Friday, May 8, 2026 11:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

by Our Correspondent
18 Oct, 2018- 01:07 PM
in Latest News, News
1 min read
0
ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

ଭୁବନେଶ୍ୱର: ଓଡ଼ିଶାର ମାନ ସମ୍ମାନ ଇଜ୍ଜତ ନେଇଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ପ୍ରତି ଓଡ଼ିଶା ପୁଲିସର ଆଭିମୁଖ୍ୟ ସମସ୍ତଙ୍କୁ ବିସ୍ମିତ କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଥିଲେ ଏବଂ ଅଭିଜିତ୍ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ତାଙ୍କ ପୁଲିସର ଆଚରଣ ସମସ୍ତଙ୍କୁ ସନ୍ଦେହରେ ପକାଇଛି । କୌଣସି ଚାପରେ ଅଭିଜିତ୍ ପ୍ରତି ଖୋଦ୍ ସରକାର ନରମ ହୋଇଯାଇଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି ।

ଏଠାରେ ଆମେ ପୁଣି ଥରେ ମନେ ପକାଇବାକୁ ଚାହୁଁ କି ଅଭିଜିତ୍ ଙ୍କ ଜାମିନ୍ ଆବେଦନକୁ ଗତ ୪ ତାରିଖରୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି । ତାଙ୍କ ପାଇଁ ଜେଲ୍ ସୁରକ୍ଷିତ ଜାଗା ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମନ୍ତବ୍ୟ ଦେଇଥିଲେ । ୫ ତାରିଖରେ ସେ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ମାତ୍ର ଅଭିଜିତ୍ ନା ହାଜର ହେଲେ ନା ପୁଲିସ ସର୍ଚ୍ଚ ୱାରେଣ୍ଟ ଧରି ତାଙ୍କୁ ଗିରଫ ପାଇଁ ଉଦ୍ୟମ କଲା । ଗତ ୧୧ ତାରିଖରେ ଗୃହ କମିଟିରେ ସେ ହାଜର ହେବାର ଥିଲେ ବି ତାହାକୁ ବି ଖାତିର କଲେ ନାହିଁ । ଗୃହ କମିଟି ତାଙ୍କୁ ୨୩ ତାରିଖରେ ହଜାର ପାଇଁ ସାନି ସମନ ଜାରି କରିଛନ୍ତି ।
କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଧାନସଭା ଗୃହ କମିଟି ଦେଇଥିବା ସମନ୍ କୁ ନିଜେ ପୁରୀ ବଳଗଣ୍ଡି ଥାନା ଆଇଆଇସି ଦିଲ୍ଲୀ ନେଇ ଅଭିଜିତ୍ ଙ୍କ ହାତରେ ତାଙ୍କ ଘରେ ଦେଇଆସିଛନ୍ତି । ଏହା ସତ୍ୟ ହୋଇଥିଲେ କେତେ ସାଂଘାତିକ ବୁଝାପଡୁଛି । କାରଣ ଅଭିଜିତ୍ ଆଇନକୁ ଫାଙ୍କି ଗତ ୫ ତାରିଖରୁ ଫେରାର ହୋଇଛନ୍ତି ବୋଲି ଆଇନ ପାଠ କହୁଛି । ଅତଏବ ପୁଲିସ ତାଙ୍କୁ ଖୋଜି ଖୋଜି ଗିରଫ କରିବା କଥା । ମାତ୍ର ପୁଲିସ ତାଙ୍କ ଘରକୁ ଯାଇ ତାଙ୍କୁ ନିଜେ ଜୋଇଁ କୁଣିଆ ଭଳି ଗୃହ କମିଟି ନୋଟିସ୍ ଦେଇ ଫେରି ଆସୁଛି କେମିତି? ଆଇନ ଆଖିରେ ଫେରାର ଜଣେ ଅପରାଧୀକୁ ପୁଲିସର ଏଭଳି ଆଚରଣ ବିସ୍ମୟକର ନୁହେଁ କି? କୌଣସି ଅଦୃଶ୍ୟ ଶକ୍ତିର ବିନା ଇଙ୍ଗିତରେ ଏହା ସମ୍ଭବ କି? ତେବେ ଏ ସମ୍ପର୍କରେ ଆମେ ଡିଜିଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ମିଳିପାରିନାହିଁ ।
ଏତିକିବେଳେ ଗତକାଲି ଅଭିଜିତ୍ ଗଣମାଧ୍ୟମ ଆଗରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ବାରମ୍ବାର ଆଇନକୁ ଫାଙ୍କି ଚାଲିଥିବା ଏହି ତଥାକଥିିତ ମତିଭ୍ରାନ୍ତ ଦିଲ୍ଲୀ ବାବୁ ଜଣଙ୍କ ଓଡ଼ିଶା ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି । ସୋସିଆଲ୍ ମିଡ଼ିଆକୁ ସେ ଥଟ୍ଟା ମଜା ପାଇଁ ବ୍ୟବହାର କରନ୍ତି ଏବଂ ଏବେ ତାଙ୍କ ଭୁଲ୍ ଜାଣିପାରିଲେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ଆଇନକୁ ତାଙ୍କର ସମ୍ମାନ ଅଛି ବୋଲି ଏହି ବାବୁ କହିଛନ୍ତି । ଏଠାରେ ସୂଚାଇ ଦେଉଛୁ ଯେ ବୈଜୟନ୍ତଙ୍କ ଏହି ବନ୍ଧୁଜଣଙ୍କ କେବଳ ସୋସିଆଲ୍ ମିଡ଼ିଆରେ ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟକୁ ଅପମାନିତ କରିନାହାନ୍ତି । ଏକ ଓଡ଼ିଆ ଟିଭି ଚାନେଲରେ ଓଡ଼ିଶାର ବିଧାୟକଙ୍କୁ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଥିଲେ । ସେହିଭଳି ଯୋଉ ଲୋକର ଆଇନକୁ ସମ୍ମାନ ଅଛି ସେ ନିଜର ଜାମିନ୍ ଆବେଦନ ଅଗ୍ରାହ୍ୟ ସତ୍ତ୍ୱେ ଥାନାରେ ଆତ୍ମସମର୍ପଣ କରିନାହିଁ କାହିଁକି? ଗୃହ କମିଟି ସମନ୍ କୁ ବିନା ନୋଟିସ୍ ରେ ହେୟଜ୍ଞାନ କଲେ କେମିତି?
ଆହୁରି ଆଶ୍ଚର୍ଯ୍ୟର କଥା, ବୈଜୟନ୍ତ ପଣ୍ଡା ତାଙ୍କର ବନ୍ଧୁ ନୁହଁନ୍ତି ବୋଲି ଅଭିଜିତ୍ ସଫେଇ ଦେଇଛନ୍ତି । ଆଗରୁ ବୈଜୟନ୍ତଙ୍କ ସହ ମାତ୍ର ଦୁଇଥର ଦେଖାହୋଇଥିଲା ବୋଲି ସେ କହିଛନ୍ତି । ଏହା କହି ଅଭିଜିତ୍ ବୈଜୟନ୍ତଙ୍କୁ ସୁରକ୍ଷା ଦେବାକୁ ଚାହିଁଥିବା ସ୍ପଷ୍ଟ ଜଣାପଡୁଛି । ୨୦୧୭ ନଭେମ୍ବର ମାସରୁ ଅଭିଜିତ୍ ଓ ବୈଜୟନ୍ତଙ୍କ ଟୁଇଟର୍ ପୋଷ୍ଟ ଦେଖିଲେ ସେମାନଙ୍କ ବନ୍ଧୁତା କେତେ ଗଭୀର ତାହା ଜଳ ଜଳ । ତାପରେ ବନ୍ଧୁତ୍ୱ ସମ୍ପର୍କ ନ ଥାଇ ବୈଜୟନ୍ତଙ୍କ ହେଲିକପ୍ଟରରେ ସେ ପୁରୀ, କୋଣାର୍କ, ଚିଲିକା ଆକାଶରେ ଭ୍ରମଣ ଉଦ୍ଦେଶ୍ୟରେ ଉଡ଼ିବା ସମ୍ଭବ କି? ଅପରପକ୍ଷରେ ବନ୍ଧୁ ସମ୍ପର୍କ ନ ଥିବା ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କୁ ବୈଜୟନ୍ତ ନିଜ ରାଜ୍ୟରେ ନିଜ ହେଲିକପ୍ଟରରେ ବସାଇ ଭ୍ରମଣ କରାଇବା ଗ୍ରହଣୀୟ କି? ସୁତରାଂ ବୈଜୟନ୍ତଙ୍କ ଚାପରେ ହେଉ କି ଅନ୍ୟ କାରଣରୁ ହେଉ, ଅଭିଜିତ୍ ନିଜକୁ ଅତି ଚାଲାକ୍ ଦେଖାଇ ବୈଜୟନ୍ତ ତାଙ୍କ ବନ୍ଧୁ ନୁହଁନ୍ତି ବୋଲି ସଫେଇ ଚାଲ୍ ଖେଳିଛନ୍ତି ।
ତେବେ ସେ ଯାହା ହେଉ, ଦିଲ୍ଲୀ ନିଜ ଘରେ ଆରାମ୍ କରୁଥିବା ଅଭିଜିତ୍ ପୁଲିସ ଆଖିରେ ଜଣେ ଫେରାର ଆସାମୀ । ଆଇନ ପାଠ କହୁଛି, ପୁଲିସ ସର୍ଚ୍ଚ ୱାରେଣ୍ଟ ଧରି ତାଙ୍କୁ ଗିରଫ କରିବା କଥା । ନଚେତ୍ ତାଙ୍କୁ ପଳାତକ ଘୋଷଣା କରି ତାଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବା କଥା । ମାତ୍ର ପୁଲିସ ତାଙ୍କୁ ଖୋଜି ଗିରଫ କରିବ କ’ଣ ଓଲଟି ତାଙ୍କ ଘରକୁ ଯାଇ ତାଙ୍କୁ ଜୋଇଁ ସଙ୍କୁଳା କରୁଛି । ଅନ୍ୟ କୌଣସି ସାଧାରଣ ଅପରାଧୀ ପ୍ରତି ଓଡ଼ିଶା ପୁଲିସ ଏମିତି କୋହଳ ହୋଇପାରିବ ତ? ଅଭିଜିତ୍ ଙ୍କୁ ସୁରକ୍ଷା ଦେବା ଅର୍ଥ କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ନୁହେଁ କି?
Previous Post

ତିତଲି ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ସହାୟତା

Next Post

କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

Next Post
କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA