Sunday, May 10, 2026 06:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ

by Our Correspondent
21 Aug, 2018- 06:19 PM
in Latest News, Politics
1 min read
0
ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ
ଭୁବନେଶ୍ୱର: ଦରମରା ଅବସ୍ଥାରେ ରହିଥିବା ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ । ଅଲୱାର୍ ର ଏହି ଯୁବରାଜ ଖୁବ୍ କମ ଦିନରେ ଓଡ଼ିଶା କଂଗ୍ରେସର ସ୍ଥିତି ପରଖି ସାରିବା ପରେ ଏବେ ସାଧାରଣ ଲୋକଙ୍କ ମନୋଭାବ ଜାଣିବାକୁ ଆଗ୍ରହୀ ହୋଇଛନ୍ତି । ନିଜକୁ କଂଗ୍ରେସ ଭବନରେ ସୀମିତ ରଖିବାକୁ ସେ ଚାହୁଁନାହାନ୍ତି । ସମସ୍ତଙ୍କୁ ଚକିତ କରି ଆଜି କଂଗ୍ରେସ ଭବନକୁ ସେ ଆସିଥିଲେ ସାଧାରଣ ସିଟି ବସ୍ ରେ । ସାଧାରଣ ଟାଉନ୍(ସିଟି) ବସରେ ଅନ୍ୟ ଯାତ୍ରୀଙ୍କ ମେଳରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଆସି କଂଗ୍ରେସ ଭବନ ସାମନାରେ ଓହ୍ଲାଇବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ଓଡ଼ିଶା ଗସ୍ତରେ ଥିବା ଜିତେନ୍ଦ୍ର ସିଂ ରହୁଛନ୍ତି ନୟାପଲ୍ଲୀସ୍ଥିତ ହୋଟେଲ୍ କ୍ରାଉନ୍ ରେ । ଆଜି ସକାଳ ପ୍ରାୟ ୯ଟା ବେଳେ ସେ ହୋଟେଲ ଛାଡ଼ି କଂଗ୍ରେସ ଭବନ ଆସିବାକୁ ବାହାରିଲେ । ତାଙ୍କୁ ଆଣିବା ପାଇଁ ହୋଟେଲ ବାହାରେ କାର୍ ଅପେକ୍ଷା କରିଥିଲା । ମାତ୍ର ଜିତେନ୍ଦ୍ର ସିଂ ସେହି କାର୍ କୁ ଫେରାଇ ଦେଇଥିଲେ । ଏକା ଚାଲି ଚାଲି ସିଧା ଆସିଲେ ରାସ୍ତାକୁ । ଆଉ ବସ ଷ୍ଟପ୍ ରେ ଅଟକି ରହିଲେ । କିଛି ସମୟ ପରେ ମାଷ୍ଟରକ୍ୟାଣ୍ଟିନ୍ ଆସୁଥିବା ଏକ ସିଟି ବସ୍ ରେ ଚଢ଼ିଲେ । ବସ୍ ଭିତରେ ଅନ୍ୟ ସହଯାତ୍ରୀଙ୍କ ସହ ଗପସପରେ ମାତିଗଲେ ଜିତେନ୍ଦ୍ର । ଓଡ଼ିଶାର ରାଜନୈତିକ ପାଣିପାଗ ସମ୍ପର୍କରେ ପଚାରି ବୁଝିଲେ । ବସ୍ ଯାତ୍ରୀଙ୍କ ଭିତରୁ କିଛି ତାଙ୍କୁୁ ଚିହ୍ନି ପାରିଥିଲେ ମଧ୍ୟ ଅନେକଙ୍କ ପାଇଁ ସେ ଥିଲେ ଅଜଣା ପଥିକ । ବସ ମାଷ୍ଟରକ୍ୟାଣ୍ଟିନ୍ ହେଲାରୁ ଜିତେନ୍ଦ୍ର କଣ୍ଡକ୍ଟରଙ୍କୁ ପଇସା ଦେଇ ବସ୍ ରୁ ଓହ୍ଲାଇଲେ ଏବଂ କଂଗ୍ରେସ ଭବନକୁ ଚାଲି ଚାଲି ଗଲେ ।
ସାଧାରଣ ଲୋକ ଓ କର୍ମୀଙ୍କ ସହ ଅତି ଆରାମ୍ ରେ ମିଶିପାରୁଥିବା ଏହି ଦିଲ୍ଲୀ ନେତା ତଥା ଯୁବରାଜଙ୍କ ଭଦ୍ର ଓ ନମ୍ର ଆଚରଣ ରାଜ୍ୟ କଂଗ୍ରେସ ପାଇଁ ଏବେ ବଡ଼ ଆସେଟ୍ ହୋଇଛି । ଓଡ଼ିଶା କଂଗ୍ରେସକୁ ଚଳଚଞ୍ଚଳ କରିବାକୁ ସେ ନିଜର ଫୁଲ ଦମ୍ ଖଟାଇଛନ୍ତି । କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ଫେରାଇ ଆଣିବାକୁ ସେ ବିଭିନ୍ନ ଏକ୍ସପେରିମେଣ୍ଟ ଚଲାଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରହିଥିବା ବିଭିନ୍ନ ପ୍ରସଙ୍ଗକୁ ପ୍ରଭାବୀ ଢ଼ଙ୍ଗରେ ଆଣିବା ପାଇଁ ସେ ପ୍ରସ୍ତୁତ କରିଛନ୍ତି ରୋଡମ୍ୟାପ୍ ।
ଆଜି ଅପରାହ୍ନରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଥିଲେ । ରାଫେଲ୍ ବିମାନ କିଣାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିବା କହି ତାହାର ଦସ୍ତାବିଜ୍ ଉପସ୍ଥାପନ କରିଥିଲେ । ଏଆଇସିସିର ନିଷ୍ପତ୍ତିକ୍ରମେ ସେ ନିର୍ଦ୍ଦିଷ୍ଟ ଭାବେ ରାେଫେଲ ଦୁର୍ନୀତିକୁ ପ୍ରସଙ୍ଗ କରିଥିଲେ । ଏଥିରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା କରିବାକୁ ମନା କରିଥିଲେ ଜିତେନ୍ଦ୍ର ସିଂ ।
Previous Post

କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

Next Post

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ଏକ ନମ୍ବର, ଅପ୍ରତିଦ୍ୱନ୍ଦୀ

Next Post
ଇଣ୍ଡିଆ ଟୁଡେ ସର୍ଭେ: ନବୀନ ଏକ ନମ୍ବର, ଅପ୍ରତିଦ୍ୱନ୍ଦୀ

ଇଣ୍ଡିଆ ଟୁଡେ ସର୍ଭେ: ନବୀନ ଏକ ନମ୍ବର, ଅପ୍ରତିଦ୍ୱନ୍ଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA