Wednesday, May 6, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିିଶ୍ୱ ଦରବାରରେ ଝଲସିଲା ଓଡ଼ିଶା

by Our Correspondent
27 Nov, 2018- 10:10 PM
in Latest News, News
1 min read
0
ବିିଶ୍ୱ ଦରବାରରେ ଝଲସିଲା ଓଡ଼ିଶା

.ବିଶ୍ୱକପ୍ ହକି ଉଦଘାଟିତ
.ଇତିହାସ ରଚିଲା କଳିଙ୍ଗ ଷ୍ଟାଡିୟମ୍
.ଦର୍ଶକଙ୍କୁ ମତୁଆଲା କଲେ ରହେମାନ୍

ଭୁୁବନେଶ୍ୱର: ଖଚାଖଚ୍ ଓ ଚକାଚକ୍ ବର୍ଣ୍ଣାଢ଼୍ୟ ପରିବେଶରେ ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ ରେ ଉଦଘାଟିତ ହୋଇଛି ପୁରୁଷ ବିଶ୍ୱକପ୍ ହକି । ପ୍ରାୟ ଅଢ଼େଇ ଘଣ୍ଟାର ରଙ୍ଗରଙ୍ଗ ଉତ୍ସବ ସହ ବିଶ୍ୱ ଦରବାରରେ ଝଲସି ଉଠିଛି ଓଡ଼ିଶା । ବଲିଉଡର ସୁପରଷ୍ଟାର୍ ଶାହାରୁଖ ଖାନ୍ ଙ୍କ ହୃଦୟସ୍ପର୍ଶୀ ବକ୍ତବ୍ୟ, ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଅବତାରି ନୃତ୍ୟରେ କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର. ରହେମାନ୍ ଙ୍କ ମୁହଁରୁ ତାଙ୍କର କାଳଜୟୀ ସଙ୍ଗୀତର ଯାଦୁ ମତୂଆଲା କରିଦେଇଥିଲା ଦର୍ଶକଙ୍କୁ । ତାଙ୍କ ଗୀତର ତାଳେ ତାଳେ ଝୁମି ଉଠିଥିଲା ସମଗ୍ର କଳିଙ୍ଗ ଷ୍ଟାଡିୟମ୍ । ଜୟ ହିନ୍ଦ୍ ଗୀତରେ ବିଭୋର ହୋଇଯାଇଥିଲା କୋଣ ଅନୁକୋଣ । ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱର କୋଟି କୋଟି ଜନତା ଏହାର ଲାଇଭ୍ ପ୍ରସାରଣ ଦେଖିଥିଲେ ।

୧୬ ଦେଶ ଭାଗ ନେଇଥିବା ବିଶ୍ୱକପ୍ କୁ ଏହି ଉତ୍ସବ ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିଥି ଭାବେ ବିଶେଷ ଆକର୍ଷଣ ଥିଲେ ଶାହାରୁଖ୍ ଖାନ୍ । ହକି ଖେଳ ପାଇଁ ପରିଚିତ ଓଡ଼ିଶା ମାଟିକୁ ସେ ଆଦର କରିବା ସହ ଏଭଳି ହକି ବିଶ୍ୱମେଳାକୁ ସଫଳତାର ସହ ଆୟୋଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ଅଭିନୟ କରିଥିବା ‘ଚକ ଦେ ଇଣ୍ଡିଆ’ଫିଲ୍ମର ଡାଇଲଗ୍ ମାରି ଦର୍ଶକଙ୍କ ମନ କିଣିନେଇଥିଲେ । ବଲିଉଡ଼ ସୁପରଷ୍ଟାର୍ ମାଧୁରୀ ଦୀକ୍ଷିତ ଭୂଦେବୀ ନୃତ୍ୟରେ ଦର୍ଶକଙ୍କ ମନୋରଂଜନ କରିଥିଲେ । ତାଙ୍କ ସହ ତାଳଦେଇ ଶାସ୍ତ୍ରୀୟ ଓ ପାଶ୍ଚାତ୍ୟର ୧୪ ନୃତ୍ୟ ସଙ୍ଗମରେ ପ୍ରସ୍ତୁତ ହୋଇଥିଲା ଏକତାର ଚମକ । ଓଡ଼ିଶା ତଥା ସମଗ୍ର ଭାରତକୁ ବିଶ୍ୱ ଆଗରେ ଉପସ୍ଥାପିତ କରିବା ପାଇଁ ଓଡ଼ିଶୀ, ଭାରତନାଟ୍ୟମ୍, ମଣିପୁରୀ, କଥକ, କୁଚିପୁଡ଼ି, ସତ୍ରିୟା ଓ ମୋହିନୀ ଆଟ୍ଟମ୍ ନୃତ୍ୟ ଏକକାଳୀନ ଗୋଟିଏ ସମୟରେ ଓ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା ।

ଶେଷରେ ଧୂମ୍ ମଚାଇଥିଲେ ଏ.ଆର.ରହେମାନ୍ । ପ୍ରଥମେ ‘ଦିଲ୍ ସେ’ ଫିଲ୍ମର ଦିଲ୍ ସେ ରେ.. ଗାଇ ପ୍ରଥମରୁ ହିଁ ଦର୍ଶକଙ୍କୁ ମତୁଆଲା କରିଦେଇଥିଲେ । ପରେ ପରେ ‘ରୋଜା’ ଫିଲ୍ମର ଦିଲ୍ ହେ ଛୋଟା ସା, ବନେ୍ଦ ମାତରମ୍, ଜୟ ହୋ ଗୀତ ଗାଇଥିଲେ ସେ । ରହେମାନ୍ ଙ୍କ ସଙ୍ଗୀତର ତାଳେ ତାଳେ ସମଗ୍ର କଳିଙ୍ଗ ଷ୍ଟାଡିୟମ୍ ନାଚି ଉଠିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶାହାରୁଖ୍ ଖାଁ ଏକାଠି ବସି ରହେମାନ୍ ଙ୍କ ସଙ୍ଗୀତକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।
ସଂଧ୍ୟା ପ୍ରାୟ ୬.୩୦ ମିନିଟ୍ ରେ ଓଲିଉଡ଼ ଷ୍ଟାର୍ ସବ୍ୟସାଚୀ ଓ ଚର୍ଚ୍ଚିତା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ୧୯୭୫ ହକି ବିଶ୍ୱକପ୍ ବିଜେତା ଭାରତୀୟ ଦଳକୁ ମଞ୍ଚ ଉପରକୁ ସେମାନେ ଆମନ୍ତ୍ରଣ କରିଥିଲେ । ୧୧ ଜଣ ଯାକ ଖେଳାଳୀଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିଲା । କ୍ୟାପଟେନ୍ ଶ୍ରୀ ସିଂ ୧୯୭୫ ମସିହାର ସେହି ବିଶେଷ ମୁହୁର୍ତ୍ତକୁ ମନେ ପକାଇବା ସହ ଚଳିତ ବିଶ୍ୱକପ୍ ପାଇଁ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆନ୍ତର୍ଜାତୀୟ ହକି ଫେଡ଼େରେସନ୍ ର ସଭାପତି ତାଙ୍କ ସ୍ୱାଗତ ଭାଷଣରେ ଆୟୋଜକ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । କଳିଙ୍ଗ ଷ୍ଟାଡିୟମ୍ କୁ ତାରିଫ୍ କରି ବିଶ୍ୱର ପ୍ରମୁଖ ତିନୋଟି ଷ୍ଟାଡିୟମ୍ ଭିତରୁ ଏହା ଅନ୍ୟତମ ବୋଲି କହିଥିଲେ ।
Previous Post

ବିଜେପିରେ ହଲଚଲ୍; ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ

Next Post

ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

Next Post
ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA