Monday, May 25, 2026 02:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରାପଡ଼ାରେ ହେବ କି ବୈଜୟନ୍ତ-ସୌମ୍ୟ ଲଢ଼େଇ !

by Our Correspondent
27 Mar, 2019- 12:32 PM
in Latest News, News, Politics
1 min read
0
କେନ୍ଦ୍ରାପଡ଼ାରେ ହେବ କି ବୈଜୟନ୍ତ-ସୌମ୍ୟ ଲଢ଼େଇ !
ଭୁବନେଶ୍ୱର: ବିଜେଡ଼ି ପାଇଁ ସମ୍ମାନର ଆସନ ହୋଇଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରୁ ସୌମ୍ୟରଞ୍ଜନ ପଟ୍ଟନାୟକ ହୋଇପାରନ୍ତି ପ୍ରାର୍ଥୀ । ବୈଜୟନ୍ତ ପଣ୍ଡାଙ୍କ ସହ ମୁକାବିଲା କରିବାକୁ ସୌମ୍ୟଙ୍କୁ ଉପଯୁକ୍ତ ପ୍ରାର୍ଥୀ ଭାବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିବେଚନା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି । ଗତ ସୋମବାର ରାତିରେ ସୌମ୍ୟଙ୍କୁ ନବୀନ ନିବାସ ଡକାଯାଇ ଏହି ପ୍ରସ୍ତାବ ଦିଆଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ସୌମ୍ୟ ଏହି ପ୍ରସ୍ତାବରେ କୁଆଡ଼େ ରାଜି ହେଉନାହାନ୍ତି । ଖଣ୍ଡପଡ଼ା ଆସନରୁ ଲଢ଼ିବାକୁ ଜିଦ୍ ଧରିଛନ୍ତି । ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ବି ପ୍ରାର୍ଥୀ କରିବାକୁ ଚାହିଁଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ଜିଲ୍ଲା ନେତାଙ୍କ ଉପରେ ନବୀନଙ୍କ ଭରସା ପାଉନାହିଁ । ବେଦପ୍ରକାଶ ଅଗ୍ରୱାଲ୍, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ କିମ୍ବା ପ୍ରତାପ ଜେନାଙ୍କ ଭଳି ନେତା ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଖଣ୍ଡ ପତିଆରା ରଖିଛନ୍ତି ସତ ହେଲେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବୈଜୟନ୍ତଙ୍କୁ ମ୍ୟାଚ୍ କଲା ଭଳି ସେମାନଙ୍କର କାଟତି ନାହିଁ । ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସେମାନେ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ସର୍ବମାନ୍ୟ ନେତା ଭାବେ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିନାହାନ୍ତି । ଏକଥା ନବୀନ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି । ସୁତରାଂ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ ଚୟନ ନବୀନଙ୍କ ମୁଣ୍ଡବ୍ୟଥା ବଢ଼ାଇବା ସ୍ୱାଭାବିକ ।
ବିଜେଡ଼ିକୁ ଫେରାଇ କେନ୍ଦ୍ରାପଡ଼ାରୁ ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରାଯାଇଥିଲା । ମାତ୍ର ଦିଲ୍ଲୀପ ନିର୍ବାଚନ ଲଢ଼ିବାକୁ କୁଆଡ଼େ ଆଗ୍ରହ ଦେଖାଇ ନ ଥିଲେ । ଏଭଳିସ୍ଥିତିରେ ନବୀନଙ୍କ ପାଇଁ ଶେଷ ବିକଳ୍ପ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସମ୍ଭବତଃ ତିନୋଟି କାରଣରୁ ସେ କେନ୍ଦ୍ରାପଡ଼ାରୁ ସୌମ୍ୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଚିନ୍ତା କରୁଛନ୍ତି ।
ପ୍ରଥମତଃ, ସୌମ୍ୟଙ୍କ ରାଜନୈତିକ ପରିଚିତି କେବଳ ଭୁବନେଶ୍ୱର କି ଖଣ୍ଡପଡ଼ା, ବେଗୁନିଆରେ ସୀମିତ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ଭାବେ ସେ ଓଡ଼ିଶାର ଘରେ ଘରେ ପରିଚିତ । ଏକଦା ଆମ ଓଡ଼ିଶାର ସଭାପତି ଭାବେ ତାଙ୍କଠାରେ ରାଜ୍ୟସ୍ତରୀୟ ନେତାର ସ୍ୱୀକୃତି ବି ଲାଗିଛି ।
ଦ୍ୱିତୀୟରେ, ଓଡ଼ିଶା ଗଣମାଧ୍ୟମ ଜଗତରେ ତାଙ୍କୁ ବାଦଶାହା ବୋଲି କୁହାଯାଏ । ତାଙ୍କ ହାତରେ ସମ୍ବାଦ, କନକ ଟିଭି, ରେଡ଼ିଓ ଚକଲେଟ୍ ଭଳି ନାମଜାଦା ଗଣମାଧ୍ୟମ ଅଛି । ନବୀନଙ୍କୁ ଏହି ଗଣମାଧ୍ୟମର ନାଲିଆଖି ଦେଖାଇ ସେ ବିଜେଡ଼ିକୁ ଏଣ୍ଟ୍ରି ମାରିଥିଲେ ଏବଂ ୬ ଘଣ୍ଟା ଭିତରେ ରାଜ୍ୟସଭା ଟିକେଟ ନେଇଥିଲେ । ତେଣୁ ଏକନମ୍ବର ଟିଭି ମାଲିକ ବୈଜୟନ୍ତଙ୍କ ସହ ଏକନମ୍ବର ଖବରକାଗଜ ମାଲିକ ସୌମ୍ୟଙ୍କୁ ଲଢ଼ାଇବା ଠିକ୍ ହେବ ।
ତୃତୀୟରେ, ଅର୍ଥବଳରେ ବୈଜୟନ୍ତଙ୍କୁ ସୌମ୍ୟ ହିଁ ଠିକ୍ ମାପ ଦେଇପାରିବେ ।
ନବୀନଙ୍କ ମନୋଭାବ ସୌମ୍ୟ ଜାଣିବା ପରେ ସେ ବିଚଳିତ ହୋଇଥିବା ଜଣାପଡ଼ିଛି । ମହରଗରୁ ଯାଇ କାନ୍ତାରେ ପଡ଼ିବା ଭଳି ଅବସ୍ଥା ଭୋଗିବେ ବୋଲି ତାଙ୍କର ଆଶଙ୍କା ଅଛି । ତେଣୁ ଏହି ପ୍ରସ୍ତାବରେ ସେ ରାଜି ନାହାନ୍ତି । ଓଲଟି ଖଣ୍ଡପଡ଼ା ଓ ବେଗୁନିଆ ସିଟ୍ ପାଇଁ ବାର୍ଗେନିଂ ଜାରି ରଖିଛନ୍ତି । ଖଣ୍ଡପଡ଼ାରୁ ସେ ଟିକେଟ ନିଶ୍ଚିତ ପାଉଛନ୍ତି ଏକଥା ନିଜ କର୍ମୀମାନଙ୍କୁ ଜଣାଇ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି । ପଞ୍ଚାୟତୱାରୀ ପ୍ରତିନିଧିମାନଙ୍କଠାରୁ ନିର୍ବାଚନୀ ଖର୍ଚ୍ଚର ତାଲିକା ମଗାଇ ପାଖରେ ରଖିଲେଣି ।
ଖଣ୍ଡପଡ଼ା ସହ ବେଗୁନିଆରୁ ତାଙ୍କ ଖାସ୍ ଲୋକ ତଥା ଗତଥରର ଆମ ଓଡ଼ିଶା ପ୍ରାର୍ଥୀ ପ୍ରଦୀପ ସାହୁଙ୍କୁ ବିଜେଡ଼ିରେ ମିଶାଇ ଟିକେଟ ଦେବାକୁ ବାର୍ଗେନିଂ ଚଳାଇଥିବା ଜଣାପଡ଼ିଛି । ପ୍ରଦୀପଙ୍କୁ ବିଜେଡ଼ି ଟିକେଟ ନ ମିଳିଲେ ବିଜେପି କିମ୍ବା କଂଗ୍ରେସ ପଟକୁ ଢ଼ଳି ବିଜେଡ଼ି ଭୋଟ ଭାଗ କରିବାକୁ ପଛେଇବୁ ନାହିଁ ବୋଲି ବେଗୁନିଆରେ ସୌମ୍ୟ ଓ ପ୍ରଦୀପଙ୍କ ସମର୍ଥକମାନେ କହି ବୁଲୁଛନ୍ତି ।
Previous Post

ଦଳ ଛାଡ଼ିଦେଲେ, କାନ୍ଦିଲେ ସୁବାସ ଚୌହାନ୍

Next Post

ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍

Next Post
ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍

ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA