Monday, May 25, 2026 07:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଣଓଡ଼ିଆ ବନ୍ଧୁ ଅସ୍ତ୍ର ନୁହେଁ ତ?

by Our Correspondent
21 Sep, 2018- 04:11 PM
in Latest News, Politics
1 min read
0
ଅଣଓଡ଼ିଆ ବନ୍ଧୁ ଅସ୍ତ୍ର ନୁହେଁ ତ?
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ରୋଷର ଶିକାର ହୋଇଥିବା ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କର ସମବେଦନାକୁ ନେଇ ଚର୍ଚ୍ଚା ବ୍ୟାପିଲାଣି । ଓଡ଼ିଶାର ଐତିହ୍ୟ, ସଂସ୍କୃତି, କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ବିଧାୟକ ଓ ଗଣମାଧ୍ୟମକୁ କଟାକ୍ଷ କରି ଅପଶବ୍ଦ ବ୍ୟବହାର କରିଥିବା ଅଭିଜିତ୍ ଙ୍କୁ ବୈଜୟନ୍ତ ନିଜ ଟିଭି ଜରିଆରେ ଯେ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି ତାହା ସ୍ପଷ୍ଟ ହେଲାଣି । ନିଜ ମାଟି ମାଆର ଇଜ୍ଜତ ନଉଥିବା ଅଭିଜିତ୍ ଭଳି ଜଣେ ହୀନ ଚରିତ୍ରର ବ୍ୟକ୍ତିଙ୍କୁ ବୈଜୟନ୍ତ ବନ୍ଧୁ ଭାବେ ସଙ୍ଖୋଳି ରଖିବା ପଛର ରହସ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବୈଜୟନ୍ତଙ୍କ ସାହାସ ଓ ଇସାରାରେ ସେ ଏଭଳି କାର୍ଯ୍ୟ କରିଥିବା ଅନେକ ସନ୍ଦେହ କଲେଣି । ସମଗ୍ର ଘଟଣାକ୍ରମରୁ ହିଁ ଏହି ସନ୍ଦେହ ସୃଷ୍ଟି ହୋଇଛି ।
ଘଟଣା-୧: ୨୦୧୭ ସେପ୍ଟେମ୍ବର ଓ ନଭେମ୍ବର ମାସରେ ଅଭିଜିତ୍ ଟୁଇଟ୍ କରି ଓଡ଼ିଶା ଓ ମହାପ୍ରଭୁଙ୍କ ସମ୍ପର୍କରେ ଅତ୍ୟନ୍ତ ହୀନ ଓ ଅରୁଚିକର ଟିପ୍ପଣୀ ଦେଇଥିଲେ । ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ବିକୃତ କରିବାକୁ ଉଦ୍ୟମ କରିଥିଲେ । ବୈଜୟନ୍ତ ତାହାକୁ ସେତେବେଳେ ନିନ୍ଦା କରି ନ ଥିଲେ । ଓଲଟି ସାବାସି ଦେଇଥିଲେ । ଓଡ଼ିଆ ପୁଅ ବୈଜୟନ୍ତଙ୍କର ଏହା କି ପ୍ରକାର ମାନସିକତା?
ଘଟଣା-୨: ସେହି ବନ୍ଧୁଙ୍କୁ ବୈଜୟନ୍ତ ଓଡ଼ିଶା ବୁଲାଇ ଆଣିଲେ । ତାଙ୍କ ସହ ଆରତୀ ଟିକୁ ନାମକ ଜଣେ ମହିଳାଙ୍କୁ ବି ବନ୍ଧୁ ଭାବେ ଆଣିଥିଲେ । ଦୁହେଁ ଜାତୀୟସ୍ତରର ବଡ଼ ସାମ୍ବାଦିକ ବୋଲି ନିଜେ ବୈଜୟନ୍ତ କହିଛନ୍ତି । ବୈଜୟନ୍ତ ନିଜ ହେଲିକପ୍ଟରରେ ସେମାନଙ୍କୁ ଚିଲିକା, ପୁରୀ, କୋଣାର୍କ ବୁଲାଇଲେ । କୋଣାର୍କରେ ଓହ୍ଲାଇ ମନ୍ଦିର ଆଗରେ ଛିଡ଼ା ହୋଇ ଅଭିଜିତ୍ ଏକ ଭିଡ଼ିଓ ସୁଟିଂ କରାଇଲେ । କୋଣାର୍କ ସମ୍ପର୍କରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଲେ । ସେତେବେଳେ ବୈଜୟନ୍ତ ଥିଲେ କେଉଁଠି? ଅଭିଜିତ୍ ଙ୍କ ଟିପ୍ପଣୀ ଜାଣିଥିଲେ ନା ନାହିଁ?
ଘଟଣା-୩: ପରଦିନ ବୈଜୟନ୍ତ ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପାଇଁ ପୁଲିସରେ ଫସିବା ବେଳକୁ ଅଭିଜିତ୍ କୋଣାର୍କ ମନ୍ଦିର ଆଗରେ ସୁଟ୍ କରିଥିବା ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଲେ । ଏହାକୁ ନେଇ ତମ୍ବି ତୋଫାନ ହେଲା । କୋଣାର୍କ ମନ୍ଦିରର ଧ୍ୱଜା ଉଡ଼ାଇଥିବା ନିଜ ବନ୍ଧୁଙ୍କ ଏଭଳି କାରନାମା ବୈଜୟନ୍ତଙ୍କୁ ସାମାନ୍ୟ ଲଜ୍ଜା ଓ ଦୁଃଖ ଦେଲାନି କେମିତି? ବନ୍ଧୁଙ୍କ ଅପରାଧ ପାଇଁ ସେ ତତକ୍ଷଣାତ୍ କ୍ଷମା ମାଗିଲେ ନାହିଁ କାହିଁକିି?
ଘଟଣା-୪: ମାମଲାଟି ଚା ଖଟିରୁ ବିଧାନସଭା ଗଲା ପରେ ବି ବୈଜୟନ୍ତଙ୍କ ଟୁଇଟରରୁ ପଦୁଟିଏ ନିନ୍ଦା ବାହାରିଲାନି । ପରଦିନ ସକାଳେ ବାଧ୍ୟ ହୋଇ ସେ ଏକ ଭିଡ଼ିଓ ଜାରି କଲେ ସତ ହେଲେ ସେଥିରେ ଅଭିଜିତ୍ ର ଟିପ୍ପଣୀ ତାଙ୍କ ପାଇଁ ଗୌଣ ହୋଇଥିଲା । କୌତୁକ ବା ମଜ୍ଜାରେ ଏହା ସେ କହିଥାଇପାରନ୍ତି ବୋଲି ଅତ୍ୟନ୍ତ ଲଜ୍ଜାହୀନ ମନ୍ତବ୍ୟ ଦେଲେ ବୈଜୟନ୍ତ । କାମ ଚଳେଇବା ନ୍ୟାୟରେ ସେ ତାଙ୍କର ଟିପ୍ପଣୀକୁ ନାପସନ୍ଦ କରିଥିଲେ ।
ଘଟଣା-୫: ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଅଭିଜିତ୍ ଙ୍କ କଟୁ ଟିପ୍ପଣୀକୁ ନେଇ ହୋ ହଲ୍ଲା ଚାଲିଥିବା ବେଳେ ବୈଜୟନ୍ତଙ୍କ ଟିଭି ପାଇଁ ଏହା ମୁଖ୍ୟ ଖବର ହେଲା ନାହିଁ । ବରଂ ଏହି ଖବରକୁ ଗୌକରିବାକୁ ଚେଷ୍ଟା କରାଗଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଭିଜିତ୍ ମଧ୍ୟ ନିଜ ଟୁଇଟର ଟିପ୍ପଣୀକୁ ‘ଥଟ୍ଟାମଜ୍ଜା’ ବୋଲି ଆଖ୍ୟା ଦେଲେ, ଯାହା ଦିନକ ପୂର୍ବରୁ ବୈଜୟନ୍ତ କହିଥିଲେ । ଏଠି ପ୍ରଶ୍ନ, ଅଭିଜିତ୍ ଙ୍କ ଟିପ୍ପଣୀ କୌତୁକ ବା ମଜ୍ଜାଳିଆ ବୋଲି ବୈଜୟନ୍ତ ଆଗରୁ ଜାଣିପାରିଲେ କେମିତି? ଦୁହିଁଙ୍କ ପ୍ରତିକ୍ରିୟା ସମାନ ରହିବା ପଛରେ କ’ଣ ଅଛି ରହସ୍ୟ?
ଘଟଣା-୬: ଅଭିଜିତ୍ ଦିଲ୍ଲୀରେ ଗିରଫ ହୋଇ ଜାମିନ୍ ପାଇବା ଖବରକୁ ବୈଜୟନ୍ତଙ୍କ ଟିଭି ଯେଉଁ ଢ଼ଙ୍ଗରେ ପ୍ରଚାର କଲେ ତାହା ସମସ୍ତେ ଦେଖିଛନ୍ତି । ଅଭିଜିତ୍ ଙ୍କ ବିରୋଧରେ ପୁଲିସ ପାଖରେ ତଥ୍ୟ ପ୍ରମାଣ ନାହିଁ ଏବଂ ତାକୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଥିବା ପ୍ରଚାର କରିବାକୁ ଉଦ୍ୟମ କଲେ । କିଛି ଲୋକଙ୍କ ମୁହଁରେ ଅଭିଜିତ୍ ଙ୍କ ଗିରଫଦାରିକୁ ଅନ୍ୟାୟ ବୋଲି ଦର୍ଶାଇବାକୁ ଚେଷ୍ଟା କଲେ? ଓଡିଶାର ସଂସ୍କୃତି, ଐତିହ୍ୟ, ବିଧାନସଭା ସଦସ୍ୟ ଓ ଗଣମାଧ୍ୟମକୁ ଅଭଦ୍ରୋଚିତ ଭାଷା ପ୍ରୟୋଗ କରି ହୀନ ଆଚରଣ ଦେଖାଇଥିବା ଏଭଳି ଜଣେ ମାନସିକ ବିକୃତ ବ୍ୟକ୍ତି ପାଇଁ ବୈଜୟନ୍ତଙ୍କର ଏତେ ଦରଦ ଆସିଲା କାହିଁକି?
ଘଟଣା-୭: ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଣଓଡ଼ିଆ ଅଭିଜିତ୍ ତାଙ୍କ ଟୁଇଟର୍ ରେ ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କୁ ଲଗାତର ଭୀଷଣ ଗାଳିମନ୍ଦ କରିଛନ୍ତି । ଓଡ଼ିଶା ସହ ଦେଣନେଣ ନ ଥିବା ଜଣେ ଅଣଓଡ଼ିଆ ଖାଲିଟାରେ ଏମିତି ଗାଳିମନ୍ଦ କରିବ କାହିଁକି? ଖାସ୍ କରି ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ତଡ଼ା ଖାଇଲା ପରେ ଅଭିଜିତ୍ ର ଗାଳିମନ୍ଦ ଆରମ୍ଭ ହୋଇଛି । ନିଜର ବନ୍ଧୁ ବୈଜୟନ୍ତଙ୍କୁ ଖୁସି କରିବାକୁ ନା ବନ୍ଧୁଙ୍କ ଇସାରାରେ ସେ ଏଭଳି କରୁଛନ୍ତି ତାହା ସାଧାରଣ ଲୋକେ ଜାଣିବାକୁ ଚାହିଁଲେଣି ।
ଅଭିଜିତ୍ ଆୟାର୍ କିଭଳି ଚରିତ୍ରର ଲୋକ ତାହା ସମସ୍ତେ ଜାଣିସାରିଲେଣି । ତାଙ୍କ ଟିପ୍ପଣୀକୁ ଗୁରୁତ୍ୱ ଦିଆଯିବା ଉଚିତ୍ ନୁହେଁ ବୋଲି ଯେଉଁମାନେ କହୁଛନ୍ତି ତାହା ଠିକ୍ ହୋଇପାରେ । ହେଲେ ଜଣେ ବ୍ୟକ୍ତି ଯଦି ଫ୍ରିଡମ୍ ଅଫ ସ୍ପିଚ୍ ନାଁରେ ଅନ୍ୟ କାହାରି ଇଜ୍ଜତ ଲୁଟିବ ତେବେ ତାଙ୍କୁ ପ୍ରଶୟ ଦିଆଯାଇପାରିବ କି? ସେଭଳି ଲୋକକୁ ସହ୍ୟ କରି ଚୁପ୍ ରହିଯିବା ଉଚିତ୍ ନାଁ ଆଇନର ଗଣ୍ଡିରେ ଛାଡ଼ିଦେବା ଉଚିତ୍? ପୁଣି କୁହାଯାଉଛି, ଅଭିଜିତ୍ ଗୋଟେ ପାଗଳ । ଅନେକ ତାଙ୍କୁ ‘ଗେ’ ବୋଲି ମଧ୍ୟ ଚର୍ଚ୍ଚା କରୁଛନ୍ତି । ଯଦି ତାହା ଠିକ୍ ତେବେ ବୈଜୟନ୍ତ ପଣ୍ଡାଙ୍କ ଭଳି ଜଣେ ବିଜ୍ଞ, ହାଇପ୍ରୋଫାଇଲ୍ ରାଜନେତା ସେଭଳି ଲୋକ ସହ ବନ୍ଧୁତାରେ ବାନ୍ଧି ହେବା ଲଜ୍ଜାକର ନୁହେଁ କି? ଆଉ ଯଦି ତାଙ୍କୁ ପାଗଳ ଜାଣି ନିଜର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିଥିବେ ତାହା ଆହୁରି ସାଂଘାତିକ ।
ବିିଧାନସଭାରେ ଏହି ପ୍ରସଙ୍ଗ ଉଠିସାରିଛି । ଏଭଳି ଘଟଣାକୁ ପୁଲିସ ହାଲକା ଭାବେ ନେବା ଠିକ୍ ନୁହେଁ । ଅଭିଜିତ୍ ଟିପ୍ପଣୀ ପଛରେ ବୈଜୟନ୍ତ କି ଅନ୍ୟ କାହାର ଇସାରା ଏବଂ ସହଯୋଗ ଅଛି ତାଙ୍କୁ ମଧ୍ୟ ତଦନ୍ତ ପରିସର କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
Previous Post

ଆସୁଛି ଝଡ଼ବତ୍ୟା, ୫ ଟି ଜିଲ୍ଲାରେ ରେଡ୍ ଆଲର୍ଟ

Next Post

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

Next Post
ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA