Monday, May 25, 2026 11:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

by Our Correspondent
18 May, 2019- 11:01 PM
in Latest News, News
1 min read
0
‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫନି’ ରେ କ୍ଷତିଗ୍ରସ୍ତ ଉଠାଦୋକାନୀ, ନଡ଼ିଆ ଚାଷୀ ଏବଂ କୁକୁଡ଼ା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ‘ଫନି’ରେ ୧୧ଟି ପୌରାଞ୍ଚଳର ୩୦ ହଜାର ଉଠାଦୋକାନୀଙ୍କ ସର୍ବସ୍ୱ ଯାଇଛି । କ୍ଷତିଗ୍ରସ୍ତ ପ୍ରତି ଉଠାଦୋକାନୀଙ୍କୁ ଜୀବନ ଜୀବିକା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ସେହିଭଳି ଉଜୁଡ଼ା ନଡ଼ିଆ ଚାଷୀଙ୍କୁ ନଡ଼ିଆ ଗଛ ପିଛା ୫୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜଣେ ବ୍ୟକ୍ତିଙ୍କର ୨୫ ଟି ନଡ଼ିଆ ଗଛ ପର୍ଯ୍ୟନ୍ତ ଏହି ସହାୟତା ମିଳିବ । ପୂର୍ବରୁ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଏଗ୍ରିକଲଚର୍ ଇନପୁଟ୍ ସବସିଡ଼ି ଏବଂ ଗଛ ଲଗାଇବା ପାଇଁ ସହାୟତା ଘୋଷଣା ହୋଇସାରିଛି ।
କ୍ଷୁଦ୍ର କୁକୁଡ଼ା(ବ୍ରଏଲର୍) ଚାଷୀଙ୍କର ଫାର୍ମଗୁଡ଼ିକ ଫନିରେ ଭୀଷଣ କ୍ଷତିଗ୍ରସ୍ତ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହାୟତାରୁ ବଞ୍ଚିତ କରିନାହାନ୍ତି । ୫୦୦ କୁକୁଡ଼ା ରଖିଥିବା କ୍ଷତିଗ୍ରସ୍ତ ଗୋଟିଏ ୟୁନିଟ୍ ପଲଟ୍ରି ଫାର୍ମକୁ ୭୫% ସବସିଡ଼ି ହାରରେ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ୨ ହଜାର ପଲଟ୍ରି ୟୁନିଟ୍ କୁ ଏହି ସହାୟତା ଦିଆଯିବ ।
ଏହି ସ୍ୱତନ୍ତ୍ର ପ୍ୟାକେଜ୍ ରେ ଖର୍ଚ୍ଚ ହେବାକୁ ଥିବା ୧୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଏବଂ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁଜବଳୟ ପୁନରୁଦ୍ଧାର ପାଇଁ ୨୦୦ କୋଟି

ଉପକୂଳ ଅଞ୍ଚଳରେ ସବୁଜବଳୟ ଖିନଭିନ୍ କରିଦେଇଛି ଫନି । ବନସମ୍ପଦର ବ୍ୟାପକ କ୍ଷତି ସାଙ୍ଗକୁ ସବୁଜିମା ନଷ୍ଟ ହୋଇଯାଇଛି । ସବୁଜବଳୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ୫ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା ନାଁରେ ଏହାକୁ ନାମିତ କରାଯାଇଛି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାକୁ ମିଶନ ମୋଡ୍ ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରିଥିଲେ ।
ଯୋଜନା ଅନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ୮୦୦୦ ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯାଇଥିବା ବେଳେ ୨୦୧୯-୨୦ରେ ଏହାକୁ ଦୁଇଗୁଣ କରାଯାଇ ୧ କୋଟି ୩୦ ଲକ୍ଷ ଚାରା ଆବଣ୍ଟନ କରାଯିବ । ଚଳିତବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ ଲକ୍ଷ ଚାରା ମାଗଣାରେ ଦିଆଯିବ । ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ । କେବଳ ଚଳିତବର୍ଷ ୧ ଲକ୍ଷ ଗଛ ଲଗାଯିବ । ଉପୁଡ଼ି ବଞ୍ଚି ଯାଇଥିବା ୩୦ ହଜାର ଗଛର ପୁନରୁଦ୍ଧାର କରାଯିବ । ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କର ଜୀବିକାର ପୁନରୁଦ୍ଧାର ପାଇଁ ୧୨ ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ । ଏହାସହିତ ୩ ବର୍ଷ ପାଇଁ ଇଣ୍ଟର- କ୍ରପିଂ ପ୍ୟାକେଜ୍ ମଧ୍ୟ ଦିଆଯିବ । ୫ ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକଙ୍କ ଘରବାଡ଼ିରେ ୪ ଲକ୍ଷ ନିଉଟ୍ରି- ଗାର୍ଡେନ୍ କରାଯିବ ।
Previous Post

ସପ୍ତାହବ୍ୟାପୀ ‘ଆର୍ଟ ଅଫ ଗିଭିଂ’ ଅଭିଯାନ ଶୁଭାରମ୍ଭ

Next Post

ଏକଜିଟ୍ ପୋଲ୍: ଓଡ଼ିଶାରେ ନବୀନ, କେନ୍ଦ୍ରରେ ପୁଣି ମୋଦି ସରକାର

Next Post
ଏକଜିଟ୍ ପୋଲ୍: ଓଡ଼ିଶାରେ ନବୀନ, କେନ୍ଦ୍ରରେ ପୁଣି ମୋଦି ସରକାର

ଏକଜିଟ୍ ପୋଲ୍: ଓଡ଼ିଶାରେ ନବୀନ, କେନ୍ଦ୍ରରେ ପୁଣି ମୋଦି ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA