Monday, August 31, 2026 08:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭି ପାଇଁ ମନ ଡାକୁନି !

by Our Correspondent
22 Nov, 2018- 05:02 PM
in Latest News, News
1 min read
1
ଓଟିଭି ପାଇଁ ମନ ଡାକୁନି !

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବ ଅସମ୍ମାନ କଲେ । ବାଇଟ୍ ଦେବାକୁ ମନା କରି ତାଙ୍କ ଚାମ୍ବରରୁ ତଡ଼ିଦେଲେ । ଜଣେ ସାମ୍ବାଦିକଙ୍କ ପ୍ରତି ଜଣେ ସରକାରୀ ଉଚ୍ଚପଦସ୍ଥ ଅଫିସରଙ୍କ ଏଭଳି ଆଚରଣ ନିଶ୍ଚିତ ନିନ୍ଦନୀୟ । ବ୍ୟକ୍ତିଗତ ଭାବେ ଏହାକୁ ସବୁ ସାମ୍ବାଦିକ ନିନ୍ଦା କରୁଛନ୍ତି । ହେଲେ ସଂପୃକ୍ତ ସାମ୍ବାଦିକଙ୍କ ଦୁର୍ଭାଗ୍ୟ, ଓଟିଭି ମାମଲାରେ ଅନ୍ୟ ଗଣମାଧ୍ୟମ ମୁଣ୍ଡ ପୂରାଇବାକୁ ଚାହୁଁନାହାନ୍ତି । କାରଣ ଜାତିଭାଇଙ୍କ ସୁବିଧା ଅସୁବିଧାରେ ଓଟିଭି କେବେ ଛିଡ଼ା ହୋଇନି । କେବଳ ସେହି ନିର୍ଦ୍ଦିଷ୍ଟ ଚାନେଲ୍ ରେ ସବୁ ଦିନ ସବୁ ବିଷୟରେ ମୁହଁ ଦେଖାଇ ଅନୁଗୃହୀତ ହେଉଥିବା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓଟିଭି ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି । ଓଟିଭି କାନ୍ଧରେ ବସି ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ।

ଓଟିଭି ସାମ୍ବାଦିକଙ୍କ ପ୍ରତି ବିଶାଲ ଦେବଙ୍କ ଆଚରଣର ପ୍ରତିବାଦ ଅନ୍ୟ ସାମ୍ବାଦିକମାନେ କାହିଁକି କରିବେ? ଅନ୍ୟ ସାମ୍ବାଦିକମାନଙ୍କୁ ଓଟିଭି ଯଦି ଜାତିଭାଇ ବୋଲି ଭାବୁନି ଏବଂ ସେଥିରେ ରାଜନୀତି କରୁଛି ତେବେ ତାର ବିପଦ ବେଳେ କିଏ କାହିଁକି ଆଗକୁ ଆସିବ? ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଅନେକ ସାମ୍ବାଦିକ ଆଜି ଏହି ପ୍ରଶ୍ନ ପଚାରୁଛନ୍ତି । ନିକଟରେ ସୋର, ବାଲିଆପାଳ ଓ ପୁରୀରେ ସାମ୍ବାଦିକ ଆକ୍ରମଣର ଶିକାର ହେଲେ । ଏହି ଆକ୍ରମଣର ପ୍ରତିବାଦ ଓ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱର ପିଏମଜିରେ ସାମ୍ବାଦିକମାନେ ନିଜର ଏକତା ଦେଖାଇଥିଲେ । ପ୍ରାୟ ସବୁ ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ସେଥିରେ ସାମିଲ ହୋଇଥିଲେ । ହେଲେ ସେଠି ଓଟିଭି ଚାନେଲ୍ ର କାହାରିକୁ ଦେଖିବାକୁ ମିଳି ନ ଥିଲା ।
ବୁଝୁ ବୁଝୁ ଜଣାଗଲା ଯେ ଓଟିଭି ସାମ୍ବାଦିକମାନେ ସେହି ପ୍ରତିବାଦ ଜାଗାରେ ସାମିଲ ନ ହେବାକୁ ସଂସ୍ଥା ପକ୍ଷରୁ କୁଆଡ଼େ ବାରଣ କରାଯାଇଥିଲା । ଯେହେତୁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ବିରୋଧରେ ଧାରଣାରତ ସାମ୍ବାଦିକଙ୍କର ରୋଷ ଥିଲା ତେଣୁ ସେଥିରୁ ଓଟିଭି ନିଜକୁ ଦୂରେଇ ରଖିବାକୁ ଚାହିଁଲା । ଚିଲିକା ଉପରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ମାମଲାର ତଦନ୍ତ ଏସପି ଶ୍ରୀ ଷଡ଼ଙ୍ଗୀ କରୁଥିବାରୁ ତାଙ୍କୁ ନ ରଗେଇ ମନେଇ ରଖିବାର ଥିଲା । ଉପର ନିର୍ଦ୍ଦେଶ ପାଳି ଓଟିଭିର କୌଣସି ସାମ୍ବାଦିକ ପ୍ରତିବାଦସ୍ଥଳକୁ ଆସିଲେନି କି ସେଦିନ ଚାନେଲ୍ ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଖବର ସ୍ଥାନ ପାଇଲା ନାହିଁ ।
ଏହି ନିର୍ଦ୍ଦିଷ୍ଟ ଘଟଣାରୁ ଜଣାପଡୁଛି, ବୈଜୟନ୍ତ ପଣ୍ଡା ନିଜ ସ୍ୱାର୍ଥକୁ ସଦାବେଳେ ଆଗରେ ରଖନ୍ତି । ଗଣମାଧ୍ୟମର ଧର୍ମ କି ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ତାଙ୍କର ପରବାଏ ନାହିଁ । ଆଜି ବିଶାଲ ଦେବ ତାଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର କରିବାର ଖବରକୁ ଏମିତି ବଡ଼ କରିବା ପଛରେ ତାଙ୍କର ସାମ୍ବାଦିକଙ୍କ ପ୍ରତି ନ୍ୟାୟ କି ଦରଦ ପାଇଁ ନୁହେଁ, ବରଂ ନିଜର ରାଜନୈତିକ ଶତ୍ରୁକୁ ଜବାବ ଦେବା ପାଇଁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ନିଜ ଗଣମାଧ୍ୟମକୁ ସେ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ହାତବାରିସୀ କରିଦେଇଛନ୍ତି । ଚାଟର୍ କଥା କହି ଚାନେଲ୍ କୁ ନିରପେକ୍ଷ ଦାବି କରିବା ଅର୍ଥ ଓଡ଼ିଶା ଲୋକଙ୍କୁ ଭକୁଆ ବନାଇବା ସହ ସମାନ ବୋଲି ଅନେକ ମତ ଦେଇଛନ୍ତି ।
ଓଡ଼ିଆ ଚାନେଲ ର ମାଲିକ ହୋଇ ଓଡ଼ିଆ ସାମ୍ବାଦିକଙ୍କୁ ବୈଜୟନ୍ତ କେମିତିି ସମ୍ମାନ ଦିଅନ୍ତି ତାହା ବି ସମସ୍ତଙ୍କୁ ଜଣା । ଓଡ଼ିଆ ସାମ୍ବାଦିକଙ୍କୁ କଥା ହେବାକୁ ତାଙ୍କର ଭାରି ଘୃଣା । ଓଡ଼ିଆ ଚାନେଲ୍ ରେ ବାଇଟ୍ ଦେବାକୁ ବି ତାଙ୍କର ବହୁତ ଘୃଣା । ନିଜ ମାଟିର ଗଣମାଧ୍ୟମ କଥା ଭୁଲି କଥାକଥାକେ ଜାତୀୟ , ଆର୍ନ୍ତଜାତୀୟ ମିଡ଼ିଆକୁ ଆଦର କରନ୍ତି । ବିଶାଲ ଦେବ ତାଙ୍କ ସାମ୍ବାଦିକଙ୍କୁ ଖରାପ ଆଚରଣ କରିବା ଘଟଣା ଉପରେ ସେ ଯେଉଁ ଟୁଇଟ୍ କରିଛନ୍ତି ତାହା ଦେଖିଲେ ଆପେ ବୁଝି ହୋଇଯିବ । ଉକ୍ତ ଘଟଣା ପ୍ରତି ସେ ଜାତୀୟ ଓ ଆର୍ନ୍ତଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ପଦୁଟିଏ ନିଜ ମାଟିଭାଈଙ୍କ କଥା ଉଲ୍ଲେଖ କରିନାହାନ୍ତି । ମାଟିଭାଈଙ୍କୁ ବୋଧହୁଏ ସେ ହୀନ ମନେ କରି ତାଙ୍କ ସହଯୋଗ ଚାହିଁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।
ପ୍ରକୃତପକ୍ଷେ, ଓଟିଭିକୁ ଗଣମାଧ୍ୟମ ଭାବେ ବିବେଚନା କରିବାକୁ ଅନେକ ନାକ ଟେକିଲେଣି । ସେମାନଙ୍କ ମତରେ ଓଟିଭି ପ୍ରକୃତ ଅର୍ଥରେ ଗଣମାଧ୍ୟମ ନ ଥିଲା କି ଏବେ ନାହିଁ । ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କର ଏହି ଚାନେଲ୍ କୁ ମୂଳରୁ ବ୍ୟବହାର କରି ଆସୁଛନ୍ତି । ଆଗରୁ ଚାନେଲ୍ ଟି ବିଜେଡ଼ି ସପକ୍ଷରେ ବୋବାଳି ପକଉଥିଲା, ଏବେ ମାଲିକ ବିଜେଡ଼ିରୁ ବାହାରିଗଲା ପରେ ବିଜେଡ଼ି ଓ ତାଙ୍କ ସରକାର ବିରୋଧରେ ବୋବାଲ୍ କରୁଛି । ସୁତରାଂ ଏହାକୁ ଗଣମାଧ୍ୟମ ନ କହି ଜଣମାଧ୍ୟମ କହିବାଟା ଠିକ୍ ହେବ ବୋଲି ସେମାନେ କହିଛନ୍ତି ।
ନିଜ ରାଜନୈତିକ ସ୍ୱାର୍ଥ ପାଇଁ ତମେ ତମ ଚାନେଲ୍ କୁ ବ୍ୟବହାର କରୁଛ । ପ୍ରତିପକ୍ଷକୁ ଟାର୍ଗେଟ୍ କରି ତାଙ୍କ ବିରୋଧରେ ଜବରଦସ୍ତ ପ୍ରଚାର କରୁଛ । ଯେଉଁଠି ସ୍ୱାର୍ଥ ତମେ ସେଇଠି ନଙ୍ଗର ପଙ୍ଗର । ମାଲିକଙ୍କ ସ୍ୱାର୍ଥରେ ବିଚରା ସାମ୍ବାଦିକଟି ବଳି ପଡୁଛି ବୋଲି ସୋସିଆଲ୍ ମିଡ଼ିଆରେ ବହୁ ବ୍ୟକ୍ତି ମତ ରଖିଛନ୍ତି ।
Previous Post

ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ

Next Post

ଚର୍ଚ୍ଚାର ଅନ୍ତ:୨୭ରେ ପଦ୍ମ ଧରିବେ ଅପରାଜିତା

Next Post
ଚର୍ଚ୍ଚାର ଅନ୍ତ:୨୭ରେ ପଦ୍ମ ଧରିବେ ଅପରାଜିତା

ଚର୍ଚ୍ଚାର ଅନ୍ତ:୨୭ରେ ପଦ୍ମ ଧରିବେ ଅପରାଜିତା

Comments 1

  1. Santosh Rout says:
    8 years ago

    Expecting help from others should help others.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA