Monday, May 25, 2026 11:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇତିହାସ ରଚିଲେ ନବୀନ

by Our Correspondent
23 May, 2019- 03:41 PM
in Latest News, News, Politics
1 min read
0
ଇତିହାସ ରଚିଲେ ନବୀନ

– କ୍ରମାଗତ ପଞ୍ଚମ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ
– ବିଜେଡ଼ିକୁ ସ୍ପଷ୍ଟ ବହୁମତ ସଙ୍କେତ
– ବିଜେପିର ମିଶନ୍ ୧୨୦ ଧୂଳିସାତ୍

ଭୁବନେଶ୍ୱର: ଇତିହାସ ରଚିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । କ୍ରମାଗତ ପଞ୍ଚମ ଥର ପାଇଁ ତାଙ୍କୁ ରାଜ୍ୟର ଶାସନ ଶାସନଡୋରି ଧରାଇବାକୁ ଯାଉଛନ୍ତି ଓଡ଼ିଶାବାସୀ । ୨୦୦୦ ମସିହାରେ ପ୍ରଥମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ନବୀନଙ୍କର ଚମକ ୧୯ ବର୍ଷ ପରେ ବି ମଳିନ ପଡ଼ିନି ଯାହା ଆଜିର ନିର୍ବାଚନ ଫଳାଫଳ ଟ୍ରେଣ୍ଡରୁ ସଙ୍କେତ ଆସୁଛି । ନବୀନ ଓ ତାଙ୍କ ବିଜୁ ଜନତା ଦଳ ସପକ୍ଷରେ ପୁଣି ସ୍ପଷ୍ଟ ଜନମତ ଯାଉଥିବା ସ୍ପଷ୍ଟ ହୋଇଛି ।

ଅପରାହ୍ନ ସାଢ଼େ ୩ ଟା ସୁଦ୍ଧା ମିଳିଥିବା ବିଧାନସଭା ଫଳାଫଳ ଅନୁଯାୟୀ ବିଜେଡ଼ି ୧୧୦ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୨ ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୧୨ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି । ସେଭଳି ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡ଼ି ୧୪ଟିରେ ଆଗୁଆ ଥିବା ବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଖାତା ଖୋଲିପାରିନାହିଁ ।
ଏଥିରୁ ସ୍ପଷ୍ଟ ଯେ ନିରନ୍ତର ଭାବେ ୧୯ ବର୍ଷ ଧରି ରାଜ୍ୟର କ୍ଷମତାଡୋରି ଧରିବା ପରେ ବି ନବୀନଙ୍କ ଉପରୁ ଓଡ଼ିଶାବାସୀ ଆସ୍ଥା, ବିଶ୍ୱାସ ଓ ଭଲପାଇବା ହରାଇ ନାହାନ୍ତି । ବିରୋଧୀ ଦଳର ଶକ୍ତ ଆକ୍ରମଣ ତାଙ୍କୁ ହଲାଇ ପାରିନି । ଖାଲି ଓଡ଼ିଶା କାହିଁକି, ସାରା ଦେଶରେ ନବୀନ ଏବେ ଅପ୍ରତିଦ୍ୱନ୍ଦୀ ଜନନେତା । ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଓ ଲୋକଙ୍କ ପ୍ରବଳ ଭଲ ପାଇବା ଆଗରେ ହାର୍ ମାନିଛି ବିରୋଧୀଙ୍କ ବ୍ୟଙ୍ଗ, କଟୁକ୍ତି ଓ ସମାଲୋଚନା । କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାବାସୀଙ୍କ ଆସ୍ଥା ଜିଣିବାରେ ସମର୍ଥ ହୋଇଛନ୍ତି । ନବୀନ ବ୍ରାଣ୍ଡ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଏବଂ ଜାତୀୟ କଂଗ୍ରେସ ।
ସବୁଠାରୁ ବଡ଼କଥା, ଏଥର ରାଜ୍ୟରେ ନିଶ୍ଚିତ କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ବିଜେପି ଦୁଇବର୍ଷ ତଳୁ କସରତ୍ କରିଥିଲା । ୧୨୦ ଆସନ ପାଇବେ ବୋଲି ନେତାମାନେ ଦମ୍ଭ ଧରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ଦଳର ଅଧ୍ୟକ୍ଷ ଅମିତ୍ ଶାହା ମିଶନ୍ ୧୨୦ ସ୍ୱପ୍ନ ଧରି ଓଡ଼ିଶାରେ ବ୍ୟାପକ ବୁଲିଥିଲେ । ପ୍ରଧାନମନ୍ତ୍ରୀ ମୋଦି ବି ଓଡ଼ିଶାକୁ ଫୋକସ୍ ରେ ରଖି ଦେଢ଼ମାସରେ ୧୦ ଥର ନିର୍ବାଚନ ପ୍ରଚାରରେ ଆସିଥିଲେ । ନବୀନ ସରକାରଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଆରୋପ ଆଣି ଖୋଦ୍ ମୋଦି, ଶାହା ଓ ତାଙ୍କ ଦଳର ନେତାମାନେ ତମ୍ବିତୋଫାନ କରିଥିଲେ । ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନସଫରମର ବୋଲି ଶାହା ବାରମ୍ବାର ଆକ୍ଷେପ କରି ତାଙ୍କ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ । ଖୋଦ୍ ମୋଦି ବି ଶାହାଙ୍କ କଥାରେ ପାଳି ଧରିଥିଲେ । ତେବେ ଓଡ଼ିଶାବାସୀ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନବୀନ ବ୍ରାଣ୍ଡ ଆଗରେ ମୋଦି କି ଶାହା ବ୍ରାଣ୍ଡ କାମ କରିନାହିଁ । ରାଜ୍ୟର ଶାସନଡ଼ୋରି ବିଜେପି ହାତରେ ଦେବାକୁ ଓଡ଼ିଶାବାସୀ ଉଚିତ ମନେ କରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିକଳ୍ପ ପାଇନାହାନ୍ତି ଓଡ଼ିଶାବାସୀ ।
Previous Post

ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

Next Post

ଦେଶରେ ମୋଦି ଲହର

Next Post
ଦେଶରେ ମୋଦି ଲହର

ଦେଶରେ ମୋଦି ଲହର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA