Thursday, April 16, 2026 10:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

by Our Correspondent
04 Mar, 2016- 06:08 PM
in News
1 min read
0
ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନ୍‌ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବିଜୁ ଜନତା ଦଳ ଦିନ ରାତି ଏକକାର କରିଦେଇଛି । ନେତା ଓ କୁଜି ନେତାଙ୍କର ନିଶ୍ୱାସ ମାରିବାକୁ ସମୟ ନାହିଁ । ସକାଳ ପାଇଲେ ଅର୍ଥାତ୍‌ ମାର୍ଚ୍ଚ ୫ ତାରିଖରେ ଧୂମଧଡ଼ାସ ଉତ୍ସବରୁ ଆରମ୍ଭ କରିବେ ବର୍ଷବ୍ୟାପୀ ବିଜୁ ଶତବାର୍ଷିକୀ ପର୍ବ । ବିଜୁ ପଟ୍ଟନାୟକଙ୍କ ପାଇଁ ମନରେ ଯେତିକି ଶ୍ରଦ୍ଧା ନାହିଁ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାପା ହିସାବରେ ମନରେ ଆସିଛି ଛାନିଆଭରା ଅମାପ ସ୍ନେହ,ଭକ୍ତି ଓ ଶ୍ରଦ୍ଧା । ଖୋଦ୍‌ ନବୀନ ପଟ୍ଟନାୟକ ପାଞ୍ଚ ପାଞ୍ଚଟି କମିଟି କରିଛନ୍ତି ଶତବାର୍ଷିକୀ ପାଳନର ପ୍ରସ୍ତୁତି ପାଇଁ । ତୁହାକୁ ତୁହା ବୈଠକ କରି କମିଟି ଗୁଡ଼ାଏ ନିଷ୍ପତ୍ତି ନେଇଛନ୍ତି । ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ଓ ଅବଦାନର ସ୍ମୃତିକୁ ଓଡ଼ିଶାବାସୀଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ ହୋଇଛି । କେତେ କୋଟି ଟଙ୍କା ଖର୍ଚ୍ଚ ହେବ ତାହା ଅବିକା ଆକଳନ କରିହେଉ ନ ଥିଲେ ମଧ୍ୟ ଏହା ନବ କଳେବର ପ୍ରସ୍ତୁତି ଓ ଖର୍ଚ୍ଚଠାରୁ କିଛି ଉଣା ମନେହେଉନି ।

ବିଜୁ ପଟ୍ଟନାୟକଙ୍କ ଭଳି ଆକାଶତୁମ୍ବି ଉଚ୍ଚା ମଣିଷ ଓଡ଼ିଆ ଜାତିଠାରୁ ଏଭଳି ସମ୍ମାନ ପାଇବାକୁ ଯେ ହକ୍‌ଦାର ତାହାକୁ କେହି ଅସ୍ୱୀକାର କରିପାରିବେନି । ମାତ୍ର ବିଜୁ ବାବୁଙ୍କ ଶତବାର୍ଷିକୀ ପାଳନରେ ଯେ ଖୋଦ୍‌ ବିଜୁ ଜନତା ଦଳ ରାଜନୀତିର ରଙ୍ଗ ଭରିଦେଇଛି ଏକଥା ସ୍ୱାଭିମାନୀ ଓଡ଼ିଆ ମଣିଷ ନିଶ୍ଚିତ ସ୍ୱୀକାର କରିବେ । ଆଉ ବିଜୁ ଶତବାର୍ଷିକୀର ପୁଞ୍ଜି ଉପରେ ରାଜନୀତିର ରଙ୍ଗ ଖେଳିବାକୁ ବିଜେଡ଼ି ଏମିତି ଅତର୍ଚ୍ଛିଆ ହୋଇଛି ଯେ ଗୁଡ଼ାଏ ନିଷ୍ପତି ବୁମେରାଂ ହେବାକୁ ଯାଉଛି ।

ଏଇ ଯେମିତି, ବିଜେଡ଼ି ପକ୍ଷରୁ ରାଜ୍ୟର ୫୨ ହଜାର ଗାଁର ସବୁ ଘରେ ଝୁଲିବ ବିଜୁ ବାବୁଙ୍କ ଫଟୋର କ୍ୟାଲେଣ୍ଡର । ପ୍ରାୟ ୫୦ ଲକ୍ଷଙ୍କ ଘରେ ପହଞ୍ଚାଯିବ କ୍ୟାଲେଣ୍ଡର । ଛୋଟ ଲାଗୁଥିବା ଏହି ବିଶାଳ ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ କଳବଳ ଖଟାଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାର ଦାୟିତ୍ୱ ନେଇଛି । ଅବଶ୍ୟ ଟେଣ୍ଡର ଜରିଆରେ କାମ ଆଲଟ୍‌ ହୋଇଛି । ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗତ ୨୬ ତାରିଖରେ ଟେଣ୍ଡର ପେପର ଖୋଲି କାମ ଅର୍ଡର ଦେଇଥିଲେ । ବିଭାଗର ଚିଠି ନମ୍ବର ୨୦୪୯/ ୨୨.୦୨.୨୦୧୬ ରେ ଏହା ଉଲ୍ଲେଖ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୨୫ ହଜାର ଅଏଲ୍‌ ପ୍ରିଂଟ୍‌ କ୍ୟାଲେଣ୍ଡର ଛପାଯାଇଛି । ତେବେ ଏଥିରେ ଏକ ଗୁରୁତର ତ୍ରୁଟି ରହିଛି । ଯଦିଓ କ୍ୟାଲେଣ୍ଡର ଏଯାବତ୍‌ ରିଲିଜ୍‌ ହୋଇନି ମାତ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଚିଠିରୁ ଏହି ତ୍ରୁଟି ଜଳ ଜଳ ଦିଶୁଛି । ତାହା ହେଲା, କ୍ୟାଲେଣ୍ଡର ଓଡ଼ିଆ ଭାଷାରେ ଛପା ନ ହୋଇ ଇଂରାଜୀ ଭାଷାରେ ଛପାଯାଇଛି ।

ଓଡ଼ିଆ ଲୋକଙ୍କ ସ୍ୱାଭିମାନର ପ୍ରତୀକ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଆ ଭଲଭାବେ ଶିଖି ପାରୁ ନ ଥିଲେ ମଧ୍ୟ ଭାଷାର ଟେକ ପାଇଁ ଲୁହ ଗଡ଼ାଉଛନ୍ତି । ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ବି ଦେଇଛନ୍ତି । ସରକାରୀ ଓ ବେସରକାରୀ ଅଫିସ/ଅନୁଷ୍ଠାନରେ ଓଡ଼ିଆ ନାମଫଳକ ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏହା ସତ୍ତ୍ୱେ ଖୋଦ୍‌ ବିଜୁ ବାବୁଙ୍କ ସ୍ମୃତିଭରା କ୍ୟାଲେଣ୍ଡର ଇଂରାଜୀରେ ଛପାଇ ତାଙ୍କ ଜନ୍ମ ଶତବାର୍ଷିକୀରେ ଓଡ଼ିଆ ଲୋକଙ୍କୁ ଭେଟି ଦେବା ବିଜୁବାବୁଙ୍କୁ କିଭଳି ସମ୍ମାନ ବୁଝି ହେଉନାହିଁ । ଏଭଳି ନିଷ୍ପତ୍ତି ନେଇଥିବା ବାବୁମାନଙ୍କର ସାମାନ୍ୟତମ ଜ୍ଞାନ ଥିଲେ ସେମାନେ ଗରିବ, ଖଟିଖିଆ ରାଜ୍ୟର ଲୋକଙ୍କୁ ବିଜୁ ବାବୁଙ୍କ ଛୋଟ ସ୍ମାରକୀ ଭାବେ ଇଂରାଜୀ କ୍ୟାଲେଣ୍ଡର ଉପହାର ଦେବାକୁ ଯୋଜନା କରି ନ ଥାଆନ୍ତେ ।

ଆଉ ଏଥିପାଇଁ ଖର୍ଚ୍ଚ ହେଉଥିବା ମୋଟା ଟଙ୍କା କଥା ଭାବିଲେ ମଳିମୁଣ୍ଡିଆ ଗରିବଙ୍କ ମୁଣ୍ଡରୁ ସବୁ ମଳି ଚମଡ଼ା ସହ ଉଠିଯିବାଟା ଥୟ । ଆମ ହିସାବରେ ଖଣ୍ଡେ ଅଏଲ୍‌ ପ୍ରିଂଟ୍‌ କ୍ୟାଲେଣ୍ଡର ପାଇଁ ଅତି କମ୍‌ ରେ ଖର୍ଚ୍ଚ ହେଉଥିବ ୨୫ ଟଙ୍କା । ୫୦ ଲକ୍ଷ ଛପାଇଲେ ଖର୍ଚ୍ଚ ହେବ ୧୨ କୋଟି ୫୦ ଲକ୍ଷ ଟଙ୍କା । ବିଜୁ ବାବୁଙ୍କ ସ୍ମୃତି ପାଇଁ ସରକାରୀ ତହବିଲରୁ ଏତେ ଟଙ୍କା ଖର୍ଚ୍ଚ ହେବା ଠିକ୍‌ କି ଭୁଲ୍‌ ତାହା ତ ଅଲଗା ପାଠ । ମାତ୍ର ଯଦି ସବୁ ପରିବାରଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ ହେଉଛି ତେବେ ତାହା ପାଣିରେ ନ ପଡୁ । ଅନ୍ତତଃ ଇଂରାଜୀ କ୍ୟାଲେଣ୍ଡରକୁ ଗାଁର ମଳିମୁଣ୍ଡିଆ ଲୋକେ ଠୁଙ୍ଗା କରନ୍ତୁ ନାହିଁ । ସମୟ ଅଛି ସୁଧାରି ନେଲେ ଭଲ ହୁଅନ୍ତା ।

Previous Post

ତୁଳସୀ(!)ରେ ଲାଗିଲା ଦାଗ

Next Post

ଶଙ୍ଖ ଆଗ, ବିଜୁ ପଛ

Next Post
ଶଙ୍ଖ ଆଗ, ବିଜୁ ପଛ

ଶଙ୍ଖ ଆଗ, ବିଜୁ ପଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA