Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

by Our Correspondent
14 Mar, 2019- 08:17 PM
in Latest News, News, Politics
1 min read
0
ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

ଭୁବନେଶ୍ୱର: କଳ୍ପନାଜଳ୍ପନା ସରିଲା । ବିଜେପି ଶରଣରେ ଥିବା ଡାକ୍ତର ଦାମୋଦର ରାଉତ ଶେଷରେ ଦିଲ୍ଲୀ ଯାଇ ପଦ୍ମ ଧରିଛନ୍ତି । ଅପରାହ୍ନରେ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସେ ଦିଲ୍ଲୀ ବିମାନ ଧରିଥିଲେ । ଆଉ ସେଠାରେ ବିଜେପି ଅଫିସ ଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପଦ୍ମ ଦୀକ୍ଷିତ ହୋଇଛନ୍ତି । ଦାମଙ୍କ ଯୋଗଦାନ ଉତ୍ସବରେ ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବଟି ଆୟୋଜିତ ହୋଇଥିଲେ ମଧ୍ୟ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ସେଠାରେ ଉପସ୍ଥିତ ନ ଥିଲେ । ଦାମଙ୍କ ପାଇଁ ଧର୍ମେନ୍ଦ୍ର ସେହି କାମ ଚଳେଇ ଦେଇଥିଲେ । ଦାମ ଅମିତ୍ ଶାହାଙ୍କ ଘରକୁ ଯାଇ ତାଙ୍କର ଆର୍ଶିବାଦ ନେବେ ।

ଦିଲ୍ଲୀ ଯିବା ପୂର୍ବରୁ ପୁଅ ସମ୍ବିତଙ୍କ ସହ ଦାମଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିବା ଚର୍ଚ୍ଚା ହୋଇଥିଲା । ସମ୍ବିତ ନବୀନ ନିବାସରୁ ଡକରା ପାଇ ଆସିଥିବାରୁ କୁଆଡ଼େ ଦାମ ଚିଡ଼ି ଯାଇଥିଲେ । ଆଉ ଫେରିଲା ପରେ ବାପ-ପୁଅଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ସମ୍ବିତ ପାରାଦ୍ୱୀପରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ଚାହୁଁଥିଲା ବେଳେ ବାପାଙ୍କର ଇଚ୍ଛା ଅଲଗା । ସେ ସେଠାରୁ ନିଜେ ଲଢ଼ିବେ ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ କିଣି ପାନେ ଦେବେ ବୋଲି ଜଣାଇ ଦେଇଥିଲେ । ଦାମଙ୍କ ଘରେ ଗଣ୍ଡଗୋଳ ଖବର ଶୁଣି ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ଘରକୁ ଧାଇଁଥିଲେ । ମାତ୍ର ଗଣ୍ଡଗୋଳ ସମ୍ପର୍କରେ ସେମାନେ ଦାମଙ୍କ ପାଟିରୁ କିଛି ବାହାର କରିପାରି ନ ଥିଲେ । ଦାମ ତାଙ୍କର ପୂର୍ବକଥା ଦୋହରାଇଥିଲେ । କହିଥିଲେ ମତେ ବିଜେଡ଼ିରୁ ଯେଭଳି ବାହାର କରାଯାଇଛି ମୁଁ ତାର ପ୍ରତିଶୋଧ ନେବି । ନବୀନ ପଟ୍ଟନାୟକଙ୍କୁ ଅଲବତ୍ କ୍ଷମତାଚ୍ୟୁତ କରିବି । ପୁଅ କଥା ସେ ବୁଝିବ ବୋଲି କହିଥିଲେ ଦାମ । ବିଜେପି ସହ ଯୋଗଦେବା ନେଇ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଯାହା କିଛି ନିଷ୍ପତ୍ତି ହେବ ବୋଲି ଜଣାଇ ଦେଇଥିଲେ ।
ତେବେ ଗଣମାଧ୍ୟମକୁ ତାଙ୍କ ବାସଭବନରେ ବାଇଟ୍ ଦେବା ପରେ ଦାମ କେତେବେଳେ ଦିଲ୍ଲୀ ବାହାରିଲେ ତାହା ଜଣାପଡ଼ିଲା ନାହିଁ । ଦିଲ୍ଲୀରେ ପହଞ୍ଚିବା ପରେ ସେ ବିଜେପିରେ ଯୋଗଦେଉଥିବା ଖବର ସ୍ପଷ୍ଟ ହୋଇଥିଲା । ଦାମ କ’ଣ ସର୍ତ୍ତ ରଖିଥିଲେ ଏବଂ ବିଜେପି ସେହି ସର୍ତ୍ତ କିଭଳି ରଖିଛି ତାହା ଜଣାପଡ଼ିନାହିଁ ।
ନିଜର ସ୍ଥିତି ହଜିବାକୁ ବସିଥିବା ବେଳେ ମାର୍ଚ୍ଚ ୯ ତାରିଖରେ ଅଚାନକ ଦାମ ଦିଲ୍ଲୀ ଯାଇଥିଲେ ଅମିତ୍ ଶାହାଙ୍କୁ ଭେଟିବାକୁ । କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ମାତ୍ର ଅମିତ୍ ଶାହାଙ୍କୁ ଭେଟି ନ ପାରି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥାବାର୍ତ୍ତାରେ କାମ ଚଳେଇ ଦେଲେ । ବିଜେପି ତାଙ୍କୁ ଚାହୁଁଥିବା ଜାଣି ସେ କିଛି ସର୍ତ୍ତ ରଖିଥିଲେ । ଧର୍ମେନ୍ଦ୍ର ଆଲୋଚନା କରିବାର ଆଶ୍ୱାସନା ଦେଇ ସେଦିନ ସଂଧ୍ୟାରେ ଭୁବନେଶ୍ୱର ଫେରାଇ ଦେଇଥିଲେ । ଆଉ ଶେଷରେ ଯାହା ଚାହୁଁଥିଲେ ବୋଧହୁଏ ସେୟା ହୋଇଛି । ବିଜେପି ଛାତରେ ବସିଛନ୍ତି ଦାମ ।
ରାଜନୀତିରେ ନୀତି, ଆଦର୍ଶ କ’ଣ ଏବଂ ରାଜନେତାମାନେ କ୍ଷମତା ପାଇଁ କେଉଁସ୍ତରକୁ ଚାଲି ଯାଇପାରନ୍ତି ୭୮ ବର୍ଷ ବୟସ୍କ ଦାମ ତାହାର ଆଉ ଏକ ଶ୍ରେଷ୍ଠ ଉଦାହରଣ । ଅଳ୍ପଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟୁ ଭାଷାରେ ସୋଧୁଥିଲେ । ବିଜେପି ନାଁ ଶୁଣିଲେ ଡେଉଁଥିଲେ । ବୈଜୟନ୍ତ ପଣ୍ଡାଙ୍କୁ ବେପାରୀ କହି ଘଉଡାଇ ଦେଉଥିଲେ । ସ୍ୱାଧୀନ ଭାବେ ଏକା ଲଢ଼େଇ କରିବେ ପଛେ ବିଜେପି କିମ୍ବା କଂଗ୍ରେସକୁ ଯିବେ ନାହିଁ ବୋଲି ହଲପ୍ କରିଥିଲେ । ଏବେ ସେଇ ଦାମ ବିଜେପି ହାତ ଧରିବାକୁ ଯାଇ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଶରଣ ପଶିଲେ । ଏବେ ଅପେକ୍ଷା, ପାରାଦ୍ୱୀପର ଲୁଣି ପାଣିରେ ଦାମ କିଭଳି ପଦ୍ମ ଫୁଟେଇ ପାରୁଛନ୍ତି ।
Previous Post

ଭିଣୋଇ ଚାପରେ ସଳା: ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

Next Post

ନବୀନ ନିବାସରେ ୩୦ ହଜାର ବାୟୋଡାଟା

Next Post
ନବୀନ ନିବାସରେ ୩୦ ହଜାର ବାୟୋଡାଟା

ନବୀନ ନିବାସରେ ୩୦ ହଜାର ବାୟୋଡାଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA