Wednesday, July 1, 2026 12:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭିଣୋଇ ଚାପରେ ସଳା: ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

by Our Correspondent
14 Mar, 2019- 10:05 AM
in Latest News, News, Politics
1 min read
0
ଭିଣୋଇ ଚାପରେ ସଳା:  ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !
ଭୁବନେଶ୍ୱର: ବେଗୁନିଆ-ବୋଲଗଡ଼ରୁ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ବହୁ ପୂର୍ବରୁ ଜଣାଥିଲା । ଅଞ୍ଚଳର ମୁଖିଆମାନଙ୍କୁ ନିଜେ ପୃଥ୍ୱୀବଲ୍ଲଭ ମେଳି କରି ମଇଦାନ ପ୍ରସ୍ତୁତି କରୁଥିଲେ । ୪୦ଟି ପଞ୍ଚାୟତ ବୁଲି କର୍ମୀମାନଙ୍କୁ ଭେଟି ସାରିଥିଲେ । ଦିଲ୍ଲୀରେ ଟିକେଟ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ପଅରଦିନ ଗଣମାଧ୍ୟମରେ ସେ ନିଜର ଆଗ୍ରହ ଖୋଲି ଦେଇଥିଲେ । ତେବେ ଗତକାଲି ହଠାତ୍ ବଦଳି ଯାଇଛନ୍ତି ପୃଥ୍ୱୀ । ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଅଞ୍ଚଳର ମୁଖିଆମାନଙ୍କୁ ଫୋନ୍ କରି ଜଣାଉଛନ୍ତି । ତାହା ପୁଣି ଅତି ଦୁଃଖରେ । କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲେ ବୋଲି ପଚାରିଲେ ଚୁପ୍ ରହୁଛନ୍ତି । ତାଙ୍କ ଉପରେ କିଛି ଗୋଟେ ଚାପ ଥିବା ଅଞ୍ଚଳ ନେତାଙ୍କ ଅନୁଭବ ହୋଇଛି ।
ପୃଥ୍ୱୀବଲ୍ଲଭ ଗଣମାଧ୍ୟମରେ ବେଗୁନିଆରୁ ଲଢ଼ିବା ନେଇ ପରୋକ୍ଷ ସୂଚନା ଦେବା ଏବଂ ପରେ ପରେ ତାଙ୍କ ଭିଣୋଇଙ୍କ ବଡ଼ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୃଥ୍ୱୀବଲ୍ଲଭଙ୍କ ନିର୍ବାଚନ ଲଢ଼ିବାକୁ ଆଗ୍ରହ ନାହିଁ ବୋଲି ସଫେଇ ଦେବା ପଛରେ କ’ଣ ରହସ୍ୟ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମାମଲାରେ ପୃଥ୍ୱୀବଲ୍ଲଭଙ୍କ ଭିଣୋଇ ତଥା ବିଜେଡ଼ିର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକା ଉପରେ ସମସ୍ତଙ୍କର ସନ୍ଦେହ ଆସିଛି । ବେଗୁନିଆରୁ ନିର୍ବାଚନ ନ ଲଢ଼ିବା ପାଇଁ ସେ ପୃଥ୍ୱୀବଲ୍ଲଭଙ୍କ ଉପରେ କୁଆଡ଼େ ଚାପ ପକାଇଛନ୍ତି । ସେହି ଆସନରୁ ତାଙ୍କ(ସୌମ୍ୟ) ନିଜଲୋକ ତଥା ଗତଥରର ‘ଆମ ଓଡ଼ିଶା ଦଳ’ର ପ୍ରାର୍ଥୀ ପ୍ରଦୀପ ସାହୁ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ନ୍ତୁ ଏୟା ସେ ଚାହୁଁଛନ୍ତି ।
ପଟ୍ଟନାୟକ ପରିବାର ସହ ନିବିଡ଼ ସମ୍ପର୍କରେ ଥିବା ଜଣେ କଂଗ୍ରେସ ନେତାଙ୍କଠାରୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛୁ । ସେ କହିଛନ୍ତି, ସୌମ୍ୟବାବୁ ନିଜ ପାଇଁ ଖଣ୍ଡପଡ଼ା ବିଧାନସଭା ଆସନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁଙ୍କ ପାଇଁ ବେଗୁନିଆ ଆସନରେ ବିଜେଡ଼ି ଟିକେଟ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ନବୀନ ନିବାସରୁ ଠୋସ୍ ପ୍ରତିଶ୍ରୁତି ନ ମିଳିବାରୁ ସେ ଦିଲ୍ଲୀ ଡୋର ଧରିଛନ୍ତି । ମଙ୍ଗଳବାର ଦିନ ହାଇଦ୍ରାବାଦରେ ଏକ ବିବାହ ଭୋଜିରେ ଯୋଗ ଦେବା ନାଁରେ ସୌମ୍ୟବାବୁ ଦିଲ୍ଲୀ ଯାଇଥିଲେ । ତାପରଠାରୁ ତାଙ୍କର ବିଶ୍ୱାସ ବଢ଼ିଯାଇଛି ଏବଂ ଫଳସ୍ୱରୂପ ସଳା(ପୃଥ୍ୱୀବଲ୍ଲଭ) ଉପରେ ବ୍ରେକ୍ ଲଗାଇ ଦେଇଛନ୍ତି । କାରଣ ସଳା କଂଗ୍ରେସ ପ୍ରାର୍ଥୀ ହେଲେ ତାଙ୍କ ପାଇଁ ଅଡୁଆ ହେବ । ନା ସଳା ପାଇଁ ନିର୍ବାଚନ ପ୍ରଚାର କରିପାରିବେ ନା ସଳା ହାରିଲେ ପରିବାରର ଇଜ୍ଜତକୁ ସମ୍ଭାଳି ରଖିପାରିବେ । ଓଲଟି ପ୍ରଦୀପ ସାହୁଙ୍କୁ ଟିକେଟ କରାଇ ଜିତାଇ ଆଣି ପାରିଲେ ତାଙ୍କର କାଟତି ରହିବ ।
ସଂପୃକ୍ତ କଂଗ୍ରେସ ନେତାଙ୍କ କଥା ସତ ନା ମିଛ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଖଣ୍ଡପଡ଼ା ଓ ବେଗୁନିଆ ନିର୍ବାଚନମଣ୍ଡଳୀରେ ଏହି ଚର୍ଚ୍ଚା କିନ୍ତୁ ଜୋର୍ । ଇତିମଧ୍ୟରେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଥର ବିଜେଡ଼ି ଟିକେଟ ନ ମିଳିଲେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରିବା ପରେ ରାଜନୀତି ସରଗରମ ହୋଇଛି । ସେପଟେ ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗିରହିଛି । ସେମାନେ ଟିକେଟ ପାଇକି ଅଛନ୍ତି, କେବଳ ଘୋଷଣା ବାକି ଅଛି ବୋଲି ପୃଥକ୍ ଭାବେ ଦୁଇ ଶିବିରରୁ ପ୍ରଚାର ହେଉଛି । ତେବେ ସେଠି ସୌମ୍ୟ ଯେ ଅସଲ ଖେଳୁଆଡ ତାହା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଗାଁ ଗାଁରେ ଆଲୋଚନା ହେଉଛି ।
Previous Post

କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

Next Post

ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

Next Post
ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA