Monday, May 25, 2026 10:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

by Our Correspondent
27 Apr, 2018- 07:06 PM
in Latest News, News
1 min read
0
‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

– ପାଣ୍ଡିଆନ୍ ଙ୍କ ନାଁ ନେଇ ବାସ୍ତବ ସମସ୍ୟାରୁ ନଜର ହଟେଇବା ଉଦ୍ୟମ
– ଜାଗାର ଆଳ ଦେଖାଇ ଆଲୋଚନାକୁ ଆସୁନାହାନ୍ତି ‘ଇମ୍ଫା’ କର୍ତ୍ତୃପକ୍ଷ
– ସମର୍ଥନ,ସହାନୁଭୂତି ଯୋଗାଡ଼ରେ ବ୍ୟସ୍ତ ବୈଜୟନ୍ତ

ଭୁୁବନେଶ୍ୱର: ଥେରୁବାଲିରେ ‘ଇମ୍ଫା’ କର୍ତ୍ତୃପକ୍ଷଙ୍କ ବିରୋଧରେ ଠିକା କର୍ମଚାରୀ ଓ ସ୍ଥାନୀୟ ଅଧିବାସୀଙ୍କ ଆନ୍ଦୋଳନକୁ ରାଜନୈତିକ ରୂପ ଦେବାକୁ ଜୋରସୋର ଉଦ୍ୟମ କରିଛନ୍ତି ବୈଜୟନ୍ତ ପଣ୍ଡା । ଆନ୍ଦୋଳନ ପଛରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଏଥିରେ ମଧ୍ୟ ଟାଣିଓଟାରି ପୂରାଇବାକୁ ଉଦ୍ୟମ କରିଛନ୍ତି । ତାଙ୍କ ପରିବାର ସହ ସଂପୃକ୍ତ ସଂସ୍ଥାକୁ ‘ପି’ ହଇରାଣ କରୁଛନ୍ତି ବୋଲି ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ କହିଛନ୍ତି । ଓଡ଼ିଶାର ଏକନମ୍ବର ଟିଭି ସଂସ୍ଥାର ମାଲିକ ହୋଇ ବି ଓଡ଼ିଶା ଗଣମାଧ୍ୟମକୁ ହୀନ ଦୃଷ୍ଟିରେ ଦେଖୁଥିବା ବୈଜୟନ୍ତଙ୍କର ଏଏନଆଇ ବାଇଟ୍ କୁ ତାଙ୍କ ଟିଭି ବ୍ରେକିଂ ଖବର କରି ଚାଲିଛି । ଗତକାଲି ଜୟରାମ ପାଙ୍ଗୀଙ୍କ ପାଟିରେ ପାଣ୍ଡିଆନ୍ ଙ୍କ ନାଁ କୁହାଯାଇଥିଲା । ଆଜି ବୈଜୟନ୍ତ ନିଜେ କହିଛନ୍ତି । ଆନ୍ଦୋଳନକାରୀଙ୍କ ଦାବିରୁ ଧ୍ୟାନ ହଟାଇ ବୈଜୟନ୍ତ ନିଜ ପରିବାରର କମ୍ପାନୀ ପ୍ରତି ସହାନୂଭୂତି ଓ ସମର୍ଥନ ଯୋଗାଡ଼ରେ ଚତୁର ବୁଦ୍ଧି ଖଟାଇଛନ୍ତି ।
ଥେରୁବାଲିରେ ଇମ୍ଫା କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ କାହିଁକି ? ବୈଜୟନ୍ତ ପଣ୍ଡା ଏହା ଉପରେ ଟିପ୍ପଣୀ ଦେଉନାହାନ୍ତି କାହିଁକି ? କିଏ ସେଇ ‘ପି’ ନାଁରେ ପାର୍ ହେବାକୁ ଚେଷ୍ଟା କରୁଛନ୍ତି କାହିଁକି ? ନିଜ ହାତରେ ଟିଭି ଅଛି ବୋଲି ଯାହା ଇଚ୍ଛା ତାହା କ’ଣ ଖବର କରିବେ ? ଦମ୍ ଅଛି ତ ଏଠାକୁ ଆସି ଆମ ସହ ଆଲୋଚନା କରନ୍ତୁ । ଭୁବନେଶ୍ୱର କି ଦିଲ୍ଲୀରେ ବସି ରାଜନୀତି କରନ୍ତୁନି ବୋଲି ଆନ୍ଦୋଳନକାରୀ ନେତାମାନେ ଆଜି ଚେତାଇ ଦେଇଛନ୍ତି । କମ୍ପାନୀ ନାଁରେ ଲୋକଙ୍କୁ ଶୋଷଣ କରି ଭଦ୍ରମୁଖା ନ ପିନ୍ଧିବାକୁ ସେମାନେ ତାଗିଦ୍ କରିଛନ୍ତି । ଗୁଣ୍ଡାଗର୍ଦ୍ଦି ଆମେ କରୁଛୁ ନାଁ ‘ଇମ୍ଫା’ କରୁଛି ତାହା ରାୟଗଡ଼ାବାସୀ ଦେଖୁଛନ୍ତି ବୋଲି ସେମାନେ କହିଛନ୍ତି ।
ଆଜି ଆନ୍ଦୋଳନକୁ ପଞ୍ଚମ ଦିନ ପହଞ୍ଚିଥିବା ବେଳେ ‘ମିଡ଼ ଡ଼େ ଓଡ଼ିଶା’ ପକ୍ଷରୁ କିଛି ଆନ୍ଦୋଳନକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ନିଜ ନ୍ୟାଯ୍ୟ ଅଧିକାର ସହ କମ୍ପାନୀର ଅନ୍ୟାୟ ଅତ୍ୟାଚାରରୁ ଉଦ୍ଧାର ପାଇଁ ସେମାନେ ଲଢ଼େଇ କରୁଥିବା କହିଛନ୍ତି । ଆନ୍ଦୋଳନକାରୀଙ୍କ ନେତା ହରପ୍ରସାଦ ଆପ୍ରକା ଓ ଜିତୁ ଜାକାସିକା ସ୍ଥାନୀୟ ଆଦିବାସୀଙ୍କ ନ୍ୟାଯ୍ୟ ଦାବିକୁ ରାଜନୈତିକ ରୂପ ଦିଆଯାଉଥିବାରୁ ଭୀଷଣ ପ୍ରତିକ୍ରିୟା ଦେଖାଇଛନ୍ତି । କହିଛନ୍ତି, ଇମ୍ଫା କର୍ତ୍ତୃପକ୍ଷ ସେଠାରେ ରୀତିମତ ଗୁଣ୍ଡାରାଜ ଚଳାଇଛନ୍ତି । ୧୬୦୦ ଠିକା କର୍ମଚାରୀ ବର୍ଷ ବର୍ଷ ଧରି ଅକଥନୀୟ ନିର୍ଯାତନା ଭୋଗୁଛନ୍ତି । ଯେଉଁ ଠିକା କର୍ମଚାରୀ ନିଜ ପ୍ରାପ୍ୟ ଓ ଅଧିକାର ପାଇଁ ସ୍ୱର ଉଠାଉଛି ତାକୁ ମୁଷ୍ଟିମେୟ ଠିକାଦାରଙ୍କ ଦ୍ୱାରା ମାରଧର, ନାଲିଆଖି ଦେଖାଯାଉଛି । କମ୍ପାନୀ କର୍ତ୍ତୃପକ୍ଷ ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି କରି ଠିକା କର୍ମଚାରୀଙ୍କ ଉପରେ ଆତଙ୍କରାଜ ଚଳାଇଛନ୍ତି । ସେହିଭଳି ଅଞ୍ଚଳବାସୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଜମିକୁ ଇମ୍ଫା ହଡ଼ପ କରିଛି । କ୍ଷତିପୂରଣ ମାଗିଲେ ଗୁଣ୍ଡା ପଠାଇ ଧମକଦେଉଛି । ଲୋକେ ଆଜି ପର୍ଯ୍ୟନ୍ତ ସହୁଥିଲେ । ମାତ୍ର ଆଉ ସହିହେଲା ନାହିଁ । ଆମେ ସମସ୍ତେ ଏକାଠି ହୋଇ ନିଜର ନ୍ୟାଯ୍ୟ ଅଧିକାର ପାଇଁ ଲଢ଼େଇ କରୁଛୁ । ଆମେ କୋଉ ବିଜେଡ଼ି, କଂଗ୍ରେସ କି ବିଜେପି ଜାଣିନାହୁଁ । ଆମେ ନିରୀହ ଆଦିବାସୀ ଲୋକ । ଆମକୁ ରାଜନୀତି ସହ ଯୋଡନ୍ତୁ ନାହିଁ ବୋଲି ସେମାନେ ବିନମ୍ର ଅନୁରୋଧ କରିଛନ୍ତି ।
ସେପଟେ ଜାଗାକୁ ଆଳ କରି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ନ କରିବା ପାଇଁ ଜିଦ୍ ଧରିଛନ୍ତି ଇମ୍ପା କର୍ତ୍ତୃପକ୍ଷ । ଆଜି ସଂଧ୍ୟାରେ ଜିଲ୍ଲାପାଳ ଉଭୟ ପକ୍ଷର ପ୍ରତିନିଧିଙ୍କୁ ଡାକି ଆଲୋଚନା ଜରିଆରେ ସମାଧାନର ରାସ୍ତା ଖୋଲିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ଇମ୍ଫା ର୍ତ୍ତୃପକ୍ଷଙ୍କ ଜିଦ୍ କମ୍ପାନୀ ଅଫିସରେ ହିଁ ଆଲୋଚନା ହେବ । ସେପଟେ ଆନ୍ଦୋଳନକାରୀମାନେ କମ୍ପାନୀ ଅଫିସରେ ଆଲୋଚନାରେ ବସିବାକୁ ଚାହୁଁନାହାନ୍ତି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନ୍ୟ ଯେଉଁଠି ଆଲୋଚନା ପାଇଁ ସେମାନେ ରାଜି ବୋଲି ଜଣାଇଛନ୍ତି । ସୁତରାଂ ଉଭୟପକ୍ଷର ଜିଦ୍ ଯୋଗୁଁ ଆଲୋଚନା ସ୍ଥାନ ଠିକ୍ ହୋଇପାରିନାହିଁ ।

“ଥେରୁବାଲି ‘ଇମ୍ଫା’ ଠିକା ଶ୍ରମିକ ଓ ସ୍ଥାନୀୟବାସୀଙ୍କ ସମସ୍ୟା ସମାଧାନରେ ମୁଣ୍ଡ ନ ପୂରାଇ ବୈଜୟନ୍ତ ରାଜନୈତିକ ଗୋଟିଚାଳନାରେ ମଗ୍ନ ରହିବା ଓ ‘ପି’ ପଛରେ ଗୋଡ଼ାଇବା ବୁଦ୍ଧିଜୀବୀଙ୍କୁ ପସନ୍ଦ ହୋଇନି । ଥେରୁବାଲି ‘ଇମ୍ଫା’ ଅଶାନ୍ତି ପଛରେ ବି ପାଣ୍ଡିଆନ୍ ଙ୍କୁ ପୂରାଇବା ସେମାନଙ୍କୁ ବିସ୍ମିତ କରିଛି । ବାସ୍ତବ କଥା ହେଉଛି, ଆଜି ଯେଉଁ ସରକାର ଓ ଅଧିକାରୀଙ୍କୁ ସେ ଟାର୍ଗେଟ କରିଛନ୍ତି ସେହି ସରକାରୀ ଓ ପ୍ରଶାସନିକ କଳର ସାହାଯ୍ୟ ଭିକ୍ଷାରେ ବୈଜୟନ୍ତ ନିଜ ପରିବାର କମ୍ପାନୀକୁ ହୃଷ୍ଟପୃଷ୍ଟ କରିଛନ୍ତି । ୨୩୦୦ କୋଟି ବ୍ୟାଙ୍କ ଋଣ ଛାଡ଼ ପାଇଥିବା ‘ଇମ୍ଫା’ କମ୍ପାନୀକୁ ସରକାର ଶହ ଶହ କୋଟି ଟଙ୍କାର ବିଜୁଳି ଦେୟ ଓ ଜଳକର ବି ମାଫ୍ କରିଛନ୍ତି । ଏତେ ଅନୁଗ୍ରହ ପାଇଥିବା ‘ଇମ୍ଫା’ କମ୍ପାନୀକୁ ସରକାର ଆଉ କେଉଁଭଳି ସାହାଯ୍ୟ ସହଯୋଗ କରିଥାନ୍ତେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।”

ଓଡ଼ିଶାର ନିବେଶ ଓ କର୍ମନିଯୁକ୍ତି ପାଇଁ ମୁଣ୍ଡ ଗଡ଼ଉଥିବା ବୈଜୟନ୍ତ ନବୀନ ପଟ୍ଟନାୟକଙ୍କ ସରକାରଙ୍କଠାରୁ ଯେତିକି ଅନୁଗ୍ରହ ପାଇଛନ୍ତି ସାତ ଜନମ ଚାଲିଗଲେ ବି ସୁଝିପାରିବେ ନାହିଁ ବୋଲି କିଛି ବୁଦ୍ଧିଜୀବୀ ମନ୍ତବ୍ୟ ଦେଇଛନ୍ତି । ନିରଞ୍ଜନ ପଟ୍ଟନାୟକ, ତାରା ବାହିନୀପତି, ପ୍ରଦୀପ ପୁରୋହିତଙ୍କ ଭଳି ନେତାମାନେ ‘ଇମ୍ଫା’ ପାଇଁ ଲୁହ ନ ଗଡ଼ାଇ ରାୟଗଡ଼ା ଓ ସର୍ବୋପରି ଓଡ଼ିଶା ମାଟି ପାଇଁ ଲୁହ ଗଡ଼ାଇଲେ ଲୋକଙ୍କ ହୃଦୟ ଜୟ କରିପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Previous Post

‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ

Next Post

ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ

Next Post
ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ

ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA