Tuesday, May 26, 2026 08:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତାକତ୍ ଦେଖେଇବେ କି ବୈଜୟନ୍ତ?

by Our Correspondent
01 Jun, 2018- 01:55 PM
in Latest News, Politics
1 min read
0
ତାକତ୍ ଦେଖେଇବେ କି ବୈଜୟନ୍ତ?
ଭୁବନେଶ୍ୱର: ଅଣଓଡ଼ିଆ ସାପ୍ତାହିକ ‘ସ୍ୱରାଜ୍ୟ’କୁ ବିଜେଡ଼ି ଛାଡ଼ିଥିବା ସାଂସଦ ବୈଜୟନ୍ତ ପଣ୍ଡା ଏବେ ଏକ ସାକ୍ଷାତକାର ଦେଇଛନ୍ତି । କୌଣସି ଓଡ଼ିଆ ଖବରକାଗଜ କିମ୍ବା ଟିଭି ଚ୍ୟାନେଲକୁ ବୈଜୟନ୍ତ ତ କେବେ ସାକ୍ଷାତକାର ଦେଇନାହାନ୍ତି । ନିଜେ ଓଡ଼ିଆ ଚାନେଲ୍ କରି ଓଡ଼ିଆ ମିଡ଼ିଆକୁ ତାଙ୍କର କାହିଁକି କେଜାଣି ଏତେ ଘୃଣା ଓ ହୀନମନ୍ୟତା ? ତେବେ ଏ ସାକ୍ଷାତକାରର ଭାଷାନ୍ତକରଣ କଲା ତାଙ୍କ ଟିଭି ଚ୍ୟାନେଲ୍ ଓଟିଭି । (ତାଙ୍କ ଇଂରାଜୀ ସାକ୍ଷାତକାରକୁ ଓଟିଭି ବହୁଳ ପ୍ରସାରିତ କରୁଥିବାରୁ ସେ କୌଣସି ଓଡ଼ିଆ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଉଚିତ ମନେ କରୁ ନଥାଇ ପାରନ୍ତି ।) ତେବେ ସେ ଯାହା ହେଉ ନା କାହିଁକି ଏ ସାକ୍ଷାତକାରରେ ସେ କହିଥିବା କେଇ ପଦ କଥା ଏବେ ଏହି ନିଉଜରେ ହିଁ ସ୍ଥାନିତ କରୁଛୁ ।
ସେ କହିଛନ୍ତି ଯେ ବିଜେଡ଼ି ପାଖରେ ଏବେ ବି ଜିତିବାର କ୍ଷୁଧା ରହିଛି । ବିଜେପି ଓ କଂଗ୍ରେସ ସେ ଦୃଷ୍ଟିରୁ ବହୁ ପଛରେ । ବୈଜୟନ୍ତ ସ୍ୱୀକାର କରିଛନ୍ତି ଯେ ଉଭୟ କଂଗ୍ରେସ ଓ ବିଜେପି ଗେଣ୍ଡା ଦୌଡ଼ (ସ୍ନେଲସ୍ ପେସ୍) ଦୌଡ଼ୁଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ପ୍ରଥମେ ବିଜେଡ଼ିରୁ ନିଲମ୍ବନ ଓ ପରେ ସେ ବିଜେଡ଼ି ଛାଡିବା ପରେ ଉଭୟ ବିଜେପି ଓ କଂଗ୍ରେସ କ୍ୟାମ୍ପକୁ ଯିବେନି ତ ? ବିଜେପିକୁ ସେ ଯିବା ଏକ ପ୍ରକାରର ଥୟ ବୋଲି ବିଚାର କରାଯାଉଥିବା ବେଳେ ସେ କିଛି ନୂଆ କରି ଦେଖାଇବେ କି ? ସେ କୌଣସି ନୂଆ ଦଳ ଗଠନ କରିବେ କି ? ସେ ତାକତ୍ ବୈଜୟନ୍ତଙ୍କର ଅଛି ତ ? ଏ ପ୍ରଶ୍ନ ବି ଉଠିବା ସ୍ୱାଭାବିକ ।
ଖବର ମୁତାବକ ସେ କଲିଜା ବିଜୟ ମହାପାତ୍ରଙ୍କ ପାଖରେ ଥିଲା । ବିଜେଡ଼ିରୁ ଅଲଗା ହୋଇ କୌଣସି ପାର୍ଟିକୁ ନଯାଇ ଓଜିପି ଗଠନ କରିଥିଲେ । ଏପରିକି ସ୍ୱାଭିମାନୀ ବ୍ରଜ ତ୍ରିପାଠୀ ମଧ୍ୟ ସମତା କ୍ରାନ୍ତି ଦଳ କରି ନିଜ ତାକତ୍ ଦେଖାଇଛନ୍ତି । କ୍ଷୀଣ ହେଉ ପଛକେ ।
ସମାନ ତାକତ୍ ବୈଜୟନ୍ତ ଦେଖାଇବେ କି ? ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଆକଳନ ଅନୁଯାୟୀ ବୈଜୟନ୍ତଙ୍କର ସେ ତାକତ୍ ନାହିଁ । ବୈଜୟନ୍ତ ପ୍ରଥମେ ଏକ ଇଣ୍ଡଷ୍ଟ୍ରିଆଲ୍ ଲବିରୁ ନେତା ହୋଇଥିଲେ । ଏକଥା ମଧ୍ୟ ସେ ବହୁବାର ସ୍ୱୀକାର କରିଛନ୍ତି ଯେ ଇଣ୍ଡଷ୍ଟ୍ରି ଲବି ନିଜକୁ ଯେତେବେଳେ ଅସୁରକ୍ଷିତ ଭାବିଲା, ସେତେବେଳେ ତାଙ୍କୁ ଆଗକୁ ଠେଲିଛି । ବୈଜୟନ୍ତ ମଧ୍ୟ କେବେ କୌଣସି ଇଣ୍ଡଷ୍ଟ୍ରି ବିରୋଧରେ ପଦୁଟିଏ ମୁହଁ ଖୋଲି ନାହାନ୍ତି, ସେ ପୋସ୍କୋ ହେଉ କି ବେଦାନ୍ତ । ବରଂ ସେମାନଙ୍କର ପାର୍ଟନର ହେବାକୁ ଉଚିତ ମନେ କରିଛନ୍ତି । ବିଜେଡ଼ିରେ ଥାଇ ବୈଜୟନ୍ତ ନିଜ ପାରିବାରିକ ଇଣ୍ଡଷ୍ଟ୍ରି ଇମ୍ଫା ଓ ଓରଟେଲ୍ ପ୍ରତି ଆର୍ଥିକ ସହାନୁଭୂତି ଯୋଗାଡ କରି ଆସିଥିଲେ । ତାଙ୍କ ମାଲିକାନାରେ ଥିବା ଇଣ୍ଡଷ୍ଟ୍ରିଗୁଡ଼ିକୁ ଛାଇ ଦେବା ପାଇଁ ସେ କାହା ନା କାହା ବେକରେ ପୁଣି ଲାଉ (ପିଗିବ୍ୟାକିଂ) ହେବେ । ସେ କେବେ ହେଲେ ନୂଆ ଦଳ କରି ତାଙ୍କ ଲୋକପ୍ରିୟତା(ଯଦି କିଛି ଥାଏ) ମାପିବେ ନାହିଁ । ସେ ଯେହେତୁ ରାଜନୀତିରେ କେବେ ହେଲେ ରିସ୍କ ନେଇ ନାହାନ୍ତି, ଏଥର ମଧ୍ୟ ନେବେ ନାହିଁ ବରଂ ବିଜେପି ପିଠିରେ ବେତାଳ ପରି ଝୁଲି ପଡିବେ ।
ଏହି ଆକଳନ ଯେ ସତ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ତିନି ଦିନ ତଳେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ବୈଜୟନ୍ତଙ୍କ ବାସଭବନ ଆସି ତାଙ୍କ ପିତା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଫେରିଛନ୍ତି । ଏହାକୁ ରାଜନୀତିର ରଙ୍ଗ ଦେବା ଠିକ୍ ନହେଲେ ମଧ୍ୟ ବାପାଙ୍କ ଅନ୍ତେଷ୍ଟିକ୍ରିୟା ଚାଲିଥିବା ବେଳେ ବୈଜୟନ୍ତ ବିଜେଡ଼ି ଛାଡ଼ିବା ଏବଂ ବିଜେପି ମହଲରୁ ସମବେଦନାର ଛୁଅ ଛୁଟିବା ଏବଂ ରାମ ମାଧବଙ୍କ ଭଳି ସାଂଗଠନିକ ନେତୃତ୍ୱ ତାଙ୍କୁ ଘରେ ଆସି ଭେଟିବା ରାଜନୀତିର ନୂଆ ସମୀକରଣକୁ ଇଙ୍ଗିତ କରୁଛି । ତାଙ୍କ ବାପାଙ୍କ ଅନ୍ତେଷ୍ଟି କାର୍ଯ୍ୟ ସମାପନ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡୁଛି ।
Previous Post

ଉଠ୍ ବସ୍ ମାମଲା: ଅରୁଣଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

Next Post

‘ଆଉ ବଞ୍ଚିବାର ଇଚ୍ଛା ନାହିଁ’

Next Post
‘ଆଉ ବଞ୍ଚିବାର ଇଚ୍ଛା ନାହିଁ’

‘ଆଉ ବଞ୍ଚିବାର ଇଚ୍ଛା ନାହିଁ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA