Sunday, August 2, 2026 10:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୃହ କମିଟିକୁ ଖାତିର କଲେନି ବୈଜୟନ୍ତଙ୍କ ବନ୍ଧୁ

by Our Correspondent
11 Oct, 2018- 01:55 PM
in Latest News, News
1 min read
0
ଗୃହ କମିଟିକୁ ଖାତିର କଲେନି ବୈଜୟନ୍ତଙ୍କ ବନ୍ଧୁ

– ଫେରାର ଅଭିଜିତ୍ ଆୟାର ଗୃହ କମିଟିକୁ ବି ଧରା ଦେଲେନି
– ଇ-ମେଲ୍ ଯୋଗେ କ୍ଷମା ମାଗିଲେ, କହିଲେ ଅକ୍ଷମଣୀୟ ଅପରାଧ କରିଛି
– ଅଭିଜିତ୍ ଙ୍କୁ ୨୩ ତାରିଖରେ ହାଜର କରାଇବାକୁ ଡିଜିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଧାନସଭାର ଗୃହ କମିଟିକୁ ଖାତିର କରିନାହାନ୍ତି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର । ଆଜି ଦିନ ୧୧ଟା ବେଳେ ଗୃହ କମିଟି ଆଗରେ ହାଜର ହେବାକୁ ତାଙ୍କୁ ସମନ ହୋଇଥିଲା । କମିଟିରେ ହାଜର ହେବେ ବୋଲି ସେ ଇ-ମେଲ୍ ଯୋଗେ ଆଗରୁ ଜଣାଇ ବି ଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଓ ୫ ସଦସ୍ୟ ଦିନ ୧୧ଟା ବେଳେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ଆରମ୍ଭ କରିଥିଲେ । ଅଭିଜିତ୍ ଙ୍କୁ ସମସ୍ତଙ୍କର ଅପେକ୍ଷା ଥିଲା । ମାତ୍ର ୪୫ ମିନିଟ୍ କାଳ ତାଙ୍କୁ ଅପେକ୍ଷା କଲା ପରେ ବି ସେ ଆସି ନ ଥିଲେ । ଅନ୍ୟପକ୍ଷରେ ରାଜ୍ୟରେ ବର୍ଷା ଓ ବାତ୍ୟା ସ୍ଥିତି ଦୃଷ୍ଟିରୁ ଅଭିଜିତ୍ ଙ୍କ ଉପରେ ଗୃହ କମିଟି ନରମଭାବ ଦେଖାଇଛି । ଆସନ୍ତା ୨୩ ତାରିଖରେ ହାଜର ପାଇଁ ତାଙ୍କୁ ପୁନର୍ବାର ସୁଯୋଗ ଦିଆଯାଇଛି । ଗୃହ କମିଟି ଆଗରେ ତାଙ୍କୁ ହାଜର କରାଇବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, ଅଭିଜିତ୍ ଆୟାର ଆଜି ଅର୍ଥାତ ୧୧ ତାରିଖ ଦିନ ୧୧ଟା ବେଳେ ଗୃହ କମିଟି ଆଗରେ ଉପସ୍ଥିତ ରହିବେ ବୋଲି ମେଲ୍ ଯୋଗେ ଜଣାଇଥିଲେ । ଆଉ ଗୋଟେ ମେଲ୍ ଯୋଗେ କହିଥିଲେ ଯେ ମୁଁ ଅକ୍ଷମଣୀୟ ଅପରାଧ କରିଛି । ଯାହା କହିଛି ତାହା କହିବା ଉଚିତ ନ ଥିଲା । ମୁଁ ସେଥିପାଇଁ କ୍ଷମା ମାଗୁଛି ଏବଂ ମୋ ଭୁଲ୍ ସ୍ୱୀକାର କରୁଛି । ତେଣୁ ମୋତେ କ୍ଷମା ଦିଅନ୍ତୁ ।
ତେବେ ଯେହେତୁ କମିଟିରେ ହାଜର ହେବାକୁ ତାଙ୍କୁ ନୋଟିସ୍ ହୋଇଛି, ତେଣୁ ବ୍ୟକ୍ତିଗତ ଭାବେ କମିଟିରେ ହାଜର ହେବାକୁ ସେ ବାଧ୍ୟ । କିନ୍ତୁ ଯେହେତୁ ବାତ୍ୟା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଛି ଏବଂ ଟ୍ରେନ୍ ଓ ବିମାନ ବାତିଲ ହୋଇଥିବା ଖବର ବି ପ୍ରଚାର ହୋଇଛି ତେଣୁ ସେହି ଦୃଷ୍ଟିରୁ ହୁଏତ ସେ ଆସି ନ ଥାଇପାରନ୍ତି । ଜଣେ ଲୋକ ଯେତେବେଳେ ନିଶ୍ଚିତ ଆସିବେ ବୋଲି ଲେଖିକି ଦେଇଛନ୍ତି ଏବଂ ଆଜି ଅନୁପସ୍ଥିତ, ହୁଏତ କମିଟିକୁ ଅବମାନନା କରିବା ପାଇଁ ନୁହେଁ । ଏକଥା ବିଚାର କରି ତାଙ୍କୁ ପୁନର୍ବାର ନୋଟିସ୍ ଦେଇଛୁ ଏବଂ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛୁ ତାଙ୍କୁ ଆସନ୍ତା ୨୩ ତାରିଖ ୧୧ଟା ବେଳେ ବିଧାନସଭା ରୁମ୍ ନମ୍ବର ୫୪ ରେ ହାଜର କରାଇବାକୁ ।
ଶ୍ରୀ ମିଶ୍ର ପୁଣି କହିଛନ୍ତି ଯେ ଅଭିଜିତ୍ ଆମକୁ(ଗୃହ କମିଟି) ସୁରକ୍ଷା ମାଗିନାହାନ୍ତି । ଅନ୍ୟ ଯେଉଁ କେସ୍ ଗୁଡ଼ିକ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ହୋଇଛି ତାହା ସହ ଗୃହ କମିଟିର କୌଣସି ସମ୍ପର୍କ ନାହିଁ । ସେହି ମାମଲାର ଅନୁସନ୍ଧାନରେ ଗୃହ କମିଟି ହସ୍ତକ୍ଷେପ କରିପାରିବ ନାହିଁ । କିମ୍ବା ଗୃହ କମିଟି ଯେଉଁ ମାମଲାର ବିଚାର କରୁଛି ସେଥିରେ ଅନ୍ୟ ଅଧିକାରୀ ହସ୍ତକ୍ଷେପ କରିପାରିବେ ନାହିଁ ।
ସୂଚନାଯୋଗ୍ୟ, କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ୍ ପୁଲିସ ଜାଲରେ ପଡ଼ିଥିବା ବେଳେ ଓଡ଼ିଶା ବିଧାୟକମାନଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ବିଧାନସଭା ଜାଲରେ ପଡ଼ିଛନ୍ତି । ସେପ୍ଟେମ୍ବର ୨୦ ତାରିଖରେ ସେ କୋଣାର୍କ ପୁଲିସ ଦ୍ୱାରା ଦିଲ୍ଲୀରେ ଗିରଫ ହୋଇ ଅନ୍ତରୀଣ ଜାମିନ୍ ପାଇଥିଲେ । ଅକ୍ଟୋବର ୫ ତାରିଖରୁ ତାଙ୍କ ଅନ୍ତରୀଣ ଜାମିନ୍ ଅବଧି ସରିଥିଲେ ମଧ୍ୟ ସେ କୋର୍ଟ ନିର୍ଦ୍ଦେଶ ମାନି କୋଣାର୍କ ଥାନାରେ ହାଜର ହୋଇ ନ ଥିଲେ । ଖୋଦ୍ ସୁପ୍ରିମକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ତାଙ୍କ ପାଇଁ ଜେଲ୍ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇସାରିଛନ୍ତି । ମାତ୍ର ଆଇନ ଆଖିରେ ଧୂଳି ଦେଇ ଅଭିଜିତ୍ ଫେରାର ହୋଇଯାଇଛନ୍ତି । ପୁଲିସ ତାଙ୍କୁ ଖୋଜି ଖୋଜି ପାଉନାହିଁ ।
Previous Post

ଅଭିଜିତ୍ ଆୟାରଙ୍କ ଟେର୍ ପାଉନି ପୁଲିସ

Next Post

‘କୌନ୍ ବନେଗା କରୋଡପତି’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Next Post

‘କୌନ୍ ବନେଗା କରୋଡପତି’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA