Tuesday, May 26, 2026 02:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କୁ ଡବଲ ଚଡ଼କ

by Our Correspondent
07 May, 2018- 01:11 PM
in Latest News, News
1 min read
0
ମିଥ୍ୟା ସତ୍ୟପାଠ: ବୈଜୟନ୍ତଙ୍କୁ ଡବଲ ଚଡ଼କ
କେନ୍ଦ୍ରାପଡ଼ା/ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ମାମଲାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡବଲ ଚଡ଼କ ପଡ଼ିଲା । ଗୋପାଳ ଲେଙ୍କାଙ୍କ ଆବେଦନ ଉପରେ କେନ୍ଦ୍ରାପଡ଼ା ଏସଡିଜେଏମ୍ ଆଜି ଶୁଣାଣି କରି କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କୁ କୋର୍ଟରେ ହାଜିରା ନୋଟିସ୍ ଦେଇଛନ୍ତି । ୨୦୧୪ ମସିହାରେ ବୈଜୟନ୍ତ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠର ମୂଳ କାଗଜପତ୍ର ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ୨୯ ତାରିଖରେ ଜିଲ୍ଲାପାଳ କୋର୍ଟରେ ଏହା ଉପସ୍ଥାପନ କରିବେ । ଏଥିସହ ଆବେଦନକାରୀ ଶ୍ରୀ ଲେଙ୍କା ଓ ୨ ଜଣ ସାକ୍ଷୀ ସୁଶାନ୍ତ ମଲ୍ଲିକ ଓ ସୁଶାନ୍ତ ସାହୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କୋର୍ଟରେ ଦାଖଲ ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।
ଟାଙ୍ଗୀ ହରିଅନ୍ତାର ଗୋପାଳ ଚନ୍ଦ୍ର ଲେଙ୍କା ଗତ ମାର୍ଚ୍ଚ ୧୫ ତାରିଖରେ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ ଙ୍କ କୋର୍ଟରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ମାମଲା ଦାଏର କରିଥିଲେ । ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ତାଙ୍କ ନାମାଙ୍କନପତ୍ର ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଛନ୍ତି ଏବଂ ଇମ୍ଫାରେ ଚାକିରି କରି କୋଟି କୋଟି ଟଙ୍କା ଦରମା ନେଇଥିଲେ ମଧ୍ୟ ଲୁଚାଇଛନ୍ତି । ଏଭଳି କରି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରିତ କରିଥିବା ବୈଜୟନ୍ତଙ୍କ ସଭ୍ୟପଦ ରଦ୍ଦ ପାଇଁ ସେ ଆବେଦନ କରିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରାର୍ଥନା କରିଥିଲେ । ମାର୍ଚ୍ଚ ୩୦ ତାରିଖରେ ଏସଡ଼ିଜେଏମ୍ କୋର୍ଟ ଶ୍ରୀ ଲେଙ୍କାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ତାଙ୍କର ବୟାନ ରେକର୍ଡ କରିଥିଲେ । ଗତ ଏପ୍ରିଲ୍ ୨୧ ତାରିଖରେ କୋର୍ଟ ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ କରିଥିଲେ । ମେ ୫ ତାରିଖରେ ଦୁଇ ସାକ୍ଷୀଙ୍କ ରେକର୍ଡ ବୟାନ କରିଥିଲେ । ଆଜି ଏହାର ପରବର୍ତ୍ତୀ ଶୁଣାଣିରେ କୋର୍ଟ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ସମାନ ମାମଲାରେ ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ କେନ୍ଦ୍ରପଡ଼ା ଏସଡ଼ିଜେଏମ୍ କୋର୍ଟ ଗ୍ରହଣ କରିଛନ୍ତି । ବୈଜୟନ୍ତଙ୍କ ବିରୋଧରେ ଆଇପିସି ୪୨୦ ଦଫା(ଠକେଇ) ଭଳି ସଙ୍ଗୀନ ଫୌଜଦାରୀ ମାମଲା ରୁଜୁ ପାଇଁ ଗତ ୩ ତାରିଖରେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଟାଉନ୍ ଥାନାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ପରଦିନ ଅର୍ଥାତ ୪ ତାରିଖରେ ପୁଲିସ ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଜୁଲାଇ ୨୫ ତାରିଖ ଭିତରେ ତଦନ୍ତ ସାରି ପୁଲିସ କୋର୍ଟକୁ ରିପୋର୍ଟ ଦେବେ ।
Previous Post

ମାଟ୍ରିକ୍ ପାସ୍ ହାର ୭୬%, ବିଗତ ବର୍ଷଠାରୁ ଖରାପ

Next Post

ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଆମରଣ ଅନଶନ

Next Post
ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଆମରଣ ଅନଶନ

ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଆମରଣ ଅନଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA