Thursday, May 7, 2026 02:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

by Our Correspondent
19 Jul, 2018- 05:45 PM
in Latest News, News
1 min read
0
ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦ୍ୱୀପରେ ଗ୍ୟାଙ୍ଗଷ୍ଟର୍ ଟିଟୋ ନିଜ ପରିବାର ନାଁରେ ପେଟ୍ରୋଲ୍ ପମ୍ପ ହାତେଇବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛି ବିଜେଡ଼ି । କ୍ରାଇବ୍ରାଞ୍ଚ ତଦନ୍ତକୁ ବାଟବଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସିବିଆଇ ତଦନ୍ତର ଚାଲ୍ ଖେଳିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନବାଣରେ ଛନ୍ଦିବା ସହ ନୈତିକତା ଦୃଷ୍ଟିରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି ।
ବିଜେଡ଼ି ମୁଖପାତ୍ର କହିଛନ୍ତି, ପାରାଦ୍ୱୀପରେ ଟିଟୋ ପାଇଥିବା ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଆଇଓସିଏଲ୍ ର ସମ୍ପୂର୍ଣ୍ଣ ନିଜସ୍ୱ ଟାଙ୍କି । ଏହାର ଆବଣ୍ଟନରେ ତ୍ରୁଟି ରହିଥିବା ଆଇଓସିଏଲ୍ କର୍ତ୍ତୃପକ୍ଷ ମାନି ସାରିଲେଣି । ତେବେ ଆଇଓସିଏଲ୍ କର୍ତ୍ତୃପକ୍ଷ ଏହି ତ୍ରୁଟି ସମ୍ପର୍କରେ କେବେ ଜାଣିଲେ ? ଜାଣିଲା ପରେ କ’ଣ ଆକ୍ସନ୍ ନେଇଥିଲେ ? ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା ଜାଣିଥିଲେ ନା ନାହିଁ ? ଯଦି ଜାଣିଥିଲେ ଏ ପର୍ଯ୍ୟନ୍ତ ଚୁପ୍ କାହିଁକି ଥିଲେ ? ଯେତେବେଳେ ଟିଟୋ ସାମ୍ରାଜ୍ୟ ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫ ତଦନ୍ତ କରୁଛି ସେତେବେଳେ ସିବିଆଇ ତଦନ୍ତ ଆସିଲା କେମିତି ? ଏହା ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି କଥା ନୁହେଁ କି ? ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ଦୁଇଟି ପେଟ୍ରୋଲ୍ ପମ୍ପ ଆବଣ୍ଟନ ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଛି । ସିବିଆଇ ଏଭଳି ଭାବେ ତଦନ୍ତ କରିପାରିବ ତ ? ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ଯେତେସବୁ ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଆବଣ୍ଟନ ହୋଇଛି କେନ୍ଦ୍ରମନ୍ତ୍ରୀ ତାହାର ସିବିଆଇ ତଦନ୍ତ କରାଇବେ କି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।
ଧଳସାମନ୍ତ ବ୍ରଦର୍ସଙ୍କଠାରୁ ଆରମ୍ଭ କରି ଟିଟୋ ପର୍ଯ୍ୟନ୍ତ ଏଭଳି ଚାରିଟି ଅପରାଧିକ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ଆଡ଼କୁ ଅଙ୍ଗୁଳି ଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ କ୍ରାଇମ୍ ସିଣ୍ଡିକେଟ୍ ସହ ସମ୍ପର୍କ ଅତ୍ୟନ୍ତ ସାଂଘାତିକ ବୋଲି ପ୍ରତାପ ଦେବ କହିଥିଲେ । ଅତୀତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିହାର ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବାରୁ ବିହାରର ହିଂସା ରାଜନୀତିକୁ ଓଡ଼ିଶାରେ ପୂରାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଓଡ଼ିଶାରେ କ୍ରାଇମ୍ କୁ ନେଇ ରାଜନୀତି ସମ୍ଭବ ନୁହେଁ ବୋଲି କହିଥିଲେ । ନୈତିକତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଦେବା କଥା ବୋଲି ଶ୍ରୀ ଦେବ କହିଥିଲେ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ବଡ଼ହାଟଠାରେ ମେସର୍ସ ବ୍ରଦର୍ସ ନାଁରେ ରହିଥିବା ପେଟ୍ରୋଲ୍ ପମ୍ପର ମାଲିକାନା ରହିଛି ଟିଟୋର ପତ୍ନୀ ବେନଜୀର ବିବି ନାଁରେ । ଟିଟୋ ଓ ତା ପରିବାର ଲୋକଙ୍କ ନାଁରେ ଏହି ସ୍ଥାନର ମାଲିକାନା ରହିଛି । ୨୦୧୫ ଡିସେମ୍ବରରେ ଏହି ପେଟ୍ରୋଲ୍ ଟାଙ୍କି ଆରମ୍ଭ ହୋଇଥିଲା । ସେହିଭଳି ୨୦୧୭ ମସିହାରେ ଆଇଓସିଏଲ୍ ଟିଟୋକୁ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟଠାରେ ଆଉ ଏକ ପେଟ୍ରୋଲ ଟାଙ୍କି ଖୋଲିବାକୁ ଅନୁମତି ଦେଇଥିଲେ । ଏହାର ମାଲିକାନା ମଧ୍ୟ ଟିଟୋର ପତ୍ନୀ ବେନଜୀର ନାଁରେ ଅଛି ।
ଓଡ଼ିଶାର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗ୍ୟାଙ୍ଗଷ୍ଟର୍ ଟିଟୋର ଅପରାଧ ଦୁନିଆ ବିଷୟରେ ଜାଣିଥିବା ବେଳେ ଆଇଓସିଏଲ୍ ଟିଟୋକୁ ଦୁଇ ଦୁଇଟି ପେଟ୍ରୋଲ୍ ଟାଙ୍କି ଖୋଲିବାକୁ କିଭଳି ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ବିଭାଗୀୟ ମନ୍ତ୍ରୀଙ୍କ ବିନା ଇଙ୍ଗିତରେ ଆଇଓସିଏଲ୍ ଟିଟୋକୁ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରିଥିବା କେହି ବିଶ୍ୱାସ କରୁନାହାନ୍ତି । ଟିଟୋ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କକୁ ନେଇ ବିଜେଡ଼ି ସିଧାସଳଖ ପ୍ରଶ୍ନ ଉଠାଇଲା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି ।
ସେପଟେ ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଗୋଲକ ମହାପାତ୍ର । ଆଇଓସିଏଲ୍ ଦ୍ୱାରା ଟିଟୋର ଅନୁଗୃହୀତ ପ୍ରସଙ୍ଗ ବୁଲାଇ ବିଜେଡ଼ି ହିଁ ଟିଟୋର ସୁରକ୍ଷାଦାତା ବୋଲି ସେମାନେ ପ୍ରତି ଆକ୍ରମଣ କରିଛନ୍ତି ।
Previous Post

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

Next Post

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

Next Post
ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA