Sunday, July 26, 2026 01:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

by Our Correspondent
10 Feb, 2016- 04:24 PM
in News
1 min read
0
ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜଧାନୀରେ ଆପଣ ଜାଗା କିଣି ଘର କରିବାକୁ ଚାହୁଁଛନ୍ତି ତ? ଗୋଟେ ମହଲାରେ ରହି ଅନ୍ୟ ମହଲାକୁ ଭଡ଼ା ଦେଇ ଋଣ ସୁଜିବା ଯୋଜନା କରିଛନ୍ତି ତ? ଯଦି ଆପଣ ସାଧାରଣ ଲୋକ ହୋଇଥିବେ ଏବଂ ବନ୍ଧା ଛନ୍ଧା, ଧାର କରଜ କରି ହଜାରେ କି ପନ୍ଦରଶହ ବର୍ଗଫୁଟର ଜାଗା କିଣିଛନ୍ତି ବା କିଣିବେ ତେବେ ଘର କଲାବେଳକୁ ଆଣ୍ଠେଇବେ । ଗୋଟେ ମହଲା ଘର ପାଇଁ ବିଡ଼ିଏରୁ କେବଳ ଅନୁମତି ପାଇବେ । ଦି ମହଲା କି ତିନି ମହଲା ଘର ପାଇଁ ମନ ବଳାଇଲେ ନିଜକୁ କିମ୍ବା ସ୍ତ୍ରୀ ପିଲାଙ୍କୁ ବନ୍ଧା ପକାଇଲେ ଯାଇ ମନସ୍କାମନା ପୂରଣ ହେବ । ବିଡ଼ିଏ ଏଭଳି ଏକ ନିୟମ କରି ଜାନୁଆରୀ ମାସରୁ ଲାଗୁ କରିଛି ।

ଦେଢ଼ମାସ ହେଲା ଏହି ନିୟମ ଲାଗୁ ହୋଇଥିଲେ ବି ସାଧାରଣ ଲୋକ ଅଜ୍ଞ ଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇପାରୁନାହିଁ । ଅବଶ୍ୟ ଯେଉଁ ବିଡ଼ିଏକୁ ପ୍ରତି ମାସରେ ଅନ୍ୟୁନ ୫ ହଜାର ଘରର ପ୍ଲାନ୍‌ ଅନୁମୋଦନର ଆବେଦନ ଆସୁଥିଲା, ସେଠି ନୂଆ ନିୟମ ଲାଗୁ ହେଲା ପରେ କାଁ ଭାଁ ଆବେଦନ ଆସିଛି । ତେଣୁ ନିୟମଟି ଯେ ସାଧାରଣ ଲୋକମାରଣ ତାହା ଯେ କେହି ବୁଝିପାରିବ ।

ତେବେ ବିଡ଼ିଏର କ’ଣ ସେହି ନିୟମ? ସିଧା ସିଧା ବୁଝିଲେ, ପୂର୍ବରୁ ଘର ନିର୍ମାଣ ପାଇଁ ଏଫଏଆର୍‌ ବା ଫ୍ଲୋର୍‌ ଏରିଆ ରେସିଓ ୨.୭୫ ପର୍ଯ୍ୟନ୍ତ ଥିଲା ବେଳେ ନୂଆ ନିୟମରେ ତାହାକୁ ୧.୨ କୁ ଖସାଇ ଦିଆଯାଇଛି । ଅର୍ଥାତ୍‌ ଘର ତିଆରି ପାଇଁ ଆପଣ ୧.୨ ରେସିଓର ବିଡ଼ିଏ ପ୍ଲାନ୍‌ ଅନୁମତି ପାଇବେ । ଉଦାହରଣସ୍ୱରୂପ ଯଦି ଆପଣଙ୍କର ୧୦୦୦ ବର୍ଗଫୁଟର ଜାଗା ଅଛି ତେବେ ଆପଣ ସମୁଦାୟ ୧୨୦୦ ବର୍ଗଫୁଟ ଅଞ୍ଚଳର ଘର ତିଆରି କରିବେ । ଦୁଇ ମହଲା ଘର ପାଇଁ ମନ ବଳାଇଲେ, ତଳ ୬୦୦ ବର୍ଗଫୁଟ ଓ ଉପର ୬୦୦ ବର୍ଗଫୁଟ କରିବେ ନଚେତ୍‌ ତଳେ ୧୦୦୦ ବର୍ଗଫୁଟ ଓ ଉପରେ ୨୦୦ ବର୍ଗଫୁଟର ଟୁଙ୍ଗି ଘର କରିବେ । ନଚେତ୍‌ ତଳେ ୮୦୦ ବର୍ଗଫୁଟ ଓ ଉପରେ ୪୦୦ ବର୍ଗଫୁଟର ଘର କରିବେ । ଅବଶ୍ୟ ବିଡ଼ିଏର ନିୟମକର୍ତ୍ତା ବୁଦ୍ଧିରେ ହାରିନାହାନ୍ତି । ଗରାଖ ଯଦି ଅଧିକ ମହଲାର ଘର କରିବାକୁ ଚାହୁଁଥାଆନ୍ତି, ତେବେ ସେମାନେ ଖୋଲା ବଜାର ଭଳି ବେପାରୀଙ୍କଠାରୁ ଆବଶ୍ୟକୀୟ ଜାଗା କିଣିପାରିବେ ।

ତେବେ କାହାଠାରୁ କେମିତି ଏହି ଜାଗା କିଣାଯାଇପାରିବ ସେହି ଅଙ୍କ ବି ଅଦ୍ଭୂତ । ବିଡ଼ିଏ ଆମଦାନୀ କରିଥିବା ଏହି ଥିଓରିଟି ହେଉଛି ଟିଡ଼ିଆର ବା ଟ୍ରାନସଫରେବୁଲ୍‌ ଡେଭେଲପମେଣ୍ଟ ରାଇଟସ୍‌ । ମନେକରନ୍ତୁ, କୌଣସି ଭଦ୍ରବ୍ୟକ୍ତିଙ୍କର କିଛି ଜାଗା ରାସ୍ତା କିମ୍ବା ଡ୍ରେନ୍‌, ନାଳରେ ଚାଲିଗଲା । ତେବେ ସେହି ଜାଗାର ଭରଣା ହେଉଛି ଟିଡ଼ିଆର୍‌ । ଜାଗା ହରାଉଥିବା ବ୍ୟକ୍ତିଙ୍କୁ ସେହି ମୂଲ୍ୟର ଏକ ଟିଡିଆର୍‌ ଇସ୍ୟୁ କରିବ ବିଡ଼ିଏ । ସେହି ବ୍ୟକ୍ତି ଉକ୍ତ ଟିଡ଼ିଆରକୁ ଯେ କୌଣସି ଲୋକଙ୍କୁ ବିକ୍ରୀ କରିପାରିବେ । ଟିଡିଆର୍‌ ର ସର୍ବାଧିକ ଦର ନିର୍ଦ୍ଧାରିତ ନ ଥିବାରୁ ବିକ୍ରେତା ମନଇଚ୍ଛା ଦାମ୍‌ ରଖିବାରେ ଅସୁବିଧା ନାହିଁ । ଆଉ କ୍ରେତା ନିଜ ଜାଗାରେ କରୁଥିବା ମନପସନ୍ଦ ଘରର ନିଅଂଟ ଭରିବା ପାଇଁ ଏହି ଟିଡିଆର କିଣିବାକୁୁ ଏକପ୍ରକାର ବାଧ୍ୟହେବେ । ତେଣିକି ଦାମ୍‌ ଯେତିକି ରହୁ । 

ହଁ ସ୍ଥାନ କାଳ ଓ ପାତ୍ର ବି ଏଥିରେ ଗୁରୁତ୍ୱ ରଖୁଛି । ବାପୁଜୀନଗର, ଖଣ୍ଡଗିରିର ଘାଟିକିଆ, ପଟିଆ କି ସୁନ୍ଦରପଦା ଭଳି ଜାଗା ପାଇଁ ବିଡ଼ିଏ ଇସ୍ୟୁ କରୁଥିବା ଟିଡ଼ିଆର୍‌ ମୂଲ୍ୟରେ କିଛି ଫରକ ନାହିଁ । ମାତ୍ର ବିକ୍ରେତା ଏହା ବିକିଲା ବେଳକୁ ଜାଗା ଦେଖି ଦାମ କଷିବାଟା ନିଶ୍ଚିତ କଥା । ଏଥିସହ ଡିମାଣ୍ଡ୍‌ ର କଥା ବି ରହିଛି । ମନେକରନ୍ତୁ, ୧୦୦୦ ବର୍ଗଫୁଟ ଜାଗାର ଟିଡିଆର୍‌ ଦରକାର କରୁଛନ୍ତି ଜଣେ ସାଧାରଣ ଲୋକ । ସେହି ଏକା ସମୟରେ ଜଣେ କୋଟିପତି ବିଲଡର୍‌ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ହଜାର ହଜାର ବର୍ଗଫୁଟର ଟିଡିଆର୍‌ ଖୋଜୁଛନ୍ତି । ତେବେ ଟିଡିଆର ବିକ୍ରେତା କୋଟିପତି ବିଲଡରଙ୍କୁ ଚଢ଼ା ଦରରେ ବିକ୍ରୀ ନ କରି ଧଇଁଆ ସାଧାରଣ ଲୋକଙ୍କୁ ଯେ ଟିଡ଼ିଆର୍‌ ବିକିବ ତାହା ଜମାରୁ ଅସମ୍ଭବ । ଗୋଟିଏ ପଟେ ସାଧାରଣ କ୍ରେତା ଟିଡିଆର ପାଇଁ ଛଟପଟ ହେବେ ତ ପଇସାବାଲା ବିଲଡର କି ଅନ୍ୟ କେହି ତାକୁ ହାତେଇବାରେ ସକ୍ଷମ ହେବେ । ଆଉ ଟିଡିଆର୍‌ ହୋଲଡରଙ୍କ ପାଇଁ ତାହା କଚ୍ଚେ ପୁଅ ବାର୍‌ ଅବସ୍ଥା ସୃଷ୍ଟି କରିବ ।

ବିଡ଼ିଏ କାହିଁପାଇଁ ଏଭଳି ଲୋକମାରଣ ନୀତି କରିଛି ତାହାର ଜବାବ ବି ଅଦ୍ଭୂତ । ବିଡ଼ିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ବିଡ଼ିଏକୁ ବର୍ତ୍ତମାନ କାଙ୍ଗାଳ ଘୋଟିଛି । କର୍ମଚାରୀଙ୍କୁ ଦରମା ଦେବାକୁ ବି ସାମର୍ଥ୍ୟ ହରାଇ ଦେଇଛି । ତେଣୁ ଏଭଳି ଯୋଜନା ବଳରେ ଅଧିକ ରାଜସ୍ୱ ସଂଗ୍ରହର ଲକ୍ଷ୍ୟ ରଖିଛି । ସେପଟେ ସ୍ମାର୍ଟ ସିଟି ହେଉଥିବାରୁ ଅଧିକ ରାସ୍ତା, ନାଳର ଆବଶ୍ୟକତା ରହୁଛି । ଲୋକମାନଙ୍କୁ ଟିଡିଆର୍‌ ଭଳି ଆକର୍ଷଣୀୟ ପ୍ୟାକେଜ୍‌ ନ ଦେଲେ ସେମାନେ ଜାଗା ଛାଡ଼ିବେ ନାହିଁ । ବିଡ଼ିଏର ଉଦ୍ଦେଶ୍ୟ ସାଧନ ପାଇଁ ନଗର ଉନ୍ନୟନ ବିଭାଗ ଏଭଳି ଜନବିରୋଧୀ ନୀତି ଉପରେ ମୋହର ମାରିଛି ଯାହା କି ସାଂଘାତିକ ଡେଞ୍ଜର । ଭୁବନେଶ୍ୱରବାସୀଙ୍କ ତଣ୍ଟି ଉପରେ ଏହା ଖୋଜ ପକାଇଛି କହିଲେ ଭୁଲ୍‌ ହେବନି । ଆମ ଖବର କହୁଛି, ବିଡ଼ିଏ ଉପାଧ୍ୟକ୍ଷ ବାବୁ ଡାକ୍ତର କ୍ରିଷ୍ଣନ କୁମାର୍‌ ନିଜ ଆଇଏଏସ୍‌ ବୁଦ୍ଧି ଖଟାଇ ଏହି ଜନମାରଣ ଆଇନର ଡ୍ରାଫ୍ଟିଂ କରିଛନ୍ତି । ଆଉ ନଗର ଉନ୍ନୟନ ବିଭାଗର ହାକିମଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ତାହାର ବାସ୍ତବତା ନ ବୁଝି ଦସ୍ତଖତ ମାରିଛନ୍ତି । ତେଣିକି ଲୋକେ ବନ୍ଧା ପଡ଼ିଲେ କି ମଲେ ସେକଥା ବୁଝିବେ କାହିଁକି । ସ୍ମାର୍ଟ ସିଟିର ଏମାନେ ପରା ସ୍ମାର୍ଟ କାରିଗର !

Previous Post

୧୦୦ କୋଟିର ଡୁଏଟ୍‌

Next Post

ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

Next Post
ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA