Wednesday, July 1, 2026 11:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

by Our Correspondent
13 Mar, 2019- 11:17 PM
in News
1 min read
0
କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ
ଭୁବନେଶ୍ୱର: ବହି ବିଜ୍ଞାପନ ନାରେ ଓଡ଼ିଶା ରାଜ୍ୟ ବିଜେପି ନେତାମାନେ ସାତୋଟି ସରକାରୀ ପେଟ୍ରୋ କମ୍ପାନୀର ଶହ ଶହ କୋଟି ଟଙ୍କା ଲୁଟ କରିଛନ୍ତି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ କହିଛନ୍ତି, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଦ୍ୱାରା କରାଯାଇଥିବା ଅନାମଧେୟ ଏବଂ ଅଣପଂଜିକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ଗେଲ, ଓଏନଜିସି, ଓଆଇଏଲ ଏବଂ ଇଆଇଏଲ ପ୍ରଭୃତି ପେଟ୍ରୋକମ୍ପାନୀ ଶହେ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବିଜ୍ଞାପନ ଦେଇଛନ୍ତି । ବିଜେପି ନେତାମାନଙ୍କର ଏହି ଅନାମଧେୟ ଟ୍ରଷ୍ଟ ଗଢ଼ାଯିବାର ମାସେ ଦୁଇମାସ ମଧ୍ୟରେ ପେଟ୍ରୋ କମ୍ପାନୀମାନେ କେଉଁ ମାପକାଠିର ବହି ଛାପିବାକୁ କୋଟି କୋଟି ଟଙ୍କା ଦେଇଛନ୍ତି? ତାହାପୁଣି ମୂଲ୍ୟହୀନ ଇଂଟରନେଟ ଫଟୋ ସମ୍ମିଳିତ କଲର ଫଟୋକପି ବାହାର କରାଯାଇ ବନେ୍ଧଇ ହୋଇଥିବା ମାତ୍ର ୫୦ ଖଣ୍ଡ ବହି ବାବଦକୁ । ଏପରିକି କୌଣସି ବହିରେ ପ୍ରକାଶକ ଏବଂ ମୁଦ୍ରକଙ୍କର ସଂମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ । ଏ ବାବଦରେ କୋଟି କୋଟି ଟଙ୍କାର ଆୟକର, ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ମଧ୍ୟ ହଡପ କରାଯାଇଛି । ବିଜ୍ଞାପନ ନାଁରେ ହଡ଼ପ କରାଯାଇଥିବା ପେଟ୍ରୋ କମ୍ପାନୀଗୁଡ଼ିକର ଟଙ୍କା ଜନସାଧାରଣଙ୍କ ଅର୍ଥ ଏହାକୁ ନିଜର ପୈତୃକ ସମ୍ପତି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପେଟ୍ରୋ କମ୍ପାନୀମାନେ ବିଜେପି ନେତାଙ୍କର ବ୍ୟକ୍ତିଗତ ପାଣ୍ଠି ବଢ଼ାଇବା ପାଇଁ ଯେଉଁ ଭଳି ଘୃଣ୍ୟ ଏବଂ ନଗ୍ନ ଭାବେ ହଡ଼ପ କରି ଚାଲିଛନ୍ତି, ଏହାର ପର୍ଦାଫାସ ହେବା
ଏଥିସହ ଉଜ୍ଜ୍ୱଳା ଦିଦି ନାଁରେ ୩୦ କୋଟି ଟଙ୍କା ଆତ୍ମସାତ୍ ହୋଇଛି ବୋଲି କଂଗ୍ରେସ ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଉଜ୍ଜ୍ୱଳା ଦିଦି କେଳେଙ୍କାରୀରେ ରାତାରାତି ଟେଣ୍ଡର ଫିକ୍ସିଂ କରାଯାଇ ନିର୍ଦ୍ଧିଷ୍ଟ ସଂସ୍ଥା ମାଧ୍ୟମରେ ୩୦ କୋଟି ଚଳୁ ହୋଇଛି । ଆଇଓସିଏଲ୍ ପକ୍ଷରୁ ଉଜ୍ଜ୍ୱଳା ଦିଦିର ଟେଣ୍ଡର ଆହ୍ୱାନ କରିଥିଲା । ଗତ ଜାନୁଆରୀ ୧୨ ସନ୍ଧ୍ୟାରେ ଏ ସଂପର୍କିତ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଟେଣ୍ଡର ଦାଖଲର ଶେଷ ତାରିଖ ଜାନୁଆରୀ ୧୪କୁ ଧାର୍ଯ୍ୟ କରାଯାଇଥିଲା । ଜାନୁଆରୀ ୧୨ ଦ୍ୱିତୀୟ ଶନିବାରରେ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଜାନୁଆରୀ ୧୩ ତାରିଖ ରବିବାର ଛୁଟିଦିନ ଯୋଗୁଁ ଆବେଦନକାରୀ ଟେଣ୍ଡର ପକାଇବାର ସୁଯୋଗ ପାଇନଥିଲେ । ୧୪ ତାରିଖ ସୋମବାର ଦିନ ଟେଣ୍ଡର ପକାଇବା ଶେଷ ତାରିଖ ଧାର୍ଯ୍ୟ ଥିଲା । ଏଣୁ ବହୁ ସଂସ୍ଥା ଟେଣ୍ଡର ପକାଇ ପାରିନଥିଲେ । ଏପରିକି କେତେକ ସଂସ୍ଥା ଟେଣ୍ଡର ଆବେଦନ କରିବା ପାଇଁ ଆଇଓସିଏଲ ୱେବ୍ସାଇଟ୍ ଓପନ୍ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସାଇଟ୍ର ଏହି ଟେଣ୍ଡରଟି ଖୋଲି ନଥିଲା ।
ଜାନୁଆରୀ ୧୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ହଠାତ୍ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି ବୋଲି ଆଇଓସିଏଲ୍ କର୍ତୃପକ୍ଷ ଘୋଷଣା କଲେ । ହେଲେ ନିୟମ କହୁଛି ଯେକୌଣସି ଟେଣ୍ଡର ପାଇବାକୁ ହେଲେ ଆବେଦନକାରୀଙ୍କୁ ସର୍ବନିମ୍ନ ୧୫ ଦିନର ମହଲତ ଦେବା କଥା । ତେବେ ଆଇଓସିଏଲ୍ ଦୁଇଦିନରେ ଟେଣ୍ଡର ପ୍ରକ୍ରିୟା କିପରି ସାରିଦେଲେ, ତାହା ପୁଣି ଛୁଟି ଦିନରେ? ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଇଓସିଏଲ କର୍ତୃପକ୍ଷ ତରବରିଆ ଓ ବେଆଇନ୍ ଭାବେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରିବା ପଛରେ କି ରହସ୍ୟ ରହିଛି? କାହା ଚାପରେ ଅଛନ୍ତି ଆଇଓସିଏଲ୍ କର୍ତୃପକ୍ଷ? ଉଜ୍ଜଳା ଦିଦି ଯୋଜନା ନାଁରେ ୩୦ କୋଟି ଟଙ୍କା ଚଳୁ କରିବାକୁ ଏହା ବିଧିବଦ୍ଧ ଷଡଯନ୍ତ୍ର ନୁହେଁତ? ଏହି ସମସ୍ତ କେଳେଙ୍କାରୀ ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ହାତ ରହିଥିବା ଜଣାପଡିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘନିଷ୍ଠତା ଥିବା ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଏହି ଟେଣ୍ଡର ଦେବା ପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଥିଲା । ତେଣୁ ଏବେ ଉଜ୍ଜଳା ଦିଦି ଯୋଜନା ଏକ ଯୋଜନା ନୁହେଁ, ଅର୍ଥ ହଡପ କାର୍ଯ୍ୟକ୍ରମ ହୋଇଛି । ଏହାର ଉଚ୍ଚସ୍ତରୀୟ ସିବିଆଇ ତଦନ୍ତ ହେଲେ ୩୦ କୋଟି ଟଙ୍କାର ଆତ୍ମସାତ୍ ଘଟଣା ପଦାକୁ ଆସିବ ବୋଲି ଆମର ଦାବି । ଆସନ୍ତା ୨୪ ଘଂଟା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପେଟ୍ରୋ କମ୍ପାନୀମାନେ ଉଜ୍ଜଳା ଦିଦି କେଳେଙ୍କାରୀ ସୃଷ୍ଟିକରଣ ଓ ବହି ବିଜ୍ଞାପନ ଏବଂ ପୋଷ୍ଟର ବ୍ୟାନର ନାଁରେ ବିଗତ ସାଢେ ଚାରି ବର୍ଷରେ କେତେଟଙ୍କା କାହାକୁ କିପରି ଓ କେବେ ଦେଇଛନ୍ତି, ତାହାର ତାଲିକା ପ୍ରକାଶ କରନ୍ତୁ । ନଚେତ୍ ରାଜ୍ୟ ଛାତ୍ର କଂଗ୍ରେସ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସମସ୍ତ ପେଟ୍ରୋ କମ୍ପାନୀ କାର୍ଯ୍ୟାଳୟ ଘେରାଉ କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶାର ପ୍ରତି ବ୍ଲକ ଏବଂ ସହରାଂଚଳରେ କଳାପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡାମାଡ କରାଯିବ । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ଏହି ୫ ଶହ କୋଟି ଟଙ୍କା ହଡପର ମୁଖ୍ୟ ଖଳନାୟକ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ ପ୍ରଧାନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରିତମ୍ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ଏମ୍.ଡି ଉମେର ଆଲାମ, ଅକ୍ଷୟ କୁମାର ମଲ୍ଲ, ବିପ୍ଳବ ପରିଡା, ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

Next Post

ଭିଣୋଇ ଚାପରେ ସଳା: ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

Next Post
ଭିଣୋଇ ଚାପରେ ସଳା:  ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

ଭିଣୋଇ ଚାପରେ ସଳା: ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA