Monday, May 25, 2026 02:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଷ୍ଟ୍ରପତିଙ୍କ ଗସ୍ତରେ ରାଜନୀତି

by Our Correspondent
17 Mar, 2018- 08:05 AM
in Latest News, Politics
1 min read
0
ରାଷ୍ଟ୍ରପତିଙ୍କ ଗସ୍ତରେ ରାଜନୀତି
ଭୁବନେଶ୍ୱର: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ଓଡ଼ିଶା ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ହେଉଛି କଟକରେ ‘ଆନନ୍ଦ ଭବନ ସଂଗ୍ରାଳୟ ଓ ଜ୍ଞାନକେନ୍ଦ୍ର’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ପୈତୃକ ଘର ହେଲା ଆନନ୍ଦ ଭବନ । ତାଙ୍କ ବାପା ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଏହି ଘରେ ଜନ୍ମ ହୋଇଥିଲେ । ଐତିହାସିକ ସ୍ମାରକୀ ବହନ କରୁଥିବା ଏହି ଘରକୁ ବିଜୁଙ୍କ ପରିବାର ୨୦୧୫ ଜାନୁଆରୀରେ ଓଡ଼ିଶା ସରକାରଙ୍କୁ ଉପହାର ଦେଇଥିଲେ । ରାଜ୍ୟ ସରକାର ତାହାକୁ ଏକ ସଂଗ୍ରହାଳୟ ଓ ଜ୍ଞାନକେନ୍ଦ୍ରରେ ପରିଣତ କରିଛନ୍ତି । ରାଷ୍ଟ୍ରପତିଙ୍କ ହାତରେ ଏହାକୁ ଉତ୍ସର୍ଗୀକୃତ କରିବା ଲାଗି ଫେବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ଆମନ୍ତ୍ରଣ କରିଥିଲେ । ରାଷ୍ଟ୍ରପତି ଆମନ୍ତ୍ରଣ ରକ୍ଷା କରି ଓଡ଼ିଶା ଆସୁଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତରୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବିଜେଡ଼ିକୁ ଫାଇଦା ନ ଦେବା ପାଇଁ ବିଜେପି ବଢ଼ିଆ ଚାଲ୍ ଖେଳିଛି । ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ସିରିଜ୍ କାର୍ଯ୍ୟକ୍ରମ ଖଞ୍ଜି ଦେଇଛି । କଟକରେ ରାଷ୍ଟ୍ରପତି ଖାଲି କାହିଁକି ଆନନ୍ଦ ଭବନ ଯିବେ । ତା ପୂର୍ବରୁ ଓଡ଼ିଆବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାଳୟ ବୁଲି ଦେଖନ୍ତୁ । ରାଷ୍ଟ୍ରପତି ଏହି ଅନୁରୋଧ ରଖିଛନ୍ତି । ପୁରୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଡ଼ା ହୋଇଛି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବ । ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ ଏବଂ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ୱରର ମୁଖ୍ୟ କ୍ୟାମ୍ପସ୍ ର ଭୂମି ପୂଜନ କାର୍ଯ୍ୟକ୍ରମ ବି ଯୋଡା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତରୁ ଓଡ଼ିଶା ସରକାରଙ୍କୁ ଫାଇଦା ନ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହା ଚାଲ୍ ବୋଲି ବିଜେଡ଼ି ଅଭିଯୋଗ କରିଛି । ତେବେ ରାଷ୍ଟ୍ରପତି ଆଉ କେଉଁଠିକି ଗଲେ ଭୁଲ୍ କ’ଣ ହେଲା ବୋଲି ବିଜେପି ଜବାବ ଦେଇଛି ।
ରାଷ୍ଟ୍ରପତିଙ୍କ ଗସ୍ତରୁ ଫାଇଦା ନେବା ପାଇଁ ବିଜେପି-ବିଜେଡ଼ି ଲଢ଼େଇ କେଉଁସ୍ତରକୁ ଯାଏ ତାହା ମଧ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଓଡ଼ିଶାଗସ୍ତ ପାଇଁ ରାଜ୍ୟ ସରକାର ଚଳଚଞ୍ଚଳ ଥିବା ବେଳେ ଗତକାଲି ସବୁ ଖବରକାଗଜର ପ୍ରଥମ ପୃଷ୍ଠା ଓ ଟିଭିରେ ଦେଖିବାକୁ ମିଳିଲା ଧର୍ମେନ୍ଦ୍ରଙ୍କ ବିଭାଗର ରଙ୍ଗୀନ ବିଜ୍ଞାପନ । ଆଇଆଇଟି କ୍ୟାମ୍ପସ୍ ରେ ରାଷ୍ଟ୍ରପତି ଭୂମିପୂଜନ କରିବାକୁ ଥିବା ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ର ଗୁଣଗାରିମା ପୃଷ୍ଠାବ୍ୟାପୀ ସ୍ଥାନ ପାଇଥିଲା । ‘ଓଡ଼ିଶାର ଯୁବ ସଶକ୍ତିକରଣର ନୂତନ ସୂର୍ଯୋଦୟ’ ଶୀର୍ଷକ ବିଜ୍ଞାପନରେ କେନ୍ଦ୍ରମନ୍ତ୍ରୀଙ୍କର କ୍ୱାଟର ପେଜ୍ ବାର୍ତ୍ତା ରହିଥିଲା । ତାକୁ କାଉଣ୍ଟର କରିବାକୁ ହେଉ ବା ଆଗରୁ ସ୍ଥିରୀକୃତ ଭାବେ ହେଉ, ଆଜି ସବୁ ଖବରକାଗଜରେ ଓଡ଼ିଶା ସରକାର ଭରିଦେଇଛନ୍ତି ପୃଷ୍ଠା ପୃଷ୍ଠା ବିଜ୍ଞାପନ । ରାଷ୍ଟ୍ରପତିଙ୍କ ଦ୍ୱାରା ଉତ୍ସର୍ଗୀକୃତ ହେବାକୁ ଥିବା ଆନନ୍ଦଭବନ ସଂଗ୍ରହାଳୟ ଓ ଜ୍ଞାନକେନ୍ଦ୍ର ପାଇଁ ପ୍ରଥମ ପୃଷ୍ଠାରେ ରଙ୍ଗୀନ ବିଜ୍ଞାପନ ଏବଂ ଭିତରେ ଆନନ୍ଦଭବନ ଉପରେ ଦୁଇ ପୃଷ୍ଠାର ଫିଚର ବିଜ୍ଞାପନ ।
ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲିଠାରୁ ଆଗୁଆ ଓଡ଼ିଶା ଆସିଛନ୍ତି । ବିଜେପି ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ରାଷ୍ଟ୍ରପତିଙ୍କ ସହ ଧର୍ମେନ୍ଦ୍ର ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ତେବେ ରାଷ୍ଟ୍ରପତିଙ୍କ ସହ ନେତାଜୀ ସଂଗ୍ରହାଳୟ ବୁଲି ସାରିଲା ପରେ କେନ୍ଦ୍ରମନ୍ତ୍ରୀ ଆନନ୍ଦଭବନ ଯିବେ ନା ନାହିଁ ଜଣାପଡ଼ିନାହିଁ । ସେହିଭଳି ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ ଏବଂ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ର ଭୂମିପୂଜା ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ପ୍ରୋଟୋକଲ୍ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ନା ନାହିଁ ତାହା ମଧ୍ୟ ଜଣାନାହିଁ ।
ରାଷ୍ଟ୍ରପତି ଆଜି ୧୦.୪୫ରେ ଭୁବନେଶ୍ୱରରେ ପହଞ୍ଚି ରାସ୍ତାପଥରେ ଯିବେ କଟକ । କଟକରେ ନେତାଜୀ ସଂଗ୍ରହାଳୟ ପରିଦର୍ଶନ ଓ ଆନନ୍ଦଭବନ ସଂଗ୍ରହାଳୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରିବେ । ପୁରୀ ସର୍କିଟ୍ ହାଉସ୍ ରେ ରାତ୍ରୀଯାପନ କରି ଆସନ୍ତାକାଲି ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ସଦାଶିବ କ୍ୟାମ୍ପସ୍ ରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀରେ ଯୋଗଦେଇ ଭୁବନେଶ୍ୱର ଫେରିବେ । ଅପରାହ୍ନ ସାଢ଼େ ତିନିଟାରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବେ । ସେଠାରୁ ଆଇଆଇଟି କ୍ୟାମ୍ପସ୍ ଯାଇ ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ ଏବଂ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ର ଭୂମିପୂଜା କରିବେ । ଅପରାହ୍ନ ୫.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ।
Previous Post

ଧର୍ମେନ୍ଦ୍ର କମ୍ ବ୍ୟାକ୍

Next Post

ଓଡ଼ିଶାରେ ରାଷ୍ଟ୍ରପତି

Next Post
ଓଡ଼ିଶାରେ ରାଷ୍ଟ୍ରପତି

ଓଡ଼ିଶାରେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA