Sunday, May 10, 2026 06:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିରଞ୍ଜନଙ୍କ ଜୁମ୍ବୋ ଟିମ୍

by Our Correspondent
15 Aug, 2018- 08:51 PM
in Latest News, News
1 min read
0
ନିରଞ୍ଜନଙ୍କ ଜୁମ୍ବୋ ଟିମ୍
ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସିର ନୂଆ ଟିମ୍ ଘୋଷିତ ହୋଇଛି । ଏଥିରେ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ,୯୯ ଜଣ ସମ୍ପାଦକ ଅଛନ୍ତି । କିଶୋର ଚନ୍ଦ୍ର ପଟେଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଦଳରେ ନୂଆ କରି ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ମିଡ଼ିଆ ଓ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ପଦରେ ନିଯୁକ୍ତି ଦିଆଯାଇଛି । ୨୭ ଜଣଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠିତ ହୋଇଥିବା ବେଳେ ୧୩ ଜଣଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଭ୍ୟ ରଖାଯାଇଛି । ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳା କମିଟିରେ ୬ ଜଣ ସଭ୍ୟଙ୍କୁ ରଖାଯାଇଛି । ୨୧ ଜଣଙ୍କୁ ନେଇ ପ୍ରଦେଶ ନିର୍ବାଚନ କମିଟି ଗଠନ କରାଯାଇଛି । ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଚାର କମିଟିରେ ୩୯ ଜଣ ସଦସ୍ୟଙ୍କ ଛଡ଼ା ସମସ୍ତ ବିଧାୟକ, ଛାମୁଆ ସଂଗଠନ ଓ ସବୁ ମୋର୍ଚ୍ଚାର ଅଧ୍ୟକ୍ଷଙ୍କୁ ସଦସ୍ୟ କରାଯାଇଛି । ୪୨ ଜଣଙ୍କୁ ନେଇ କୋର୍ କମିଟି ଗଠନ ହୋଇଛି ।
ନବନିଯୁକ୍ତ ଦଳର ଉପସଭାପତିମାନେ ହେଲେ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ସନ୍ତୋଷ ସିଂ ସାଲୁଜା, ରାଧାକାନ୍ତ ଡିଗଲ୍, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଅମରନାଥ ପ୍ରଧାନ, ପ୍ରଫେସର କୈଳାସ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ନକୂଳ ନାୟକ ଏବଂ ଶ୍ରୀମତୀ ସସ୍ମିତା ବେହେରା । ସାଧାରଣ ସମ୍ପାଦକମାନେ ହେଲେ ସଞ୍ଜିବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ବିଷ୍ଣୁ ଚରଣ ବାରିକ, ବିଶ୍ୱଭୂଷଣ ଦାସ, ଆଲୋକ ମିଶ୍ର, ରାଜକିଶୋର ଷଡ଼ଙ୍ଗୀ, ରାଜକିଶୋର ଦାସ, ହିମାଂଶୁ ଶେଖର ଦାସ, ଉମାବଲ୍ଲଭ ରଥ, ଗିରିବାଳା ବେହେରା, ବିନୋଦ ପାତ୍ର, ସରୋଜ ପାତ୍ର, ଅଜିତ ଦାସ, ଆକବର ଅଲ୍ଲୀ, ହିମାଂଶୁ ଶେଖର ଲିମା, କୁନି ମଲ୍ଲିକ, ଲକ୍ଷଣ କୁମାର ମେହେର, ଦାଶରଥୀ ଗମାଙ୍ଗ, ଅଧିରାଜ ପାଣିଗ୍ରାହୀ, ଏ. କ୍ରାଡ୍ରାକା, ବିଦ୍ୟାଧର ଦେହୁରି, କୁମୁଦିନୀ କିର୍ସାନି ଏବଂ ସଂଗ୍ରାମ କେଶରୀ ଜେନା । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟିରେ ନିରଞ୍ଜନ ପଟ୍ଟନାୟକ, କିଶୋର ଚନ୍ଦ୍ର ପଟେଲ, ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ, ନବକିଶୋର ଦାସ, ପ୍ରଦୀପ ମାଝୀ, ଭାଗବତ ପ୍ରସାଦ ମହାନ୍ତି, ହରିହର କରଣ, ପ୍ରକାଶ ଚନ୍ଦ୍ର ଦେବତା, ଚିନ୍ତାମଣି ଦ୍ୟାନସାମନ୍ତରାୟ, ଶେଖ ମତଲୁବ ଅଲ୍ଲୀ, ଜଗନ୍ନାଥ ରାଉତ ପ୍ରମୁଖ ସ୍ଥାନ ପାଇଛନ୍ତି ।
ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ହେମାନନ୍ଦ ବିଶ୍ୱାଳ, କାହ୍ନୁଚରଣ ଲେଙ୍କା, ଶରତ ପଟ୍ଟନାୟକ, କେ.ପି.ସିଂହଦେଓ, ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ, ସିଡବ୍ଲୁସି ସଭ୍ୟ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ସମ୍ପାଦକ ବିଶ୍ୱରଂଜନ ମହାନ୍ତି, ସାଂସଦ ରଞ୍ଜୀବ ବିଶ୍ୱାଳ, ଶ୍ରୀମତୀ ସୁଶୀଳା ତିରିଆ ଏବଂ ଶ୍ୟାମସୁନ୍ଦର ହାଂସଦା ନିଯୁକ୍ତି ପାଇଛନ୍ତି । ଶୃଙ୍ଖଳା କମିଟିରେ ହେମାନନ୍ଦ ବିଶ୍ୱାଳ ସଭାପତି, ଅନନ୍ତ ପ୍ରସାଦ ସେଠୀ ଆବାହକ ହୋଇଥିବା ବେଳେ ଭାଗବତ ପ୍ରସାଦ ମହାନ୍ତି, ପ୍ରଦୀପ କୁମାର ରଥ, ରବୀନ୍ଦ୍ର ନାଥ ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ ଏବଂ ସାବିତ୍ରୀ ଚୌଧୁରୀ ସଭ୍ୟ ଅଛନ୍ତି ।
ଏଆଇସିସି ପକ୍ଷରୁ ଆଜି ଏହି ତାଲିକା ପ୍ରକାଶ ପାଇଛି । ବହୁ ବିଳମ୍ବରେ ପ୍ରକାଶ ପାଇଥିବା ଟିମ୍ ନିରଞ୍ଜନରେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ହୋଇଥିବା ସ୍ପଷ୍ଟ ଅନୁମାନ ହେଉଛି ।
Previous Post

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ

Next Post

ବାଜପେୟୀ ସଙ୍କଟାପନ୍ନ

Next Post
ବାଜପେୟୀ ସଙ୍କଟାପନ୍ନ

ବାଜପେୟୀ ସଙ୍କଟାପନ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA