Monday, May 25, 2026 08:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

by Our Correspondent
23 Jan, 2019- 07:06 PM
in Latest News, News, Politics
1 min read
0
କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

ନୂଆଦିଲ୍ଲୀ: ଯାହାଙ୍କ ଆଗମନକୁ କଂଗ୍ରେସ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା ତାହା ଏବେ ସାକାର ହୋଇଛି । ନେହେରୁ-ଗାନ୍ଧୀ ପରିବାରର ଯୁବରାଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ଭାଇ ରାହୁଲ ଗାନ୍ଧୀଙ୍କ ସହଯୋଗୀ ଭାବେ କଂଗ୍ରେସରେ ଉଭା ହୋଇଛନ୍ତି ପ୍ରିୟଙ୍କା । ଏଆଇସିସିର ସାଧାରଣ ସମ୍ପାଦକ ଭାବେ ସେ ନିଯୁକ୍ତି ପାଇଛନ୍ତି । ନିଜ ବିରାଦରି କ୍ଷେତ୍ର ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ବୁଝିବେ ପ୍ରିୟଙ୍କା । ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କରିବେ ମୁକାବିଲା । କଂଗ୍ରେସରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରବେଶ ସମଗ୍ର ଭାରତବର୍ଷର ରାଜନୀତିକୁ ସରଗରମ କରିଦେଇଛି । ପ୍ରିୟଙ୍କାକୁ ନେଇ କଂଗ୍ରେସ ମହଲରେ ନାହିଁ ନ ଥିବା ଉତ୍ସାହ ସୃଷ୍ଟି ହୋଇଛି ।

ଭଉଣୀ ପ୍ରିୟଙ୍କାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଭାଇ ରାହୁଲ ଗାନ୍ଧୀ । ଫେବୃଆରୀ ପ୍ରଥମ ସପ୍ତାହରୁ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ ବୋଲି କୁହାଯାଇଛି । ପ୍ରିୟଙ୍କାଙ୍କ ଦାୟିତ୍ୱରେ ପଡ଼ିଥିବା ପୂର୍ବ ଉତ୍ତରପ୍ରଦେଶ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ କ୍ଷେତ୍ର । ସମୁଦାୟ ୪୦ ଟି ଲୋକସଭା କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ । ସେଥିମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ର ବାରାଣସୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ଷେତ୍ର ଗୋରଖପୁର । ଅଧଡର୍ଜନ କେନ୍ଦ୍ରମନ୍ତ୍ରୀଙ୍କ ଲୋକସଭା କ୍ଷେତ୍ର ଏହି ପୂର୍ବ ୟୁପିରେ ରହିଛି । ସୋନିଆ ଗାନ୍ଧୀଙ୍କ ରାଏବରେଲୀ ଓ ରାହୁଲ ଗାନ୍ଧୀଙ୍କ ଆମେଥି ମଧ୍ୟ ପୂର୍ବ ୟୁପିର ଇଲାକା । ପ୍ରିୟଙ୍କା ଗାନ୍ଧୀ ଏହି ଇଲାକାର ଦାୟିତ୍ୱ ଧରିଥିବାରୁ ୪୦ଟି ଯାକ ଲୋକସଭା କ୍ଷେତ୍ର ରହିବ ତାଙ୍କ ରାଡରରେ । ମୋଦି,ଯୋଗୀ ଓ ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ସେ ଦେବେ ଟକ୍କର ।
ନିଜେ ରାଜନୀତିକୁ ଆସି ନ ଥିଲେ ମଧ୍ୟ ରାଜନୀତି ମଇଦାନରେ ପ୍ରିୟଙ୍କା ନୂଆ ନୁହଁନ୍ତି । ୨୦୧୪ ସାଧାରଣ ନିର୍ବାଚନ ବେଳେ ସେ ମାଆ ସୋନିଆ ଓ ଭାଇ ରାହୁଲଙ୍କ ପାଇଁ ରାଏବରେଲୀ ଓ ଆମେଥିରେ ଥିଲେ ଷ୍ଟାର୍ ପ୍ରଚାରକ । ପ୍ରଚାରର ପ୍ରଥମ ପଦାର୍ପଣରେ ସେ ସଫଳତା ପାଇଥିଲେ ।୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ଏହି ଦୁଇଟି ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ହେଲେ ପୂର୍ବର ସଫଳତା ପାଇ ନ ଥିଲେ । ସେହି ନିର୍ବାଚନରେ ସମାଜବାଦୀ ପାର୍ଟି ସହ କଂଗ୍ରେସର ବୁଝାମଣା ଏବଂ ଆସନ ଭାଗବଣ୍ଟରାରେ ପ୍ରିୟଙ୍କାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କାଙ୍କୁ ପାଇବା ପାଇଁ ଉତ୍ତରପ୍ରଦେଶ ସମେତ ସାରା ଦେଶରେ କଂଗ୍ରେସ ନେତା ଓ କର୍ମୀମାନେ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ।
ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଆସି ସଂଗଠନ ଦାୟିତ୍ୱ ପାଇଲା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଉତ୍ତରପ୍ରଦେଶରରେ ନିଜ ମାଆଙ୍କ ଆସନ ରାଏବରେଲୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ସେ ନିଜେ ପ୍ରାର୍ଥୀ ହେବା ସହ ମୋଦି ଓ ଯୋଗୀଙ୍କ ସମେତ ୪୦ଟି ଯାକ ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କୁ ମୁକାବିଲା କରିବେ । ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ବହୁଜନ ପାର୍ଟି ଏକ ହୋଇଛନ୍ତି ଏବଂ କଂଗ୍ରେସ ସହ ବୁଝାମଣା ସରିଯାଇଛି । ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ଆଗମନ ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି ।
ପ୍ରିୟଙ୍କାଙ୍କ ରାଜନୀତି ପ୍ରବେଶକୁ ନେଇ ତାଙ୍କ ପରିବାର ବେଶ ଆନନ୍ଦିତ । ଭାଇ ରାହୁଲ କହିଛନ୍ତି, ପ୍ରିୟଙ୍କା କାଳେ ରାଜନୀତିକୁ ଆସିଯିବେ ସେଇ ଆଶଙ୍କାରେ ବିଜେପି ଥିଲା । ସେମାନେ ଏବେ କ’ଣ କରିବେ? ପ୍ରିୟଙ୍କାକୁ ସେ ସ୍ୱାଗତ କରିବା ସହ ତାଙ୍କ ଶୁଭ ମନାସିଛନ୍ତି । ସେହିଭଳି ସ୍ୱାମୀ ରବର୍ଟ ଭଦ୍ରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରିୟଙ୍କାଙ୍କ ସାଙ୍ଗରେ ମୁଁ ସବୁବେଳେ ଅଛି । ପ୍ରିୟଙ୍କା ଭଲ କରନ୍ତୁ ବୋଲି ସେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରିୟଙ୍କାଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଆଇସିସି ସାଧାରଣ ସମ୍ପାଦକ ନିଯୁକ୍ତି ମିଳିଛି । ସେ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବେ । ଉତ୍ତରପ୍ରଦେଶକୁ ପ୍ରିୟଙ୍କା ଓ ସିନ୍ଧିଆଙ୍କ ଦାୟିତ୍ୱରେ ଛଡ଼ାଯାଇ ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କୁ ସେଠାରୁ ହଟାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ହରିଆଣା ଦାୟିତ୍ୱ ଦିଆଯାଇଛି । ସେହିଭଳି ଅଶୋକ ଗେହେଲଟ୍ ଙ୍କ ସ୍ଥାନରେ କେ.ସି.ବେଣୁଗୋପାଳଙ୍କୁ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) ନିଯୁକ୍ତି ଦିଆଯାଇଛି । ତାଙ୍କ ହାତରେ କର୍ଣ୍ଣାଟକ ଦାୟିତ୍ୱ ଛଡ଼ାଯାଇଛି ।

 

Previous Post

ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି

Next Post

ବିଜେଡ଼ି ଟ୍ରେଲର୍! ବିଧାୟକ ଦମନ ଅଭିଯାନରେ ଥାନା ଭଙ୍ଗାରୁଜା, ପୁଲିସକୁ ମାଡ଼

Next Post
ବିଜେଡ଼ି ଟ୍ରେଲର୍! ବିଧାୟକ ଦମନ ଅଭିଯାନରେ ଥାନା ଭଙ୍ଗାରୁଜା, ପୁଲିସକୁ ମାଡ଼

ବିଜେଡ଼ି ଟ୍ରେଲର୍! ବିଧାୟକ ଦମନ ଅଭିଯାନରେ ଥାନା ଭଙ୍ଗାରୁଜା, ପୁଲିସକୁ ମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA