Monday, May 25, 2026 01:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭିଜିତ୍ ଆୟାରଙ୍କ ଟେର୍ ପାଉନି ପୁଲିସ

by Our Correspondent
10 Oct, 2018- 02:03 PM
in Latest News, News
1 min read
0
ଅଭିଜିତ୍ ଆୟାରଙ୍କ ଟେର୍ ପାଉନି ପୁଲିସ
ଭୁୁବନେଶ୍ୱର: ଫେରାର ହୋଇଯାଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଟେର୍ ପାଉନି ପୁଲିସ । ଓଡ଼ିଶାରୁ ତିନିଟି ସ୍ୱତନ୍ତ୍ର ପୁଲିସ ଟିମ୍ ଦିଲ୍ଲୀ, କୋଲକତା ଓ ଚେନ୍ନାଇରେ ଦୁଇଦିନ ହେଲା ଛାନଭିନ୍ କରୁଥିଲେ ମଧ୍ୟ କୌଣସି ଫଳ ପାଉନାହାନ୍ତି । କାଳେ ଓଡ଼ିଶା ଆସି କେଉଁଠି ଲୁଚିଥିବେ ତାହା ଉପରେ ବି ପୁରୀ ପୁଲିସ ଅନ୍ଧାରରେ ବାଡ଼ି ବୁଲଉଛି । ଆସନ୍ତାକାଲି(ଗୁରୁବାର) ଦିନ ୧୧ଟାରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ଅଭିଜିତ୍ ଙ୍କୁ ନିର୍ଦ୍ଦେଶ ଅଛି । କମିଟି ଆଗରେ ହାଜିରା ପାଇଁ ଅଭିଜିତ୍ ପୁରୀ ଏସପିଙ୍କଠାରୁ ପୂର୍ବରୁ ସୁରକ୍ଷା ମାଗି ସାରିିଥିବାରୁ ପୁଲିସ ଦ୍ୱନ୍ଦରେ ପଡ଼ିଯାଇଛି ।
ଆମ ଦିଲ୍ଲୀ ସୂତ୍ର ଖବର ଅନୁଯାୟୀ, ଏସଟିଏଫ ଏସପି ସତ୍ୟଜିତ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ପୁଲିସ ଟିମ୍ ଅଭିଜିତ୍ ଙ୍କ ଅଫିସ, ଘର, ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ଘର ଉପରେ ତନାଘନା ଜାରି ରଖିଛନ୍ତି । ଜଙ୍ଗପୁରା ଏକ୍ସଟେନସନରେ ଥିବା ତାଙ୍କ ଅଫିସ ଏବଂ ସଫଦରଜଙ୍ଗ ଏକକ୍ଲେଭ୍ ରେ ଥିବା ଘରକୁ ବହୁବାର ଯାଇ ପଚରାଉଚୁରା କରୁଛନ୍ତି । ତେବେ ଅଭିଜିତ୍ ଖୋଜ ଖବର ନେଇ ଏହି ଟିମ୍ କୁ କୌଣସି ସୂଚନା ମିଳିପାରିନାହିଁ । କୋଲକତା ଓ ଚେନ୍ନାଇରୁ ବି ତାଙ୍କର ଖୋଜ ଖବର ଆଣିବାରେ ପୁଲିସକୁ ସଫଳତା ମିଳିନାହିଁ । ଆସନ୍ତକାଲି ସେ ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବାର ଥିବାରୁ ଏବେ ପୁଲିସ ସେୟାଡକୁ ଦୃଷ୍ଟି ଫେରାଇଛି ।
ଅଭିଜିତ୍ ଙ୍କ ଅନ୍ତରୀଣ ଜାମିନ୍ ମିଆଦ ଗତ ୫ ତାରିଖରୁ ଶେଷ ହୋଇଛି । ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ନାକଚ କରିସାରିଛନ୍ତି । ଅଭିଜିତ୍ ଜେଲ୍ ରେ ରହିବାକୁ ଯୋଗ୍ୟ ଏବଂ ତାଙ୍କ ପାଇଁ ଜେଲ୍ ସର୍ବଶ୍ରେଷ୍ଠ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କ ଜାମିନ୍ ଆବେଦନ ଶୁଣାଣି କରି ଟିପ୍ପଣୀ ଦେଇଥିଲେ । କୋର୍ଟ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ୫ ତାରିଖରେ ଅଭିଜିତ୍ କୋଣାର୍କ ଥାନାରେ ହାଜର ହେବା କଥା । ମାତ୍ର ଅଭିଜିତ୍ ହାଜର ନ ହୋଇ ଫେରାର ହୋଇଯାଇଛନ୍ତି । ସେବେଠାରୁ ସର୍ଚ୍ଚ ୱାରେଣ୍ଟ ଧରି ପୁଲିସ ତାଙ୍କୁ ଖୋଜୁଛି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଏହି ବନ୍ଧୁ ଅଭିଜିତ୍ ଙ୍କୁ ଓଡ଼ିଶା ବୁଲାଇ ଆଣିଥିଲେ । ମହିଳା ବାନ୍ଧବୀ ଆରତୀ ଟିକୁ ବି ସାଙ୍ଗରେ ଥିଲେ । ହେଲିକପ୍ଟରରେ ସେମାନଙ୍କୁ ଚିଲିକା, ପୁରୀ, କୋଣାର୍କ ଉପରେ ଉଡ଼ାଇଥିଲେ । ବନ୍ଧୁ ଅଭିଜିତ୍ କୋଣାର୍କ ମନ୍ଦିର ସାମନାରେ ନିଜର ଏକ ଭିଡ଼ିଓ ସୁଟ୍ କରି ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ । ସେଥିରେ କୋଣାର୍କ ମନ୍ଦିରକୁ ବେଶ୍ ତାତ୍ସଲ୍ୟ କରିଥିଲେ । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ କୁତ୍ସିତ ଟିପ୍ପଣୀ ରଖିଥିଲେ । ଅଭିଜିତ୍ ଙ୍କ ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କୋଣାର୍କ ଥାନାରେ ଏତଲା ହୋଇଥିଲା । ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ସେଥିରେ ସହ ଅଭିଯୁକ୍ତ ଦର୍ଶାଯାଇଛି । ସେହିଭଳି ଓଡ଼ିଶା ବିଧାୟକମାନଙ୍କୁ ଅଭିଜିତ୍ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଛନ୍ତି । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ଅବମାନନା କରିବା ସହ ବିଧାୟକଙ୍କୁ ବୁଦ୍ଦୁ କହିଥିବାରୁ ବିଧାନସଭାରେ ଏକ ଗୃହ କମିଟି ଗଠନ ହୋଇ ତାଙ୍କୁ ୧୧ ତାରିଖରେ ହାଜର ପାଇଁ ସମନ କରାଯାଇଛି ।
Previous Post

ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ତିତଲି’

Next Post

ଗୃହ କମିଟିକୁ ଖାତିର କଲେନି ବୈଜୟନ୍ତଙ୍କ ବନ୍ଧୁ

Next Post
ଗୃହ କମିଟିକୁ ଖାତିର କଲେନି ବୈଜୟନ୍ତଙ୍କ ବନ୍ଧୁ

ଗୃହ କମିଟିକୁ ଖାତିର କଲେନି ବୈଜୟନ୍ତଙ୍କ ବନ୍ଧୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA