Tuesday, May 26, 2026 06:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟଙ୍କା ଆସିଲା କୋଉଠୁ ?

by Our Correspondent
05 Nov, 2018- 09:09 PM
in Latest News, Politics
1 min read
0
ଟଙ୍କା ଆସିଲା କୋଉଠୁ ?

ନବନିର୍ମାଣ କୃଷକ ସଂଗଠନ ଆଜି ଡାକରା ଦେଇଥିବା ଚାଷୀ ଆନ୍ଦୋଳନକୁ ପୁଲିସ ଭଣ୍ଡୁର କରିଦେଇଛି । ସହର ମଧ୍ୟକୁ ଆନ୍ଦୋଳନକାରୀଙ୍କୁ ପ୍ରବେଶ କରାଇ ଦେଇନି । ଆଇନ ଶୃଙ୍ଖଳା ପରିସ୍ଥିତିର ଦ୍ୱାହି ରଖିଛି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ମଧ୍ୟ ସଂଗଠନ ତାହାକୁ ପ୍ରତ୍ୟାଖ୍ୟାନ କରିଛି । ଚାଷୀଙ୍କୁ ରାଜଧାନୀ ପୂରାଇ ଦେଇନ ତ ଆମେ ନେତାଙ୍କୁ ଗାଁ କୁ ପୂରାଇ ଦେବୁନୁ ବୋଲି ସଂଗଠନ ମୁଖ୍ୟ ଅକ୍ଷୟ କୁମାର ଧମକ ଦେଇଛନ୍ତି । ଏଥର ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ସଂଗଠନ ସହ ସାମିଲ ହୋଇ ଚାଷୀଙ୍କ ପାଇଁ ଲୁହ ଗଡ଼ାଇଛନ୍ତି କଂଗ୍ରେସ ଓ ବିଜେପି ନେତା । ଶିଳ୍ପପତି ଓ ରାଜନେତା ବୈଜୟନ୍ତଙ୍କ ଆଖିରେ ଚାଷୀଙ୍କ ପାଇଁ ଅଧିକ କାନ୍ଦ ବାହାରିଛି । ତେବେ ସବୁ ଭିତରେ ଏଠି ଗୋଟେ ଛୋଟିଆ ପ୍ରଶ୍ନ ଅନେକଙ୍କ ମନକୁ ଆନ୍ଦୋଳିତ କରିଛି । ସତରେ ଚାଷୀ କ’ଣ ନିଜ ଖର୍ଚ୍ଚରେ ସ୍ୱତଃପ୍ରବୃତ୍ତ ଭାବେ ଭୁବନେଶ୍ୱର ଚାଲି ଚାଲି ଆସିଥିଲେ ନା ଆଉ କିଛି..

ଭୁବନେଶ୍ୱର: ଭୁବନେଶ୍ୱର ସହରର ଦୁଇପଟେ ହଜାର ହଜାର ଚାଷୀ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ଚାଷୀମାନେ ଆସିଥିଲେ ସତ୍ୟାଗ୍ରହ କରିବାକୁ । ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ସତ୍ୟାଗ୍ରହ ଆନ୍ଦୋଳନର ଡାକରା ଦେଇଥିଲା । ତେବେ ଦୂର ଦୂରାନ୍ତରୁ ଚାଷୀମାନେ ନିଜ ଖର୍ଚ୍ଚରେ ସ୍ୱତଃପ୍ରବୃତ୍ତ ହୋଇ ଆନ୍ଦୋଳନ ପାଇଁ ଆସିଥିଲେ ନା ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଥିଲା? ଯଦି ନିଜ ଖର୍ଚ୍ଚ କି ସଂଗଠନ ଖର୍ଚ୍ଚରେ ଆସିଥିଲେ ତେବେ ଗଣତନ୍ତ୍ର ପାଇଁ ଏହା ନିଶ୍ଚିତ ଶୁଭ ସୂଚନା । ଯଦି ସେୟା ନୁହେଁ, ତେବେ ଏତେ ବିପୁଳ ଟଙ୍କା କିଏ ବହନ କଲେ? ୭ ଦିନ ଧରି ଚାଷୀମାନଙ୍କର ଲମ୍ବା ପଦଯାତ୍ରା ଦେଖିଲା ପରେ ଏହି ସାଧାରଣ ପ୍ରଶ୍ନଟି ଅନେକଙ୍କୁ ଆନ୍ଦୋଳିତ କରିଛି ।
ବାସ୍ତବରେ ଦେଖିବାକୁ ଗଲେ, ଆଜିକାଲି କୌଣସି ରାଜନୈତିକ ଦଳ କି କୌଣସି ସଂଗଠନର ସମାବେଶ ଏବଂ ଆନ୍ଦୋଳନ ପାଇଁ ଲୋକ ଯୋଗାଡ଼ କରିବା କାଠିକର ପାଠ । ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଓ ସମୟ ବାହାର କରି ଜଣେ ଅତି ସାଧାରଣ ଲୋକ/କର୍ମୀ ସ୍ୱତଃପ୍ରବୃତ ଭାବେ କୌଣସି ଆନ୍ଦୋଳନ ଓ ସମାବେଶକୁ ଯିବା କାଇଁ ବିଶ୍ୱାସ ହେଉନି । ନବନିର୍ମାଣ କୃଷକ ସଂଗଠନ ଡାକରାରେ ଯଦି ଚାଷୀମାନେ ଦାବି ହାସଲ ପାଇଁ ନିଜ କାମଦାମ ଛାଡ଼ି ନିଜ ଖର୍ଚ୍ଚରେ ରାଜଧାନୀରେ ଆନ୍ଦୋଳନ କରିବାକୁ ଆସିଥାଆନ୍ତି ତେବେ ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କୁ ନେତୃତ୍ୱକୁ ସାବାସି ଦେବା କଥା । ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଗୁରୁ କରିବା କଥା । ଏହାଦ୍ୱାରା ନିଜ ଦଳର ପ୍ରଚାର ପାଇଁ ଏହି ମୁଖିଆମାନେ ଖର୍ଚ୍ଚ କରୁଥିବା ଶହ ଶହ କୋଟି ଟଙ୍କା ବଂଚି ତ ଯାଆନ୍ତା!!
ନବନିର୍ମାଣ କୃଷକ ସଂଗଠନ ବ୍ୟାନର ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ପାଦରେ ଚାଲି ଆସିଥିଲେ ଭୁବନେଶ୍ୱର । ବହୁ ବୟସ୍କ ଲୋକ, ମହିଳା ପଦଯାତ୍ରାରେ ସାମିଲ ହୋଇଥିଲେ । ସୂଚନା ଅନୁଯାୟୀ, ସେମାନଙ୍କ ବାଟଖର୍ଚ୍ଚର ଅଭାବ ହୋଇନାହିଁ । ଖାଇବା ପିଇବାରେ ଅସୁବିଧା ହୋଇନାହିଁ । ଆବଶ୍ୟକ ଔଷଧପତ୍ରରେ ବି ଅସୁବିଧା ହେଇନି । ତେବେ ଏମାନେ ସମସ୍ତେ କ’ଣ ନିଜ ପେଟ ଓ ପରିବାର ପେଟରୁ ଦାନା କାଟି ସରକାରଙ୍କ ବିରୋଧରେ ଲଢ଼ିବାକୁ ବା ନିଜର ନ୍ୟାଯ୍ୟ ଦାବି ହାସଲ କରିବାକୁ ଆସିଥିଲେ? ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱର କ’ଣ ଏତେ ବଳ ଯେ ଗୋଟେ ଡାକରାରେ ହଜାର ହଜାର ଚାଷୀ ନିଜ ଖର୍ଚ୍ଚରେ ଖାଇପିଇ ଲମ୍ବା ବାଟ ଚାଲି ଚାଲି ପଳେଇ ଆସିଲେ? ଧାନ ଅମଳ ସମୟରେ ଦୂରଦୂରାନ୍ତ ଗାଁ ଗହଳିରୁ ଚାଷୀ ନିଜ କାମଦାମ ଛାଡ଼ି ଭୁବନେଶ୍ୱର ଆସିବା ନିଶ୍ଚିତ ଭାବେ ଏଭଳି ଅନେକ ପ୍ରଶ୍ନକୁ ସାମନାକୁ ଆଣୁଛି ।
ବିଭିନ୍ନ ମହଲର ଚର୍ଚ୍ଚା ଅନୁଯାୟୀ, ନବନିର୍ମାଣ କୃଷକ ସଂଗଠନର ଏତେ ସାମର୍ଥ ନାହିଁ ଯେ ବିପୁଳ ଟଙ୍କା ଖର୍ଚ୍ଚ କରି ଆନ୍ଦୋଳନକୁ ଆଗେଇ ନେବେ । ଏହା ପଛରେ ଟାଣୁଆ ଅଦୃଶ୍ୟ ଶକ୍ତିଙ୍କ ହାତ ରହିଛି । ତେବେ ସେହି ଅଦୃଶ୍ୟ ଶକ୍ତି କିଏ? ଚାଷୀଙ୍କ କାନ୍ଧକୁ ମଜବୁତ ଭାବି ସେମାନଙ୍କୁ ଢ଼ାଲ କରି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କାହାରି ଏ ଉଦ୍ୟମ? ଏହି ରାଜନୈତିକ ପଶାବାଲିରେ ଚାଷୀକୂଳ ନ୍ୟାୟ ପାଇପାରିବ ତ? ଚାଷୀଙ୍କ ସ୍ୱାର୍ଥ ହାସଲ ପାଇଁ ଟଙ୍କା ଖର୍ଚ୍ଚ କରିବାରେ ମନା ନାହିଁ । ହେଲେ ତାହା ନିଜ ରାଜନୈତିକ ସାଂଗଠନିକ ତାକତ୍ ରେ ହେବା ଦରକାର । ଅନ୍ୟଥା ଚାଷୀଙ୍କ ପାଇଁ ଲଢ଼େଇ କରୁଥିବା ସଂଗଠନ ଓ ଚାଷୀଙ୍କ ଭିତରେ ରାଜନୀତି ପୂରାଇ ମୂଳ ଲକ୍ଷ୍ୟକୁ ବିଭ୍ରାଟ କରାଇବା ଠିକ୍ ନୁହେଁ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ପୂର୍ବରୁ ନବନିର୍ମାଣ ଆନ୍ଦୋଳନ ପଛରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥନ ଥିଲା । ମାତ୍ର ବିଜେଡ଼ିରେ ମିଶି ରାଜ୍ୟ ସଭା ସାଂସଦ ହେଲା ପରେ ଚାଷୀ ଆନ୍ଦୋଳନରେ ତାଙ୍କୁ ଦେଖିବାକୁ ମିଳୁନି । ଅନ୍ୟପକ୍ଷରେ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନ ସମାବେଶଗୁଡ଼ିକରେ ଦେଖା ନ ଥିବା ବିଜେପି, କଂଗ୍ରେସ ଏଥର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଜେଡ଼ିର ବିତାଡ଼ିତ ସାଂସଦ ବୈଜୟନ୍ତ ପଣ୍ଡା ପ୍ରଥମ ଥର ପାଇଁ ଚାଷୀ ଆନ୍ଦୋଳନରେ ନିଜକୁ ସାମିଲ କରି ସବୁଠାରୁ ଅଧିକ ଉତ୍ସାହିତ ହୋଇଛନ୍ତି ।
Previous Post

ଭୁବନେଶ୍ୱର ହେଲା ୱାଇଫାଇ ସହର

Next Post

ବସ୍ ରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

Next Post
ବସ୍ ରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

ବସ୍ ରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA