Wednesday, July 1, 2026 09:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ

by Our Correspondent
27 Feb, 2019- 11:06 PM
in Latest News, News, Politics
1 min read
0
୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ
ଭୁୁବନେଶ୍ୱର: ସୁରେଶ ରାଉତରାୟ, ଶରତ ରାଉତ, ଗଣେଶ୍ୱର ବେହେରା, କିଶୋର ପଟେଲ, ଜଗନ୍ନାଥ ପଟ୍ଟନାୟକଙ୍କ ଭଳି ନେତାଙ୍କ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଚୟନରେ ‘ହାରୁ’ ମାନଦଣ୍ଡ ଉଠିଯାଇଛି । କେବଳ ବିଜୟର ସମ୍ଭାବନା ପ୍ରାର୍ଥୀ ଚୟନର ମାପକାଠି ବୋଲି ଦାବି କରାଯାଉଛି । କୁଆଡ଼େ ଏହି ଆଧାରରେ ସ୍କ୍ରିନିଂ କମିଟି ସର୍ବାଧିକ ତିନି ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ତାଲିକା ପ୍ରସ୍ତୁତ କରିଛି । ମଜ୍ଜାର କଥା, ପାଖାପାଖି ୩୦ ଟି ଆସନରେ ପ୍ରାର୍ଥୀ ସଙ୍କଟ ରହୁଥିଲା ବେଳେ ପ୍ରାୟ ୪୦ ଟି ଆସନରେ ଅଙ୍କ କିନ୍ତୁ ଜଟିଳ ରହିଛି । ସେଥିରୁ ଅଧିକାଂଶ ହେଉଛି ଉପକୂଳ ଅଞ୍ଚଳର । କାହାକୁ କାଟିବେ କାହାକୁ ରଖିବେ ଦଳ ପାଇଁ ବିରାଟ ଚାଲେଂଜ ହୋଇଛି ।
ନିମାପଡ଼ାରେ ସତ୍ୟବ୍ରତ ପାତ୍ରଙ୍କୁ ଦେବେ ନା ବିଶ୍ୱରଂଜନ ମହାନ୍ତିଙ୍କୁ? ପିପିଲିରେ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଦେବେ ନା ଅଜିତ୍ ମଙ୍ଗରାଜ ଅବା ନିଶିକାନ୍ତ ମିଶ୍ରଙ୍କୁ? ପାରାଦ୍ୱୀପରେ ବାପି ସର୍ଖେଲ ନା ପ୍ରମୋଦ ଜେନାଙ୍କୁ ଟିକେଟ ଦେବେ? ବାଲିକୁଦାରେ ଜିତୁ ମହାପାତ୍ର ନା ଶାରଦା ପ୍ରଧାନଙ୍କୁ ରଖିବେ? ବଡ଼ଚଣାରେ ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ରଙ୍କୁ ଆଉ ସୁଯୋଗ ଦେବେ ନା ଶୁଭେନ୍ଦୁ ମହାନ୍ତିଙ୍କୁ? ଭଣ୍ଡାରିପୋଖରୀରେ ନିରଂଜନ ନିଜେ ଲଢ଼ିବେ ନା ସତ୍ୟପ୍ରକାଶ ନାୟକଙ୍କୁ ଛାଡ଼ିବେ?
ଏଭଳି ଆସନଗୁଡ଼ିକରେ ପ୍ରାର୍ଥୀ ବିଚାର ମାନଦଣ୍ଡରେ ଯୋଗ୍ୟତା ଏବଂ ଦଳ ପ୍ରତି ଆନୁଗତ୍ୟ ବଡ଼ ନା ନିର୍ଦ୍ଦିଷ୍ଟ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ବଡ଼ ତାହା ବଡ଼ ପ୍ରଶ୍ନ ଛିଡ଼ା କରାଇଛି । ଶ୍ରୀକାନ୍ତ ଜେନାଙ୍କ ଷ୍ଟାମ୍ପ୍ ବାଜିଥିବା ନେତା ଯେତେବଡ଼ ହୁଅନ୍ତୁ ନା କାହିଁକି ତାଙ୍କୁ ଟିକେଟ ମିଳିବ ନାହିଁ । ଜୟଦେବ ଜେନାଙ୍କ ଷ୍ଟାମ୍ପ ଲାଗିଥିଲେ ବି ସମାନ ଅବସ୍ଥା ଭୋଗିବାକୁ ପଡ଼ିବ । ଦଳ ଭିତରେ ଏଭଳି ଚର୍ଚ୍ଚା ଆଶାୟୀଙ୍କ ଭିତରେ ଛକାପଂଝା ବଢ଼ାଇଛି । ଯଦି ଏହା ସତ ହୁଏ, ତେବେ ବିଦ୍ରୋହର ଆଶଙ୍କାକୁ ଏଡ଼ାଯାଇପାରିବ ନାହିଁ । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ପ୍ରାର୍ଥୀ ଚୟନ ଭାଗମାପରେ ଶ୍ରୀକାନ୍ତ, ଜୟଦେବ ଫ୍ୟାକ୍ଟର ରହିବ ହିଁ ରହିବ । ନିରଂଜନ କେବେ ବି ଚାହିଁବେନି ତାଙ୍କ ବିରୋଧୀ ଗୋଷ୍ଠୀରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ । ନିରଂଜନଙ୍କ ହାତରେ ପୂର୍ଣ୍ଣ କ୍ଷମତା ନ୍ୟସ୍ତ ଥିବାରୁ ସେ ବିରୋଧୀଙ୍କୁ ପାନେ ଦେବାର ସୁଯୋଗ ପାଇଛନ୍ତି । ତେଣୁ ସବୁଠି ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ମିଳିବ ଏବଂ ସବୁ ନେତା ଏକାଠି ହୋଇ ନିର୍ବାଚନ ଲଢ଼ିବ ସେଭଳି ଆଶା କରିବା ବୃଥା ବୋଲି ସେ କହିଛନ୍ତି ।
ସଂପୃକ୍ତ ନେତାଙ୍କ ଆକଳନ ଯେ ଠିକ୍ ତାହାର ଟ୍ରେଲର୍ ଆଜି ଦେଖିବାକୁ ମିଳିଛି । କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ବୈଠକ ଚାଲିଥିବା ବେଳେ ବାହାରେ ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ବିରୋଧରେ କର୍ମୀମାନେ ନାରାବାଜି କରି ତାଙ୍କୁ ପୁନର୍ବାର ପ୍ରାର୍ଥୀ ନ କରିବାକୁ ଦାବି କରିଥିଲେ । ସେତେବେଳେ ଶ୍ରୀ ପ୍ରଧାନ ସ୍କ୍ରିନିଂ କମିଟିରେ ଉପସ୍ଥିତ ଥିଲେ । କଂଗ୍ରେସରେ ଟିକେଟକୁ ନେଇ ଏହା ବିଦ୍ରୋହର ଅୟମାରମ୍ଭ ବୋଲି କୁହାଯାଉଛି ।
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସନ୍ତା ୧୦ ତାରିଖରେ ଘୋଷଣା ହେବ ବୋଲି କହିଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡ଼ି ସାଥୀଶାନ୍ । ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ଆଜି ଏହି କସରତ୍ ଶେଷ ହୋଇଛି । ୨୧ଟି ଲୋକସଭା ଓ ୧୪୭ ଟି ବିଧାନସଭା ପାଇଁ ୬ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ । ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ସର୍ବାଧିକ ୩ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତାଲିକାଭୁକ୍ତ କରାଯାଇଛି । ଆସନ୍ତା ୬ ତାରିଖରେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଏହି ତାଲିକା ଉପରେ ବିସ୍କୃତ ଆଲୋଚନା କରି କେନ୍ଦ୍ରୀୟ କମିଟିକୁ ପଠାଇବ । କେନ୍ଦ୍ରୀୟ କମିଟିର ମୋହର ପାଇଲା ପରେ ୧୦ ତାରିଖରେ ଏହା ପ୍ରକାଶ ପାଇବ ବୋଲି ଶ୍ରୀ ସାଥୀଶାନ୍ ସୂଚନା ଦେଇଛନ୍ତି ।
Previous Post

ପାକିସ୍ଥାନ ଉପରେ ବିମାନ ଆକ୍ରମଣ: ୨୦୦ ଜୈସ୍ ଆତଙ୍କବାଦୀ ନିପାତ, ଶିବିର ଧ୍ୱଂସ

Next Post

ବିଜେଡ଼ିରେ ପତିଆରା ପାଇଁ ଖଣ୍ଡା ଧରିଛନ୍ତି ସୌମ୍ୟ !

Next Post
ବିଜେଡ଼ିରେ ପତିଆରା ପାଇଁ ଖଣ୍ଡା ଧରିଛନ୍ତି ସୌମ୍ୟ !

ବିଜେଡ଼ିରେ ପତିଆରା ପାଇଁ ଖଣ୍ଡା ଧରିଛନ୍ତି ସୌମ୍ୟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA