଲ ? ଏକଥା ତ କହିବେ.. । ଏଇଥିପାଇଁ ଆମକୁ ବି ବେଳେ ବେଳେ ଓଡ଼ିଶା ଛାଡ଼ି ଚାଲିଯିବାକୁ ଇଚ୍ଛା ହୁଏ । ଯେଉଁ ଓଡ଼ିଶାରେ ଆମେ ଅଛୁ, ଯେଉଁ ଭାଷା ପାଇଁ ପ୍ରଦେଶଟି ହେଲା, ସେହି ଓଡ଼ିଶାର ମୁଖ୍ୟମନ୍ତ୍ରୀଟି ସିଧା ଓଡ଼ିଆ କହିପାରୁନି..ମୁଁ କିଛି କରିପାରୁନି । ଓଡ଼ିଶାର ପରିବର୍ତ୍ତନ ପାଇଁ ଏତେ ସୁଯୋଗ ମିଳିଲା ଆମେ କିଛି କଲେ ନାହିଁ । ଭେଣ୍ଡା ଟୋକାମାନେ ଭତ୍ତା ନେଇଯାଉଛନ୍ତି । ସଧବାମାନେ ବିଧବା ହେଇଯାଉଛନ୍ତି । ଦୁର୍ନୀତି ସର୍ବଗ୍ରାସୀ ହେଲାଣି । ବର୍ତ୍ତମାନ ଦୁର୍ନୀତି ଏକ ଅଭ୍ୟାସରେ ପରିଣତ ହେଇଗଲାଣି ।”
ସେହିଭଳି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କିଛି ମାସ ତଳେ ଭୁବନେଶ୍ୱରରେ ଆୟୋଜିତ ଚାଷୀ ଆନ୍ଦୋଳନ ବେଳେ ଏହାର ଉପଦେଷ୍ଟା ସୌମ୍ୟରଞ୍ଜନଙ୍କୁ ପୁଲିସ ଗିରଫ କରିଥିଲା । ପୁଲିସ ଭ୍ୟାନ୍ ଭିତରୁ ସେ ଗଣମାଧ୍ୟମକୁ ଯେଉଁ ବିବୃତି ଦେଇଥିଲେ ତାହା ଅବିକଳ ଉଲ୍ଲେଖ କରୁଛୁ ।
“ସରକାର ଭୟ କରୁଛନ୍ତି ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ମୁଁ ତ ଭାବେ ଯୋ ଡରଗୟା ୱ ମରଗୟା । ନବୀନବାବୁଙ୍କର ଆତ୍ମାର ମୁଁ ସଦଗତି କରିବି ଆଉ କିଛି ଦିନ ପରେ । ପ୍ରତ୍ୟକ ଘରେ ସତ୍ୟାଗ୍ରହ ହେବ । ପ୍ରତି ଚାଷୀ ପରିବାରରେ ସତ୍ୟାଗ୍ରହ ହେବ । ନବୀନ ସରକାରର ଆତ୍ମାର ସଦଗତି କାମନା କରିବା ପାଇଁ ସତ୍ୟାଗ୍ରହ ହେବ ।”
ସୌମ୍ୟ ପଟ୍ଟନାୟକଙ୍କର ଏହି ଦୁଇଟି ଭିଡ଼ିଓ କ୍ଲିପିଂସ୍ ଏବେ ଟୁଇଟର, ଫେସବୁକ୍ ଓ ହ୍ୱାଟସଅପ୍ ରେ ଅସମ୍ଭବ ଭାବେ ଭାଇରାଲ୍ ହୋଇଛି । ରାଜ୍ୟର ବିଭିନ୍ନ ସହର ଓ ଗାଁଗଣ୍ଡାକୁ ଏହା ବ୍ୟାପିଯାଇଛି । ଯୋଉ ମୁହଁରେ ସେ ନବୀନଙ୍କ ଶାସନରେ ନିଜକୁ ଅତିଷ୍ଠ ମନେ କରୁଥିଲେ, ସେ ଓଡ଼ିଆ କହି ନ ପାରିବାର ଦୁଃଖରେ ଭାଙ୍ଗି ପଡୁଥିଲେ, ନବୀନସରକାରଙ୍କ ଅରାଜକତା ଓ ଦୁର୍ନୀତିରେ ଅସହ୍ୟବୋଧ କରି ଓଡ଼ିଶା ଛାଡ଼ି ଚାଲିଯିବାକୁ ଚିନ୍ତା କରୁଥିଲେ, ନବୀନ ସରକାରଙ୍କୁ ମାରି ସେହି ଆତ୍ମାର ସଦଗତି କାମନା କରୁଥିଲେ ସେହି ସୌମ୍ୟ ପଟ୍ଟନାୟକ ହଠାତ୍ ନବୀନଙ୍କ ଗୋଡ଼ଧରି ରାଜ୍ୟସଭା ଟିକେଟ୍ ନେଇଥିବାରୁ ସୋସିଆଲ୍ ମିଡ଼ିଆରେ କଟୁ ସମାଲୋଚନା ଛାଇ ହୋଇଯାଇଛି ।
ନିଜକୁ ସ୍ୱାଭିମାନର ପ୍ରତୀକ ଦେଖାଇ ଗୋପବନ୍ଧୁ ଦାସଙ୍କ ଦ୍ୱିତୀୟ ଅବତାର ବୋଲାଉଥିବା ସୌମ୍ୟଙ୍କର ଅସଲ ଚେହେରାକୁ ଭାଷା ଅଭାଷାରେ ସମାଲୋଚନା କରାଯାଉଛି । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ କିଭଳି କୋଳେଇଲେ ଏବଂ ୬ ଘଣ୍ଟାରେ ରାଜ୍ୟସଭା ଟିକେଟ୍ ଦେଇଦେଲେ ତାହା ମଧ୍ୟ ସାଧାରଣ ଲୋକଙ୍କୁ ବିସ୍ମିତ କରିଛି । ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଅନେକ ଲୋକଙ୍କୁ ଏହା ଖାଲି ବିଚଳିତ କରିନି ବରଂ ମନରେ ବିତୃଷ୍ଣା ଭାବ ସୃଷ୍ଟି କରିଛି ।
Previous Post

୬ ଘଣ୍ଟାର ବିଜେଡ଼ିରୁ ୬ ବର୍ଷର ଦିଲ୍ଲୀଗାଦି

Next Post

ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଲା

Next Post
ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଲା

ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA