Saturday, May 9, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାଇଟ୍‍ ସେଲଟର୍‍ ନା ମଦ ଗଞ୍ଜେଇ ଆଖଡ଼ା ଶାଳ ?

by Our Correspondent
14 Jan, 2016- 03:42 PM
in News
1 min read
0
ନାଇଟ୍‍ ସେଲଟର୍‍ ନା ମଦ ଗଞ୍ଜେଇ ଆଖଡ଼ା ଶାଳ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ୟାପିଟାଲ୍‍ ହସ୍ପିଟାଲ୍‍ ପୋଷ୍ଟ ମର୍ଟମ୍‍ ଘର ସାମନାରେ ବିଏମ୍‍ସି କରିଛି ନାଇଟ୍‍ ସେଲଟର୍‍ ବା ରାତ୍ରି ଆଶ୍ରୟସ୍ଥଳୀ । ଭୁବନେଶ୍ୱରକୁ ଆସୁଥିବା ବେସାହାରା ଲୋକ କି ସହରରେ ଯାଯାବର ଜୀବନ ବିତାଉଥିବା ବାସଗୃହହୀନ ଲୋକଙ୍କ ରାତିରେ ରହିବା ପାଇଁ ଏହି ବ୍ୟବସ୍ଥା । ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟରେ ବିଏମସି ନିର୍ମାଣ କରିଛି ଏହି ଘର । ଅଚଳ ହୋଇ ରହିଥିବା ଏହି ଘରକୁ ସରକାର ଆଜି ବିଦୁ୍ୟତ ସଂଯୋଗ ଅନୁମତି ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଏହି ଘରଟି ରାତିରେ ଭଦ୍ରଲୋକଙ୍କ ରହିବା ପାଇଁ ଉଦ୍ଧିଷ୍ଟ ନା ଅସାମାଜିକ ଲୋକଙ୍କ ତାଣ୍ଡବଲୀଳା ପାଇଁ ଉଦ୍ଧିଷ୍ଟ ।
ସାଧାରଣ ଅନୁମାନ ଲଗାଇଲେ ବିଏମସିର ଯେଉଁ ବାବୁମାନେ ଏହି ଜାଗାଟିକୁ ନାଇଟ୍‍ ସେଲଟର ପାଇଁ ବାଛିଛନ୍ତି ତାଙ୍କ ମସ୍ତିଷ୍କ ବିକୃତ ଥିବା ଭଳି ମନେ ହେଉଛି । କାରଣ ଭୁବନେଶ୍ୱରରେ ବିଏମସି ଜାଗା ଅଭାବ ନାହିଁ । ଜାଗା ମାଳ ମାଳ ଥିବା ବେଳେ ହସ୍ପିଟାଲ୍‍ ପୋଷ୍ଟମର୍ଟମ୍‍ ସାମନାରେ ଲୋକଙ୍କୁ ରାତିରେ ରହିବା ପାଇଁ ବ୍ୟବସ୍ଥା କରିବା ଜଣେ ସୁସ୍ଥ ଲୋକର ଚିନ୍ତାଧାରା ନୁହେଁ । ଯେଉଁ ବାବୁ ଏହି ଜାଗା ସ୍ଥିର କରିଛନ୍ତି ସେ ବାବୁ ରାତିକ ପାଇଁ ସେ ଘରେ ଯାଇ ରହିପାରିବେ ତ? ତାଙ୍କ ପତ୍ନୀଙ୍କୁ ସେ ସେଠାକୁ ତାଙ୍କ ଲୁଙ୍ଗି ଖଣ୍ଡକ ଧରି ଆସିବା ପାଇଁ ଡାକିଲେ ବି ପତ୍ନୀ ଆସିବେ ତ? ଯଦି ସେ କିମ୍ବା ତାଙ୍କ ପତ୍ନୀ ସେହି ଜାଗାକୁ ଆସିବାକୁ ମନରେ ସଙ୍କୋଚ ଆଣିବେ କି ଡରିବେ ତାହା ହେଲେ ରକ୍ତ ମାଂସ ଧରା ଅନ୍ୟ ମଣିଷଟେ ସେଠାକୁ ଆସିବ କେମିତି? ଏମିତିକା ଜାଗା ନେଇ ଅଜସ୍ର ଟଙ୍କା କାହା ସ୍ୱାର୍ଥରେ ଖର୍ଚ୍ଚ କରିଛି ବିଏମସି?
ଧରିନେବାକୁ ହେବ କିଛି ଅସାମାଜିକ ଲୋକଙ୍କ ପାଇଁ ବିଏମ୍‍ସି ଏହି ଆଖଡ଼ା ଶାଳ ବନାଇଛି । ସେଠାରେ ମଦ ଗଞ୍ଜେଇ ଧୂମ୍‍ ମାଡ଼ ହେବ ଏବଂ ଅନୈତିକ କାର୍ଯ୍ୟର ସୁରକ୍ଷା ସ୍ଥାନ ପାଲଟିବ । ରାତିରେ ରହିବା ଆଳରେ ଅସାମାଜିକ ଟୋକାଙ୍କ ପାଇଁ ଦେହ ବେପାର ଧୂମ୍‍ ଚାଲିବ ସେଠି । ସେମିତିକା ଜାଗାରେ ଗରିବ ଅସହାୟ ଲୋକଟି ବିଚାରା ରହିବା ପାଇଁ ଯାହା ଭୂତପ୍ରେତକୁ ତ ଡରିବ ତାଠୁଁ ଅଧିକ ଡରିବ ଏହି ନର ରାକ୍ଷସଙ୍କୁ । ତେଣୁ ସେଠାକୁ କିଏ ଯାଇ ରହିବ ବୋଲି ବିଏମସି ବାବୁ ଅନୁମାନ ଲଗାଇଛନ୍ତି ତାହା ସେମାନଙ୍କୁ ଜଣା । ଲୋକଙ୍କ ପଇସାରେ ଏହା ବିଏମସିର ଭାଣ୍ଡାମୀ ଛଡ଼ା ଆଉ କିଛି ନୁହେଁ ।

Previous Post

ଧର୍ମେନ୍ଦ୍ର ରାଜ୍‍ ଆରମ୍ଭ, ନାଁ କୁ ବସନ୍ତ ପଣ୍ଡା

Next Post

ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେଡ଼ି ସଭାପତି ନିର୍ବାଚନ

Next Post
ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେଡ଼ି ସଭାପତି ନିର୍ବାଚନ

ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେଡ଼ି ସଭାପତି ନିର୍ବାଚନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA