Wednesday, May 6, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍

by Our Correspondent
28 Nov, 2018- 11:15 PM
in Latest News, News
1 min read
0
ନବୀନଙ୍କ ସହ ଭାଇଜାନ୍: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍
କଟକ: କଟକ ବାରବାଟୀ ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ୍ ଷ୍ଟାର୍ ସଲମାନ୍ ଖାନ୍ ଙ୍କ ଏକ ବିରଳ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଫଟୋରେ ନବୀନ ଏକ ଚେୟାରରେ ବସିଛନ୍ତି । ପଛପଟେ ଛିଡ଼ା ହୋଇଥିବା ସଲମାନ୍ ତାଙ୍କ କାନ୍ଧକୁ ଧରି ମୁହଁରେ ମୁହଁ ଯୋଡିଛନ୍ତି । ଅତ୍ୟନ୍ତ ଉତ୍ସାହିତ ସଲମାନ୍ ଙ୍କ ମୁହଁରୁ ନବୀନଙ୍କ ପ୍ରତି ଭକ୍ତି ଓ ସମ୍ମାନ ଫଟୋରୁ ବାରିହୋଇଯାଉଛି । ନବୀନ ବି ବେଶ୍ ଉଲ୍ଲସିତ ଦେଖାଯାଉଛନ୍ତି । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ସାଧାରଣରେ ଉତ୍ସୁକତା ସୃଷ୍ଟି କରିଛି ।
ଆଜି କଟକ ବାରବାଟୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ବିଶ୍ୱକପ୍ ହକି ର ଦ୍ୱିତୀୟ ଉଦଘାଟନୀ ଉତ୍ସବକୁ ଅତିଥି ଭାବେ ଆସିଥିଲେ ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ । ଗତକାଲି କଳିଙ୍ଗ ଷ୍ଟାଡିୟମ୍ ରେ କିଙ୍ଗ୍ ଖାନ୍ ଙ୍କ ଭଳି ବାରବାଟୀ ଷ୍ଟାଡିୟମ୍ ରେ ଭାଇଜାନ୍ ଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସଲମାନ୍ ଙ୍କ ମଜାଖୁସି ଓ ଅନ୍ତରଙ୍ଗ ଆଳାପ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ।

ସଲମାନ୍ ପ୍ରଥମେ ଓଡ଼ିଆରେ ଲୋକଙ୍କୁ ସମ୍ବୋଧିତ କରିଥିଲେ । ମୁଁ ତୁମକୁ ଭଲପାଏ କହି ଦର୍ଶକଙ୍କ ମନ କିଣିନେଇଥିଲେ । ବିଶ୍ୱକପ୍ ହକି ଆୟୋଜନ କରିଥିବାରୁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଥିଲେ । ନବୀନଙ୍କ ବ୍ୟକ୍ତିତ୍ୱ ଉପରେ ଟିପ୍ପଣୀ ଦେବାକୁ ଯାଇ ସେ ତାଙ୍କ କୋହ୍ଲାପୁରୀ ଚପଲର ଅବତାରଣା କରି ପ୍ରଶଂସା କରିଥିଲେ । ଓଡ଼ିଶା ଲୋକଙ୍କ ଏଭଳି ସ୍ୱାଗତରେ ସେ ଅଭିଭୂତ ବୋଲି କହିଥିଲେ । ସଲମାନ୍ ତାଙ୍କ ଅଭିଭାଷଣରେ କଟକର ଭାଇଚାରା ପରମ୍ପରା ଓ କଟକର ପ୍ରସିଦ୍ଧ ଦହିବରା ଆଳୁଦମ କୁ ମନେ ପକାଇ ସେ ଏହାର ମଜା ନେଇଥିବା କହିଥିଲେ ।
ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ସଲମାନ୍ ଙ୍କ ଶୁଭେଚ୍ଛା ଓ ବିଶ୍ୱକପ୍ ହକିରେ ନିଜକୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଲମାନ୍ ଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଏ.ଆର. ରହେମାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଷ୍ଟେଜ୍ ରେ ସଲମାନ୍ ଓ ରହେମାନ୍ ଦର୍ଶକଙ୍କ ଭରପୁର ମନୋରଂଜନ କରିଥିଲେ ।
ଆଜି ସଲମାନ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା । ବିମାନବନ୍ଦରରେ ତାଙ୍କୁ ପାଛୋଟି ନେଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ବିଜୁ ଯୁବବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ । ସେଠାରୁ କଟକ ଯାତ୍ରା କରିଥିଲେ ସଲମାନ । ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ସଲମାନ୍ ଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା ।

ଆରମ୍ଭରୁ ଜମେଇଦେଲେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ବୃହତ୍ତ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତ । ଆଜି ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ଆରମ୍ଭ ଦିନରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍ ରେ ପରାସ୍ତ କରିଛି ମନପ୍ରୀତ୍ ସିଂଙ୍କ ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ସିମରନଜିତ୍ ସିଂ ଦୁଇଟି ଗୋଲ୍ ଦେଇଥିବା ବେଳେ ଆକାଶଦୀପ ସିଂ, ମନଦୀପ ସିଂ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଘରୋଇ ମାଟିରେ ଆରମ୍ଭରୁ ଟିମ୍ ଇଣ୍ଡିଆର ବୃହତ୍ତ ବିଜୟ କଳିଙ୍ଗ ଷ୍ଟାଡିୟମ୍ ଦର୍ଶକଙ୍କୁ ଉତଫୁଲ୍ଲିତ କରିଥିଲା । ଆତସବାଜିରେ ଫାଟି ପଡ଼ିଥିଲା ଷ୍ଟାଡିୟମ୍ ।
Previous Post

ବିଜେପିରେ ଅପରାଜିତା, ଚର୍ଚ୍ଚା ବହୁତ

Next Post

ଇର୍ଷାରୁ ଗାଳି! ସଲମାନ୍ ଖାନ୍ ଙ୍କ ପାଉଣାକୁ ନେଇ ନିଆଁ

Next Post
ଇର୍ଷାରୁ ଗାଳି! ସଲମାନ୍ ଖାନ୍ ଙ୍କ ପାଉଣାକୁ ନେଇ ନିଆଁ

ଇର୍ଷାରୁ ଗାଳି! ସଲମାନ୍ ଖାନ୍ ଙ୍କ ପାଉଣାକୁ ନେଇ ନିଆଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA