Monday, May 25, 2026 09:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ

by Our Correspondent
26 Apr, 2018- 12:31 PM
in Latest News, News
1 min read
0
‘ଇମ୍ଫା’ ବିରୋଧୀ ଆନ୍ଦୋଳନକୁ ପାଙ୍ଗୀଙ୍କ ବିଦ୍ରୁପ! ପାଣ୍ଡିଆନ୍ ଙ୍କ ନାଁ ନେଲେ
ରାୟଗଡ଼ା/ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟିଭିରେ ମୁହଁ ଦେଖେଇବାକୁ ବ୍ୟାକୁଳ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଥେରୁବାଲିରେ ‘ଇମ୍ଫା’ ବିରୋଧରେ ଆଦିବାସୀ ଭାଇଙ୍କ ଆନ୍ଦୋଳନ ପ୍ରତି ସମବେଦନା ଜଣାଇବା ପରିବର୍ତ୍ତେ ତାକୁ ରାଜନୀତି ଭିତରକୁ ଟାଣିଛନ୍ତି ବିଜେପିର ଆଦିବାସୀ ନେତା ପାଙ୍ଗୀ । ବୈଜୟନ୍ତଙ୍କ ଟିଭି କ୍ୟାମେରା ଦେଖି ଅତ୍ୟଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ବୈଜୟନ୍ତଙ୍କ ଘୋଷା ଡାଇଲଗ୍ କୁ ନିଜେ ଘୋଷି ପକେଇଛନ୍ତି । କହିଛନ୍ତି, ଥେରୁବାଲିରେ ଇମ୍ଫା ବିରୋଧୀ ଆନ୍ଦୋଳନ ପଛରେ ତୃତୀୟ ମହଲା ଏବଂ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ ଅଛି । ବିଜୁବାବୁ ଥିଲେ ଏମିତି ହୋଇ ନ ଥାଆନ୍ତା । ଆଶ୍ଚର୍ଯ୍ୟର କଥା, ପାଙ୍ଗୀଙ୍କ ପାଖରେ ଏ ନେଇ କୌଣସି ତଥ୍ୟ ପ୍ରମାଣ ନାହିଁ । ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ ଥାଇପାରେ ବୋଲି କେବଳ ଭାବି ଦେଇଛନ୍ତି ।
ପାଙ୍ଗୀଙ୍କ ଯୁକ୍ତି, ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକା ସରଳ ଆଦିବାସୀ ପିଲା । ସେ ଏମିତି କାମ କରିବନି । ସେଭଳି ଆନ୍ଦୋଳନକାରୀଙ୍କ ୯ ଦଫା ଦାବିକୁ ତାତ୍ସଲ୍ୟ କରି କହିଛନ୍ତି ଯେ ଆଦିବାସୀମାନେ ସରଳ । ସେମାନେ ମନକୁ ଯେ ଆନ୍ଦୋଳନ କରିଥିବେ ଭାବିପାରୁନାହାନ୍ତି । ଆଦିବାସୀଙ୍କୁ ବଦନାମ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଇଥିବା ବୈଜୟନ୍ତଙ୍କ ଟିଭିରେ ମନ୍ତବ୍ୟ ଦେଇଛନ୍ତି ପାଙ୍ଗୀ ।
ପାଙ୍ଗୀଙ୍କ ଏଭଳି ମନ୍ତବ୍ୟ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ‘ମିଡ଼ ଡ଼େ ଓଡ଼ିଶା’କୁ ଜିତୁ ଜାକାସିକା କହିଛନ୍ତି ଯେ ଜୟରାମ ପାଙ୍ଗୀ ଜଣେ ଆଦିବାସୀ ନେତା ହୋଇ ମଧ୍ୟ ଆଦିବାସୀଙ୍କ ଅଧିକାର ପାଇଁ ଚାଲିଥିବା ଲଢ଼େଇକୁ ରାଜନୈତିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ବିଜେପିକୁ ଗଲା ପରେ ବୈଜୟନ୍ତ ପଣ୍ଡାଙ୍କ ଲୋକ ହୋଇଥିବା ସମସ୍ତେ ଜାଣନ୍ତି । ବୈଜୟନ୍ତଙ୍କୁ ତେଲ ମାରିବା ପାଇଁ ଏଭଳି ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ତାଙ୍କ ଟିଭିରେ ନିଜକୁ ପ୍ରଚାର କରିବା ପାଇଁ ହୀନ ଉଦ୍ୟମ କରିଛନ୍ତି ।
ଇମ୍ଫା କମ୍ପାନୀ ସ୍ଥାନୀୟ ଆଦିବାସୀମାନଙ୍କୁ ୬୦ ବର୍ଷ ଧରି ଶୋଷଣ କରୁଛି । ନିରୀହ ସରଳ ଆଦିବାସୀ ପୁରୁଷ ଓ ମହିଳାଙ୍କୁ କମ୍ ପ୍ରାପ୍ୟରେ ଠିକା କାମରେ ନିଯୁକ୍ତି ଦେଇଛି । କୋଟି କୋଟି ଟଙ୍କା ଲାଭ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଅଞ୍ଚଳରେ କିଛି ବି ବିକାଶମୂଳକ କାର୍ଯ୍ୟ କରୁନାହାନ୍ତି । ଆଦିବାସୀଙ୍କ ପଟ୍ଟା ଜମି ଉପରେ ଜବରଦସ୍ତ ରାସ୍ତା ନିର୍ମାଣ କରି କ୍ଷତିପୂରଣ ଦେଉନାହାନ୍ତି । ନିଜର ଅଧିକାର ପାଇଁ ସ୍ୱର ଉଠାଉଥିବା ଆଦିବାସୀଙ୍କୁ କୋର୍ଟ କଚେରୀର ନାଲିଆଖି ଦେଖାଯାଉଛି । ଆଦିବାସୀମାନେ ସରଳ ବୋଲି ପାଙ୍ଗୀ ନିଜେ ସ୍ୱୀକାର କରୁଛନ୍ତି । ତେଣୁ ଏହି ସରଳତାର ସୁଯୋଗ ନେଇ ଇମ୍ଫା ସେମାନଙ୍କୁ ଶୋଷଣ କରୁଥିବା ପାଙ୍ଗୀଙ୍କୁ ମାଲୁମ୍ ଅଛି ନା ନାହିଁ ବୋଲି ଜିତୁ ପ୍ରଶ୍ନ କରିଛନ୍ତି । ଯଦି ପାଙ୍ଗୀ ଏତେ ପାରିବାର ତେବେ ଆନ୍ଦୋଳନକାରୀଙ୍କ ସମସ୍ୟା ବୁଝି ସମାଧାନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ଆଦିବାସୀଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଜିତୁ ଓଲଟି ବିଜେଡ଼ି ଓ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଦାୟୀ କରିଛନ୍ତି ।
ଖାଲି ଜିତୁ ନୁହଁନ୍ତି, ଇମ୍ଫା ଅଶାନ୍ତି ପଛରେ ତୃତୀୟ ମହଲା କି ପାଣ୍ଡିଆନ୍ ଙ୍କ ହାତ ଥିବା ପାଙ୍ଗୀଙ୍କ ମନ୍ତବ୍ୟକୁ ଅଧିକାଂଶ ଆନ୍ଦୋଳନକାରୀ ଜୋରଦାର ବିରୋଧ କରିଛନ୍ତି । ନିରୀହ ଆଦିବାସୀମାନେ ନିଜର ଅଧିକାର ପାଇଁ ଲଢ଼େଇ କରୁଛନ୍ତି । ସେମାନେ ତୃତୀୟ ମହଲା ଏବଂ ପାଣ୍ଡିଆନ୍ କିଏ ବୋଲି ଜାଣନ୍ତିନି । ଆଦିବାସୀଙ୍କ ଜୀବନଜୀବିକା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପାଙ୍ଗୀ ଇମ୍ଫା କର୍ତ୍ତୃପକ୍ଷଙ୍କ ପ୍ରଲୋଭନରେ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଇମ୍ଫା କମ୍ପାନୀ କର୍ତ୍ତୃପକ୍ଷଙ୍କ ଶୋଷଣ ବିରୋଧରେ ତାତିଛନ୍ତି କମ୍ପାନୀର ଠିକା ଶ୍ରମିକ ଓ ରାୟଗଡ଼ା ଜିଲ୍ଲାର ତିନୋଟି ବ୍ଲକ୍ ର ଆଦିବାସୀବୃନ୍ଦ । ୯ ଦଫା ଦାବିରେ ସେମାନେ ୨୩ ତାରିଖଠାରୁ କମ୍ପାନୀରେ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦିନକୁ ଦିନ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକ ସାମିଲ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଓ ଇମ୍ଫା କର୍ତ୍ତୃପକ୍ଷ ସେମାନଙ୍କ ଗୁହାରି ଶୁଣୁ ନ ଥିବାରୁ ଗତକାଲି ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିଲେ । ଆଜି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନାକୁ ଆସିନାହାନ୍ତି । ଆଲୋଚନା କରି ସମାଧାନର ରାସ୍ତା ଫିଟାଇବା ବଦଳରେ କର୍ତ୍ତୃପକ୍ଷ ନିଜ ଜିଦ୍ ରେ ଅଟଳ ଅଛନ୍ତି । ସ୍ଥାନୀୟ ପ୍ରଶାସନ ବି ଏ ଦିଗରେ କୌଣସି ତତ୍ପରତା ଦେଖାଉ ନାହିଁ । ତେବେ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି ।
Previous Post

‘ଇମ୍ଫା’କୁ ବଜ୍ରଚଡ଼କ; ତେଜିଲା ଥେରୁବାଲି ଆନ୍ଦୋଳନ

Next Post

‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

Next Post
‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA