Monday, May 25, 2026 07:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପିପିଲିରୁ ପୁଣି ମହାରଥୀ, ଦାମଙ୍କୁ ଫାଇଟ୍ ଦେବେ ରଘୁନନ୍ଦନ

by Our Correspondent
31 Mar, 2019- 08:15 PM
in Latest News, News, Politics
1 min read
0
ପିପିଲିରୁ ପୁଣି ମହାରଥୀ, ଦାମଙ୍କୁ ଫାଇଟ୍ ଦେବେ ରଘୁନନ୍ଦନ
ଭୁବନେଶ୍ୱର: ପିପିଲିରେ ପ୍ରଦୀପ ମହାରଥୀଙ୍କ ଉପରୁ ଭରସା ତୁଟାଇ ପାରିନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ପୁନର୍ବାର ସେଠାରୁ ପ୍ରାର୍ଥୀ କରାଯାଇଛି । ପିପିଲି ଗଣଦୁଷ୍କର୍ମ ମାମଲାରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଅଡୁଆରେ ଥିଲେ । ତାଙ୍କୁ ଏଥର ଟିକେଟ ମିଳି ନ ପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ମହାରଥୀଙ୍କୁ ବାଦ ଦେଇ ପିପିଲିରେ ବିଜେଡ଼ିର ସ୍ଥିତି ଉପରେ ସୁପ୍ରିମୋ ଭରସା କରିନାହାନ୍ତି ।
ଅନ୍ୟପକ୍ଷରେ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଏରସମା-ବାଲିକୁଦାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନନ୍ଦନ ଦାସ । ଡାକ୍ତର ରାଉତ ବିଜେପିରେ ମିଶି ସେଠାରୁ ପ୍ରାର୍ଥୀ ହେବା ପରେ ପୂର୍ବରୁ ଥିବା ଆଶାୟୀ ରଘୁନନ୍ଦନ ବିଜେପି ଛାଡ଼ି ବିଜେଡ଼ି ଆସିଥିଲେ । ବିଜେଡ଼ି ତାଙ୍କୁ ନିରାଶ କରିନି । ଏହି ଆସନରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ଜିତିଥିବା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବି ନିରାଶ କରାଯାଇନି । ତାଙ୍କୁ ଜଗତସିଂହପୁର ଆସନ ଦିଆଯାଇଛି । ନୀଳଗିରିରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଛନ୍ତି । ତିନି ଦିନ ତଳେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ବିଜେପି ଟିକେଟ ପାଇସାରିଥିବା ଭାଗିରଥୀ ସେଠୀ ଦୁଇ ଦିନ ତଳେ ବିଜେଡ଼ିକୁ ପଳାଇ ଆସିଥିଲେ । ତାଙ୍କୁ ସେଠାରୁ ପ୍ରାର୍ଥୀ କରାଯାଇଛି । ଧାମନଗରରୁ ରାଜେନ୍ଦ୍ର ଦାସ ଟିକେଟ ପାଇଛନ୍ତି । ୨୦୦୯ ରେ ସେ ଟିକେଟ ପାଇ ଜିତିଥିଲେ । ମାତ୍ର ଗତଥର ତାଙ୍କୁ ଟିକେଟ ମିଳି ନ ଥିଲା । ତାଙ୍କ ଜାଗାରେ ମୁକ୍ତିକାନ୍ତ ମଣ୍ଡଳ ବିଜେଡ଼ି ପ୍ରାର୍ଥୀ ଭାବେ ଜିତିଥିଲେ । ନିମାପଡ଼ାରୁ ସମୀର ଦାଶ, ନିଆଳିରୁ ଡା. ପ୍ରମୋଦ ମଲ୍ଲିକ, କାକଟପୁରରୁ ସୁରେନ୍ଦ୍ର ସେଠୀଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ପିପିଲି- ପ୍ରଦୀପ ମହାରଥୀ
ଆନନ୍ଦପୁର- ଭାଗିରଥୀ ସେଠୀ
ନିମାପଡ଼ା- ସମୀର ଦାଶ
ଧାମନଗର- ରାଜେନ୍ଦ୍ର ଦାସ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ବାଲିକୁଦା- ରଘୁନନ୍ଦନ ଦାସ
ନିଆଳି- ଡା. ପ୍ରମୋଦ ମଲ୍ଲିକ
କାକଟପୁର- ସୁରେନ୍ଦ୍ର ସେଠୀ
ନୀଳଗିରି- ସନ୍ତୋଷ ଖଟୁଆ
Previous Post

ବିଜେଡ଼ିରୁ ବିଦାୟ ନେଲେ ରଘୁ ମହାନ୍ତି

Next Post

ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

Next Post
ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

ଟିକେଟ ପାଇଲେନି ଦେବାଶିଷ ନାୟକ, ଶଶୀ ବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA