Monday, May 25, 2026 08:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଏ କି ପ୍ରକାର ଜନନେତା ?

by Our Correspondent
12 Oct, 2018- 01:43 PM
in Latest News, Politics
1 min read
0
ଇଏ କି ପ୍ରକାର ଜନନେତା ?

ଭୁବନେଶ୍ୱର: ‘ତିତଲି’ ଆତଙ୍କରେ ଥରୁଥିଲା ଓଡ଼ିଶା । ୧୩ ଜିଲ୍ଲାବାସୀ ଆତଙ୍କରେ ହାହାକାର ହୋଇଯାଇଥିଲେ । ୯ ତାରିଖ ସଂଧ୍ୟାରୁ ଓଡ଼ିଶାର ଟିଭି ଚାନେଲ୍ ଗୁଡ଼ିକ ତିତଲି ବାତ୍ୟା ସମ୍ପର୍କିତ ଖବରକୁ ଅନବରତ ପ୍ରଚାର କରୁଥିଲେ । ରାଜ୍ୟ ସରକାର ଘନ ଘନ ବୈଠକ କରି ପ୍ରଶାସନକୁ ସଜାଗ କରୁଥିଲେ । ସମଗ୍ର ଶାସନକଳର ଦୃଷ୍ଟି ନିବଦ୍ଧ ଥିଲା ତିତଲି ଉପରେ । କ୍ଷୟକ୍ଷତି, ମୃତାହତ ରୋକିବାକୁ ଯେଝା ନିଜ ନିଜ କାମରେ ଲାଗିପଡ଼ିଥିଲେ । ଆଉ ଠିକ୍ ସେତିକିବେଳେ ନିଜକୁ ଓଡ଼ିଆ ଲୋକଙ୍କ ତ୍ରାଣକର୍ତ୍ତା ବୋଲାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ନିଜର ପ୍ରତିପତ୍ତି ଦେଖାଇ ହୀନ ରାଜନୈତିକ ସ୍ୱାର୍ଥ ସାଧନ ଉଦ୍ୟମରେ ବ୍ୟସ୍ତ ଥିଲେ । ନିଜର ଶତ୍ରୁ ପାଲଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ଦିଲ୍ଲୀର ସମ୍ବ୍ରାନ୍ତ ମେଳିରେ ଭାଷଣବାଜି କରୁଥିଲେ । ବୈଜୟନ୍ତଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ରୋମ୍ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ବୋଲି ଅନେକ ଏହାକୁ ଅଭିହିତ କରିଛନ୍ତି ।

୧୦ ତାରିଖ ସଂଧ୍ୟାରେ ଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ସେଣ୍ଟର ଆନେକ୍ସଠାରେ ରୁବେନ୍ ବାନାର୍ଜୀଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକ ଉପରେ ଆୟୋଜିତ ଆଲୋଚନାଚକ୍ରର ମୁଖ୍ୟ ପୁରୋଧା ଥିଲେ ବୈଜୟନ୍ତ ପଣ୍ଡା । ଦୁଇ ମାସ ତଳେ ପୁସ୍ତକଟି ଭୁବନେଶ୍ୱରରେ ଉନ୍ମୋଚିତ ହୋଇସାରିଥିଲେ ମଧ୍ୟ ପୁସ୍ତକ ଉପରେ ଆଲୋଚନା ଆଳରେ ନବୀନ ପଟ୍ଟନାୟକଙ୍କୁ ଗାଳି ଦେବା ପାଇଁ ବୈଜୟନ୍ତ ଦିଲ୍ଲୀ ଚାଲ୍ ରଚିଥିବା କୁହାଯାଉଛି । ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ମନଭରି ବକିଥିଲେ ବୈଜୟନ୍ତ । ନବୀନଙ୍କୁ ନିନ୍ଦିତ କରି ନିଜର ପ୍ରତିପତ୍ତି ବଢ଼ାଇବାକୁ ବୈଜୟନ୍ତଙ୍କ ଚାଲ୍ ବାରି ହୋଇପଡୁଥିଲା ।
ଦିଲ୍ଲୀରେ ନିଜର କାଟତି ବଢ଼ାଇବାକୁ ବୈଜୟନ୍ତଙ୍କର ଏଭଳି ପ୍ରୟାସ ଉପରେ କାହାର ଆପତ୍ତି ନାହିଁ । ହେଲେ ନିଜ ରାଜ୍ୟ ଓଡ଼ିଶାର ଦୁର୍ଦ୍ଦିନ ଓ ଭୟାନକ ପରିସ୍ଥିତି ବେଳେ ଲୋକଙ୍କ ସାଥୀରେ ରହି ସହଯୋଗର ହାତ ବଢ଼ାଇବାକୁ ବୈଜୟନ୍ତ ଭୁଲିଗଲେ । ତାଙ୍କର ଓଡ଼ିଆଙ୍କ ପ୍ରତି ପ୍ରେମ ଓ ଦରଦ କିଭଳି ତାହା ଏଥିରୁ ବାରି ହୋଇପଡୁଛି ବୋଲି ସୋସିଆଲ୍ ମିଡ଼ିଆରେ ବହୁ ବ୍ୟକ୍ତି କଟୁକ୍ତି କରିଛନ୍ତି । ଲୋକଙ୍କ ଦୁର୍ଦ୍ଦିନ ବେଳେ ଜଣେ ନେତା ସେମାନଙ୍କ ସାଙ୍ଗରେ ରହିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକମାନେ ବି ବୈଜୟନ୍ତଙ୍କ ଆଚରଣକୁ ନାପସନ୍ଦ କରିଛନ୍ତି । ସେମାନଙ୍କ ମତରେ ବୈଜୟନ୍ତଙ୍କ ଛଳନା ଧରିପଡ଼ିଗଲାଣି । କେନ୍ଦ୍ରାପଡ଼ା, ଭୁବନ କି ବାଲେଶ୍ୱର ଯାଇ ଲୋକଙ୍କ ଚାଳଘରେ ବସି ଖାଇବା, ଗରିବ ପିଲାକୁ କାଖରେ କୋଳେଇବାର ଫଟୋ ନିଜ ଟୁଇଟର ପେଜ୍ କି ନିଜ ଟିଭିରେ ପ୍ରସାର କରି ବୈଜୟନ୍ତ ଲୋକଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରୁଛନ୍ତି । ଏମିତି କରି ଲୋକଙ୍କ ଦୁଃଖରେ ସେ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରୁଛନ୍ତି । ହେଲେ ଓଡ଼ିଆ ଲୋକଙ୍କୁ ସେ ବୋକା ଭାବିବା ଉଚିତ ନୁହେଁ କି ସେମାନଙ୍କର ସରଳତାର ସୁଯୋଗ ନେଇ ଭକୁଆ ବନାଇବାକୁ ଉଦ୍ୟମ କରିବା ଠିକ୍ ନୁହେଁ । ଓଡ଼ିଶାରେ ଗତ ୪ ଦିନ ଧରି ଲୋକଙ୍କ ମନରେ ତିତଲି ଆତଙ୍କ ରାଜ୍ କରୁଥିବା ବେଳେ ବୈଜୟନ୍ତ ଏୟାଡ଼କୁ ନ ଚାହିଁ ଦିଲ୍ଲୀରେ ନବୀନଙ୍କ ବିରୋଧରେ ମେଳି କରିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଆୟାଜିତ କାର୍ଯ୍ୟକ୍ରମକୁ ବୈଜୟନ୍ତ ବ୍ୟାପକ ପ୍ରଚାର କରିବାକୁ ଭୁଲି ନ ଥିଲେ । ସୋସିଆଲ୍ ମିଡ଼ିଆରେ ତାହାକୁ ଲାଇଭ୍ କରାଇଥିଲେ । ନିଜ ଟିଭିରେ ବି ତାହାକୁ ଜୋରଦାର ପ୍ରଚାର କରିଥିଲେ । ସବୁଠାରୁ ବଡ଼କଥା ହେଉଛି, ଓଡ଼ିଶାକୁ ଭୀଷଣ ବିପର୍ଯ୍ୟସ୍ତ ମାଡ଼ି ଆସୁଥିବା ନେଇ ୯ ତାରିଖ ରାତିରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଥିଲେ । ୧୦ ତାରିଖ ସକାଳୁ ଲୋକେ ନିଜ ଧନଜୀବନ ସୁରକ୍ଷା ପାଇଁ ବ୍ୟାକୁଳ ହେଉଥିଲେ । ଆଉ ନିଜକୁ ବଡ଼ ଜନନେତା ବୋଲାଉଥିବା ବୈଜୟନ୍ତଙ୍କର କିନ୍ତୁ ଦେଖା ନ ଥିଲା । ଦିଲ୍ଲୀ ଆୟୋଜନରେ ନିଜକୁ ବ୍ୟସ୍ତ କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାର ଆସରରେ ନିଜକୁ ରଖି ବେଶ୍ ଉଲ୍ଲସିତ ହେଉଥିଲେ ।
Previous Post

‘କୌନ୍ ବନେଗା କରୋଡପତି’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Next Post

ବିଜେଡ଼ି ମୁଖପାତ୍ର ଟିମ୍: ଗଲେ ୨, ଆସିଲେ ୪

Next Post
ବିଜେଡ଼ି ମୁଖପାତ୍ର ଟିମ୍: ଗଲେ ୨, ଆସିଲେ ୪

ବିଜେଡ଼ି ମୁଖପାତ୍ର ଟିମ୍: ଗଲେ ୨, ଆସିଲେ ୪

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA