Monday, May 25, 2026 04:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଅକୁ ଟିକେଟ ମିଳିଲାନିି ବୋଲି..

by Our Correspondent
31 Mar, 2019- 12:55 AM
in Latest News, News, Politics
1 min read
1
ପୁଅକୁ ଟିକେଟ ମିଳିଲାନିି ବୋଲି..
ଭୁୁବନେଶ୍ୱର: ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ପୁଅକୁ ନବୀନ ପଟ୍ଟନାୟକ କାହିଁକି ଟିକେଟ ଦେଲେନି ସେହି ରାଗରେ ସେ ଦଳ ଛାଡ଼ିଦେଲେ । ବିଜେଡ଼ି ସହ ସମ୍ପର୍କ ତୁଟାଇବାର ଦୁଇ ତିନି ଘଣ୍ଟା ଭିତରେ ତାଙ୍କୁ ବିଜେପି ଅଫିସ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଲା । ବେକରେ ପଦ୍ମ ଗାମୁଛା ଓ ମୁଣ୍ଡରେ ଗେରୁଆ ଟୋପି ପିନ୍ଧି ବିଜେପିରେ ମିଶିଲେ । ସାଙ୍ଗରେ ପୁଅ ଅଭିମନ୍ୟୁଙ୍କୁ ବି ମିଶାଇଲେ । ବିଜେପି ନେତାମାନେ ବି ଫୁରସତ୍ ନ ଦେଇ ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଟିକେଟ ଦେବାକୁ ଘୋଷଣା କରିଦେଲେ ।
ଅର୍ଜୁନ ସେଠୀଙ୍କ କହିବା କଥା, ତାଙ୍କ ବଦଳରେ ପୁଅକୁ ଭଦ୍ରକରୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ସେ ତାଙ୍କ ପୂର୍ବତନ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ତାଙ୍କୁ ପ୍ରତିଶ୍ରୁତି ବି ମିଳିଥିଲା । ମାତ୍ର ତିନି ଦିନ ତଳେ ଘୋଷଣା ହୋଇଥିବା ତାଲିକାରେ ଭଦ୍ରକରୁ ତାଙ୍କ ପୁଅ ନାଁ ନ ଥିଲା । ଏ ବିଷୟରେ ଆପତ୍ତି କରିବାକୁ ସେ ନବୀନ ନିବାସ ଯାଇଥିଲେ । ୪ ଘଣ୍ଟା କାଳ ଅପେକ୍ଷା କରିଥିଲେ ମଧ୍ୟ ନବୀନଙ୍କୁ ଭେଟେଇ ଦିଆଗଲାନି । ଏହା ତାଙ୍କୁ ଭୀଷଣ ଅପମାନିତ କଲା । ତେଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ।
୧୯୯୭ ମସିହାରେ ବିଜେଡ଼ି ଗଠନ ହେଲା ଦିନୁ ଅର୍ଜୁନ ସେଠୀ ଦଳରେ ଥିଲେ । ସେବେଠାରୁ କ୍ରମାଗତ ଭାବେ ୧୯୯୮, ୧୯୯୯, ୨୦୦୪,୨୦୦୯ ଏବଂ ୨୦୧୪ରେ ଭଦ୍ରକ ଆସନରୁ ବିଜେଡ଼ି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ସରକାରରେ ସେ ଥିଲେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ବିଜେଡ଼ି ଗଠନ ହେବା ପୂର୍ବରୁ ଜନତା ଦଳ ଟିକେଟରେ ୧୯୯୧ ମସିହାରେ ସେ ଲୋକସଭା ଯାଇଥିଲେ । ତା’ ପୂର୍ବରୁ ୧୯୭୧ ଏବଂ ୧୯୮୦ରେ ସେ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହିଭଳି ଭାବେ ଲୋକସଭାକୁ ସେ ସର୍ବମୋଟ ୮ ଥର ନିର୍ବାଚିତ ହୋଇଛନ୍ତି ।
ଆଠ ଆଠ ଥର ସାଂସଦ ହେବାର ସୌଭାଗ୍ୟ ପାଇଥିବା ୭୭ ବର୍ଷ ବୟସ୍କ ଅର୍ଜୁନ ସେଠୀଙ୍କୁ ଗତ ୨୭ ତାରିଖ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଭଲ ଲାଗୁଥିଲେ । ବିଜେଡ଼ିର ଆଦର୍ଶରେ ଉଦବୁଦ୍ଧ ହେଉଥିଲେ । ମାତ୍ର ସେହିଦିନ ସଂଧ୍ୟାରେ ଘୋଷିତ ବିଜେଡ଼ି ଟିକେଟ ତାଲିକାରେ ତାଙ୍କ ପୁଅ ନାଁ ନ ଥିବାରୁ ନବୀନ ପଟ୍ଟନାୟକ ତାଙ୍କୁ ଖରାପ ଦିଶିଲେ । ବିଜେଡ଼ି ଆଦର୍ଶ ଭଲ ଲାଗିଲାନି । ବିଜେଡ଼ିରେ କିଛି ଠିକ୍ ଚାଲୁନି ବୋଲି ଅନୁଭବ କଲେ ।
୨୦/୩୦ ବର୍ଷ ଧରି ଯେଉଁ ଆଦର୍ଶରେ ଉଦବୁଦ୍ଧ ଥିଲେ ମାତ୍ର କେଇ ମୁହୁର୍ତ୍ତରେ ତାହା ବଦଳିଗଲା । ଅର୍ଜୁନ ବାବୁଙ୍କ କ୍ଷୋଭ ଓ ଦଳତ୍ୟାଗ ପଛରେ ଏକମାତ୍ର କାରଣ ପୁଅକୁ ଟିକେଟ ମିଳିଲାନି । ଦଶନ୍ଧୀ ଦଶନ୍ଧୀ ଧରି କ୍ଷମତାଭୋଗ କଲା ପର୍ଯ୍ୟନ୍ତ ଦଳ ଓ ନେତା ଭଲ ଥିଲେ । ମାତ୍ର କ୍ଷମତା ଚାଲିଗଲାରୁ ମୁହୁର୍ତ୍ତକରେ ଦଳ ଓ ନେତା ଖରାପ ହୋଇଗଲେ । ପୁଅକୁ ଟିକେଟ ମିଳିଲାନି ବୋଲି ପରିଣତ ବୟସରେ ନିଜେ ଦଳ ଛାଡ଼ି ପଳେଇଗଲେ । ସେପଟେ ବିଜେପି ବି ତାଙ୍କୁ ସାଦରେ ଗ୍ରହଣ କରିନେଲା । କାରଣ ଅର୍ଜୁନ ସେଠୀ ତାଙ୍କର ହେବେ ବଡ଼ ଆସେଟ୍ । ତାଙ୍କ ଭଳି ଜଣେ ବରିଷ୍ଠ ନେତା ଦଳକୁ ଆହୁରି ସମୃଦ୍ଧ କରିବେ । ଦଳ ପାଇଁ ତ୍ୟାଗ ଦେବେ ।
ଗୋଟିଏ ଦିନରେ କେବଳ ଅର୍ଜୁନ ସେଠୀ କି ତାଙ୍କ ପୁଅ ନୁହଁନ୍ତି, ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା ଓ ଆଉ କିଛି ବିଜେଡ଼ି ଛାଡ଼ି ବିଜେପି ଆସିଛନ୍ତି । ସେଇ ଟିକେଟ ନ ମିଳିବାର ରାଗ, କ୍ଷୋଭ । ମାସେ ହେଲାଣି ଏମିତି ପର୍ବ ଚାଲିଛି । ସବୁ ଦଳରୁ ବହୁ ବଡ଼ ବଡ଼ ମୁଣ୍ଡ ଦଳବଦଳ କରୁଛନ୍ତି । ମିଶ୍ରଣ ପର୍ବ ପାଇଁ ବିଜେଡ଼ି ଓ ବିଜେପି ଅଫିସରେ ଟେଣ୍ଟ ଭିଡ଼ାହୋଇ ସ୍ୱତନ୍ତ୍ର ପେଣ୍ଡାଲ୍ ଛିଡ଼ାହୋଇଛି । ଗାମୁଛା ଓ ଫୁଲମାଳ ରେଡ୍ଡି ହୋଇ ରହିଛି । ଉଭୟ ଦଳ ମଧ୍ୟରେ ଆମଦାନୀ ପାଇଁ ପ୍ରତିଯୋଗିତା ଚାଲିଛି । ବିଜେପି ଟିକେଟ ପାଇଥିବା ଭାଗିରଥୀ ସେଠୀ ନବୀନ ନିବାସରେ ହାଜର ହୋଇ ବିଜେଡ଼ିରେ ମିଶିବା ଭଳି କୌତୁକିଆ କଥା ବି ଦେଖିବାକୁ ମିଳିଛି ।
ନିର୍ବାଚନ ପରିପ୍ରେକ୍ଷୀରେ କିଛି ଦିନ ଧରି ଓଡ଼ିଶା ରାଜନୀତିରେ ଲାଗି ରହିଥିବା ଏଭଳି କିଛି ନେତାଙ୍କ ଦଳବଦଳ ଦେଖି ସାଧାରଣ ଜନତାଙ୍କ ମନରେ ଘୃଣା ଆସିଲାଣି । ଆଗରୁ ହେଉଥିଲା, ମାତ୍ର ଏଥର ମାତ୍ରାଧିକ ହୋଇଗଲାଣି । ସାଧାରଣ ଜନତାଙ୍କ ଭାବାବେଗ, ରାଜନୈତିକ ଦର୍ଶନ, ନୀତି, ନୈତିକତା ଓ ଆଦର୍ଶକୁ ପରବାଏ ନକରି ନେତା ନିଜ ସ୍ୱାର୍ଥ ପାଇଁ ଲଜ୍ଜା ଛାଡ଼ିବାକୁ ତୟାର । ସେମାନଙ୍କୁ ଟିକେଟ ଦରକାର, କ୍ଷମତା ଦରକାର ।
ଅର୍ଜୁନ ସେଠୀଙ୍କୁ ବିଜେପିରେ ସ୍ୱାଗତ କଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢ଼ିଆ କଥାଟେ କହିଛନ୍ତି । ବିଜେପିରେ ଅର୍ଜୁନ ବାବୁଙ୍କ ଯୋଗଦାନ ଓଡ଼ିଶାର ନୂଆ ରାଜନୈତିକ ସମୀକରଣର ବହୁତ ବଡ଼ ସଙ୍କେତ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବାସ୍ତବରେ ନୂଆ ନୂଆ ରାଜନୈତିକ ସମୀକରଣରେ ଏଭଳି କିଛି ନେତାଙ୍କ ଭୂମିକା ଇତିହାସରେ ଲେଖା ହୋଇ ରହିବ । ଲୋକ ସବୁବେଳେ ମନେ ରଖିବେ ।
Previous Post

ଚୌକିଦାର ପୀତାମ୍ବରଙ୍କ ଦରବାରୀ ଠାଣି; ଥାନାକୁ ଗଲା ମାମଲା

Next Post

ବିଜେଡ଼ିରୁ ବିଦାୟ ନେଲେ ରଘୁ ମହାନ୍ତି

Next Post
ବିଜେଡ଼ିରୁ ବିଦାୟ ନେଲେ ରଘୁ ମହାନ୍ତି

ବିଜେଡ଼ିରୁ ବିଦାୟ ନେଲେ ରଘୁ ମହାନ୍ତି

Comments 1

  1. Annada says:
    7 years ago

    Somya babu nka Thu Jan heba

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA