Monday, May 25, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

by Our Correspondent
10 Feb, 2016- 07:42 PM
in News
1 min read
0
ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଧଳସାମନ୍ତ ବ୍ରଦର୍ସ ତାଙ୍କର ଏକାନ୍ତ ସହଯୋଗୀ ଦୀପୁ ଏବଂ ଓମ୍‌ ଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କଲେ । ୨୦୧୩ ନଭେମ୍ବର ୧୯ ରୁ ଦୀପୁ ଏବଂ ଓମ୍‌ ଙ୍କୁ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଘରୁ ଡାକିନେଇଥିଲେ । ମାତ୍ର ଘରକୁ ଫେରିଲେନି । ଦୁହେଁ ନିଖୋଜ ହେବା ପରେ ଦୀପୁଙ୍କ ବାପା ଅଦ୍ୱୈତ ମଲ୍ଲିକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲେ ବି ପୁଲିସ ଏତଲା ଗ୍ରହଣ କଲାନି । ଏଇ ଦେଢ଼ମାସ ତଳେ ଅଦ୍ୱୈତ ବାବୁ କୋର୍ଟର ଦ୍ୱାରସ୍ଥ ହେଲା ପରେ ଯାଇ କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ଧଳସାମନ୍ତ ବ୍ରଦର୍ସଙ୍କୁ ଜାନୁଆରୀ ୨୯ ତାରିଖ ରାତିରେ ଗିରଫ କଲା ।

ଜେରା ବେଳେ ଧଳସାମନ୍ତ ବ୍ରଦର୍ସ ଦୀପୁ ଏବଂ ଓମ୍‌ ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଖୋଦ୍‌ ପୁଲିସ କମିଶନର ଖୁରାନିଆ ସାମ୍ବାଦିକ ସମ୍ମିଳନୀ ଡାକି ଏକଥା ଖୋଲିଛନ୍ତି । ତେବେ ଦୀପୁ ଏବଂ ଓମ୍‌ ଙ୍କୁ କାହିଁକି ଡି ବ୍ରଦର୍ସ ହତ୍ୟା କଲେ, ଏତେ ଦିନ ଯାଏଁ ପୁଲିସ ଚୁପ୍‌ ରହିଥିଲା କାହିଁକି, ହତ୍ୟାକାରୀ ନିର୍ଭୟରେ ନିଜକୁ ସମାଜସେବୀ ସଜାଇ ମନ୍ତ୍ରୀ, ବିଧାୟକ, ବଡ଼ ବଡ଼ ନେତା, ଅବସରପ୍ରାପ୍ତ ପୁଲିସ ଡିଜି, ବିଚାରପତି ପ୍ରଭୃତିଙ୍କୁ ଆଣି ରକ୍ତଦାନ ଶିବିର ଓ ସଭାସମିତି କରିବାକୁ ସାହାସ କରୁଥିଲେ କେମିତି? ହତ୍ୟାକାରୀ ଭିଭିଆଇଙ୍କ ସହଯୋଗ ଓ ପ୍ରୋତ୍ସାହନରେ ଖୁଲମ୍‌ ଖୁଲା ଭାବେ ଯଦି ଏଭଳି କରୁଥିଲା ପୁଣି ଅସୁବିଧା ହୋଇଗଲା କେଉଁଠି? ପୁଲିସ କାହିଁକି ଦୁଇଭାଇଙ୍କୁ ରାତିଅଧିଆ ଗିରଫ କଲା?

ଏସବୁ ପ୍ରଶ୍ନ ଭିତରେ ଯେ ଗହନ କଥାଟିଏ ରହିଛି ତାହା ଉପରୁ କ୍ରମଶଃ ପରଦା ହଟିବାରେ ଲାଗିଲାଣି । ବାସ୍ତବ କଥା ହେଉଛି, ଭଦ୍ରମୁଖାଧାରୀ ସୁଶାନ୍ତ ଓ ସୁଶୀଲ ଡି ବ୍ରଦର୍ସ ଯେ କୁଖ୍ୟାତ ମାଫିଆ, ଅପରାଧୀ/ଡନ୍‌ ସେକଥା କଟକର ଗଳିକନ୍ଦି ଲୋକ ଜାଣନ୍ତି । ଅର୍ଥ ଓ ବୁଦ୍ଧି ବଳରେ ସେମାନେ ଅସମ୍ଭବ କାମକୁ ସମ୍ଭବ କରିପାରୁଥିବାରୁ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକ ସମସ୍ତଙ୍କୁ ପକେଟରେ ରଖିଥିଲେ । କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ସେ ବିଜିନେସ୍‌ ପାଟର୍ନର ତଥା ଏଟିଏମ୍‌ କାର୍ଡ ଥିଲେ ବୋଲି ଚର୍ଚ୍ଚା ହେଉଛି । ଖୋଦ୍‌ ପୁଲିସ ଡିଜି ସଞ୍ଜୀବ ମାରିକ୍‌ ଥିଲେ ତାଙ୍କ ପକେଟରେ । ମାରିକ ଓ ଧଳସାମନ୍ତ ବ୍ରଦର୍ସଙ୍କ ସମ୍ପର୍କ ବହୁ ପୁରୁଣା ଓ ଘନିଷ୍ଠ । ଧଳସାମନ୍ତଙ୍କ ବିହାରୀ ବନ୍ଧୁକ କାରବାର ପଛରେ ମାରିକଙ୍କ ସହଯୋଗ ଓ ଆର୍ଶିବାଦ ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଗୋଟିଏ ପଟେ ପୁଲିସ ଡିଜିଙ୍କ ଛତ୍ରଛାୟା ଏବଂ ସେପାଖେ ପ୍ରଭାବଶାଳୀ ରାଜନେତାଙ୍କ ସହଯୋଗ ଓ ଆର୍ଶିବାଦ ଯୋଗୁଁ ଧଳସାମନ୍ତ ବ୍ରଦର୍ସଙ୍କ ପାଇଁ ଧରା ହୋଇଥିଲା ସରା । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଯୋଗେ କୋଟି କୋଟି ଟଙ୍କା କମାଉଥିଲେ ଏବଂ ନେତା, ପୁଲିସ ସମସ୍ତଙ୍କ ପକେଟ ଗରମ କରୁଥିଲେ । ଦିଆନିଆରେ ଠିକ୍‌ଠାକ୍‌ ଚାଲିଥିିଲା ଧଳସାମନ୍ତ ସାମ୍ରାଜ୍ୟ ।

ସବୁ ଠିକଠାକ୍‌ ବେଳକୁ ଅସଲରେ ଆଇପିଏସ୍‌ଙ୍କ କଳିରେ ବଳି ପଡ଼ିଗଲେ ଧଳସାମନ୍ତ ବ୍ରଦର୍ସ । ଡି ସାମ୍ରାଜ୍ୟକୁ ଖତମ୍‌ କରିଦେଲା ଆଇପିଏସ୍‌ ଗୋଷ୍ଠୀ ବିବାଦ । ଡିଜି ପଦରୁ ସଞ୍ଜୀବ ମାରିକ ହଟିଲେ ଓ ଚାକିରିରୁ ଅବସର ବି ନେଇଗଲେ । ତେବେ ସଞ୍ଜୀବ ମାରିକଙ୍କ ସହ ଧଳବ୍ରଦର୍ସଙ୍କ ସବୁ କାରନାମା ଜାଣିଥିଲେ ମାରିକଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା ବିଜୟ ଶର୍ମା ଓ ଆର.ପି.ଶର୍ମାଙ୍କ ଭଳି ଦକ୍ଷ ବରିଷ୍ଠ ଆଇପିଏସ୍‌ । ମାରିକଙ୍କୁ ଖାପ୍‌ଚରେ ପକାଇବାକୁ ଏକ ସୁଯୋଗ ଅପେକ୍ଷାରେ ଥିଲେ । ପୁଲିସ ଅନ୍ଦରମହଲ ଖବର ଅନୁଯାୟୀ, ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଆର.ପି.ଶର୍ମା ପୁଲିସ କମିଶନର ପଦରୁ ହଟିବା ପୂର୍ବରୁ ହିଁ ନଜର ପକାଇଥିଲେ ଧଳବ୍ରଦର୍ସଙ୍କ ଉପରେ । ଧଳବ୍ରଦର୍ସଙ୍କୁ ଧରିଦେଲେ ମାରିକ୍‌ ସାଇଜ୍‌ ହୋଇଯିବେ ବୋଲି ସେ ନିଶ୍ଚିତ ଥିଲେ । ସେପଟେ ବିଜୟ ଶର୍ମା ବି ଏକା ଲକ୍ଷ୍ୟରେ ଚାଲିଥିବା କୁହାଯାଉଛି ।

ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ଠିକ୍‌ ଏହି ସମୟକୁ ଆର.ପି.ଶର୍ମାଙ୍କ ବିରୋଧରେ ମାରିକ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ କରିବାରୁ ସେ ଧଳସାମନ୍ତ ଗିରଫ ମିସନ୍‌ରେ ସୁଚିନ୍ତିତ ଭାବେ ଲାଗିପଡ଼ିଲେ ଏବଂ ଖୁରାନିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କଲା ବେଳେ ଗିରଫର ବ୍ଲୁ ପ୍ରିଂଟ୍‌ ଦେଇଗଲେ । ଖୁରାନିଆ ବି ନିଜ ଇଂନିସ୍‌ ଆରମ୍ଭରୁ ଏଭଳି ସୁଯୋଗକୁ ହାତଛଡ଼ା କରି ନ ଥିଲେ । ଅକ୍ଷରେ ଅକ୍ଷରେ ସେହି ବ୍ଲୁ ପ୍ରିଂଟ୍‌ ଧରି ଆଗକୁ ବଢ଼ିଲେ । ମିସନ୍‌ ସଫଳ ହେଲା । ଅବଶ୍ୟ ଆଇପିଏସ୍‌ କଳିରେ ଧଳସାମନ୍ତ ତ ପଶିଲେ ସାଙ୍ଗକୁ ଗୁଡ଼ାଏ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏଟିଏମ୍‌ ପାଣିରେ ପଡ଼ିଗଲା । ଏବେ ଧଳସାମନ୍ତ ବ୍ରଦର୍ସଙ୍କ ଲିଙ୍କ୍‌ ରେ ଥିବା ଏହିସବୁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପୁଲିସ ଧରିପାରିଲେ ଲୋକେ ଜାଣନ୍ତେ ବାସ୍‌ ଏଠି ଆଇନର ଶାସନ ଚାଲେ । ଅପରାଧୀ ଯିଏ ହେଉ ନା କାହିଁକି ଦଣ୍ଡ ମିଳିବା ଶିରୋଧାର୍ଯ୍ୟ ।

Previous Post

ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

Next Post

ତୁଳସୀ(!)ରେ ଲାଗିଲା ଦାଗ

Next Post
ତୁଳସୀ(!)ରେ ଲାଗିଲା ଦାଗ

ତୁଳସୀ(!)ରେ ଲାଗିଲା ଦାଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA