Monday, May 25, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?

by Our Correspondent
12 Mar, 2018- 03:42 PM
in Latest News, News
1 min read
0
ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?
ଭୁବନେଶ୍ୱର: ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆମରଣ ଅନଶନ ଓ ସତ୍ୟାଗ୍ରହ । ଲୋୟର ପିଏମଜିରେ ଆସି ବସିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଚାଷୀ । ନିଜର ଅଧିକାର ହାସଲ ଦାବିରେ ସେମାନେ ଖରାତାତିକୁ ଖାତିର କରିନାହାନ୍ତି । ତେବେ ଆଜିର ଏହି ବିରାଟ ଚାଷୀ ଆନ୍ଦୋଳନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚାଷୀଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ଖୋଦ୍ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ସେଠି ଦେଖା ନାହିଁ । ବର୍ଷ ବର୍ଷ ଧରି ଝାଳ ଦେଇଥିବା ନବନିର୍ମାଣ କୃଷକ ସଂଗଠନକୁ ପର କରିଦେଇଛନ୍ତି ।
ନବନିର୍ମାଣ କୃଷକ ସଂଗଠନ ବ୍ୟାନର୍ ରେ ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ଥିଲା ସୌମ୍ୟଙ୍କ ଉଦ୍ଭାବନ । ନୟାଗଡ଼ଠାରୁ ଜଗତସିଂହପୁର,ଯାଜପୁର ସବୁଠି ଚାଷୀ ସମାବେଶରେ ଦେଖିବାକୁ ମିଳୁଥିଲା ସୌମ୍ୟଙ୍କ ନେତୃତ୍ୱ । ଚାଷୀଙ୍କ ହକ୍ ମାଗି ରାଜ୍ୟ ସରକାରଙ୍କ ବିରୋଧରେ ତତଲା ଭାଷଣ ଦେଉଥିଲେ । ରାଜ୍ୟ ସରକାରଙ୍କଠାରୁ ହକ୍ ଛଡ଼ାଇ ଅଣାଯିବ ବୋଲି ଗଗନ ଫଟାଉଥିଲେ । ମାତ୍ର ସେହି ସୌମ୍ୟଙ୍କର ଆଜି ରାଜଧାନୀରେ ଏତେବଡ଼ ଆନ୍ଦୋଳନରେ ଦେଖା ନାହିଁ । ଯେଉଁଠି ସେ ସବା ଆଗରେ ରହିବା କଥା ସେଠାକୁ ପାଦ ମାଡ଼ିନାହାନ୍ତି । ସୌମ୍ୟଙ୍କର ଅନୁପସ୍ଥିତି ସ୍ୱାଭାବିକ ଭାବେ ସମସ୍ତଙ୍କ ମନରେ ପ୍ରଶ୍ନ ଛିଡ଼ା କରାଇଛି ।
ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ତଥା ସୌମ୍ୟଙ୍କ ସାଥୀ ଅକ୍ଷୟ କୁମାରଙ୍କୁ ମଧ୍ୟ ଏହା କ୍ଷୁବ୍ଧ କରିଛି । ସେ କହିଛନ୍ତି, ଚାଷୀଙ୍କ ପାଇଁ ସୌମ୍ୟ ବିଦୂର ହୁଅନ୍ତୁ । ଭୀଷ୍ଣ, ଦ୍ରୋଣାଚାର୍ଯ୍ୟ ହେଲେ ଚାଷୀଙ୍କ ହୃଦୟରୁ ସେ ଅପସରିଯିବେ । ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ସୌମ୍ୟଙ୍କ ଅନୁପସ୍ଥିତିକୁ କଡ଼ା ସମାଲୋଚନା କରିଛନ୍ତି । ସୌମ୍ୟବାବୁ ନିଜର ରାଜନୈତିକ ସଂକୀର୍ଣ୍ଣତା ପାଇଁ ଚାଷୀଙ୍କ ସ୍ୱାର୍ଥକୁ ଆଖି ବୁଜିଦେଲେ ବୋଲି ନବନିର୍ମାଣ କୃଷକ ସଂଗଠନର ଅନେକ କର୍ମୀ ସମାଲୋଚନା କରିଛନ୍ତି ।
ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ସହ ସୌମ୍ୟଙ୍କ ସଂପୃକ୍ତି ଊଣା ଅଧିକେ ଠିକ୍ ଥିଲା । ୭ ତାରିଖ ଦିନ ୧୧ଟାରେ ସେ ନବୀନ ନିବାସ ଯାଇ ବିଜେଡ଼ିରେ ମିଶିଲେ । ଅପରାହ୍ନ ୫ ଟାରେ ବିଜେଡ଼ି ତାଙ୍କୁ ରାଜ୍ୟସଭା ପଠାଇଲା । ସେଠି ସାମ୍ବାଦିକମାନେ ଚାଷୀଙ୍କ ପାଇଁ ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିର ଭବିଷ୍ୟତ ନେଇ ସୌମ୍ୟଙ୍କୁ ପ୍ରଶ୍ନ କରିଥିଲେ । ସୌମ୍ୟ ଚାଷୀଙ୍କ ପାଇଁ ତାଙ୍କ ଦରଦ ଢ଼ାଳିବା ସହ ସମସ୍ୟାର ସମାଧାନ ବାଟ ଏବେ ସୁଗମ ହେବ ବୋଲି କହିଥିଲେ । ନବନିର୍ମାଣ କୃଷକ ସଂଗଠନ ସହ ତାଙ୍କ ସଂପୃକ୍ତି ଏବଂ ଚାଷୀଙ୍କ ପାଇଁ ସଂଗ୍ରାମରେ ତାଙ୍କର ବିଜେଡ଼ି ଯୋଗଦାନ ଫରକ୍ ପକାଇବ ନାହିଁ ବୋଲି କହିଥିଲେ । ମାତ୍ର ସୌମ୍ୟ ସେଦିନ ଯାହା କହିଥିଲେ ତାହା ବିଲକୁଲ୍ ଛଳନା ଥିଲା ବୋଲି ଆଜି ପ୍ରମାଣିତ ହୋଇଛି । ବିଜେଡ଼ି ଟ୍ୟାଗ୍ ଲଗାଇବା ପରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନଠାରୁ ସେ ନିଜକୁ ଦୂରେଇ ନେଇଥିବା ସ୍ପଷ୍ଟ ହୋଇଛି । ବିଜେଡ଼ି ବୋଲକୁ ଆସିଥିବା ସୌମ୍ୟ ରାଜ୍ୟସଭାରେ ଚାଷୀଙ୍କ ପାଇଁ କିଭଳି ଲଢ଼େଇ କରିବେ ତାହା ଜଳ ଜଳ ଦିଶୁଛି ବୋଲି ଅନେକ ମତ ଦେଲେଣି ।
Previous Post

ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !

Next Post

ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !

Next Post
ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !

ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA