ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ କୁଖ୍ୟାତ ବନ୍ଧୁ ଅଭିଜିତ୍ ଆୟାର ମିତ୍ରର ଟୁଇଟର୍ ପାଗଳାମି ପୁଣି ବାହାରିଛି । ଓଡ଼ିଆ ଓ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ କଟୁ ମନ୍ତବ୍ୟ ଦେଇ ଜେଲ୍ ରେ ସାବାଡ଼ ହୋଇଥିଲେ ବି ସଜାଡ଼ି ହୋଇନି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ଓ ଅଶାଳୀନ ମନ୍ତବ୍ୟ ଦେବାକୁ ସାହାସ କରିଛି । ଜାତିର ପିତାଙ୍କୁ ଯୌନ ପିପାଶୁ ଆଖ୍ୟା ଦେଇଛି ଏହି ଜାଣିଶିଣା ପାଗଳ ।
ବିଜେପିର ଭୋପାଳ ଲୋକସଭା ଆସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଗତକାଲି ଏକ ସାକ୍ଷାତକାରରେ, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ସାଧ୍ୱୀଙ୍କ ଏହି ମନ୍ତବ୍ୟ ସମଗ୍ର ଦେଶବାସୀଙ୍କୁ ଆଘାତ ଦେବା ସହ ରାଜନୈତିକ ଝଡ଼ ସୃଷ୍ଟି କରିଛି । ବିଜେପିର ତାଗିଦ୍ ପରେ ସାଧ୍ୱୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ମଧ୍ୟ ତାହା କ୍ଷମଣୀୟ ହୋଇନାହିଁ । ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶରବ୍ୟ ହେଉଛନ୍ତି ସାଧ୍ୱୀ । ‘ଦ ହିନ୍ଦୁ’ ର ନ୍ୟାସନାଲ୍ ଏଡ଼ିଟର ସୁହାସିନୀ ହାଇଦର ଟୁଇଟ୍ ଜରିଆରେ ଏଭଳି ମନ୍ତବ୍ୟକୁ କଳିଯୁଗ ଆଖ୍ୟା ଦେଇ କ୍ଷୋଭ ଓ ସମାଲୋଚନା କରିଥିଲେ ।







