Thursday, May 7, 2026 01:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲା ଡକରା, ଧର୍ମେନ୍ଦ୍ରଙ୍କ ଶିବିରରେ ଛନକା

by Our Correspondent
26 Jul, 2018- 06:51 PM
in Latest News, Politics
1 min read
1
ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲା ଡକରା, ଧର୍ମେନ୍ଦ୍ରଙ୍କ ଶିବିରରେ ଛନକା
ଭୁବନେଶ୍ୱର: ହାଇକମାଣ୍ଡଙ୍କ ଡକରା ପାଇ ଗତକାଲି ଦିଲ୍ଲୀ ଯାଇଥିଲେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ । ଆଜି ଫେରୁଛନ୍ତି । ଦୁଇଦିନ ରହଣି ଭିତରେ ସେ ବିଜେପି ସାଂଗଠନିକ ଦାୟିତ୍ୱରେ ଥିବା ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ରାମଲାଲ, ଯୁଗ୍ମ ସାଧାରଣ ସମ୍ପାଦକ ସୌଦାନ ସିଂ, ପ୍ରଭାରୀ ଅରୁଣ ସିଂ । ସଂଘ ପରିବାରର ପରାମର୍ଶକ୍ରମେ ସୌଜନ୍ୟତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭେଟି କଥା ହୋଇଥିଲେ । ଦିଲ୍ଲୀ ଡକରା ସମ୍ପର୍କରେ ଶ୍ରୀ ଷଡ଼ଙ୍ଗୀ ନିର୍ଦ୍ଦଷ୍ଟ ଭାବେ କିଛି କହି ନ ଥିଲେ ମଧ୍ୟ ତାଙ୍କ ଉପରେ ନେତୃତ୍ୱ ଯେଉଁ ଗୁରୁଦାୟିତ୍ୱ ଦେବ ତାହା ସେ ସମ୍ଭାଳିବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ପ୍ରତାପ ଷଡ଼ଙ୍ଗୀଙ୍କୁ ଅଚାନକ ଦିଲ୍ଲୀ ଡକରା ଏବଂ ଗଣମାଧ୍ୟମକୁ ତାଙ୍କର ବିବୃତି ଭୁବନେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରର ହୋସ୍ ଉଡାଇ ଦେଇଛି । ବସନ୍ତ ପଣ୍ଡାଙ୍କ ହାତରୁ ନେତୃତ୍ୱ ପ୍ରତାପ ଷଡ଼ଙ୍ଗୀଙ୍କ ହାତକୁ ପଳାଇବ କି ବୋଲି ଭାବି ଭାବି ସେମାନଙ୍କଠି ଛନକା ପଶିଛି । ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି ଯେ ବିଜେପି ରାଜ୍ୟ ସଭାପତି ଆସନରେ ବସିଥିବା ବସନ୍ତ ପଣ୍ଡା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ସଖୀ କଣ୍ଢେଇ । ବସନ୍ତ ପଣ୍ଡାଙ୍କୁ ସଭାପତି ଗାଦିରେ ବସାଇ ଧର୍ମେନ୍ଦ୍ର ଧରିଛନ୍ତି ରିମୋଟ୍ କଣ୍ଟ୍ରୋଲ୍ । ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ସମ୍ପାଦକ ପଦବୀକୁ ମଧ୍ୟ ସେଭଳି ବ୍ୟବହାର କରୁଥିଲେ ଧର୍ମେନ୍ଦ୍ର । ନିଜ ଲୋକ ଶାରଦା ଶତପଥୀଙ୍କୁ ସଖୀ କଣ୍ଢେଇ ସଜେଇ ଦଳୀୟ ସଂଗଠନରେ ଧର୍ମେନ୍ଦ୍ର ଅଖଣ୍ଡ କ୍ଷମତା ବିସ୍ତାର କରିଥିଲେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସଂଘ ପରିବାର ଦେହରେ ଏହା ଗଲାନି । ଶାରଦାଙ୍କୁ ହଟାଇ ଧର୍ମେନ୍ଦ୍ରଙ୍କ ବିରୋଧୀ ଶିବିରର ମାନସ ମହାନ୍ତିଙ୍କୁ ସାଂଗଠନିକ ସମ୍ପାଦକ ବା ମନ୍ତ୍ରୀ ପଦରେ ବସାଯାଇଛି । ସୁତରାଂ ସାଂଗଠନିକ ମନ୍ତ୍ରୀ ପଦ ହାତରୁ ଗଲା ପରେ କାଳେ ସଭାପତି ଆସନ ବି ଖସିଯିବ ସେଇ ଆଶଙ୍କା ଘାରିଛି ଧର୍ମେନ୍ଦ୍ରଙ୍କ ଶିବିରକୁ ।
ଚଳିତ ମାସ ପ୍ରଥମରେ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଭୁବନେଶ୍ୱର ଆସିଥିବା ବେଳେ ସଂଘ ପରିବାର ସହ ନିବୃତ୍ତ ଆଲୋଚନା କରିଥିଲେ । ସେଠାରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ସଂଘ ପରିବାର ନେତାମାନେ ବସନ୍ତ ପଣ୍ଡାଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିବା ସୂଚନା ଆସିଥିଲା । ଓଡ଼ିଶାରେ ବିଜେପି ସଂଗଠନକୁ ଶ୍ରୀ ପଣ୍ଡା ଧୂଳିସାତ୍ କରିଦେଲେଣି ବୋଲି କୁଆଡ଼େ ସେମାନଙ୍କର ଅଭିଯୋଗ ଥିଲା । ସୂଚନା ଅନୁଯାୟୀ, ସେମାନେ ଧର୍ମେନ୍ଦ୍ରଙ୍କ ନାଁ ନେଇ ନ ଥିଲେ ମଧ୍ୟ ତୀର କିନ୍ତୁ ସେୟାଡ଼କୁ ଥିଲା । ବସନ୍ତ ପଣ୍ଡାଙ୍କୁ ନ ବଦଳେଇଲେ ସଂଘ ପରିବାର ବିଜେପିକୁ ସହଯୋଗ କରିବ ନାହିଁ ବୋଲି ମଧ୍ୟ କିଛି ଟାଣୁଆ ନେତା ରୋକଠୋକ୍ ଜଣାଇ ଦେଇଥିଲେ । ବସନ୍ତ ପଣ୍ଡାଙ୍କ ନେତୃତ୍ୱ ଜାରି ରହିଲେ ସାଂଗଠନିକ ମନ୍ତ୍ରୀଙ୍କଠାରୁ ସହଯୋଗ ଆଶା କରିବା ବୃଥା ବୋଲି ଶୁଣାଇ ଦେଇଥିଲେ । ଖାଲି ସେତିକି ନୁହେଁ, ସଭାପତି ପରିବର୍ତ୍ତନ ପାଇଁ ଅମିତ୍ ଶାହାଙ୍କୁ ସେମାନେ ମାସେ ଡେଡଲାଇନ୍ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ସଂଘ ପରିବାରର ଦୃଢ଼ ସମର୍ଥନ ଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଦିଲ୍ଲୀରୁ ଡାକରା ଆସିବା ବିଜେପି ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି । ଚର୍ଚ୍ଚା ହେଉଛି, ପ୍ରତାପ ଷଡ଼ଙ୍ଗୀଙ୍କୁ ହିଁ ଦଳର ସଭାପତି ଦାୟିତ୍ୱ ଦେଇ ଓଡ଼ିଶାରେ ସାଧାରଣ ନିର୍ବାଚନ ପାର୍ ହେବାକୁ ହାଇକମାଣ୍ଡ ଚିନ୍ତା କରୁଛନ୍ତି । ତେବେ ସେଥିରେ ଧର୍ମେନ୍ଦ୍ରଙ୍କ ସହମତି ରହିବ ନାହିଁ ବୋଲି ହାଇକମାଣ୍ଡ ବୁଝୁଥିଲେ ମଧ୍ୟ ସଂଘ ପରିବାରର ଅସନ୍ତୋଷକୁ ଆଖି ବୁଜିବା ସମ୍ଭବପର ନୁହେଁ । ଧର୍ମେନ୍ଦ୍ର ଓ ପ୍ରତାପଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ରାଜ୍ୟରେ ଦଳକୁ ଆଗକୁ ବଢ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି ।
ତେବେ ଦଳୀୟ ନେତୃତ୍ୱ ପ୍ରତାପ ଷଡ଼ଙ୍ଗୀ ନେଲେ ସେ କ’ଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଧର୍ମେନ୍ଦ୍ରଙ୍କ ଶିବିରରେ ଡର ପଶିଲାଣି । ଯଦି ତାହା ସତ ତେବେ ସେମାନଙ୍କର ଭବିଷ୍ୟତ ନେଇ ପ୍ରମାଦ ଗଣିଲେଣି ଧର୍ମେନ୍ଦ୍ରଙ୍କ ଖାସ୍ ଅନୁଗତ । ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ଭଳି କଥା ହେବ ବୋଲି କୁହାଯାଉଛି ।
ସେପଟେ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ଭାବ୍ୟ ନେତୃତ୍ୱକୁ ନେଇ ଧର୍ମେନ୍ଦ୍ରଙ୍କ ବିରୋଧୀ ଶିବିରରେ ଅଙ୍କକଷା ଆରମ୍ଭ ହୋଇଛି । ଧର୍ମେନ୍ଦ୍ରଙ୍କୁ ପାନେ ଦେବା ପାଇଁ ଅନେକ ବରିଷ୍ଠ ନେତା ସଜବାଜ ହେଲେଣି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଦଳରେ ପ୍ରତାପ ଷଡ଼ଙ୍ଗୀଙ୍କର ଗ୍ରହଣୀୟତା ଅଧିକ ବୋଲି ସେମାନେ ଦାବି କରୁଛନ୍ତି । ଏହାର ବାସ୍ତବତା ପରଖିବା ଆଉ ବେଶୀ ଦୂର ନୁହେଁ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
Previous Post

ଗୁରୁପ୍ରିୟା ସେତୁ: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

Next Post

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

Next Post
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

Comments 1

  1. Abani Rana says:
    8 years ago

    ମାନନୀୟ ଅମିତ ଶାହା ଯାହା ନିଷ୍ପତି ନେବେ ଆମେ ସମ୍ମାନ ଦେବୁ ।ପ୍ରତାପ ନନା ଏକ ଭିନ୍ନ ପୁରୁଷ ,ସେ ହି ଓଡିଶା କୁ ପଦ୍ମ ମୟ କରିପାରିବେ ।ଛୋଟ ମୁହ ରେ ବଡ କଥା ।
    ଧନ୍ୟବାଦ ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA