Tuesday, May 26, 2026 01:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଳ ଓ ରାଜନୀତିକୁ ସମାନ ଦେଖିଲେ ମୁଖ୍ୟମନ୍ତ୍ରୀ

by Our Correspondent
14 Feb, 2019- 11:35 PM
in Latest News, News
1 min read
0
ଖେଳ ଓ ରାଜନୀତିକୁ ସମାନ ଦେଖିଲେ ମୁଖ୍ୟମନ୍ତ୍ରୀ

– କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ଷ୍ଟେଟ୍ ଅଫ ଦି ଇଅର୍ ସମ୍ମାନ
– ମୁମ୍ବାଇରେ ପୁରସ୍କାର ଗ୍ରହଣ କଲେ ନବୀନ

ମୁମ୍ବାଇ: କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ । କ୍ରୀଡ଼ାର ସାମଗ୍ରିକ ବିକାଶ ପାଇଁ ଦୂରଦୃଷ୍ଟି, ସମ୍ବଳ ସଂଗ୍ରହ ଏବଂ ନୀତି କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ସ୍ପୋର୍ଟସ୍ ଷ୍ଟାର୍ ପତ୍ରିକା ପକ୍ଷରୁ ଆଜି ମୁମ୍ବାଇରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ରାଜନୀତି ଓ କ୍ରୀଡ଼ା ମଧ୍ୟରେ ନିଜର ଦୃଷ୍ଟିଭଙ୍ଗୀ ପ୍ରକାଶ କରିଥିଲେ । ରାଜନୀତି କ୍ରୀଡ଼ାଠାରୁ ବିଶେଷ ଅଲଗା ନୁହେଁ । ଖେଳରେ ସଫଳ ହେବା ପାଇଁ ଯେମିତି ଝୁଙ୍କ ଦରକାର ରାଜନୀତିରେ ବି ସେଇ ଏକା କଥା । ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ମତ ।
ରାଜନୀତି ଓ କ୍ରୀଡ଼ା ମଧ୍ୟରେ ଥିବା ସାମଞ୍ଜସ୍ୟ ବୁଝାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଦୌଡ଼ିବା, ଡେଇଁବା, ଧରିବା, ଫୋପାଡ଼ିବା ଆଦି ସବୁ କିଛି କରିବାକୁ ପଡ଼ିଥାଏ । ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି । ବେଳେ ବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡ଼ି ଦେବେ ।
ତେବେ ଖେଳ ଜିତିବା ପାଇଁ ଆପଣଙ୍କ ଝୁଙ୍କ୍ ଆପଣଙ୍କୁ ବିଜୟ ମୁକୁଟ ଦେବ । କିନ୍ତୁ ଖେଳ ପାଇଁ ଆପଣଙ୍କ ଝୁଙ୍କ୍ ଆପଣଙ୍କୁ ଆଇକନ୍ କରି ପ୍ରତିଷ୍ଠା କରାଇବ । ଠିକ୍ ସେହିଭଳି ରାଜନୀତିରେ କ୍ଷମତା ପାଇଁ ଆପଣଙ୍କ ଝୁଙ୍କ୍ ଆପଣଙ୍କୁ ବିଜୟୀ କରିବ । କିନ୍ତୁ ସେବା ପାଇଁ ଆପଣଙ୍କ ଝୁଙ୍କ୍ ଦ୍ୱାରା ଆପଣ ଲୋକଙ୍କ ହୃଦୟ ଜିତିପାରିବେ । ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ମାନକ । ଏଭଳି ମନୋଭାବ ବ୍ୟତିରେକ ଆମେ ବଡ଼ ବଡ଼ ସଫଳତା ହାସଲ କରିପାରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ବିଷୟରେ ନିଜ ସରକାରଙ୍କ ଏକ ସଫଳ କାହାଣୀର ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ନିଷ୍ପତ୍ତି କଲୁ ଯେ ଓଡ଼ିଶାରେ ସବୁ କଚା ଘରକୁ ପକ୍କା ଘରରେ ପରିଣତ କରିବୁ । ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ । ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ୱାନ ଥିଲା । ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା, ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା । ସଫଳ ଜିଲ୍ଲାମାନଙ୍କୁ ସ୍ୱୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା । ଫଳସ୍ୱରୂପ, ଆମେ ନିର୍ଦ୍ଦିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦେଇପାରିଲୁ ।
ତେଣୁ ଦେଶରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟମାନଙ୍କ ଉଦ୍ୟମ ବା ସଂପୃକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ସ୍ୱୀକୃତି ପାଇଁ ସମ୍ମାନନୀୟ ଜୁରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପୁରସ୍କାରକୁ ରାଜ୍ୟର ସାଢ଼େ ଚାରି କୋଟି କ୍ରୀଡ଼ାପ୍ରେମୀ ଜନତାଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ହିନ୍ଦୁ ଗ୍ରୁପ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ଗ୍ରୁପ୍ ର ଅଧ୍ୟକ୍ଷ ଏନ୍.ରାମ, ପୂର୍ବତନ ହକି କ୍ୟାପେଟନ୍ ଏମ.ଏମ.ସୋମେୟା, ଅଲମ୍ପିଆନ ଅଞ୍ଜଳି ଭଗତ ଓ ଅଞ୍ଜୁ ବବି ଜର୍ଜଙ୍କୁ ନେଇ ଗଠିତ ଜୁରୀମଣ୍ଡଳୀ ସର୍ବସମ୍ମତିକ୍ରମେ ଓଡ଼ିଶାକୁ ଷ୍ଟେଟ୍ ଅଫ ଦି ଇୟର ଫର ଦି ପ୍ରମୋସନ୍ ଅଫ ସ୍ପୋର୍ଟସ୍ ପୁରସ୍କାର ପାଇଁ ଚୟନ କରିଥିଲେ ।
Previous Post

ଦିଲ୍ଲୀରେ ଘାଇଲା ଦିଲ୍ଲୀ ଖେଳୁଆଡ

Next Post

ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ

Next Post
ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ

ନବୀନଙ୍କ ଚିନ୍ତା ବଢ଼ାଇଲେ ବିଜେଡ଼ି ଗୋତ୍ରମାରୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA