Saturday, May 30, 2026 07:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶିଳ୍ପପତିଙ୍କ ପ୍ରଶ୍ନର ଚଟାପଟ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
12 Nov, 2018- 09:40 PM
in Latest News, News
1 min read
0
ଶିଳ୍ପପତିଙ୍କ ପ୍ରଶ୍ନର ଚଟାପଟ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ଆଜି ବିଶିଷ୍ଟ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିନା କାଗଜ ଏବଂ ଅମଲାଙ୍କ ବିନା ସହଯୋଗରେ ସେମାନଙ୍କ ପ୍ରଶ୍ନର ପ୍ରାଞ୍ଜଳ ଉତ୍ତର ଦେଇଥିଲେ । ପ୍ଲିନାରି ସେସନ୍ ଶେଷ ପର୍ଯ୍ୟାୟରେ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଯାହାର ଯାହା ପଚାରିବାର ଅଛି ପଚାରନ୍ତୁ । ମାତ୍ର ତତକ୍ଷଣାତ କାହାରିଠାରୁ ପ୍ରଶ୍ନ ଆସି ନ ଥିଲା । ମୁଖ୍ୟମନ୍ତ୍ରୀ କୌତୁହଳ ଢ଼ଙ୍ଗରେ କହିଥିଲେ, ତାହାହେଲେ କାହାର କିଛି ପ୍ରଶ୍ନ ନାହିଁ? ସେଠୁଁ ବେଦାନ୍ତ ରିସୋର୍ସ ମୁଖ୍ୟ ଅନୀଲ ଅଗ୍ରୱାଲ୍ ଆଗ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ପରେ ପରେ ସଜ୍ଜନ ଜିନ୍ଦଲ, ସଙ୍ଗୀତା ରେଡ୍ଡୀ, ମୁକେଶ ଅମ୍ବାନୀ ପଚାରିଥିଲେ ପ୍ରଶ୍ନ ।

ଅନୀଲ ଅଗ୍ରୱାଲ୍: ଚିଫ୍ ମିନିଷ୍ଟର ମହୋଦୟ କହିବେ କି ଆମେ ଇଣ୍ଡଷ୍ଟ୍ରି ବିଷୟରେ ବହୁତ ଆଲୋଚନା କରୁଛେ । ଓଡ଼ିଶାରେ ଏମିତି କ’ଣ ଅଛି? ଏହାର ପ୍ରକୃତି, ଚିଲିକା ହ୍ରଦ, ପର୍ଯ୍ୟଟନ? ଓଡ଼ିଶା ପ୍ରତି ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ଆପଣଙ୍କର କ’ଣ ଯୋଜନା ଅଛି? ପର୍ଯ୍ୟଟନକୁ ନେଇ କିଛି ଯୋଜନା ଅଛି କି?
ମୁଖ୍ୟମନ୍ତ୍ରୀ : ବାସ୍ତବରେ ଆମର ବହୁତ ସାମର୍ଥ୍ୟ ଅଛି । ଆମର ଐତିହାସିକ ମନ୍ଦିର ଅଛି । ୫୦୦ କିଲୋମିଟରର ଲମ୍ବା ସାମୁଦ୍ରିକ ତଟ ଅଛି । ଆମର ମହାନ୍ ଚିଲିକା ହ୍ରଦ ଅଛି । ସୁନ୍ଦର ସମୁଦ୍ରକୂଳ ଅଛି । ବନ୍ୟଜନ୍ତୁ ପାର୍କ ଅଛି । ପର୍ଯ୍ୟଟନ କ୍ଷେତ୍ରରେ ଆମେ କଠିନ ପରିଶ୍ରମ କରୁଛୁ । ନିଶ୍ଚିତ ଭାବେ ଏହାର ସୁଫଳ ମିଳୁଛି ।
ସଜ୍ଜନ ଜିନ୍ଦଲ: ଓଡ଼ିଶା ଉପରେ ଆପଣ କେତେ ଗୁରୁତ୍ୱ ଦେଉଛନ୍ତି । ଆପଣ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ତ? ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ।
ମୁଖ୍ୟମନ୍ତ୍ରୀ : ଦକ୍ଷତା ବିକାଶ ଉପରେ ଆମର ଚମକ୍ରାର ନୀତି ଅଛି । ଆମେ ସିଙ୍ଗାପୁରର ଏକ ସଂସ୍ଥା ସହ ଚୁକ୍ତି କରିଛୁ । ସେଠାକୁ ୧୦୦ ଶିକ୍ଷକ ଦକ୍ଷତା ତାଲିମ ପାଇଁ ଯାଇଛନ୍ତି । ଆମେ ଏ ଦିଗରେ କଠନ ପରିଶ୍ରମ କରୁଛୁ । ଆମେ ଚାହୁଁଛୁ, ଆମ ରାଜ୍ୟର ଯୁବାବର୍ଗଙ୍କୁ ବାହାରେ ପଚାରନ୍ତୁ, ଆପଣ କ’ଣ ଓଡ଼ିଶାରେ ଦକ୍ଷତା ଲାଭ କରିଛନ୍ତି?
ସଙ୍ଗୀତା ରେଡ୍ଡୀ: ଆମେ ଓଡ଼ିଶାକୁ ୨୦୦୯ ମସିହାରୁ ଆସି ହସ୍ପିଟାଲ୍ ପ୍ରତିଷ୍ଠା କରିଛୁ । ଏହି ସହର ଏବେ ଅଧିକ ସବୁଜ, ପରିଷ୍କାର ଏବଂ ସୁନ୍ଦର ହୋଇଛି । ଏଠାକୁ ଆସିଥିବା ଶିଳ୍ପପତିମାନେ ଏହି ସବୁଜ ସହର ଦେଖି ବହୁତ ଆନନ୍ଦିତ । ତେବେ ସାରା ରାଜ୍ୟ ପାଇଁ ଆପଣଙ୍କର ପରିବେଶ ନୀତି କ’ଣ? ଦ୍ୱିତୀୟରେ ଆପଣଙ୍କ ସ୍ୱାସ୍ଥ୍ୟ ନୀତି ସମ୍ପର୍କରେ କହିବେ କି?
ମୁଖ୍ୟମନ୍ତ୍ରୀ : ପରିବେଶ ପ୍ରସଙ୍ଗରେ ଦେଖିବାକୁ ଗଲେ, ଓଡ଼ିଶାବାସୀ ଗଛକୁୁ ଭଲ ପାଆନ୍ତି । ଏଠାରେ ସବୁଜ ବଳୟର ବୃଦ୍ଧି ଜାତୀୟ ହାରଠାରୁ ଅଧିକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ନୂଆ ସ୍ୱାସ୍ଥ୍ୟ ନୀତି ପ୍ରଣୟନ କରିଛୁ । କେନ୍ଦ୍ର ସରକାର ଯେଉଁ ସ୍ୱାସ୍ଥ୍ୟ ନୀତି କରିଛନ୍ତି ତାହା କେବଳ ବିପିଏଲ୍ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଆମ ସ୍ୱାସ୍ଥ୍ୟନୀତିରେ ସବୁ ଲୋକ ସୁବିଧା ପାଇବେ ।
ମୁକେଶ ଅମ୍ବାନୀ: ବିଶ୍ୱସ୍ତରର ନିବେଶକମାନେ ଏବେ ଓଡ଼ିଶା ପ୍ରତି ଆକର୍ଷିତ ହେଉଛନ୍ତି । ତେବେ ଆଗାମୀ ୩ରୁ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରାଥମିକତା ଦେଉଛନ୍ତି । ଦ୍ୱିତୀୟରେ, କ୍ରୀଡ଼ା ଓ ଶିକ୍ଷା ପ୍ରତି ଆପଣଙ୍କର ବିଶେଷ ଆଗ୍ରହ ରହିଛି । ଆପଣ କୁହନ୍ତୁ, ଆମେ ସବୁ ଇଣ୍ଡଷ୍ଟ୍ରି କେଉଁଭଳି ଏଥିରେ ସହଯୋଗ କରିପାରିବୁ । ଯାହାଦ୍ୱାରା ଯୁବବର୍ଗଙ୍କୁ ଏଥିରେ ଯୋଡ଼ିହେବ ।
ମୁଖ୍ୟମନ୍ତ୍ରୀ : ଇନଭେଷ୍ଟମେଣ୍ଟ ପାଇଁ ଆମେ ରାଜ୍ୟର ପ୍ରାକୃତିକ ସମ୍ପଦର ବିନିଯୋଗ କରୁଛୁ । ଖଣିଜ ସମ୍ପଦର ବିକାଶ ହେଲେ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଆମେ ଏ ଦିଗରେ କାର୍ଯ୍ୟ କରୁଛୁ । ଖଣିଜ ସମ୍ପଦକୁ ବାଦ ଦେଲେ ରାଜ୍ୟରେ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ପୁଞ୍ଜି ନିବେଶର ସୁଯୋଗ ରହିଛି । କ୍ରୀଡ଼ା କ୍ଷେତ୍ର କଥା କହିବାକୁ ଗଲେ, କ୍ରୀଡ଼ା ହେଉଛି ଯୁବବର୍ଗଙ୍କ ପାଇଁ ଏବଂ ଯୁବବର୍ଗ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ । ତେଣୁ କ୍ରୀଡ଼ାରେ ଇନଭେଷ୍ଟମେଣ୍ଟ ଅର୍ଥ ଯୁବବର୍ଗଙ୍କ ପାଇଁ ଇନଭେଷ୍ଟମେଣ୍ଟ । ଆମେ କ୍ରୀଡ଼ା କ୍ଷେତ୍ରର ବିକାଶ ଉପରେ ଅଧିକ ଧ୍ୟାନ ଦେଉଛୁ । ଏଠି ଷ୍ଟେଟ୍-ଅଫ-ଦି-ଆର୍ଟ ସୁଟିଂ ଇନଷ୍ଟିଚୁ୍ୟଟ୍ ପାଇଁ ମୁଁ ମିଷ୍ଟର କୁମାର ବଙ୍ଗଳମ୍ ବିରଳାଙ୍କୁ ଧନ୍ୟବାଦ ଦେବି । ଆଶା କରୁଛି, ଆମେ ଅଧିକ ଭଲ ଖେଳାଳୀ ସୃଷ୍ଟି କରିପାରିବୁ । ଆପଣ ସମସ୍ତେ ଜାଣନ୍ତି, ଚଳିତ ମାସରେ ଆମେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରିଛୁ ।
Previous Post

କ’ଣ କହିଲେ ମୁକେଶ ଅମ୍ବାନୀ

Next Post

ଚିତ୍ତ ଜେନା ଆଉ ନାହାନ୍ତି

Next Post
ଚିତ୍ତ ଜେନା ଆଉ ନାହାନ୍ତି

ଚିତ୍ତ ଜେନା ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA