Monday, May 25, 2026 10:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !

by Our Correspondent
12 Mar, 2018- 07:32 PM
in Latest News, Politics
1 min read
0
ସୌମ୍ୟ ପଟ୍ଟନାୟକଙ୍କ ସାଂଘାତିକ ଚାଲ୍ !
ଭୁବନେଶ୍ୱର: ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ରାଜନୈତିକ ଚାଲ୍ ସମ୍ପର୍କରେ ସାଂଘାତିକ ଖବର ‘ମିଡ଼ ଡ଼େ ଓଡ଼ିଶା’ ହାତରେ ପଡ଼ିଛି । ଖଣ୍ଡପଡ଼ା ସିଟ୍ ତାଙ୍କ ହାତରେ ହିଁ ରହିବ । ଅନ୍ୟ କାହାରିକୁ ସେଠାରେ ପୂରାଇ ଦିଆଯିବ ନାହିଁ । ଏହି ଲକ୍ଷ୍ୟରେ ସେ ତାଙ୍କ କର୍ମୀଙ୍କୁ ମନ୍ତ୍ର ଦେଇଥିବା ସୌମ୍ୟଙ୍କ ପାଖ ମହଲରୁ ସୂଚନା ମିଳିଛି ।
ଯୋଜନା ଅନୁଯାୟୀ, କାର୍ଯ୍ୟକ୍ଷେତ୍ରରେ ଆମ ଓଡ଼ିଶା ପାର୍ଟି ଖଣ୍ଡପଡ଼ା ବିଜେଡ଼ିରେ ବିଲୀନ ହେବ ନାହିଁ । ଆଗରୁ ଯେଭଳି ଚାଲୁଥିଲା ସେମିତି ଚାଲିବ । ଆମ ଓଡ଼ିଶା ପାର୍ଟି ନେତାମାନେ ବିଜେଡ଼ି ବିରୋଧରେ ପାଟି ଖୋଲିବେ ନାହିଁ ହେଲେ ବିଧାୟକଙ୍କୁ ସମର୍ଥନ କରିବେ ନାହିଁ । ଅର୍ଥାତ୍ ବିଜେଡ଼ି ସଂଗଠନର ସମାନ୍ତରାଳ ଭାବେ ଚାଲିବ ଆମ ଓଡ଼ିଶା ପାର୍ଟି । ସାଧାରଣ ନିର୍ବାଚନରେ ହାତକୁ ଟିକେଟ୍ ଆସିଲେ ଭଲ କଥା ନହେଲେ ଦୁଇଟି ବିକଳ୍ପ ଯୋଜନା ହୋଇଛି । ପ୍ରଥମ ବିକଳ୍ପରେ ଆମ ଓଡ଼ିଶା ପାର୍ଟି ପୂର୍ବଭଳି ନିଜ ପ୍ରାର୍ଥୀଙ୍କୁ ଲଢ଼ାଇବ । ଦ୍ୱିତୀୟ ବିକଳ୍ପ ହେଉଛି, ପ୍ରଚ୍ଛଦପଟରେ ବିଜେପିକୁ ସମର୍ଥନ ଦେଇ ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇବ । ଖଣ୍ଡପଡ଼ାରେ ନିଜର ଟାଣୁଆ ସମର୍ଥକମାନଙ୍କୁ ସୌମ୍ୟ ଏହି ପ୍ରତିଶ୍ରୁତି ଦେଇ ବିଜେଡ଼ିରେ ମିଶିଥିବା ଖୋଦ୍ ସେମାନଙ୍କ ମୁହଁରୁ ସୂଚନା ମିଳିଛି । ୩ ମାସ ଯାଏଁ ଚୁପ୍ ରହ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ଅପେକ୍ଷା କର ବୋଲି ସୌମ୍ୟ ସେମାନଙ୍କୁ ଭରସା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଜେଡ଼ିରେ ଯୋଗଦେବାର ପୂର୍ବ ଦୁଇଦିନ ଗତ ୫ ଓ ୬ ତାରିଖରେ ସୌମ୍ୟ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବଛା ବଛା ସମର୍ଥକଙ୍କୁ ଭୁବନେଶ୍ୱର ଡାକି କଥା ହୋଇଥିଲେ । ବ୍ଲକ୍ ଠାରୁ ଆରମ୍ଭ କରି ଅନେକ ପଞ୍ଚାୟତ ମୁଖିଆ ସେଥିରେ ଥିଲେ । ସୌମ୍ୟଙ୍କ ବିଜେଡ଼ି ଯୋଗଦାନକୁ ସମସ୍ତେ ବିରୋଧ କରିଥିଲେ । କୌଣସି ହାଲତ୍ ରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ସେମାନେ ସମର୍ଥନ କରିପାରିବେ ନାହିଁ ବୋଲି ଜଣାଇଥିଲେ । ତେବେ ସୌମ୍ୟ ରୋକଠୋକ୍ ଜଣାଇଥିଲେ ଯେ ବିଜେଡ଼ି ଲାଇନ୍ ରେ କେହି କାମ କରିବାର ଆବଶ୍ୟକତା ନାହିଁ କି ବିଧାୟକଙ୍କୁ ସମର୍ଥନ ଦେବା ଦରକାର ନାହିଁ । ଆମ ଓଡ଼ିଶା ପାର୍ଟି ଯେଭଳି ଚାଲୁଥିଲା ସେଭଳି ଚାଲିବ । ବିଧାୟକଙ୍କୁ ବିରୋଧ ଜାରି ରହିବ । ହେଲେ ସବୁକଥା ଖୋଲାଖୋଲି ନହୋଇ ଚୁପଚାପ ଚାଲିବ । ସଂଗଠନ ପାଇଁ ପୂର୍ବଭଳି ଖର୍ଚ୍ଚବାଚ ଜାରି ରହିବ । ଆବଶ୍ୟକସ୍ଥଳେ ଅଧିକ ଖର୍ଚ୍ଚ କରାଯିବ । ପୂର୍ବରୁ ଯାହା ହାତରେ ଯେଉଁ ଦାୟିତ୍ୱ ଥିଲା ସେହି ଅନୁଯାୟୀ କାମ କରିବାକୁ ସୌମ୍ୟ ପରାମର୍ଶ ଦେଇଥିଲେ ।
ସୌମ୍ୟଙ୍କ ସହ ଏହି ଗୋପନ ମନ୍ତ୍ରଣାରେ ଉପସ୍ଥିତ ଜନୈକ ଆମ ଓଡ଼ିଶା ପାର୍ଟି ନେତାଙ୍କ କହିବାନୁଯାୟୀ ସୌମ୍ୟବାବୁ ଯେମିତି ହେଲେ ଖଣ୍ଡପଡ଼ା ସିଟ୍ ତାଙ୍କ ହାତରେ ରଖିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । କୌଣସି ହାଲତ୍ ରେ ଅନୁଭବ ପଟ୍ଟନାୟକଙ୍କୁ ପ୍ରାର୍ଥୀ ହେବାର ସୁଯୋଗ ଦିଆଯିବ ନାହିଁ । ଯଦି ଅନୁଭବ ପ୍ରାର୍ଥୀ ହୁଅନ୍ତି ତେବେ ‘ଆମ ଓଡ଼ିଶା ପାର୍ଟି’ ଅଲଗା ରାସ୍ତାକୁ ଯିବ । ସାଧାରଣ ନିର୍ବାଚନ ବେଳକୁ ସୌମ୍ୟବାବୁ ରାଜ୍ୟସଭା ଛାଡ଼ି ଖଣ୍ଡପଡ଼ାରୁ ଲଢ଼ିବେ ନଚେତ୍ ତାଙ୍କ ଝିଅକୁ ଛିଡ଼ା କରାଇବେ ବୋଲି ଆମକୁ ଇଙ୍ଗିତ ଦେଇଛନ୍ତି । ସେ ପର୍ଯ୍ୟନ୍ତ ସଂଗଠନ ଜଗି ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଯୋଜନା ବାହାରେ ପ୍ରଘଟ ନ କରିବାକୁ ସୌମ୍ୟବାବୁ ତାଗିଦ୍ କରିଥିବା ସେ କହିଛନ୍ତି ।
ଖଣ୍ଡପଡ଼ାରୁ ସୌମ୍ୟବାବୁଙ୍କ ଜଣେ ଦୃଢ଼ ସମର୍ଥକ ତଥା ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ଖଣ୍ଡପଡ଼ାରେ ଅନୁଭବ ପ୍ରାର୍ଥୀ ହେଲେ ‘ଆମ ଓଡ଼ିଶା ପାର୍ଟି’ ପକ୍ଷରୁ ତାଙ୍କୁ ନିଶ୍ଚିତ ବିରୋଧ କରାଯିବ । ଏ ନେଇ ସୌମ୍ୟବାବୁ ଆମକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପାଳନ ନ କଲେ ଆମେ ବିଜେପିକୁ ସମର୍ଥନ ଦେବୁ ପଛେ ଅନୁଭବଙ୍କୁ ନୁହେଁ । ଯେଉଁ ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ୪ ବର୍ଷ ହେଲା ବିରୋଧ କରୁଛୁ, ସେମାନଙ୍କ ସହ ହାତ ମିଳାଇବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ତାହାହେଲେ ଓଲଟି ଆମକୁ ଟାହିଟାପରା ହେବ । ତେବେ ସୌମ୍ୟବାବୁଙ୍କ ଉପରେ ଆମର ବିଶ୍ୱାସ ଅଛି ଏବଂ ତାଙ୍କ ଯୋଜନା ଓ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳିବେ ବୋଲି ଆମର ଭରସା ଥିବା ସଂପୃକ୍ତ ସମର୍ଥକ କହିଛନ୍ତି ।
ଏ ସମ୍ପର୍କରେ ଆମେ ସୌମ୍ୟରଂଜନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।
Previous Post

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ହୋଇଗଲେ ସୌମ୍ୟ ?

Next Post

ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ

Next Post
ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ

ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA