Monday, May 25, 2026 12:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୁଳସୀ(!)ରେ ଲାଗିଲା ଦାଗ

by Our Correspondent
16 Feb, 2016- 04:55 PM
in News
1 min read
0
ତୁଳସୀ(!)ରେ ଲାଗିଲା ଦାଗ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜା ଓରଫ୍‌ ରଞ୍ଜିତ ପଟ୍ଟନାୟକ ଆତ୍ମହତ୍ୟା କରିଥିଲେ । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିଲେ ପ୍ରେମିକା ଜେସି ଓରଫ୍‌ ପ୍ରଲିପ୍ତା ପ୍ରିୟଦର୍ଶିନୀ । ଦୀର୍ଘ ୯ ଦିନର ମାରାଥନ୍‌ ଜେରା ଓ ତଦନ୍ତ ପରେ ପୁଲିସ ଏହି ନିଷ୍କର୍ସରେ ପହଞ୍ଚିଛି । ଆଉ ଆଇପିସିର ୩୦୬ ଧାରା (ଆତ୍ମହତ୍ୟା ପାଇଁ ଜଣଙ୍କୁ ପ୍ରବର୍ତ୍ତାଇବା)ରେ ସୋର ପୁଲିସ ଆଜି ଜେସିଙ୍କୁ ଗିରଫ କରିଛି । ହତ୍ୟା ନା ଆତ୍ମହତ୍ୟା? ଯଦି ଆତ୍ମହତ୍ୟା ତେବେ କ’ଣ ପାଇଁ? ଏସବୁର ଅକ୍ଲାନ୍ତ ତନାଘନା ପରେ ପୁଲିସ ଶେଷରେ ସିଦ୍ଧାନ୍ତରେ ପହଞ୍ଚିଥିବା ବାଲେଶ୍ୱର ଏସପି ନୀତି ଶେଖର କହିଛନ୍ତି । ଅବଶ୍ୟ ଇଭେଣ୍ଟ ମ୍ୟାନେଜର ପ୍ରଳୟ ଓ ଗାଡ଼ି ଡ୍ରାଇଭର ଧନେଶ୍ୱରର ସଂପୃକ୍ତି ନେଇ ପୁଲିସ ଏ ଯାଏଁ ସେଭଳି କୌଣସି ପ୍ରାମାଣିକ ତଥ୍ୟ ପାଇନାହିଁ । ତଥାପି ସେମାନଙ୍କ ଭୂମିକା ସମ୍ପର୍କରେ ପୁଲିସ ଛାନଭିନ୍‌ ଚଳାଇଛି ।

ଟେଲି ଷ୍ଟାର୍‌ ରାଜା ଓ ଜେସିଙ୍କର ଏହି ରିଅଲ୍‌ ହିଟ୍‌ ଷ୍ଟୋରି ଏବେ ସାରା ରାଜ୍ୟରେ ଚହଳ ପକାଇଛି । ହୀରୋ ରାଜାଙ୍କର ଦୁଃଖଦ ମୃତ୍ୟୁ ହିଁ ଏହି ରିଅଲ୍‌ ଷ୍ଟୋରିକୁ ଜବରଦସ୍ତ ହିଟ୍‌ କରିଛି । ୬ ତାରିଖ ରାତିରେ ଖଇରା ଥାନା ଅନ୍ତର୍ଗତ ତରାଙ୍ଗ ଗ୍ରାମକୁ ଯାଇଥିଲେ ଏକ ଷ୍ଟେଜ୍‌ ସୋ ପାଇଁ । ସୋ ସାରି ଭୁବନେଶ୍ୱର ଫେରୁଥିଲା ବେଳେ ସୋର ଥାନା ଅଞ୍ଚଳରେ ରାଜା ପୋଲ ତଳକୁ ଖସି ରହସ୍ୟଜନକ ଭାବେ ମୃତ୍ୟୁବରଣ କରିଥିଲେ । ଜୀବନରେ ସବୁଠାରୁ ଅଧିକ ଭଲ ପାଉଥିବା ପ୍ରେମିକା ଜେସିଙ୍କଠାରୁ ବାରମ୍ବାର ଆଘାତ ପାଇବା ପରେ ସେହି ବାଟରେ ହିଁ ରାଜା ଆତ୍ମହତ୍ୟାର ପଥ ବାଛିନେଇଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ତେବେ ପୁଲିସ ଆଗରେ ଫେରାଦ ହୋଇ ଜେସି ଯାହା ସଫେଇ ଦେଇଥିଲେ ତାହା ଯେ ସମ୍ପୂର୍ଣ୍ଣ ଭୁଲ୍‌ ଥିଲା ତାହା ପ୍ରମାଣିତ ହୋଇଛି । ମୂଳରୁ ନିଜକୁ ରାଜାଙ୍କ ପ୍ରେମିକା ବୋଲି ମାନିବାକୁ ନାରାଜ ଥିଲେ ଜେସି । ରାଜାଙ୍କ ସହ ଜେସି ଭୁବନେଶ୍ୱରର ହୋଟେଲ ସୋଲାନ୍‌ ଇନ୍‌ ରେ ମାସ ମାସ ଧରି ଏକାଠି ସମୟ ବିତାଉଥିବା ସେମାନଙ୍କ ଚିହ୍ନା ପରିଚିତ ମହଲ ଓ ହୋଟେଲ କର୍ମଚାରୀ ଜାଣିଥିଲେ ମଧ୍ୟ ଜେସି ପୁଲିସକୁ ଚକମା ଦେଇ ଅସ୍ୱୀକାର କରି ଆସୁଥିଲେ । ରାଜାଙ୍କ ସହ ଲିଭ୍‌-ଇନ୍‌ ରିଲେସନ୍‌ କୁ ନାକଟେକି ଅସ୍ୱୀକାର କରୁଥିଲେ । ନିଜକୁ ସତୀ ସାବିତ୍ରୀ ଓ ତୁଳସୀ ଭଳି ପବିତ୍ର ଦାବି କରିଥିଲେ ଜେସି । ମାତ୍ର ପୁଲିସ ଆଗରେ ତାଙ୍କର ବୟାନ ଯେ କଞ୍ଚା ମିଛ ତାହା ଟେଲି ଜଗତର କଳାକାରଙ୍କୁ ଅଜଣା ନ ଥିଲା । ତେବେ ଆଗକୁ କୋର୍ଟରେ ତାଙ୍କର ଦୋଷ କିଭଳି ପ୍ରମାଣିତ ହେବ ତାହା ତ ଅଲଗା କଥା । ମାତ୍ର ନିଜକୁ ତୁଳସୀ ବୋଲାଇ କଳଙ୍କ ବୋହିଥିବା ଜେସି ପ୍ରେମ ଦୁନିଆରେ ଆଜି ଜଣେ ପୋଖତ ଖଳନାୟିକା ଏହା ଯେ କେହି କହିବ ।

Previous Post

ଡି ବ୍ରଦର୍ସ ଗିରଫ ଅନ୍ତରାଳେ..

Next Post

ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

Next Post
ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA